STORYMIRROR

Priyadarsini Das.

Tragedy Others

3  

Priyadarsini Das.

Tragedy Others

ଭଙ୍ଗା ଚୌକି

ଭଙ୍ଗା ଚୌକି

2 mins
241


   ଅବିନାଶ ବାବୁ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ।ଗୋଟିଏ ପୁଅ ଅମିତ୍। ସ୍ତ୍ରୀ ଏବେ ଆର ପାରିରେ । ପୁଅ ,ବୋହୁ ଦୁଇଜଣ ବ୍ୟାଙ୍କରେ ଚାକିରୀ କରିଛନ୍ତି । ବହୁତ ଖୁସିରେ ଦିନ କାଟନ୍ତି ପରିବାରର ତିନି ପ୍ରାଣୀ ।


    ଘରେ ଆସବାବପତ୍ରର ଅଭାବ ନାହିଁ ।କିନ୍ତୁ ଅବିନାଶ ବାବୁ ସବୁବେଳେ ଗୋଟେ କାଠ ଚୌକିରେ ବସନ୍ତି ।କେବେ ବି ସୋଫା ରେ ବି ବସନ୍ତି ନାହିଁ ।


    ଏ କଥା ଅମିତ୍ ଓ ବୋହୁ ମୀନା ଲକ୍ଷ୍ଯ କରୁଥାନ୍ତି ।ଅମିତ୍ ଭାବୁଥାଏ କ'ଣ ହୋଇଛି ବାବା କାହିଁକି ଏଇ ଭଙ୍ଗା ଚୌକିରେ ବସୁଛନ୍ତି । ଏ ଚୌକିର ଗୋଟିଏ ପଟରେ ହାତ ବି ରଖିବା ପାଇଁ ନାହିଁ ।କଣ ହୋଇଛି ବୋଲି ମନେ ମନେ ଭାବୁଥାଏ ।


   ଅମିତ୍ ସନ୍ଧ୍ୟା ରେ ମୀନାକୁ ପଚାରିଲା "ଏ ମୀନା ଜାଣିଛ କି ବାବା କାହିଁକି ସେ ଭଙ୍ଗା ଚୌକିରେ ବସୁଛନ୍ତି ?ତୁମେ କିଛି କହିଛ କି ?ଆଗରୁ ସୋଫା ନ ଥିବା ସମୟରେ ଚୌକିରେ ବସୁଥାନ୍ତି କିନ୍ତୁ ଏବେ ବି ?"

    ମୀନା କହିଲା "ମୁଁ ତ କିଛି କହିନି ।ମୁଁ କାହିଁକି କିଛି କହିବି ଯେ ।ବୋଧ ହୁଏ ବାବାଙ୍କୁ ଚୌକିରେ ବସିବା ପସନ୍ଦ ।


     ତହିଁ ଆର ଦିନ ବ୍ୟାଙ୍କରୁ ଆସିବା ସମୟରେ ପୁଅ ,ବୋହୁ ଗୋଟିଏ ନୂଆ କାଠ ଚୌକି ଆଣିଲେ ।ଅମିତ୍ ବାପାଙ୍କୁ ଡାକି କହିଲା..."ବାବା ,ଦେଖିବ ଆସେ ତୁମ ପାଇଁ କ'ଣ ଆଣିଛି "


   ଅବିନାଶ ବାବୁ ବି ଦୌଡି ଦୌଡି ଆସିଲେ ଛୋଟ ପିଲା ପରି ,ଦେଖି କଣ ଆଣିଛୁ ।

   ଅମିତ୍ ନୂଆ ଚୌକି ଟିକୁ ବାବାଙ୍କ ପାଖରେ ନେଇ ରଖିଲା ।


ଅବିନାଶ ବାବୁ କହିଲେ ଚୌକି କ'ଣ ହେବ ଯେ ?


  ମୀନା କହିଲା ବାବା ଆମେ ଦେଖୁଛୁ ଆପଣ ସବୁବେଳେ ସେଇ ଭଙ୍ଗା ଚୌକିରେ ବସୁଛନ୍ତି ।କେତେବେଳେ ବସୁ ବସୁ ଘୁମାଈ ପଢୁଛନ୍ତି ।ଯଦି ପଡିଯିବେ । ଅବିନାଶ ବାବୁ ବୋହୁ ମୁଣ୍ଡରେ ହାତ ବୁଲାଇ କହିଲେ ନାଇଁ ରେ ମା ମୋର ନୂଆ ଚୌକି ଦରକାର ନାହିଁ ।


  ଅମିତ୍ ସଙ୍ଗେ ସଙ୍ଗେ କହିଲା ଯାଉଛି ସେ ଭଙ୍ଗା ଚୌକିକୁ ନେଇ ଷ୍ଟୋର୍ ରୁମ୍ ରେ ରଖିଦେବି ।କାହିଁକି ସେଥିରେ ବସୁଛ ।


   ଅବିନାଶ ବାବୁ ଭାବ ବିହ୍ବଳ ହୋଇ କହି ଉଠିଲେ.....

 " ଏଇଟା ଖାଲି ଗୋଟିଏ ଚୌକି ନୁହେଁ ରେ ,ମୋ ପାଇଁ ଏଇଟା ସ୍ମୃତିର ମନ୍ଦିର ।ତୋର ଜେଜେଙ୍କର ଏଇଟା ପ୍ରିୟ ଚୌକି ।କେତେ କେତେ ଦିନ, ରାତି ତୋ ଜେଜେ ମୋତେ ତାଙ୍କ କୋଳରେ ବସି ଗେଲ୍ହ କରିଛନ୍ତି ମୋତେ ।ଏଇ ଚୌକିରେ ବସିଲେ ମୋତେ ତୋ ଜେଜେଙ୍କ କୋଳରେ ବସିବା ପରି ଅନୁଭବ ହୁଏ ।ଆଉ ଘୁମେଇ ପଡିଲେ ଏକ ଶାନ୍ତିର ନିଦ ଆସେ ।ବୁଝିଲୁ ?""


   ଅମିତ୍ ,ଅବିନାଶ ବାବୁଙ୍କ କୋଳରେ ମୁଣ୍ଡ ରଖି କହିଲା ହଁ ବୁଝିଗଲି ।ଆଉ ମନେ ମନେ ଭାବୁଥାଏ ବାବାଙ୍କ ସ୍ମୃତିର ସିଂହାସନ ଟିକୁ କେମିତି ମୁଁ ଭାବି ପାରିଲି କେବଳ ଏକ "ଭଙ୍ଗା ଚୌକି" ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy