STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଭକ୍ତିର ଅପୂର୍ବ ଶକ୍ତି

ଭକ୍ତିର ଅପୂର୍ବ ଶକ୍ତି

3 mins
286


ମରୁଡି ଦୁର୍ଭିକ୍ଷର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା ୧୯୬୯ ରୁ ୧୯୭୨ ମସିହାରେ। ସିଂହଭୂମି ଜିଲ୍ଲା ବିହାର ଅଧିନସ୍ଥରେ ଥିଲା।ଉତ୍କଳରୁ ବିଚ୍ଛନ୍ନ ହୋଇ ଥିଲା ବିଚ୍ଛନ୍ନାଚଳ ଭୂମି।ସିଂହଭୂମିର ଜିଲ୍ଲାର ଅଧିନରେ ଥିଲା କଳାବାଡିଆ ଗାଁ।ଓଡ଼ିଆ ବହୁଳ ଗାଁ କଳାବାଡିଆ। ଖଡ଼ଖାଇ ନୋଈ କୁଳରେ ଅବସ୍ଥିତ। ଗାଁର ବ୍ଲକ ଶାଖା ହେଉଛି ରାଜନଗର ବ୍ଲକ।


ବର୍ତ୍ତମାନ ସିଂହଭୂମି ତିନି ଜିଲ୍ଲାରେ ବିଭକ୍ତ, ସଢେଇକଳା ଖରସୁଆଁ ଜିଲ୍ଲା, ପଶ୍ଚିମ ସିଂହଭୂମି ଜିଲ୍ଲା ଓ ପୂର୍ବ ସିଂହଭୂମି

ଜିଲ୍ଲା। କଳାବାଡିଆ ବର୍ତ୍ତମାନ ସଢେଇକଳା ଖରସୁଆଁ ଜିଲ୍ଲାର ଅଧିନରେ ଅବସ୍ଥିତ।


୧୯୬୯ ରୁ ୧୯୭୨ ମରୁଡି ଦୁର୍ଭିକ୍ଷରେ ଲୋକ ଅସ୍ତବ୍ୟସ୍ତ ହୋଇ ଥିଲେ।ବର୍ଷା ଆଭାବରୁ ଫସଲର ଦର୍ଶନ ନାହିଁ, ଚତୁରପାର୍ଶେ ଅଭାବ ଅନାଟନରେ ଜନ ସାଧାରଣଙ୍କୁ ଆତଙ୍କିତ କରୁ ଥିଲା।ଲୋକ ଭୋକ ଉପାସରେ କାଳ କାଟୁଥିଲେ।ଖଡ଼ଖାଇ ନୋଈ ପାଣି ସୁଖି ଯାଇ ଥିଲା।ଅର୍ଣ୍ଣପୂର୍ଣ୍ଣାଙ୍କ କୋପ ଦୃଷ୍ଟିରେ କଳାବାଡିଆ ଗାଁର ଭୂମି ଶ୍ରୀହୀନ ହୋଇ ପଡ଼ି ଥିଲା।


କଳାବାଡିଆ ଗାଁ ଦୁଇ ସାହିରେ ବିଭକ୍ତ, ଉପର ସାହି ଓ ତଳସାହି।ଉପର ସାହିରେ ମାଁ ମନସାଙ୍କ ପୂଜା ହେଉ ଥାଏ,ତଳସାହି ପିଲା ମାନେ ମନସା ପୂଜା ଦେଖିବା ପାଇଁ ଉପର ସାହିକୁ ଯାଇ ଥିଲେ। ସମସ୍ତେ କୋର୍ଣାକ ନବଯୁବକ ସଙ୍ଘର ପିଲା ଥିଲେ। ତଳସାହିରେ ବହୁ ଦିନ ପୂର୍ବରୁ କୋର୍ଣାକ ନବଯୁବକ ସଙ୍ଘର ଗଠନ ହୋଇଥିଲା ଯାହା ଏବେ ମଧ୍ୟ ସୁଚାରୁ ରୂପରେ ଆଗକୁ ବଢି ଚାଲିଛି।


ମନସା ପୂଜା ଦେଖି ଘରକୁ ଫେରୁ ଥିଲେ,ସେହି ସମୟରେ ପିଲାମାନଙ୍କ ଭିତରୁ ଜଣେ କହିଲା ଆମ ଗାଁ ମରୁଡି ଦୁର୍ଭକ୍ଷରେ ପିଡୀତ।ବର୍ଷା ନାହିଁ ।ଚାରି ଆଡେ ଅଭାବ ଅନାଟନ।ଲୋକଙ୍କୁ ଖାଇବାକୁ ମିଳୁ ନାହିଁ।ଭୋକ ଉପାସରେ ରହୁଛନ୍ତି।ଆମେ ଏଠାରେ ଗଜଲକ୍ଷ୍ମୀଙ୍କ ପୂଜା କରିବା। ଭିକ୍ଷା ମାଗିଣ ହେଲେ କରିବା।ସମସ୍ତେ ତାହାର ପ୍ରସ୍ତାବକୁ ସ୍ବୀକାର କଲେ ଓ ଗଜଲକ୍ଷ୍ମୀଙ୍କ ପୂଜା ଯେ କୌଣସି ପ୍ରକାର କରିବା ପାଇଁ ପ୍ରତିଶ୍ରୁତି ଦେଲେ।

ମାଁ ଗଜଲକ୍ଷ୍ମୀଙ୍କ ପୂଜାର ଆୟୋଜନ ଚାଲିଲା। ଗାଆଁରେ ଏହା ପାଇଁ କିଛି ଚାନ୍ଦା ଦେବା ପାଇଁ କୁହା ଗଲା। ସମସ୍ତେ ରାଜି ହେଲେ। ଅନ୍ୟ ଗ୍ରାମରେ ମଧ୍ୟ ଏହା ପାଇଁ ଚାନ୍ଦା କରା ଗଲା।ଗଜଲକ୍ଷ୍ମୀ ପୂଜା ହେବ ବୋଲି ଲୋକେ ଖୁସି ଆନନ୍ଦରେ ଚାନ୍ଦା ଦେଲେ।


କୋର୍ଣାକ ନବଯୁବକ ସଙ୍ଘୀୟ ସଙ୍ଘର୍ଷକୁ ଦେଖି ଶାସ୍ତ୍ରୀୟ ଜ୍ଞାତା ସ୍ବର୍ଗୀୟ ରାଧାକାନ୍ତ ସାମଲ,ବୈଦ୍ୟ ସ୍ୱର୍ଗୀୟ ଶ୍ରୀଯୁକ୍ତ ଯଦୁନାଥ ବିଷୟ ଓ କ୍ରିତ୍ତନ ପାର୍ଟିର ମୁଖିଆ ସ୍ବର୍ଗୀୟ ନଗେନ ନାଏକ ଆଗକୁ ଆସିଲେ।ତାଙ୍କ ଇଚ୍ଛା ଥିଲା ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଓଡ଼ିଆ ସଂସ୍କୃତିର ଓଡ଼ିଆ ନାଟକର ଆୟୋଜନ ହେଉ।


କୋର୍ଣାକ ନବଯୁବକର ପିଲା ତାଙ୍କରି ପ୍ରସ୍ତାବରେ ରାଜି ହେଲେ, ଓ ଲୁହାରଶିଙ୍କୁଳି ନାମରେ ନାଟକର ରିହାର୍ସେଲ ପ୍ରାରମ୍ଭ ହେଲା।ପିଲାମାନେ ଆନନ୍ଦ ଖୁସିରେ ଅଂଶଗ୍ରହଣ କରିଲେ।ମୃତ୍ତିକାର ଗଜଲକ୍ଷ୍ମୀଙ୍କ ମୃତ୍ତି ନିର୍ମାଣରେ ଜୁଟିଲେ।ପୂଜା ସ୍ଥାନ ସୁସଜ୍ଜିତ ହେବାକୁ ଲାଗିଲା।


ଆଶ୍ଵିନ ମାସର ପୂର୍ଣ୍ଣିମା ଦିନ ଗଜଲକ୍ଷ୍ମୀଙ୍କ ପୂଜା।ପୂଜା ସ୍ଥାନ ସୁସଜ୍ଜିତ ହୋଇଛି।ଗଜଲକ୍ଷ୍ମୀଙ୍କ ପ୍ରତିମା ଅତି ସୁନ୍ଦର ଦିଶୁଛି। ଗାଆଁରେ ଚହଳଗହଳ।ଖଡ଼ଖାଇ ନୋଈ ତୁଠରୁ ଗଜଲକ୍ଷ୍ମୀଙ୍କ ଘଟ ଆସିବ। ପୁରୋହିତ ସମସ୍ତଙ୍କୁ ନେଇ ନୋଈ କୁ ଗଲେ। ସମସ୍ତେ ସ୍ନାନ ନିତ୍ୟକର୍ମ ସାରିଲେ।ଶାସ୍ତ୍ର ଅନୁସାରେ ଦୁଇ ଜଣ ଘଟ ବହିବେ। ମନ୍ତ୍ର ଉଚ୍ଚାରଣ ହେଉଛି।ଶଙ୍ଖନାଦେ ଧରଣୀ କମ୍ପୁ ଉଠୁଛି।ମୃଦଙ୍ଗ ଶବ୍ଦ ଓ ହୁଳହୁଳି ଭକ୍ତିର ସଂଦେଶ ଦେଉଛି।ଗଜଲକ୍ଷ୍ମୀଙ୍କର ଜୟଜୟକାର ହେଉଛି। ଗଜଲକ୍ଷ୍ମୀଙ୍କ ଆବାହନ କରି ଘଟ ନୋଈ ରୁ ଉଠିଲା।ମାଆଁ ଅର୍ଣ୍ଣପୂର୍ଣ୍ଣାଙ୍କର ଭକ୍ତିରେ ଚତୁରପାର୍ଶ ଲକ୍ଷ୍ମୀମୟ ହୋଇ ଗଲା।


ମାଆଙ୍କ ଘଟ ଗାଁ ଭିତରେ ପହଞ୍ଚିଲା।ମହିଳାଙ୍କ ଶଙ୍ଖନାଦ ହୁଳହୁଳି ଶବ୍ଦ ଓ ମୃଦଙ୍ଗର ତାଳ ଗାଆଁକୁ ଭକ୍ତିପୂର୍ଣ୍ଣ କରି ଦେଲା। ମାଁ ଙ୍କ ଘଟ ଗଜଲକ୍ଷ୍ମୀ ପ୍ରତିମା ପାଖରେ ସ୍ଥାପନା କରା ଗଲା।ପୁରୋହିତ ଗାଁ ପୂଜା ଆରମ୍ଭ କଲେ।ଗାଁ ପୂଜା ପରେ ଭକ୍ତଙ୍କର ପୂଜା ପ୍ରାରମ୍ଭ ହେଲା।ନାନାଦି ନୈବେଦ୍ୟ ନେଇ ମହିଳା ମାନେ ଗଜଲକ୍ଷ୍ମୀଙ୍କ ପୂଜା ସ୍ଥାନକୁ ଆସିଲେ।ଲୋକମାନେଙ୍କ ସଙ୍ଗମ ଓ ଗଜଲକ୍ଷ୍ମୀଙ୍କ ଜୟଜୟକାର ମନରେ ଖୁସିର ଅନୁଭୂତି ଦେଲା।


ସଂସ୍କୃତି କାର୍ଯ୍ୟକ୍ରମ ଓଡ଼ିଆ ନାଟକ ଲୁହାରଶିଙ୍କୁଳି ରାତ୍ରି ଦଶଟା ପରେ ପ୍ରାରମ୍ଭ ହେଲା।ହଜାର ହଜାର ଲୋକ ଦେଖିବା ପାଇଁ ଆସିଥିଲେ।ଶାନ୍ତି ସୃଙ୍ଖଳାରେ ନାଟକ ଦେଖିଲେ ଓ ଗଜଲକ୍ଷ୍ମୀଙ୍କୁ ଦର୍ଶନ କରି ଧନ୍ୟ ଅନୁଭବ କରିଲେ।ରାତିସାରା ପ୍ରସାଦ ବିତରଣ ଚାଲୁଥାଏ।ମାଆଙ୍କ ପ୍ରୀୟ ପ୍ରସାଦ ଖିରି ଖିଚିଡି।


ଦ୍ବିତୀୟ ଦିନ ଭି ଗଜଲକ୍ଷ୍ମୀଙ୍କ ପୂଜା ଚାଲୁ ଥାଏ। ହରି ସଂକ୍ରିତ୍ତନ ଚାଲୁ ଥାଏ।ରାତ୍ରିରେ ଓଡ଼ିଆ ପାଲା ହେବ,ସମସ୍ତଙ୍କୁ ରାତିରେ ଆସିବା ପାଇଁ ଅନୁଗ୍ରହ କରା ଯାଉ ଥାଏ।ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ରାତ୍ରିରେ ବେଶି ଭିଡ଼ ହେଲେ।ଅର୍ଣ୍ଣପୂର୍ଣ୍ଣାଙ୍କର ପ୍ରସାଦ ବିତରଣ ମଧ୍ୟ ଚାଲୁଥାଏ।


ସେହି ଦିନ ଠାରୁ ଗଜଲକ୍ଷ୍ମୀଙ୍କ ପୂଜା କଳାବାଡିଆ ଗାଆଁରେ ହୋଇ ଆସୁଛି। ପଚାସ ବର୍ଷରୁ ବେଶି ହେଲା ଗଜଲକ୍ଷ୍ମୀ ପୂଜା ଗାଁ କଳାବାଡିଆରେ ଏକ ଭକ୍ତିପୂର୍ଣ୍ଣ ପୂଜା ଓ ଗଜଲକ୍ଷ୍ମୀ ଗାଆଁର ଇଷ୍ଟଦେବୀ।


ଗଜଲକ୍ଷ୍ମୀଙ୍କ ପୂଜା ଦ୍ବାରା ଗାଁରେ ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଦେଖିବକୁ ମିଳିଲା।ଅଭାବ ଅନାଟନ ଦୂର ହୋଇ ଗଲା।ଗାଁରେ ଅର୍ଣ୍ଣପୂର୍ଣ୍ଣାଙ୍କ ଆଗମନ ହେଲା।ଛାତ୍ରଛାତ୍ରୀ ଶିକ୍ଷିତ ହେଲେ।ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ଗାଁର ଉନ୍ନତି ଓ ପ୍ରଗତି କଲେ।ସେହି ଦିନ ଠାରୁ ଏ କ୍ଷେତ୍ରରେ ଦୁର୍ଭିକ୍ଷ ନାହିଁ।


ଗାଆଁରେ ସବୁ ପ୍ରକାର ସୁବିଧା ହୋଇଛି।ରାସ୍ତା ଘାଟ ସବୁ ପକ୍କା ହୋଇ ଯାଇଛି ।ବିଜୁଳିର ସୁବିଧା ଏକ ଅପୂର୍ବ ଗୌରବ ଦେଉଛି। ଗାଁ ଡିଜିଟେଲ୍ ହୋଇଛି।ଆଧୁନିକ ସବିଧାରେ ସଞ୍ଚାର ହୋଇଛି।ଦେବା ନେବା ଡିଜିଟେଲ୍ ମାଧ୍ୟମରେ ହେଉଛି।ନୂଆ ଭାରତର ପଥରେ ପଥଗାମୀ ଏଠାକାର ଯୁବାଯୁବତୀ।ଆତ୍ମନିର୍ଭରର ପଥରେ ପଥଗାମୀ ହେଉ ଛନ୍ତି। ବର୍ତ୍ତମାନ କଳାବାଡିଆ ଏକ ଆଦର୍ଶ ଗାଁ, କେବଳ ଗଜଲକ୍ଷ୍ମୀଙ୍କ କୃପାରୁ।




Rate this content
Log in

Similar oriya story from Tragedy