STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ଭକ୍ତି ଶିକୁଳି

ଭକ୍ତି ଶିକୁଳି

1 min
196

ମାୟା ଶିକୁଳି ଯୋଗୁଁ ମଣିଷ ବଞ୍ଚିଛି ଅଢେ଼ଇ ଦିନର ଜୀବନ ପୃଥିବୀରେ। ଦୁଃଖୀ ହେଉ ଦରିଦ୍ର ବା ରୋଗୀ ,ପୃଥିବୀର ମାୟା ଶିକୁଳି ଛିଣ୍ଡାଇ ମରିବାକୁ ଚାହେଁନା କେହି। ବୁଦ୍ଧ ପୂର୍ଣ୍ଣିମାରେ ବୁଦ୍ଧ ତାଙ୍କ ଜୀବନର ମାୟା ଶିକୁଳି ଛିଣ୍ଡାଇ ସନ୍ୟାସୀ ହୋଇ ଜ୍ଞାନ ଆହରଣ ପାଇଁ ସୁନ୍ଦରୀ ପତ୍ନୀ ଯଶୋଧାରା, ନବଜାତ ପୁତ୍ର ରାହୁଳ ତଥା ରାଜପ୍ରାସାଦର ସୁଖ ସ୍ୱାଛନ୍ଦ୍ୟ ଏଡେଇ, ସତ୍ୟ ରୂପକ ଜ୍ଞାନର ସନ୍ଧାନରେ ରାଜ ପ୍ରାସାଦ ଓ ସାଂସାରିକ ମାୟା ଶିକୁଳି ଛିଣ୍ଡାଇ ଗୃହ ପରିତ୍ୟାଗ କରିପାରିଲେ, ସେହିକଥା ଭାବୁ ଭାବୁ ଟିଭିରେ ଗୋଟିଏ ସମ୍ବାଦ ମତେ ଆଶ୍ଚମ୍ବିତ କରିଥିଲା।

ସମ୍ବାଦ ଟି ଥିଲା ଜୈନିକ ଭକ୍ତ ଜଗନ୍ନାଥଙ୍କ ନାଟମଣ୍ଡପ ଉପରକୁ ଉଠି ପୋଲିସ ହାତରେ ପଡିଛନ୍ତି। ସମ୍ବାଦ ସହିତ ତାହାର ସିଧା ପ୍ରସାରଣ ଦୃଶ୍ୟ ଦେଖି ଇଏ ବି ଏକରକମ ମାୟା ଶିକୁଳି ଭକ୍ତର ଭଗବାନଙ୍କ ପ୍ରତି ବୋଲି, ଭାବିବାକୁ ମନରେ ଦୃଢ ଚିନ୍ତା ଆସୁଥିଲା ବେଳେ ସମ୍ବାଦ ଆଗେଇ ଚାଲିଥିଲା। ଗୀତଟିଏ ଶୁଣିବାକୁ ମିଳେ, "ସ୍ୱର ଦେ ତାଳ ଦେ .. ତୁଳସୀ ମାଳ ଦେ, ନାଚିବି ମୁଁ ଗାଇବି ମୁଁ ନାଟମଣ୍ଡପକୁ ନେ ରେ"। ସେହି ନାଟ ମଣ୍ଡପ ଉପରକୁ ଭକ୍ତର ଚଢ଼ିଯିବା ପଛରେ କିଛି ଉଦ୍ଦେଶ୍ୟ ନଥାଇ କେବଳ ଜିଜ୍ଞାସା ଓ ଭକ୍ତି ଶିକୁଳିର ନିଦର୍ଶନ ଛଡା ଆଉ କିଛି ହେଉନଥିବ ବୋଲି ଜଣେ ସଚେତନ ନାଗରିକ ହିସାବରେ ମୋ ମନକୁ ଆସୁଥିବା ବେଳେ ଟିଭି ଚ୍ୟାନେଲରେ ସମ୍ବାଦ ଆଗେଇ ଚାଲିଥିଲା, ତାହା ପୁଣି ଅଗଣିତ ଭକ୍ତଙ୍କ ମନ୍ଦିରର ସୁରକ୍ଷା ଶିକୁଳି ଉପରେ ପର୍ଯ୍ୟବେସିତ l

ମନ୍ଦିର ଭିତରେ ଓ ବାହାରେ ଏମିତି ଅନେକ ଘଟଣା ଘଟେ ଯେଉଁ ଥିରେ ସମସ୍ତଙ୍କର ଭକ୍ତି ଶିକୁଳି ଛନ୍ଦାଛନ୍ଦିରେ କେବେ ଜଗନ୍ନାଥଙ୍କ ପ୍ରତି ସୁରକ୍ଷା ଓ ସମୀକ୍ଷା ର ଶିକୁଳି ବହୁତ ଲମ୍ବା , ଏକଥା ଅନସ୍ବୀକାର୍ଯ୍ୟ । ମୋ ଭକ୍ତି ଭାବନାର ଶିକୁଳି ମୋତେ ତୁମ ସହ ବାନ୍ଧି ରଖିଥାଉ ପ୍ରଭୁ, କହି, ବୁଦ୍ଧ ପୂର୍ଣ୍ଣିମା ପାଇଁ ଆୟୋଜିତ ସାହିତ୍ୟ ସଭାକୁ ବାହାରୁଥିଲି ମୁଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract