Suresh chandra Padhy

Drama

3  

Suresh chandra Padhy

Drama

ଭକ୍ତି ରେ ଶକ୍ତି

ଭକ୍ତି ରେ ଶକ୍ତି

1 min
1.0K



ଥରେ ଏକ ଅନ୍ଧ ଓ ଏକ ଛୋଟା ଶ୍ରୀ କ୍ଷେତ୍ର ଯିବାକୁ ବାହାରିଲେ।ସେତେ ବେଳେ ଗାଡି ସୁବିଧା ନ ଥିବାରୁ ଚାଲି ଚାଲି ଯାଉ ଥାନ୍ତି।ମାସ ମାସ ଲାଗି ଯାଉ ଥିଲା।ସେତେ ବେଳେ ଶ୍ରୀ ମନ୍ଦିରକୁ ରକ୍ତ ବହୁ ଓ କଳା ପାହାଡ଼ ଆକ୍ରମଣ କରିଥିଲା।ମହା ପ୍ରଭୁଙ୍କୁ ଲୁଚାଇବା ପାଇଁ ଏକ ଶଗଡ଼ରେ ପୂଜା ପଣ୍ଡା ମାନେ ଗଜପତିଙ୍କ ସହ ଛଦ୍ମ ବେଶ ହୋଇ ଯାଉ ଥାନ୍ତି। ବାଟ ସାରା ରକ୍ତ ବାହୁର ଲୋକ ମାନେ ନଜର ରଖିଥାନ୍ତି।ହଠାତ୍ ଏକ ଜାଗାରେ ଶଗଡ଼ ଚକ ଆଉ ଆଗକୁ ଗଲା ନାହିଁ।ସମସ୍ତେ ଚିନ୍ତା ରେ ପଡି ଗଲେ।ମହାପ୍ରଭୁ ଲୀଳା ମୟ ତାଙ୍କ ଲୀଳା କୁ ବୁଝିବ କିଏ।ସେ ତ ଅଚଳ ମହାମେରୁ ।ତେଣୁ ତାଙ୍କ ଇଚ୍ଛା ବିନା କିଏ ତାଙ୍କୁ ଆଗକୁ ନେବ।ଅନେକ ଚେଷ୍ଟା କଲେ ଗଜପତି ଓ ସେବକ ମାନେ ,କିନ୍ତୁ ଶଗଡ଼ ଆଗକୁ ଗଲା ନାହିଁ।ଏହି ସମୟ ରେ ଅନ୍ଧ ଓ. ଛୋଟା ଆସି ପହଁଚିଲେ।ଶଗଡ଼ କୁ ଦେଖି ଓ ସମସ୍ତ ଙ୍କୁ ଦେଖି ଖୁସି ହେଲେ ଓ କଣ ଅସୁବିଧା ହେଲା ପଚାରିଲେ।ଶେଷ ରେ ଶଗଡ଼ କୁ ଆଗକୁ ନେବାକୁ ସେମାନେ ମଧ୍ୟ ଚାହଁିଲେ।ସେମାନେ ଛୁଇଁବା ମାତ୍ର କେ ଶଗଡ଼ ଆଗକୁ ମାଡି ଚାଲିଲା।

 ମହା ପ୍ରଭୁ ଙ୍କ କୃପା ରୁ ଅନ୍ଧ କୁ ଦୃଷ୍ଟି

ଓ ଛୋଟା କୁ ଚାଲି ବାକୁ ଶକ୍ତି ମିଳି ଗଲା।ସମସ୍ତେ ଜୟ ଜଗନ୍ନାଥ କହିଲେ।


ସତରେ ଭକ୍ତି ବଳରେ ମହା ପ୍ରଭୁ ସବୁ ଶକ୍ତି ଦିଅନ୍ତି।



Rate this content
Log in

Similar oriya story from Drama