STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

2  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ଭକ୍ତ ର ଭଗବାନ

ଭକ୍ତ ର ଭଗବାନ

1 min
99

ରାତି ପାହିଲେ ଜହ୍ନି ଓଷା ର ଶେଷ ପାଳି, ମାଛି ଅନ୍ଧାର ରୁ ଧଡକିନା ନିଦ ଭାଙ୍ଗିଗଲା ଫୁଲେଇ ର, ସଙ୍ଗେ ସଙ୍ଗେ ସିଧା ସଳଖ ମୁହେଇଲା ଗାଆଁ ମୁଣ୍ଡ ପୋଖରୀ ଆଡ଼କୁ।

ହୁଡା ରେ ଠିଆ ହେଇ ଦେଖେ ରଙ୍ଗ ବେରଙ୍ଗ ର କଇଁ ଫୁଲ

ଯେମିତି ତାକୁ ହାତ ଠାରି ଡାକୁ ଛନ୍ତି , ଦି କୁଦା ମାରି ପଶି ଗଲା ପାଣି ଭିତରକୁ, ବୁଡ଼ି ବୁଡ଼ି ମେଞ୍ଚେ ଫୁଲ ତୋଳି ଆଣିଲା

ଖୁସି ରେ ବିଭୋର ହୋଇ ଆହୁରି ଆଣିବାକୁ ଉଦ୍ୟମ କଲାବେଳେ

ଫୁଲେଇ ଅନୁଭବ କଲା କେହି ଜଣେ ତାକୁ ଜବରଦସ୍ତ ପଛ ପଟରୁ କୁଣ୍ଢେଇ ଧରିଛି।

ଆରେ ଛା...ଡ଼ ..ମୋତେ ..... କିଏ କିଏ??

କଷ୍ଟେ ମଷ୍ଟେ ମୁକୁଳି ଦେଖେ ସେଇ ଗାଁ ର ମୁଖିଆ ପୁଅ ଭମରା

ଯିଏ କି ତାଡି ଗଞ୍ଜେଇ ଖାଇ ଝିଅ ବୋହୁ ଙ୍କୁ ବହୁତ୍ ହଇରାଣ କରିଛି ଇଜ୍ଜତ ବି ନେଇଛି

ତେବେ ମୋର ବି.... ଆଉ କିଛି ଭାବି ପାରିଲାନି। କେମିତି ବା ମୁକୁଳି ଆଠ ଫୁଟିଆ କବଳ ରୁ

ଖାଲି ଡାକୁ ଥିଲା ହେ ଭଗବାନ ମୋତେ ରକ୍ଷା କର...

ଦୈବ ଯୋଗେ କିଆ ବୁଦା ମୂଳକୁ ଟାଣି ନେଲା ବେଳେ ଭଙ୍ଗା ବୋତଲ ରେ ଗୋଡ଼ ପଡ଼ି ଯିବାରୁ ରଘୁଆ ତଳେ ପଡ଼ିଗଲା ଓ ସେଇଠି ସେ ଫୁଲେଇ ର ହାତ ଛାଡ଼ି ଦେଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy