ଭିଟାମାଟିର ପହିଲା ମହକ
ଭିଟାମାଟିର ପହିଲା ମହକ
ଏଇ ମୋର ଭିଟାମାଟି ଘର, ଝାଟିମାଟି କାନ୍ଥର
ମହକ ଅତୀତ ସ୍ମୃତିକୁ ଜାବୁଡ଼ି ଧରି ପଡ଼ିଛି ।
ଧୀରେ ଧୀରେ ଚାରିପଟୁ ବଲ୍ମୀକ ଦ୍ଵାରା ଶୋଷିତ
ତଥାପି ମୋହଗ୍ରସ୍ତ ।
ଚାତକ, ଶ୍ରାବଣକୁ ଆଶା କଲା ପରି ଚାହିଁ ବସିଛି ।
ଏଇ ତ ଠାକୁର ଘର ତିରିଶି ବର୍ଷ ତଳେ ଶେଷ
ଥର ପାଇଁ ମୁଣ୍ଡ ନୁଆଇଁ ବିଦାୟ ନେଇ ଥିଲି ।
ଅଳ୍ପ ପାଦ ବଢେଇ ଚମକି ପଡିଲି , ରୁଅ ବାଉଁଶ
ଦାନ୍ତ ପରି ବାହାରି ଆସି ମୁଣ୍ଡକୁ ଧକ୍କା ଦେଇ କହୁଛି,
ତୁ ଏତେ ସ୍ବାର୍ଥପର ସବୁ କିଛି ପରିସମାପ୍ତି ପରେ
ଫେରୁଛୁ ଦେଖ , ଆଉ କ'ଣ ଅଛି
ମୁଁ ଚାରିପଟକୁ ନିରେଖି ଦେଖିଲି କେହି ତ କେଉଁଠି ନାହିଁ ।
ତାହାଲେ ଏମିତି ଧ୍ୱନି କେଉଁଠୁ ଆସୁଛି ।
ବ୍ଲଡ ପ୍ରେସର ମୁଣ୍ଡ ପରି ଯେମିତି ଗୋଟେ ଚକ୍କରଖାଇଲି ।
ଓଃ ! ସାରା ମୁହଁଟା ଉର୍ଣ୍ଣନାଭ ବସାରେ ବାନ୍ଧି ହୋଇ ଗଲା ଏବଂ ମୋର ତୁଚ୍ଛ ଅହଂକାରକୁ ଧିକ୍କାର କରି କହିଲା ଏ ଶୁଣ, ତୁ ଏଡେ ନିର୍ଲଜ , ଦେଖ ! ତୋର ସବୁ ଗର୍ବ ଦମ୍ଭ ମୋହକୁ ମୁଁ ଭିଟାମାଟି ଶକ୍ତିରେ ବାନ୍ଧିଛି । ମୁଁ ଏକ ଛୋଟ ଜୀବ ଭିଟାମାଟିକୁ କାମୁଡି ପଡ଼ି ରହିଛି । କୌଣସି ପ୍ରଲୋଭନ ମୋତେ ଆକର୍ଷିତ
କରି ପାରିନି ତ ? ତୋ ଦେହରେ ଈଶ୍ଵର ବୁଦ୍ଧି ଜ୍ଞାନ
ବିବେକୁ ଖଞ୍ଜି ଦେଲେ , ହେଲେ ତୁ କ'ଣ ପାଳନକଲୁ ? ମୁଁ ଆଉ ସେ ର୍ଭତ୍ସନା ଶୁଣି ନପାରି ଦୁଇ କାନଚାପି, ହାରି ଯାଇ ଥିବା ମଣିଷ ପରି ମୁଣ୍ଡ ତଳକୁ ନୁଆଇଁ ଚାଲି ଆସିଲା ବେଳେ ବାପା ବୋଉଙ୍କ ଫଟୋ ଉପରେ ନଜର ପଡିଲା । ଫଟୋର ଗୋଟିଏ କୀଳା ଉଠି ଯିବାରୁ ଅର୍ଦ୍ଧ ଝୁଲନ୍ତ ଅବସ୍ଥାରେ ଥାଏ ।
ବାପାଙ୍କ ମୁହଁରେ ସେଇ ଶାସନ ଦୃଷ୍ଟି ଓ ବୋଉର ସ୍ନେହପୂର୍ଣ୍ଣ ହସ ।ଏବେ ବି ଯେମିତି କାଲି ଭଳି ଲାଗୁ ଥାଏ ।ବାପା ବେତ ଖଣ୍ଡେ ଧରି ମୋତେ କାନଧରି ବସ ଉଠ କଲା ବେଳେ , ବୋଉ କୁହେ , ଆଉ କେତେ ଦଣ୍ଡ ଦେବ, ପିଲାଟା ମୋର ଝାଉଁଳି ପଡ଼ିଲାଣି।ବାପା ବିରକ୍ତ ହୋଇ ଜୋର୍ ପାଟିରେ କହିଲେ ଲକ୍ଷ୍ମୀ ତୁମେ ଚୁପ୍ ରୁହ । ତାକୁ ଏମିତି ଶାସ୍ତି ଦେବି ରାତି ଦିନ
ଡେଇଁବା ଛାଡି ଯିବ ।ବୋଉ ରାଗିକି କହିଲା ତୁମେ ବାପା ନା କାଳ ଶତୃସେ ପରା ଆମରି ପିଲା ।ବାପା ହିତୋପଦେଶ ଦେଇ କହିଲେ ।ପୁଅ ଯେବେ ଶିକ୍ଷିତ ଧନ କାହିଁକି ସଞ୍ଚୁପୁଅ ଯେବେ ମୁର୍ଖ ଧନ କାହିଁକି ସଞ୍ଚୁ ।କ'ଣ ହେବ' ଏ ମୋର ଧନ ସଂପତ୍ତି । ଏ କୁଳାଙ୍ଗାରଗୋଟିଏ ଭଲ ମଣିଷ ହେବ ଏଇ ମୋର ଶେଷ
ଇଚ୍ଛା। ତାପରେ ଶାନ୍ତିରେ ଆଖି ବୁଜିବି ।ଅଧା କଥାରେ ବୋଉ ବାଧା ଦେଇ କହିଲା ହଇ ହୋତୁମ ତୁଣ୍ଡକୁ କ'ଣ ଭଲ କଥା ଜୁଟୁନି ସବୁବେଳେନିଆଁ ଗିଳା କଥା ମୁହଁରେ ଧରୁଛ ।ଏମିତି ଭାବୁ ଭାବୁ ମୋ ଗୋଡ଼କୁ ଗୋଟେ ପିପୀଲିକା କାମୁଡି ଦେଲା । ମୋ ଦକ୍ଷିଣ ଗୋଡ଼ ଭାରସ୍ୟାମହରାଇ ସିଧା ଯାଇ ମୋର ବେଡ଼ ରୁମ୍ ରେ ପଡ଼ିଲା ।ଆଖି ଆଗରେ ନାଚି ଉଠିଲା ମୋର ସ୍କୁଲ କଲେଜ ବେଳର କିଛି ଅଭୂଲା ସ୍ମୃତି , ଚହଲି ଉଠିଲା ଜୀବନ
ତରଙ୍ଗ କିଛି କ୍ଷଣ ପାଇଁ ଭାସି ଗଲି ଯେମିତି ମିଠା ମିଠା
ସ୍ବପ୍ନରେ । ଅତୀତ ପୃଷ୍ଠା ଯେମିତି ଲୋଟଣି ପାରା ପରି ଦୋଳିବାକୁ ଲାଗିଲେ । ଠିକ୍ ସେମିତି ଭିଟାମାଟିରେ ପାଦ ଦେଇ ପ୍ରତି ସେକେଣ୍ଡ ମୋତେ ଚକିତ କରୁଥାଏ ।ଏବେ ବି ସତେ ଯେମିତି ଜୀବନର ସ୍ମୃତି ଗୁଚ୍ଛ ସବୁଜ ସତେଜ ମନେ ହେଉ ଥାଏ ।ହୃଦୟ ମୋର ଆବେଗପୂର୍ଣ୍ଣ ହୋଇ ଉଠିଲା । ଉଇପୋକ ଖିଆ ମୋର ଶୋଇବା ଖଟରେ ମୁଁ ବସି
ପଡିଲି । ମୋର ପଢ଼ିବା ଟେବୁଲ୍ ରେ ଯେବେ ହାତ
ମାରିଲି , ଆଖିରୁ ଦୁଇ ଟୋପା ଅଶ୍ରୁ ଭିଟାମାଟି କୁ
ସ୍ପର୍ଶ କଲା । ସେତ ମୋର ସାକ୍ଷୀ ! ଏଇ ଟେବୁଲ୍
ଉପରେ ଯେତିକି ବିଦ୍ୟା ଅଧ୍ୟୟନ କରିଛି ସେତିକି ଗଳ୍ପ କବିତା ଲେଖିଛି । ମୋର ପ୍ରେରଣା ଦାୟିନୀ ଗୀତା ମୋ ମନର ସାଥୀ ଥିଲା ।ପ୍ରତି ମୁହୂର୍ତ୍ତରେ ପ୍ରତି ଶଦ୍ଦରେ ମୁଁ ତାକୁ ପାଇଛି ।ସେ ତ ମୋର ପ୍ରେମର ଉର୍ମିମାଳା ନିଛକ ପ୍ରୀତି ଶଦ୍ଦକୋଷର ଅଭୂଲା ସ୍ମୃତିପଟ,ଅସରନ୍ତି ସ୍ନେହର ଭଣ୍ଡାର ଥିଲା । ମୋର ଶେଷ
ନିଦ୍ରା ପର୍ଯ୍ୟନ୍ତ ଛାଇ ପରି ଥିବ ।ଏ ଜୀବନ ଜୁଇ ଜଳୁ ଥିବା ଅନଳର ଶିଖାକୁ ଚାହିଁ କ୍ରନ୍ଦନର ଦୀର୍ଘ କୋହକୁ ଚାପି କହିବ ବନ୍ଧୁ ଏଇ ଆମର ନିବିଡ ବନ୍ଧନ ଏତେ ପବିତ୍ର ଯେ ଆଗାମୀ
ଜନ୍ମରେ ମଧ୍ୟ ସବୁଜ ସଂକେତ ଦେଉ ଥିବ । ଭାଗ୍ୟ ବିଡମ୍ବନା ଯୋଗୁଁ ସିନା ଆମର ପ୍ରେମ ସଫଳ ହୋଇପାରିଲାନି ,ଭୂଲି ତ ଯାଇନି ।ମୁଁ ଆଉ ଆଗକୁ ଭାବି ପାରିଲିନି ।ମନ ମୋର କଇଁ କଇଁ ହୋଇ କାନ୍ଦି ଉଠିଲା ।ନିଜକୁ ଧିକ୍କାର କରି କହୁ ଥାଏ ପାଇଲି କ'ଣ ଗୀତାର ପବିତ୍ର ପ୍ରେମ ପାଖରେ ମୁଁ ହାରି ଗଲି
ସହରି ବାବୁ ହୋଇ ଆଧୁନିକ ଝିଅକୁ ବାହାହୋଇ କେତେ ବଡ଼ ଭୂଲ କରିଛି ଆଜି ଅନୁତାପ କରୁଛି ସେ' ଗାଁ ରେ ପୁଅ ବୋଲି 'ମୋତେ ଛାଡ଼ି ଚାଲି ଗଲା ।ଗୀତା ମୋ ଭିତରେ ଥିବା ସଂପର୍କକୁ ପ୍ରାୟେଏଠି ସମସ୍ତେ ଜାଣନ୍ତି । ହେଲେ ବିଧାତା ଏମିତି ଖେଳ ଖେଳିବେ ବୋଲି ଭାବି ତ ନଥିଲି ।ଭଗବାନଙ୍କର
କ'ଣ ଉଦ୍ଦେଶ୍ୟ ଭାବି ପାରୁନି ।ଟଙ୍କା ପଇସା ରୋଜଗାର କରିବା ଲୋଭ ଲାଳସା ଏମିତି ବଢ଼ି ଗଲା ଯେ , ମୁଁ ଆଖି ଥାଇ ଅନ୍ଧ ପାଲଟି ଗଲି । ସେ ଅନ୍ଧାରରେ ଯେମିତି ସମସ୍ତଙ୍କ
ସ୍ନେହ ପ୍ରେମ ଲିଭି ଗଲା ।କିଛି କ୍ଷଣ ପରେ ମନେ ହେଲା , କିଏ ଯେମିତି ଡାକୁଛି । ବାଡି କବାଟ ଖୋଲି ଦେଖେ ଅଧା ଭଙ୍ଗା
ଝୁଲନ୍ତ ଅବସ୍ଥାରେ ଅଛି । ପଡିଶା ଘର କାନ୍ଦୁରୀ ମାଉସୀ ଏବେ ବି ନଇଁ ନଇଁ ଚାଲୁଛି ।ପାକୁଆ ପାଟିରେ ଖନେଇ ଖନେଇ କହିଲା ପୁଅଏବେ ଆସିଲୁ , ଆଉ କ'ଣ ଦେଖିବୁ ବୋଲି ଆସିଲୁ ।ବାପା ବୋଉ ଅକାଳରେ ଚାଲି ଗଲେ ' ଘରକୁ ତ ଦେଖୁଛୁ ? ମୁଁ କହିଲି" ମାଉସୀ ମୁଁ ଆଉ ସହର ଯିବି ନାହିଁ । ଏଇ ଭିଟାମାଟିକୁ ନେଇ ରହିବି ।ଏତିକି କହି ମାଉସୀଠୁ ବିଦାୟ ନେଲି ।
କରୋନା ଭୟରେ ସହର ଜଳୁଛି । ମୋର ଏଇ ବାକି ଜୀବନଟା, ଗାଁ ଭିଟାମାଟି ରେ କଟି ଯାଉ ।ମୋ ଜନ୍ମ ମାଟି ପାଇଁ ମୋର ତୁଚ୍ଛ ଜୀବନ ଉତ୍ସର୍ଗ କରିବି । ଏତିକି ଭାବି ସହରି ପୋଷାକ ଖୋଲି ଗାମୁଛାକୁ ଅଣ୍ଟାରେ ଭିଡ଼ି ଡାକ ଦେଲି ଆସରେ ଆସରେ ମୋ ଗାଁ ର ଭାଇ ମିଶାଅ ମୋ ସଙ୍ଗେ ହାତ
ଆଉ ନୁହେଁ ମୁହିଁ ସହରି ବାବୁ ରେମୁଁ ତୁମ ପରାଣ ମିତ ।
କରି ଯିବା ଆମେ ଗ୍ରାମର ଉନ୍ନତ ସହରଠୁ ଯିବ ବଳି
ମନକୁ ବାନ୍ଧିବା ଏକ ପ୍ରାଣ ପରି କରିବାନି କେବେ କଳି ।