The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Jayashree Maharana

Tragedy Others

3  

Jayashree Maharana

Tragedy Others

ଭିଟାମାଟି

ଭିଟାମାଟି

4 mins
168



  କେତକୀ ଚୁଲି ମୁଣ୍ଡରେ ବସି ବସି ଟିକିଏ ସପନ ରାଇଜରେ ବୁଡି ଯାଇଥିଲା ।ଭାତହାଣ୍ଡିରୁ ପେଜ ଉତୁରି

ଚୁଲିଟା ଲିଭିଗଲାଣି ତଥାପି ସେ ଆଡକୁ ନିଘା ନାହିଁ ।

କାଲିପରି ଲାଗୁଛି ବାପାବୋଉ କୋଳରେ କେତକୀ ଏଇ ଷ୍ଟେସନ୍ ପାଖ ବସ୍ତିରେ ହସି ଖେଳି ଜୀବନ ବିତାଇଛି ।ବୋଉ ତା'ର ବାବୁମାନଙ୍କ ଘରେ ପାଇଟି କରି ଦି ପଇସା ଆଣେ ସେଥିରେ ଘର ଚଳେ ।ବାପା କଥା ନକହିବା ଭଲ ।ଦିନଯାକ ରିକ୍ସା ଟାଣି ଯାହା ଆଣେ ସେତକ ତାହାର ମଦପାଣିକୁ ସମାନ ।ଏଥିପାଇଁ ବୋଉ ଆଉ ବାପା ଭିତରେ କେତେ ଝଗଡା ଲାଗିଛି।କେତକୀ ଖାଲି ଦେଖଣାହାରୀ ସାଜିଛି ।ବାପାର ଅସଭ୍ୟ ଗାଳି ଆଉ ବୋଉର ବାହୁନି ବାହୁନି କାନ୍ଦ ଶୁଣିଛି ।ରାତି ପାହିଗଲେ ସବୁ ଠିକ ।ବୋଉ ଚାଲିଯାଏ 

ତା' କାମରେ ଆଉ ବାପା ତା' କାମରେ।ଦିନସାରା କେତକୀ ଏଇ ଷ୍ଟେସନ ପାଖରେ ବୁଲି ବୁଲି ସମୟ କାଟେ ।ରାତିର ପଖାଳ ଭାତକୁ ଲୁଣ ମରିଚ ଖାଇଦେଇ ଶାନ୍ତି ପାଇଯାଏ ।ବାପା ମଦ ପିଇ ପିଇ ରୋଗରେ ଆରପାରିକୁ ଚାଲିଗଲା ।ବୋଉ ବି ବାପାକୁ ଝୁରି ଝୁରି ଅଳ୍ପ ଦିନରେ ରୋଗିଣା ହୋଇଗଲା ।ସବୁଦିନ ଗାଳି କରୁଥିବା ବୋଉ ,ବାପାକୁ ଏତେ ଭଲ ପାଉଥିଲା ଜାଣି କେତକୀ ଆଶ୍ଚର୍ଯ୍ୟ ହୋଇପଡୁଥିଲା ।ବୋଉର ଦେହ ଖରାପ ପରେ ବୋଉର କାମକୁ ଆଦରି ନେଇଛି ଏଇ କେତକୀ ।ବସ୍ତିଠାରୁ କିଛି ଦୂରରେ ଥିବା ସରକାରୀ ବାବୁମାନଙ୍କ ଏକ କଲୋନୀରେ ସକାଳେ ଓ ସଞ୍ଜରେ କାମ କରେ ।ବାବୁଆଣୀ ଦୟା ଦେଖାଇ ରାତିର ବଳକା ଖାଦ୍ୟ ଦେଇଦିଅନ୍ତି ସେତକ ଖୁସିରେ ବୋହିଆଣେ କେତକୀ ।କେବେ କେବେ ପୁରୁଣା ଲୁଗା କେଇଖଣ୍ଡ ବି ମିଳିଯାଏ ।ବିବାହ ବ୍ରତ ହେଲେ ବାବୁଆଣୀ ନୂଆ ଲୁଗା ଖଣ୍ଡେ ଦିଅନ୍ତି ସେଥିରେ ବର୍ଷସାରା ଚାଲିଯାଏ ।ଦିନରେ ସୁରୁଜ ରାତିରେ ଜହ୍ନର କିଛି ବୁନ୍ଦା ଆଲୁଅ ବିଛେଇ ପଡୁଥିବା ଝାଟିମାଟିର ଏଇ ଭିଟାମାଟିରେ କି ଶାନ୍ତି !


  ହଟାତ କୁଳିଆର କ୍ଷୀଣ ଡାକରେ କେତକୀର ସପନ ଭାଙ୍ଗିଗଲା ।ତରତର ହୋଇ ଚୁଲିଟା ଜାଳି ଦୌଡ଼ିଗଲା 

କୁଳିଆ ପାଖକୁ ।କହିପକାଇଲା ,ହଁ ମୁଁ ଜାଣେ ତୋର ଓଷଦ ଖିଆ ବେଳ ହେଇଗଲାଣି ।କଣ କରିବି କହିଲୁ ବାବୁଘରେ କୁଣିଆ ଆସିବେ ବୋଲି ଧୁଆଧୋଇ ,ସଫାସଫି ଟିକେ ଅଧିକ ଥିଲା ।ଆସୁ ଆସୁ ଡେରି ହୋଇଗଲା ।ଭାତ ବସେଇ ସେଥିରେ ଆଳୁ ପକେଇଦେଇଛି ।ଭାତ ଟା ଫୁଟିଗଲେ ତୋତେ ଖାଇବାକୁ ଦେଇ, ଓଷଦ ଖୁଆଇ ମୁଁ ଆଜି ମିଟିଙ୍ଗିକୁ ଯିବି ।କାଲି ସେ ଅରକ୍ଷିତ ବାବୁ ବା ଯୋଉ ମନ୍ତ୍ରୀଙ୍କ ପାଖଲୋକଟା, ଯିଏ ଭୋଟ ବେଳେ ଆସି ମନ୍ତ୍ରୀଙ୍କ ପାଇଁ ଭୋଟ ମାଗିଥିଲେ ,ସେ କଣ ଗୋଟେ କାଗଜ ଦେଇଛନ୍ତି ।କହୁଥିଲେ ଏଣିକି ତୁମ ବସ୍ତିଲୋକଙ୍କର 

ଭାଗ୍ୟ ବଦଳିଯିବ ।କୁଳିଆ କ୍ଷୀଣ କଣ୍ଠରେ କଣ କହୁଥିଲା କେଜାଣି ସ୍ପଷ୍ଟ ଶୁଭୁନଥିଲା।


   କୁଳିଆ ତ ହିଁ କେତକୀର ସବୁଠାରୁ ନିଜ ମଣିଷ ।ବାପା ବୋଉ ଚାଲିଗଲା ପୂର୍ବରୁ ଏଇ କୁଳିଆ ସହ ହାତକୁ ହାତ ଛନ୍ଦି ଦେଇଥିଲେ ।ଅନାଥ ଥିଲା କୁଳିଆ ।ଷ୍ଟେସନ୍ ରେ କୁଲିକାମ କରି ଯାହା ଦିପାଇସା ପାଉଥିଲା ଖାଇଦେଇ ଷ୍ଟେସନ ରେ ରାତିଟା କାଟିଦେଉଥିଲା ।ବାପା ଯୋଉଦିନ କୁଳିଆକୁ ଘରକୁ ଡାକିଆଣିଥିଲା ବୋଉର ସେଦିନ ରାଗ ବଢିଯାଇଥିଲା ।ବାପା ତାକୁ ବୁଝାଇବା ପରେ ସେ ବି କୁଳିଆକୁ ଆପଣାର କରିନେଲା ।ଭଲ ପିଲାଟି କୁଲି କାମ କରି ଟଙ୍କା ଆଣିବ ।ମଦପାଣି କରୁନି ।ଆମ କେତକୀ ପାଇଁ ଏହାଠାରୁ ଭଲ ବର କଣ ମିଳିବେ ।ସେଦିନ ବାପାବୋଉଙ୍କ ଏଇ କଥାବାର୍ତ୍ତା କାହିଁକି କେଜାଣି କେତକୀ ମନରେ ଏକ ଅଜଣା ଆବେଗ ସୃଷ୍ଟି କରିଥିଲା ।କୁଳିଆକୁ ନେଇ ଅନେକ ସ୍ୱପ୍ନ ବୁଣିଥିଲା ।କୁଳିଆ ମଧ୍ୟ କେତକୀକୁ ଦେଖି ମୁରୁକି ମୁରୁକି ହସୁଥିଲା ।ଏଣିକି ଏଇ ଭିଟାମାଟି ଖଣ୍ଡକ କୁଳିଆର ଆଶ୍ରୟ ସ୍ଥାନ ପାଲଟି ଯାଇଥିଲା ।ବାପାବୋଉ ପାଖ ମନ୍ଦିରରେ କୁଳିଆ ସହ ତା'ର ବାହାଘର କରେଇଥିଲେ ।ବସ୍ତିରଲୋକମାନଙ୍କୁ ଭାତ,ତରକାରୀ ,ଖଟା ଭୋଜି ଦେଇଥିଲେ ।ସମସ୍ତେ ଖୁସିମନରେ ପେଟେ ପେଟେ ଖାଇ ଦୁହିଁଙ୍କୁ ଆଶୀର୍ବାଦ ଦେଇଥିଲେ ।


ବୋଉ ତା'ର ସଞ୍ଚିତ ଟଙ୍କାରେ କେତକୀ ପାଇଁ ସୁନା କାନଫୁଲ ସାଙ୍ଗକୁ ପାଉଁଜି ହଳଟେ ବଣିଆ ପାଖରୁ 

ବନେଇ ଆଣିଥିଲା ।କୁଳିଆ ବି କୋଉ କମ ନଥିଲା ।କେତକୀକୁ ନିଜର କରିବାର ଆଶା ଯୋଉଦିନଠୁ ଦେଖିଚି ନିଜ ଝାଳବୁହା ଟଙ୍କା ରୁ କିଛି କିଛି ସାଇତିକେତକୀପାଇଁ ମଙ୍ଗଳ ସୂତ୍ରଟିଏ ବନେଇଥିଲା 

।ସେସବୁ ଅଳଙ୍କାର ପିନ୍ଧି କେତକୀ ସତରେ ବହୁତ ସୁନ୍ଦର ଦିଶୁଥିଲା ।ତାକୁ ଦେଖିଦେଇ ବାପାବୋଉର ପେଟ ପୁରିଯାଉଥିଲା ।


     ବାହାଘର ଚତୁର୍ଥୀଦିନ ବାପା ବୋଉ ବାହାନା ଦେଖାଇ ପାଖ ମନ୍ଦିରରେ ରାତି କାଟିଥିଲେ ।କେତକୀର ଶୁଖିଲା ମୁହଁ ଦେଖି କୁଳିଆ କଥା ଦେଇଥିଲା ,ତୁ ବ୍ୟସ୍ତ ହୁଅନା କେତ ।ମୁଁ ଆହୁରି ପରିଶ୍ରମ କରିବି ଆଉ ସୁନ୍ଦର ଘରଟିଏ କରିବି ।ଆଉ କିଛି ଅସୁବିଧା ହେବନି ।ଏଇ ପଦକ କଥାରେ କେତକୀ କୋଟିନିଧି ପାଇଗଲା ଯେମିତି ।କୁଳିଆର ଛାତିରେ ମୁଣ୍ଡରଖି ଦୁହେଁ କିଛିକ୍ଷଣ ପାଇଁ ପ୍ରେମର ଦୁନିଆରେ ହଜିଯାଇଥିଲେ ।ଆଉ ତାଙ୍କ ପ୍ରେମ ଦେଖି ସେ ଅଲାଜୁକ ଜହ୍ନ ଟା ମୁରୁକି ମୁରୁକି ହସୁଥିଲା ।


   କୁଳିଆ ସତକୁ ସତ ପ୍ରତି ସଞ୍ଜରେ କେତକୀ ହାତରେ ଟଙ୍କା ଧରାଇ କହୁଥିଲା,"ଘର ଖର୍ଚ୍ଚ ବାଦ ଟଙ୍କା ସବୁ ସାଇତି ରଖିବୁ ଆମେ ଘର ବନେଇବା ।"ସେତେବେଳେ କେତକୀ ଖୁସିରେ ଆତ୍ମହରା ହୋଇଉଠୁଥିଲା ।ବାପାଆରପାରିକୁ ଚାଲିଗଲା ପରେ ବୋଉ ଦେହ ଖରାପ ହୋଇଗଲା । କେତକୀ ଯେତେବେଳେ ବାବୁଆଣୀଘରେ କାମ କରିବାକୁ ବାହାରିଲା କୁଳିଆ ତାକୁ ବାରଣ କରିଥିଲା ।କେତକୀ କିନ୍ତୁ ବୁଝାଇଥିଲା ,ତୁମେ ଏକା ଖଟିବ କେତେ 

ମୁଁ ଦିପାଇସା ମିଶେଇଦେଲେ ଆମର ଘର ଶୀଘ୍ର ହେଇଯିବ ।ତାପରେ ମୁଁ ଆଉ କାମକୁ ଯିବିନାହିଁ ।ମାଲିକିଆଣୀ ପରି ଆମ ଘରେ ବସିରହିବି । କୁଳିଆକୁମନେଇବାରେ କେତକୀ ସଫଳ ହୋଇଥିଲା ।ହସଖୁସିରେ ତାଙ୍କ ସଂସାର ଚାଲିଥିଲା।


  ଯୋଉଦିନ ଅଧିକ ଓଜନ ଜିନିଷ ବୋହିନେବା ସମୟ ରେ ହଟାତ  ଆଗପଟୁ ଆସୁଥିବା ଟ୍ରକ ଧକ୍କାରେ କୁଳିଆର ଗୋଡ଼ ଦୁଇଟି ଅକାମି ହୋଇଗଲାସେଦିନଠାରୁ କେତକୀର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା ।ସଞ୍ଚିତ ଟଙ୍କା ସହ ସୁନା ଅଳଙ୍କାର ବିକି ମଧ୍ୟ ସେ କୁଳିଆକୁ ଠିକ କରିପାରିଲା ନାହିଁ।ଦଇବ 

ଆଗରେ କାହାର ବା ଜୁ ଅଛି ।ସେଦିନଠୁ ଏଇ ଘରର ଅଧାଭଙ୍ଗା ଖଟ ଟା ହିଁ କୁଳିଆର ସବୁକିଛି ।ଆଉ କେତକୀ ବି ସପନ ଦେଖିବା ଭୁଲିଯାଇଛି ।


   ଭାତ ଟା ନିଗାଡି ଆଳୁରେ ଲୁଣ ଲଙ୍କା ଟିକେ ମନ୍ଥି ଦେଉ ଦେଉ ବାହାରେ ରାମୁ ବୋଉର ପାଟି ଶୁଭିଲା ।ଆଲୋ ଏ କେତକୀ ଜଲଦି ବାହାରେ ଲୋ ବେଳ ଉଛୁର ହେଲାଣି ,ବାବୁପରା 10ଟା ରେ ମିଟିଙ୍ଗି ବୋଲି କହିଥିଲେ ।


କେତକୀ କୁଳିଆକୁ ଖାଇବାକୁଦେଇ ପାଖରେ ହାତ ଧୋଇବା ପାଇଁ କଂସା,ଓଷଦ,ପିଇବା ପାଇଁ ପାଣି ଥୋଇଦେଇ ନିଜ ଅଲରା କେଶକୁ ସଜାଡି କହିଲା,ତୁମେ ଥାଅ ,ମୁଁ ଆସିଲେ ଖାଇବି ।ବାବୁ କହୁଥିଲେ କଣ ଆମ ପାଇଁ ସୁଖର ଦିନ ଆସୁଛି ,ବେଳ ହେଲାଣି ।


 ଗଲାବେଳକୁ ମନ୍ତ୍ରୀ ଆସିସାରିଥିଲେ ।ମନ୍ତ୍ରୀଙ୍କ ତରଫରୁ ଅରକ୍ଷିତ ବାବୁ କହୁଥିଲେ,ତୁମ ମାନଙ୍କସୁଖଦିନ ଆସିଗଲା ।ତୁମକୁ ଆଉ ବସ୍ତିରେ ରହିବାକୁପଡିବ ନାହିଁ ।ସରକାରଙ୍କ ତରଫରୁ ତୁମ୍ଭମାନଙ୍କ ପାଇଁ ଏଠାରୁ ୯କି.ମିଦୂରରେ ସରକାର ପକ୍କାଘର ବନେଇଛନ୍ତି।ସେଠାରେ ତୁମେ ମାନେ ଆନନ୍ଦରେ ରହିବ ।ଆଗାମୀ ନିର୍ବାଚନ ରେ ସାରଙ୍କୁ ଜିତାଇଲେ ସେ ତୁମ ପାଇଁ ଆହୁରି ଅନେକ ବ୍ୟବସ୍ଥା କରିଦେବେ।ସରକାର ଆମ ରାଜ୍ୟକୁ ବସ୍ତି ଶୂନ୍ୟ କରି ତୁମ ମାନଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରୁଛନ୍ତି ।


ଖୁସିରେ ଲୋକମାନେ ତାଳି ମାରି ନାଚୁଥିବା ସମୟରେ କେତକୀ କିନ୍ତୁ ଖୁସି ହେଇପାରୁନଥିଲା ।ବହୁଦିନର ସପନ ପୂରଣ ହେବା କଥା ଜାଣିବି

ତା'ର ସୁଖଦୁଃଖ, ହସ କାନ୍ଦ ସହ ଜଡିତ ଭିଟାମାଟିକୁ

ଛାଡି ଯିବାର ଦୁଃଖ ସେ ଅନୁଭବ କରୁଥିଲା ।ତା'ଅଜାଣତରେ ଆଖିରୁ ଦୁଇଧାର ଲୁହ ଖସି ଆସୁଥିଲା।ବାପାବୋଉଙ୍କର ମୁହଁ ଆଖିଆଗରେ ନାଚିଯାଉଥିଲା ।ଭିଟାମାଟିର ଶାନ୍ତି ସରକାର ପ୍ରଦତ୍ତ ପକ୍କାଘର କଣ ମିଳିପାରିବ ?ତାହା ମନେ ମନେ କଳନା କରୁଥିଲା କେତକୀ ।କେତେ କେତେ ସ୍ମୃତି ଏଇ ଘର ସହ ଜଡିତ ।କେତେ ଉତ୍ଥାନ ପତ୍ତନ ଦେଇ ତା'ଜୀବନ ଗତି କରିଛି ସେ ସବୁର ମୁକ ସାକ୍ଷୀ ଏଇ ଭିଟାମାଟି ।ପକ୍କା ଘର ହୁଏତ ବରଷା ଦିନର ଅସୁବିଧାରୁ ମୁକତି ଦେଇଦେବ କିନ୍ତୁ ଜୀବନ ସହ ଜଡିତ ସ୍ବର୍ଗୀୟ ସୁଖ ଦେଇ ନ ପାରେ ।ଏତେ ଦୂରରୁ କାମ କରିବାକୁ ଆସିବା ବି ଖରଚ ବଢିଯିବ ,ସେ ଅଂଚଳରେ ନୂଆ କାମ ଦେଖିବାକୁ ପଡିବ ।ତଥାପି ସରକାରୀ ଆଦେଶ ଆଗରେ ସିଏ ବି ନଛୋଡ ବନ୍ଧା ।ତାକୁ ତାହାର ପ୍ରିୟ ଭିଟାମାଟି ଛାଡିବାକୁ ହିଁ ହେବ ।ଭିଟାମାଟିର ମୋହକୁ ଛାତିତଳେ କବର ଦେବାକୁ ହେବ ।


Rate this content
Log in

More oriya story from Jayashree Maharana

Similar oriya story from Tragedy