STORYMIRROR

Bidyadhar Dalabehera

Abstract

2  

Bidyadhar Dalabehera

Abstract

ଭିଜା ପଞ୍ଚକ

ଭିଜା ପଞ୍ଚକ

1 min
594

କେତେ ସୁନ୍ଦର କେତେ ସମୃଦ୍ଧ ଆମର ପରମ୍ପରା . ସେ ଆଧ୍ୟାତ୍ମିକତା ହେଉ କିମ୍ବା ବୈଜ୍ଞାନିକ ଦୃଷ୍ଟିକୋଣରୁ ବେଶ ସ୍ୱାସ୍ଥ୍ୟପ୍ରଦ. ବର୍ଷାର ପ୍ରକୋପର ଶେଷ ପରେ ଶୀତ ୠତୁ ର ଅୟମାରମ୍ଭ ହୁଏ. ଏହି ସମୟରେ ସାଧରଣତଃ ମାଛ ମାନଙ୍କ ପାଖରେ ଏକ ପ୍ରକାର କ୍ୟାନ୍ସର ରୋଗ ସୃଷ୍ଟି ହୋଇଥାଏ. ସେଥିପାଇଁ ଆମର ପୂର୍ବ ପୁରୁଷ ମାନେ ଏକ ଆଧ୍ୟାତ୍ମିକତାର ସଂଯୋଗ କରି କାର୍ତ୍ତିକ ମାସ ତଥା ବିଶେଷ କରି ପଞ୍ଚକ ଆମିଷ ଖାଇବା ନିଷେଧ କରିଛନ୍ତି.

ଶୀତ ଆରମ୍ଭ ହେତୁ ଆମ ଶରୀରରେ ସ୍ବେଦ ନିର୍ଗମନ ହିଏନା ଯାହାଫଳରେ ଭିତରେ ଏସବୁ ଜମା ହୋଇ ଆଗକୁ ଶରୀର ଉପରେ କୁପ୍ରଭାବ ପକାଇ ଥାଏ. ବ୍ରହ୍ମ ମୁହୂର୍ତ ରୁ ଉଠି ସ୍ନାନ ଶୌଚ ସାରି ମନ୍ଦିର ଯିବା ଦ୍ୱାରା ଶରୀରିକ ପରିଶ୍ରମ ସହ ସକାଳର ହିମାଭିଜା ପରିବେଶ ମାନଶିକ ସ୍ତରରେ ପ୍ରଭାବ ପକାଇଥାଏ.

ଶୀତ ଋତୁ ଆରମ୍ଭ ଫଳରେ ତରୁ ଲତା ମାନେ ପତ୍ରଝଡ଼ା ଦେବା ଆରମ୍ଭ କରିଦିଅନ୍ତି ତେଣୁ ମନ୍ଦିର ପରିବେଶ ମଇଳା ହୁଏ . ବେଢା ପରିକ୍ରମା ଓ ସଫେଇ କରବା ମାନସିକ କରି ସ୍ୱଚ୍ଛତା ବଜାୟ ରଖିକରିବା ଏହାର ଲକ୍ଷ୍ୟ ହେଇପାରେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract