STORYMIRROR

Bidyadhar Dalabehera

Classics

3  

Bidyadhar Dalabehera

Classics

ଭିନ୍ନ ଏକ ସମ୍ପର୍କ

ଭିନ୍ନ ଏକ ସମ୍ପର୍କ

2 mins
681

ସମ୍ପର୍କ ଏମିତିକା ଶବ୍ଦ ଯାହା ପରକୁ ଆପଣାର କରିଦିଏ

ଏକଦା ଜଙ୍ଗଲି ମଣିଷ ଜଣେ ସାଥିରେ ପରିବାର ନେଇ ଜଙ୍ଗଲରେ ବାସ କରୁଥାନ୍ତି . ସଦା ସର୍ବଦା ବିଭିନ୍ନ ବନ୍ୟଜନ୍ତୁ ମାନଙ୍କ ଦେଖୁଥାଏ. ଦିନକର କଥା ଜଙ୍ଗଲ ମଧ୍ୟକୁ କାଠ ସଂଗ୍ରହ ପାଇଁ ଗଲାବେଳେ ଦେଖିଲା ଏକ ହାତୀ ଛୁଆ ବଡ ଖାଲରେ ପଡିଯାଇଛି. ଚାରି ପାଞ୍ଚଟି ହାତୀ ଚେଷ୍ଟା କରୁଛନ୍ତି କିନ୍ତୁ ତାକୁ ଉଦ୍ଧାର କରିପାରୁନାହାନ୍ତି. ମଣିଷ ଦେଖିବା ମାତ୍ରେ ସେମାନେ ପ୍ରଚଣ୍ଡ ଭାବେ ଗର୍ଜନ କରିବାକୁ ଲାଗିଲେ ଭୟରେ ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କଲା. କିନ୍ତୁ ଛୁଆ ହାତଟିର କରୁଣ ଚାହାଣି ତାକୁ ବ୍ୟଥିତ କଲା . ଅନ୍ୟ ଉପାୟ ନପାଇ ବାଉଁଶ ଚାରି ଛ ଟି ଆଣି ଗର୍ତ୍ତ ମଧ୍ୟକୁ ପକାଇ ଦେଲା. ଏବଂ ସେଠାରୁ ଚାଲିଆସିଲା.

କିଛି ଦିନ ପରେ ସକାଳୁ ଉଠି ଦେଖେତ ତ ଘର ଆଗରେ ବହୁତ ଦାମୀ କାଠ ଏବଂ ଧାନ ଗଦା ହେଇଛି. ଏହା କିଛି ବୁଝିବା ପୂର୍ବରୁ ଫୋରେଷ୍ଟ ଵାଲା ତାକୁ ବାନ୍ଧି ନେଇଗଲେ.

ସେଇଥି ପାଇଁ ସ୍ତ୍ରୀ କାଂଦିବକୁ ଲାଗିଲା. ସେଇଦିନ ରାତିରେ ଦଶ ବାରଟା ହାତୀ ଫରେଷ୍ଟ ଅଫିସ ଉପରେ ଆକ୍ରମଣ କଲେ. ଏହା ଦେଖି ଜଙ୍ଗଲ ବିଭାଗ ଆଶ୍ଚର୍ଯ୍ୟ ହେଇଗଲେ . ବନ୍ଦୀ ଥିବା ଲୋକଟି ଠିକ ବୁଝିପାରି ସେମାଙ୍କୁ ସବୁକଥା କହିଲା. କିନ୍ତୁ ଏହା ସବୁ ମିଛ କହି ଛାଡିଲେ ନାହିଁ. ହାତୀମାନେ ଘର ଭାଙ୍ଗିବା ଆରମ୍ଭ କଲେ ଭୟରେ ତାକୁ ମୁକ୍ତ କରଦେଲେ. ଏଥର ହାତୀମାନେ ଶାନ୍ତ ହେଇ ବନବିଭାଗ ଜବତ କରିଥିବା କାଠ ଗୁଡିକୁ ପୁଣି ତା ଘର ପାଖକୁ ବୋହିନେଲେ. ଏହା ଦେଖି ବନ ବିଭାଗ କର୍ମଚାରୀ ମାନେ ଆଶ୍ଚର୍ଯ୍ୟ ହେଲେ ଏବଂ . ସମସ୍ତ କାଠ ବିକ୍ରି କରିବା ପାଇଁ ଅନୁମତି ଦେଲେ. ଏବଂ ତାକୁ ସେଇ ଜଙ୍ଗଲ ର ସୁରକ୍ଷା ଦାଇତ୍ୱ ଦେଲେ. ସେଇଦିନ ଠାରୁ କାଠ ମାଫିଆ ମାନେ ଜଙ୍ଗଲକୁ ପ୍ରବେଶ କରିବା ମାତ୍ରେ ହାତୀ ମାନେ ତାକୁ ମାରଦିଅନ୍ତି.ତେଣୁ ଭୟରେ କେହିବି ସେଇ ଜଙ୍ଗଲ କୁ ଆସୁ ଯାଆନ୍ତି ନାହିଁ.

ବାନବିଭାଗ ତାଙ୍କୁ ଭିନ୍ନ ଏକ ସମ୍ପର୍କ ର ଉପାଧି ଦେଇଛନ୍ତି .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics