STORYMIRROR

Bidyadhar Dalabehera

Romance Others

3  

Bidyadhar Dalabehera

Romance Others

ଆଈ

ଆଈ

1 min
636

ଏ ଖଣ୍ଡ ମଣ୍ଡଳରେ ଗଉରୀ ଆଈକୁ କିଏ ନ ଜାଣେ । ନିଜେ ସିନା ବାଲ୍ଯ ବିଧବା । ହେଲେ କୁକୁର ବିଲେଇ ଠୁ ଆରମ୍ଭ କରି ଗାଁର ସବୁ ଛୁଆ ତା'ରି ଦାଣ୍ଡ ପିଣ୍ଡାରେ । ସମସ୍ତଙ୍କୁ ନିଜର ଚିରା ପଣତ କାନିରେ ପୋଛି ଦେଇ ସୁନ୍ଦର ଗପ କହେ ।କାହା ବାପା ମା ଆକଟ କରି ପିଲାଙ୍କୁ ମାର ଧର କଲେ ତାଙ୍କ ସହ କଳି କରେ ପିଲାକୁ କୋଳେଇ ନେଇ ସ୍ନେହରେ ସାଉଳି ଦିଏ ।ରାମାୟଣ ମହାଭାରତ ସବୁ ଗପ ଆକାରେ ବୁଝାଇ କହେ । ବାପା ମା ଚଳନ୍ତି ଦେବତା । ତାଙ୍କ କଥା ମାନି ଚଳିଲେ ବଡ଼ ମଣିଷ ହେବ।


କାଲିଠୁ କାହିଁକି କେଜାଣି ଗଉରୀ ଆଈ ଘରୁ ବାହାରୁନି ଏ କଥା ପିଲାମାନେ ଶୁଣି ସମସ୍ତେ ସ୍କୁଲ ନଯାଇ ଆଈ ପାଖରେ ବସିଛନ୍ତି। ଗାଁ ଲୋକେ ଆସି ଦେଖିଲେ ଗଉରୀ ଜରରେ ଥରୁଛି ତୁରନ୍ତ ଡାକ୍ତର ଡକାଇ ଚିକିତ୍ସା ଆରମ୍ଭ କଲେ।ପିଲାମାନଙ୍କୁ କହିଲେ ଏଥର ସ୍କୁଲ ଯାଅ। ପିଲାମାନେ ଏକାସ୍ଵରରେ କହିଲେ ଆମ ଆଈ ଭଲ ନ ହେଲେ ଆମେ କେହି ଯିବୁନି । ଆଈ ତାର ଥର ଥର ଓଠରେ କହିଲା ତମେମାନେ ଯାଅ ଛୁଟି ହଲେ ସମସ୍ତେ ଆସିବ।ଆମେ ବସି ଗପ କରିବା। ଏତିକି ଶୁଣି ସବୁ ପିଲାଙ୍କ ମନରେ ଆନନ୍ଦ ଖେଳିଗଲା ଏବେ ସମସ୍ତେ ଦଉଡି ଚାଲିଲେ । ଏହା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହେଲେ କହିଲେ ଗଉରୀ ଆଈର କି ବାସ୍ଛଲ୍ଯ ପ୍ରେମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance