STORYMIRROR

Dr Jharana Satapathy

Inspirational

3  

Dr Jharana Satapathy

Inspirational

ଭାରତର ଗର୍ବ ଏବଂ ଗୌରବ

ଭାରତର ଗର୍ବ ଏବଂ ଗୌରବ

1 min
378

ଭାରତର କୋଣେ ଅନୁକୋଣରେ ଗାଁ ଗହଳିରେ ଥିବା ପିଲାମାନଙ୍କ ଠାରେ ଏତେ ଅନ୍ତର୍ନିହିତ କଳା ଏବଂ ସବୁ ପ୍ରତିଭା ଲୁକାୟିତ ଥାଏ ତାକୁ ବିକଶିତ କରିବାର ସୁଯୋଗ ହିଁ ପାଇ ନଥାନ୍ତି। ଥରେ ଯଦି ସେହି କଳାର ବିକଶିତ ପାଇଁ ସୁଯୋଗ ମିଳନ୍ତା ତାହାହେଲେ ସମସ୍ତେ ସେମାନଙ୍କର ପ୍ରତିଭା ବିଷୟରେ ଜାଣି ପାରିଥାନ୍ତେ ଏବଂ ଭବିଷ୍ୟତରେ ନିଶ୍ଚିତ ଭାବେ ଆମ ଭାରତ ପାଇଁ ଗର୍ବ ଏବଂ ଗୌରବ ଆଣିବାରେ ସହାୟକ ହେଵ ।


ସେମିତି ଏକ ବିକଶିତ କଳାର ପ୍ରତିଭାର ଅଧିକାରୀ ହେଉଛି ଜଗନ୍। ଜଗନ୍ ଜନ୍ମହୋଇଥିଲା ଏକ ଦୃଷ୍ଟିହିନ ଭାବେ। ସେ ଗରିବ ପରିବାରରେ ଜନ୍ମ ଗ୍ରହଣ କରିବା ଲାଗି ଭିକ୍ଷା ବୃତ୍ତିକରି ଜୀବିକା ନିର୍ବାହ କରେ। ବିଚାରା ଛୋଟବେଳରୁ ହିଁ ବାପାମାଆ ଛେଉଣ୍ଡ। ବିଭିନ୍ନ ଜାଗା ବୁଲି ବୁଲି ତାର ସୁ ମଧୂର କଣ୍ଠରେ ସଂଗୀତ ଗାନ କରି ଭିକ୍ଷା ବୃତ୍ତି କରେ। ତାର କଣ୍ଠରେ ସତରେ ସାକ୍ଷାତ ସରସ୍ବତୀ ବିଦ୍ୟାବାନ। ସେ ଭିକମାଗି ଗିତଗାଇବା ସମୟରେ ଲୋକମାନେ ତାକୁ ଦେଖି କିଛି ସମୟ ଅଟକି ଯାଆନ୍ତି। କିଏ ତା ହାତରେ ପାଞ୍ଚ ଦଶ ଟଙ୍କା ମଧ୍ୟ ଦେଇଦିଅନ୍ତି।


ଦିନେ ଜଣେ ସୁହୃଦୟ ବ୍ୟକ୍ତିକୁ ତାର ଗିତ ଏତେ ଭଲ ଲାଗି ଥିଲା ତାକୁ ନିଜ ସହ ନେଇ ଏକ ସଙ୍ଗୀତ ଏକାଡେମିରେ ତାକୁ ଟ୍ରେନିଙ୍ଗ୍ ଦେଇଥିଲେ। ଏବଂ ସେଠାକାର ପିଲାମାନଙ୍କ ସହ ଜାତୀୟ ସ୍ତରରେ ସଂଗୀତ ପ୍ରତିଯୋଗିତାରେ ଯିବାକୁ ସୁଯୋଗ ପାଇଥିଲା। ସେହି ସଂଗୀତ ଏକାଡେମିର ଏତେ ପିଲାଙ୍କ ମଧ୍ୟରେ ସେ ଜାତିୟ ସ୍ତରରେ କୃତିତ୍ବ ହାସଲ କରିଥିଲା ଏବଂ ଆନ୍ତର୍ଜାତୀୟ ସ୍ତରକୁ ଯିବାକୁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଥିଲା। ଦୃଷ୍ଟି ଶକ୍ତି ନ ଥିଲେ କଣ ହେଲା ସେ ପିଲାଟି ବେଳୁ ଭଗବାନଙ୍କ ଆଶିର୍ବାଦ ସ୍ବରୂପ ସଂଗୀତ କଳାର ଅଧିକାରୀ ଥିଲା। ସେ ଲଗାତାର ଭାବେ ତାର ନିଷ୍ଠା ଅଧ୍ୟବସାୟ ଫଳରେ ଆନ୍ତର୍ଜାତୀୟ ସ୍ତରରେ କୃତିତ୍ବ ହାସଲ କରି ଭାରତ ପାଇଁ ଗର୍ବ ଏବଂ ଗୌରବ ଆଣିଦେଲା। କଥାରେ ଅଛି ପରା ତୁଳସୀ ଦୁଇ ପତ୍ରରୁ ହିଁ ବାସେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational