STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଭାଲେଣ୍ଟାଇନ ଡେ

ଭାଲେଣ୍ଟାଇନ ଡେ

2 mins
198

ଉଚ୍ଚ ଶାବନା ରଙ୍ଗର ଝିଅ ତୁଳିକା, ବଡ଼ଅଘରର ଝିଅ ର ବଡ଼ମନ, ହାତେ ମାପି ଚାଖଣ୍ଡେ ଚାଲେ, ଆଗକୁ ଦୁଇ ପାଦ ବଢ଼ାଇବା ପୁର୍ବରୁ ଚାରିପାଦ ପଛକୁ ଫେରାଏ, ବାପା ମାଆ ଙ୍କ ସନମାନ ଜଗି ଚଳେ, ନହେଲେ ଏତେ ଏତେ ପୁଅ ଯାହା ପଛରେ ଗୋଡ଼ାଇଥିଲେ, ବାପାମା ଙ୍କ ପସନ୍ଦରେ ସାଧାରଣ କିରାଣୀ ଚାକିରୀ କରିଥିବା ଗାଁ ରେ ବଢିଥିବା ପ୍ରଦୀପ ଙ୍କୁ ବିବାହ କରି ଖୁସିରେ ରହିନଥାନ୍ତେ ସେ. ବଡ ବଡ ପ୍ରସ୍ତାବ ସବୁ ଜାତକ ନଶୁଝିବା ଯୋଗୁଁ କଟିଯାଇଥିଲା ତ କୋଉ ପୁଅର ବି କାହାସଙ୍ଗେ ଅଫାୟର ଥିବା ଜଣା ପଡିଥିଲା ତ, ବାହାଘର ପରେ ଭଲପାଇବାକୁ ହୁଏ ଜାଣିଥିବା ବୁଝିଥିବା ତୁଳିକା ପ୍ରଦୀପ ଙ୍କୁ ହିଁ ଭଲ ପାଆନ୍ତି ବହୁତ. 

   ହେଲେ ଏଵେ ସେ ବହୁତ ଚିନ୍ତିତ, ଦେହ ମୁଁହ ସାରା ତାଙ୍କର ଧଳାଛଉ, ମାଡି ଗଲାଣି ହାତ ପାଦ ଦେହ ମୁଣ୍ଡ ତଥା ନାକ କାନ, ବିବ୍ରତ ବୋଧ କରୁଛନ୍ତି ତୁଳିକା, ପ୍ରଦୀପ ମଧ୍ୟ ବହୁତ ବେସ୍ତ. କେତେ ଔଷଧ, ଓପାସ, ଝଡା ଫୁଙ୍କା, କିଛି ବି କାଟୁ କରୁନି, ବେଳକୁ ବେଳ ମାଡି ଯାଉଛି ଛଉ ଦେହସାରା, ସେଦିନ ହଠାତ ତାଙ୍କ ମନକୁ ଆସିଲା, ପ୍ରଦୀପ ତାଙ୍କୁ ଯଦି ଏଥର ଘୃଣା କରନ୍ତି, ନା ନା ବଂଚିପାରିବେନି ସେ ପ୍ରଦୀପ ଙ୍କ ଅବହେଳା ର ପାତ୍ରୀ ହୋଇ, ହେଲେ ସେଇ ଚିନ୍ତା ରେ ସେ ଦିନକୁ ଦିନ ଦୁର୍ବଳ ହେବାଛଡା ଆଉ କିଛି ଭାବିପାରୁନଥିଲେ 

     ସେଦିନ ରାତିରେ ପ୍ରଦୀପ ବହୁ ଡେରିରେ ଫେରିଲେ, ଫୋନ ଧରୁନଥିଲେ, ତୁଳିକା ଆଶଙ୍କା ରେ ଭାଙ୍ଗି ପଡୁଥିଲେ, ହେଲେ ପ୍ରଦୀପ ଙ୍କ ହାତରେ ବିରାଟ ଏକ ଫୁଲତୋଡ଼ା ଦେଖି ସେ ଆହୁରି ଡରି ଯାଇଥିଲେ, ଯେ ହୁଏତ ଏ ଭିତରେ ପ୍ରଦୀପ ତାଙ୍କଠୁ ମୁଁହ ବୁଲାଇ ଆଉ କାହାକୁ ନିଜର କଲେଣି ଯିଏ କି ତାଙ୍କୁ ଫୁଲତୋଡ଼ା ଉପହାର ଦେଇଛି ଆଉ ସେଇଥିପାଇଁ ମଧ୍ୟ ପ୍ରଦୀପ ଫୋନ ଧରୁନଥିଲେ, ହେଲେ ଚାମକେଇ ଦେଲେ ପ୍ରଦୀପ ପାଖକୁ ଆସି ଫୁଲ ତୋଡ଼ା ବଢ଼େଇ ହ୍ୟାପି ଭାଲେଣ୍ଟାଇନ ଡେ କହୁଥିଲେ, ଅମାନିଆ ଅଶ୍ରୁଗୁଡା ତୁଳିକାଙ୍କ ଆଖିରୁ ଝରିପଡ଼ୁଥିଲେ ବି ସେ ମିଛ ଆକଟକରି ପିଲାମାନେ, ଶାଶୁ ଶ୍ବଶୁର ଙ୍କ ଉଦେଶ୍ୟ ରେ ମିଛ ଆକଟ କରୁଥିଲେ ସିନା ହେଲେ ପ୍ରଦୀପଙ୍କ ଅନ୍ୟ ହାତରେ ତାଙ୍କ ପାଇଁ ଛଉ ବନ୍ଦ ହେବାପାଇଁ ଔଷଧ ଦେଖି ଅମାନିଆ ଅଶ୍ରୁ ବୁହାଇ ଚାଲିଥିଲେ କେବଳ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract