Gitanjali Pujapanda

Inspirational

3  

Gitanjali Pujapanda

Inspirational

ଭାଇ ଭାଇ

ଭାଇ ଭାଇ

8 mins
281


ଭାଇ ଭଗାରୀ କେବେ ନୁହେଁ ସଜାଡି ଯେବେ ହେବ ସଜାଡି ତେବେ ଜାଣିବ ଅଗାଡ଼ି । ପ୍ରିୟାକୁ ତା ଜେଜେ ମାଆ କହୁଥିବାର ତା ବାବା ସୂର୍ଯ୍ୟ ନାରାୟଣ ସାମନ୍ତ ରାୟ ଶୁଣିଦେଲେ । ବଡ଼ ପାଟିରେ କହିଲେ ତାଙ୍କ ବୋଉ ତୁ ଆଉ ସୁଧୁରିବୁନି ବୁଝିଲୁ ପିଲାଟା ଆଗରେ ଏସବୁ କହିବା କଣ ଦରକାର । ସେ ତା ଘରର ବଡ଼ ବୋହୁ । କାହିଁକି ତାକୁ ଏ ଘର ଭଙ୍ଗା ନୀତି ଗୁଡିକ କହୁଚୁ ଲୋ ବୋଉ ? ଗୋଟେ ହାତରେ କଣ ତାଳି ବଜେ । ସିଏ ଆସି ତା ଶାଶୂଘର କଥା କହୁଛି ତୁ ମନା କରିବୁ ନା କଣ ତୋର ତ ଅଳ୍ପ ବିଦ୍ୟା ତାକୁ କାହିଁକି ଭୟଙ୍କର କରୁଚୁ??ଶୋଭାଦେବୀ ଚୁପ ହେଇଗଲେ । ପ୍ରିୟା ପାଞ୍ଚ ବର୍ଷ ହେବ ବାହାଘର ହେଇଚି ଚାରି ନଣଦରେ ଗୋଟେ ସାନ ଦିଅର । ନଣଦ ମାନେ ସବୁ ବାହାସାହା ହୋଇ ଘର ସଂସାର କଲେଣି । ବେଳେ ବେଳେ ଆସନ୍ତି ବାପଘରକୁ ଦିଅରର ବାହାଘର ପ୍ରସ୍ତାବ ପଡିଛି ଧୀର ପାଣି ପଥର କଟିଲା ପରି ସେ ବାହା ଘରକୁ ଗଡାଉଛନ୍ତି କାହିଁକି ??କେଜାଣି କାହାକୁ ବୋଧେ ଭଲ ପାଉଛି ଦିଅରଟା ତାର ଶାଶୁ ଘରେ ଖୁଡି ଆଉ ପଡିଶା ଘର ଭାଉଜ କହୁଥିଲେ । ସେ କୁଆଡେ ଗୋଟେ ଝିଅକୁ ଧରି ବୁଲୁଛନ୍ତି । 

ସେମାନେ କେମିତି ଜାଣିଲେ ତାଙ୍କର କଣ ଗଲା । କହି ଦେଉଥାଏ ପରକୁ ବୁଦ୍ଧି ନ ଦିଶେଇ ଘରକୁ । ଏ ଲୋକମାନଙ୍କୁ ପାରି ହେବନି ପ୍ରିୟା ଖୁଡିକି କହିଲେ ଖୁଡି କଣ କହୁଥିଲ ଚିନୁ ବିଷୟରେ ଖୁଡି କହିଲେ ଆଲୋ ପ୍ରିୟା ତୋ ଦିଅର ବାହା ହେଇକି ନିଜେ ପଳେଇ ଆସିବ ତତେ ଖୋଜିବାକୁ ପଡିବନି । ତୋର ତ ଶାଶୁ ନାହିଁ ହଁ ମୁ ଜାଣିଛି ମୋ ଦିଅର ଗୋଟା ତୁଳସି ସେ ସେମିତି କାମ କରିବେନି । ହଉ ପଚାରିବୁ ତାକୁ ହେଲା ଦିଅର ବାହା ହେଇକି ଆସିଲେ ତୋ ଠୁ ଭିନ୍ନ ହେଇଯିବ ଦେଖିବୁ । ନାହିଁ ହେ ଖୁଡି ଆକାଶ କଇଁ ଆ ଚିଲିକା ମାଛ ସେ ସେମିତି କେବେ ବି କରିବେନି ତାଙ୍କ ଭାଇ ତାଙ୍କୁ ଭାରି ଭଲ ପାନ୍ତି ଆଉ ସେବି । ଶାଶୁ ପିଲା ଦିନୁ ମାରି ଯାଇଥିଲେ ବୋଲି ବଡ଼ ଭାଇ ମା ହେଇକି ପାଳିଛନ୍ତି, ଆଉ ସେ ଗୁଡିକ ଭୁଲି ଭିନ୍ନ ହେବେ ସେ । ପଡିଶା ଘର ଭାଉଜ କହିଲେ ଆପଣା ହସ୍ତେ ଜିହ୍ୱା ଛେଦି ତାର କେ ଅଛି ପ୍ରତିବାଦୀ । ହଉ ତୁ ଯା ଲୋ ପ୍ରିୟ ରାତି ହେଲାଣି ବହୁତ ଆମେ ବି ଯାଉଛୁ । 

କିଛି ଦିନ ପରେ ଭାଉଜ ଭାଉଜ କିଏ ଡାକୁ ଚି ପ୍ରିୟା ଦେଖିବାକୁ ଗଲା । ଚିନ୍ମୟ ତମେ ହଲା ଟେ କାହିଁକି ??କରୁଥିଲ କଣ ହେଇଚିକି ତମର ଡାକୁଛ କାହିଁକି?? ଏବେ ଦୌଡ଼ିକି ଆସୁଥିଲି ପଡି ଯାଇଥାନ୍ତି ହଁ ଭାଉଜ ତମେ ଚାଲି ନ ଜାଣି ବାଟର ଦୋଷ !!ପ୍ରିୟା--ହଉ ଏତେ କଥା ନ କହି କଣ ପାଇଁ ଡାକୁ ଥିଲ ମତେ କୁହା ମ । ମୋର ସେ ପଟେ କେତେ କାମ । ହଉ ହଉ କହୁଛି ଭାଇ କି କହିବନି । ତମ ପାଇଁ ଯାଆ ଆଣିଛି । ଆହେ ଯାଆ କଣ ଆରେ ମୋ ସ୍ତ୍ରୀ,ଏ ସତ ନା କଣ ??ଭାଉଜ ଦେଖିବ ହେଲେ ଭାଇକୁ କହିବନି । ଯାଉ??ନ କାହିଁକି ତାକୁ କଣ ଦାଣ୍ଡ ପିଣ୍ଡାରେ ଛାଡ଼ି ଆସିଚନା କଣ??ତମେ ବୁଝିଲ ବଦଳି ବନି ଗୋଦାର କୋଡେ ଯେତେ ମାଡ଼େ ସେତେ ଯାଇ କି ଆଣ ତାକୁ କେତେ ଏଠି ବକ ବକ ଚଲେଇଛ । ଚିନ୍ମୟ ଗଲେ ବର୍ଷାକୁ ଆଣିବାକୁ ବର୍ଷା ଧୀରେ ଧୀରେ ଘରକୁ ପ୍ରବେଶ କଲେ । 

ପ୍ରିୟା ଚିନ୍ମୟ କାନ ଧରିକି ତମେ ଆସ କଣ କେତେ ଦିନ ହେବ ଚାଲିଛି ଇଲୁ ଇଲୁ!! ''ନଇଁମ ଭାଉଜ ଦୁଇ ବର୍ଷ ହେବ'' । ଆହା ମତେ ଏବେ କହୁଚ । ହେଲେ ମୁଁ ତ ବାହାରୁ ଶୁଣିଚି । ଆଁ କରି କିଏ କହିଲା କି ରହ ରହ ସେ ଖୁଡି କହିଥିବେ ଏକ ମାଘ କେ ଶୀତ ଗଲାଣି କି । ସଞ୍ଜୟ ଭାଇ ଯୁ ନାରେ ନାରେ ହଉଚି ମୁଁ କାହାକୁ କହିନି ତ ସେଥିପାଇଁ ବୁଢ଼ୀ ବେଶି ହଉଚି । ପ୍ରିୟା ---ବାଳୁଙ୍ଗା ପରି କଥା କଣ ??କହୁଚ । ଆସ ବର୍ଷା ଆସ ଏ ସୋଫାରେ ବସ କଣ ଖାଇବ ନା ଟିକେ ଯୁସ ଆଣିବି ଆପଲର । ବର୍ଷା ମୁଣ୍ଡ ହଲେଇ ନା କଲା । ଆହେ ଚିନ୍ମୟ ତମ ପ୍ରେମିକା କଣ ଖନୀ କି । ରୋଷେଇ ଘରୁ ଚିନ୍ମୟ ବଡ଼ ପାଟିରେ ନା ମ କି କଥା କିଓ!!ତୁମ ସାଥେ କଥା କେମିତି ହେବ ତାର ମୌନ ବ୍ରତ ଆଜି ତାହେଲେ ଆଜି କାହିଁକି?? ଆଣୁଥିଲ ହଉ ତମେ କଣ ଖାଇବା ପାଇଁ ଆଣିବନା ମୁଁ ଯିବି, ନା ଯାଉଛି special କଫି ନେଇକି ମୋ ପ୍ରେମିକା ପାଇଁ ଆଉ ମୋ ପାଇଁ ହଁ ତମ ପାଇଁ ନିଶ୍ଚିତ ଭାବରେ !!ହା ହା ହୋଇ ହସ ଚାଲି ଥାଏ ସମସ୍ତକର । ଆରେ ବର୍ଷା ତମେ କଫି ପିଉନ ଚିନୁ ତାଙ୍କ ହାତକୁ ଦିଅ । ଏତେ ଲାଜ କରନି ମ । ପ୍ରିୟା ଭାଉଜ ମୁଁ ନେଇ ନେବି । ଆରେ ତମର ତ ମୌନ ବ୍ରତ ଥିଲା । ହସି ହସି ଭାଉଜ ତମେ ତ ଜାଣ ଚିନୁ ଙ୍କ କଥା । ଆରେ ଆରେ ପ୍ରେମିକର ନା ନଉଚି । , ସ୍ୱାମୀ ତା ହେଇନାହାନ୍ତି ସେଥିପାଇଁ ସମସ୍ତେ ହସିଲେ |

ପ୍ରିୟା ପଚାରିଲେ କୋଉଠି ଦେଖା ସାକ୍ଷାତ ହୁଏ ତମର । ଦୁଇ ବର୍ଷ ପରେ ମତେ ଜଣେଇଲନି ହଉ ମୁଁ ତମ ଦି ଜଣକର ସହ କଥା ହେବିନି ବୁଝିଲ । ମୁଁ ଏପଟେ ପ୍ରସ୍ତାବ ଉପରେ ପ୍ରସ୍ତାଵ ପକାଉଛି । ଆଉ ତମେ ଅଣ୍ଟି ଛୁରୀ ତଣ୍ଟି କଟିଲା ପରି କାମ ଟେ କଲ କେମିତି? ମୁଁ ତମ ଭାଇ କି ରାଜି କରେଇ ବି କହିଲ ହଁ ଭାଉଜ ଆମ ଦି ଜଣ କର ନୌକା କୁଳରେ ତମେ ହିଁ ଲଗେଇ ବ ଆଉ କେହି ନୁହେଁ । ସେ ପାଟି ଶୁଣି ବାହାରୁ ଜଣକର ପ୍ରବେଶ କିଏ କା ନୌକା କୂଳରେ ଲଗାଉଛି । ପ୍ରିୟା ହଠାତ ଉଠିଗଲେ ଆରେ ତମେ ଆଜି କଣ ଅବେଳାରେ ଅଫିସରୁ । ଅନୀଲ ବାବୁ ବାଃ ବାଃ ମୋ ଘରେ ମତେ ଏ ପ୍ରଶ୍ନ । ଓଃ କିଏ କି ଚିନୁର ସାଙ୍ଗ ବର୍ଷା । ନମସ୍କାର ଭାଇନା । ଅନୀଲ ହସି ବେଡ଼ ରୁମକୁ ଚାଲିଗଲେ । ପ୍ରିୟା ପଛେ ପଛେ ତାଙ୍କର!! ଚିନୁ କହିଲେ ବର୍ଷା ରାଣୀ ଚାଲ ଭାଗୀ ଚାଲ ଭାଇ ଦେଖିଦେଲେଣି ଏବେ ଶହେ ପ୍ରଶ୍ନ ପଚାରିବ ଭାଉଜଙ୍କୁ । ଦୂରରୁ ଭାଉଜ ମୁଁ ଆସୁଛି ବର୍ଷାକୁ ଛାଡି । ସେ ପଟୁ ପ୍ରିୟା ରୁହ ପ୍ରଥମ କରି ଆସିଛନ୍ତି । ପର୍ସରୁ ହଜାର ଟଙ୍କା କାଢି ବର୍ଷା ହାତେରେ ଗୁଞ୍ଜିଦେଲେ । ଏଥର ଛାଡି ଆସ ଆଉ ମୁଁ ଯାଉଛି ମୁଁ ସ୍ୱାମୀକି କହିବାକୁ । 

ଅନୀଲ ବାବୁ ପ୍ରିୟା ମତେ ଏ ସବୁ ଭଲ ଲାଗେନି । ତମେ ବୁଝିଲ ଯେତେ ମାଠିବୁ ମାଠେ ମୁଁ ସେଇ ଦର ପୋଡା କାଠ । କଣ ହେଲା କଣ କଲି କି ମୁଁ । ପିଲା ପିଲି ତ ନାହିଁ ଆମର ସକାଳୁ ମୋ ଡ୍ରେସଟା ଇସ୍ତ୍ରୀ କରିବା ପାଇଁ ଥୋଇଥିଲି । କରିନ ଟି କାହିଁକି?? କରିବ ଦିନ ସାରା କାମ କରିକି ହାଲିଆ ପୁରା । ମୋର ଏବେ ମିଟିଙ୍ଗକୁ ଯିବାର ଅଛି ତମକୁ କହିଥିଲି ନା । ଆଉ ଆସୁ ଆସୁ ଅଦ୍ଭୁତ ପ୍ରଶ୍ନ । ଏତେ ଶୀଘ୍ର କଣ ପାଇଁ ଆସିଲ । ଆରେ ମୋ ଘର ମୁଁ ଆସିଲି ତମ ମୁଣ୍ଡ ବିନ୍ଧା କାହିଁକି ବାହାରିଲା ମୁଁ ବୁଝି ପାରୁନି । ସେ ଟୋକା ଗୋଟେ ତାମସା ଲଗେଇଚି । ଲୁହା କଅଁଳ ଦେଖି ବିଲେଇ କାମୁଡି ଗୋଡ଼ାଏ ହେ ନା ମ ବେକାର କଥା ଗୋଡ଼ାକ କହନି ମତେ,ସେ ତ ଆମ କାମ ହାଲକା କରିବାକୁ ଆଣିଥିଲେ ଝିଅକୁ ହଁ ଉଣା ହାଲକା କରିବନି ବୋଉ ମଲା ବେଳେ କହିଥିଲା ପୁଅରେ ତତେ ମୋ ସାଂସର ଲାଗିଲା । ବୋଉର ସଂସାରକୁ କୂଳରେ ଲଗେଇବାକୁ ଯାଇ ମୋର ମୁଣ୍ଡ ବାଳ ପାଚିଗଲା । ଆଉ କହୁଚ କଣ ନା କାମ ହାଲକା କରିବ କିଛି କାମ ଧନ୍ଦା ନାହିଁ ବାହା ହବ । ଆହୁରି କାମ ମୋର ବାକି ଅଛି କରିବାକୁ । ତମେ ବି ଆ ବଳଦ ମତେ ବିନ୍ଧ କହି ଚାଲିଚ । । ପ୍ରିୟା କହିଲେ ଆରେ ମୋ ବାବୁଙ୍କର ଆଜି ଭାରି କଣ ମୁଣ୍ଡ ଗରମ !!କଣ ଥଣ୍ଡା ପିଇବ ଫ୍ରିଜ଼ରୁ ଆଣିଦେବି ?ହଁ ଥଣ୍ଡା ଆଣିବାନି ଆଉ କଣ କାଳେ ତମ ଦିଅର ଟୋକାକୁ ଗାଳିଦେବି ତମେ ଆଗୁଆ ମୋ ମୁଣ୍ଡ ଥଣ୍ଡା କରିବ । ହଉ ଯାଇ ଗୋଟେ ଗ୍ଲାସ ପାଣି ଆଣ । ବାଘ ଘରେ ମିରିଗ ନାଟ ଚଳେଇଚ ଦି ଜଣ ବୁଝିଲ ଯାଏ ମୋର ମିଟିଙ୍ଗରେ ଡେରି ହେଇ ଗଲାଣି । 

ଭାଉଜ ଭାଉଜ କୁଆଡ଼େ ଗଲମ । ଚିନୁ କଣ କହୁଚ ପ୍ରିୟା ରୋଷେଇ ଘରୁ ବଡ଼ ପାଟିରେ ଛାଡି ଆସିଲ ତମ ପ୍ରିୟତମାକୁ ହଁ ବର୍ଷାକୁ ଟି ଭାଇ ଆଜି ପୁରା ରାଗିଥିବେ । ମୁହଁଟା ତାଙ୍କର ସେମିତି ଦିଶୁଥିଲା ପରା । ହଁ ତମେ ଡାଳେ ଡାଳେ ଗଲେ ସେ ପତ୍ରରେ ଯିବା ଲୋକ ବୁଝିଲ ଏବେ ଅଖା ଧୁଅ ଆଉ ବର୍ଷା ଗୁଣ ଗାଅ । ସମସ୍ତେ ଜାଣିବା ପୂର୍ବ ତମେ ତମ ବଡ଼ ଭାଇ କି ଜଣେଇବାର ଥିଲା । ବୁଝିଲ ମୁଁ ସିନା ଏବେ ଆସିଲି ତମ ଦି ଜଣକର ଭିତରେ ତମେ ତ ସେ ମା ପେଟରୁ ଭାଇନା । ମତେ କାହିଁକି ତମ ଦିଜଣଙ୍କ ଭିତରେ ପୁରାଉଚ୍ ମୁଁ ଏପଟ ହଉଚି ନା ସେପଟ ମୁଣ୍ଡଟା ମୋର ପୁରା ଟିଣ ହେଇ ଗଲାଣି ଯାଏ ରାତି ଖାଇବା କରେ ।

ବୁଝିଲ ଚିନୁ ମତେ ଆଉ ଡାକିବାନି ତମ ଭାଇ ଭାଇଙ୍କର କଥାରେ ତମେ ନିଜେ ବୁଝିବି । ଯେମିତି କରିଛ ତାଙ୍କ ଆଗ ନକହି ସେମିତି ଗାଳି ଖାଇବାକୁ ରେଡି ହେଇ ଯାଅଭାଇ ତମର ଏଇନେ ଆସୁଥିବେ । 

ପ୍ରିୟା କୁଆଡେ ଗଲମ ହଁ ଯାଉଚି ନିଅ ମିଠା ଆଁ କଣ କରୁଚ ମ ରଖ ଘରେ କାହିଁକି? କିଏ ଆସିବ କି ଘରକୁ କୁଣିଆ ହଁ ଆସିପାରନ୍ତି ଓଃ !!କହୁନା କିଏ ସେ ଦେଖିବନି । ଆଉ ସେ ବଦମାସଟା କୁଆଡ଼େ ଗଲା, ତାକୁ କହିବ କୁଆଡ଼େ ଯିବନି ।

କାହିଁ କଣ ହେଲା କି ତାଙ୍କ ଶ୍ୱଶୁର ଆସୁଛନ୍ତି ନା କଣ?ହଇଓ ତମେ କେମିତି ଜାଣିଲ ବୁଝିଲ ତମେ ସବୁ ରଙ୍ଗ ଫିକା କରିଦେଲ । ଚିନୁ ପାଇଁ ସରପ୍ରାଇଜ ଥିଲା ଓଃ ତମ ଭାଇ ଭାଇ କି ପରି ହେବନି ବୁଝିଲ!! ସକାଳୁ ସକାଳୁ ଖାଲି ସରପ୍ରାଏଜ ମତେ ମିଳୁଛି । ସୁନ୍ଦର ଭିତରେ ଭିତରେ ପ୍ରେମ ଉପର ଉପରେ ରାଗ ଗୋଟେ ନାଟକ ଚଳେଇଚ । ଚିନୁ ଚିନୁ ହଁ ଭାଇ କଣ ହେଲା କଣ ହେଲା ପଚାରୁଛୁ ବିଲେଇ ଲୁଚି ଲୁଚି କ୍ଷୀର ପିଉଛି ଭାବୁଚି କିଏ ଜାଣି ପାରିବେନି ନା, ସାହି ପଡ଼ିଶା ଜାଣିଲାଣି ଅଥଚ ଘରର ବଡ଼ଭାଇ ଜାଣିନି । ସେ ଛକରେ କଣ କରୁଛୁ ସବୁ ଦିନ ବର୍ଷା ଘର ସେଇଠି ନା । ହଁ ଭାଇ ତୋ ମୁଣ୍ଡରେ ଗୁଣ୍ଡ ଚୋର ଚଣ୍ଡାଳ ଙ୍କର ରାତିରେ ନାଟ,ସବୁ ଛତରା କର ଛକରେ ଭେଟ । ହଉ ଗୋଟେ ଭଲ ଡ୍ରେସଟେ ପିନ୍ଧେ ଆଉ ପ୍ରିୟା ତମେ ବି ଗୋଟେ ଭଲ ଶାଢ଼ୀ ପିନ୍ଧି ନିଅ । 

କିଏ ଆସିବେ କହୁନା କହିଲି ପରା ଚିନୁର ଶ୍ୱଶୁର ମାନେ ମାନେ ସେଆ ବୁଝି ପାରୁନ,ଆଉ ତମେ ଯୋଉ ସକାଳେ ମତେ ମିଛୁଟାରେ ଗାଳି କଲ । ହଁ ତମ ଦେହଟା ସରିଗଲା ଗାଳି ଶୁଣି ମତେ କୋଉ ଆଗୁରୁ ଜଣାଥିଲା ଚିନୁଟା ବର୍ଷାକୁ ଭଲ ପାଉଛି ବୋଲି ହେଲେ ମୋର ରାଗ ହେଲା ସେ କାହିଁକି? ଆମ ସମସ୍ତଙ୍କୁ ଲୁଚେଇଚି ମାତ୍ର ସୂର୍ଯ୍ୟକୁ କଣ ଅଣ୍ଟିରେ ଲୁଚେଇ ହବ । ବର୍ଷା ହେଲା ଆମ ଅଫିସର ବଡ଼ ବାବୁଙ୍କର ଝିଅ । ସେ ମତେ କାଲିକହିଲେ ଚିନୁ ବିଷୟରେ । କହି ଦିଅ ତୁମ ଦିଅରକୁ ଚାକିରୀ ବାକିରି କରିବ ଯଦି ବାହା ହବ ନ ହେଲେ କଣ ଖାଇବାକୁ ଦବ ସ୍ତ୍ରୀକୁ!! ଓଃ ପୁଣି ମତେ ତମ ମାନଙ୍କର ମଧ୍ୟରେ ରଖିଲ ସାମ୍ନାରେ କହୁନ ତାଙ୍କର ହଉ ଛାଡ଼ ପିଲାଟେ ଆହା ଏଣେ କହୁଚ ବାହା ହବ ସେଣେ କହୁଚ ପିଲା କି କଥା ତମର ବୁଝିଲ!!ମୁଣ୍ଡ ଟିଣ କରିଦେବ ମୋର ଦୁଇ ଭାଇ ମିଶି । 

ଡୋର ବେଲ ବାଜିଲା ପ୍ରିୟା କବାଟଟା ଖୋଲ କିଏ ଡାକୁଛି ହଁ ଯାଉଛି । ଆପଣ ମୁଁ ବର୍ଷାର ବାପା ସ୍ୱୟମଜିତ ମିଶ୍ର । ଆସନ୍ତୁ ଘରକୁ ଅନୀଲ ବାବୁ କୁଆଡ଼େ ଗଲେକି ହଁ ଅଛନ୍ତି ଭିତରେ ଡାକୁଛି ଆପଣ ବସନ୍ତୁ । ପ୍ରିୟା ମିଠାଟା ଆଉ ଚିନୁକୁ ଡାକ । ହଁ ଡାକୁଛି ପ୍ରିୟା ପ୍ଲେଟରେ ମିଠା ସଜେଇ ଆଣି ରଖିଲେ । ବୁଝିଲେ ମିଶ୍ର ବାବୁ ଜାତକ ଦେଖାଇବା ନା ଜଗନ୍ନାଥ ସର୍ବ ମଂଗଳ କରି ବିବାହ କରିବା । ଚିନୁ ଶୁଣିକି ଆଶ୍ଚର୍ଯ୍ୟ ଭାଇ ଏତେ ଆଗେଇଲେଣି କଣ ?ଆପଣ ଯାହା ଭଲ ଭାବିବେ । ଏବେ ନୁହେଁ ମୋ ଚିନୁଟା ତା ଗୋଡ଼ରେ ଛିଡା ହେଇ ସାରୁ ହଁ ତାଙ୍କୁ କହୁ ନ ସେ ଆମ ଅଫିସକୁ ଆସିବେ । ନାନା ସେ ସରକାର ଚାକିରୀ କରି ସରକାର ଙ୍କର ଗୁଲମ ହେବନି ଛୋଟ ବିଜନେସ ଟେ ଆରମ୍ଭ କରିଛି ସେ ହଉ ଠିକ ଅଛି ବାହାଘରଟା ତା ହେଲେ ପକା ସମସ୍ତେ ଏକା ସହିତ ହସିଲେ । ପ୍ରିୟା ବୁଝି ସାରିଥିଲେ ଭାଇ ଯେତେ ହେଲେ ବି ଭାଇ ମାତ୍ର କିଛିଟା ଦୂରତ୍ୱ ଆସିଥାଏ ବଡ଼ ହେଲେ । ମନରେ ସେନେହ ଥିଲେ ମଧ୍ୟ କଥା ଆଉ ଭାବର ଆଦାନ ପ୍ରଦାନରେ ସେଟା ବଢିଥାଏ, ଭିତରର ସେହ୍ନକୁ । ଅନୀଲ ବାବୁ ଆକାଶକୁ ଚାହିଁ ମନେ ମନେ କହୁଥିଲେ । ହେ ପ୍ରଭୁ ଆମ ଭାଇ ଭାଇ ଭିତରେ ଏମିତି ସ୍ନେହ ପ୍ରେମ ରହିଥାଉ ଆଉ ସେ କୁଳାଙ୍ଗାର କୂଳରେ ଲାଗିଯାଉ । ଆଖିରେ ବୋହିଯାଉଥିବା ଦୁଇ ଟୋପା ଲୁହ ସ୍ୱାକ୍ଷର ଥିଲା ତାଙ୍କ ହୃଦୟରେ ଥିବା ଭାଇ ପ୍ରେମ । 



Rate this content
Log in

Similar oriya story from Inspirational