STORYMIRROR

Sunanda Mohanty

Drama Romance Others

3  

Sunanda Mohanty

Drama Romance Others

ଭାଗ୍ୟ

ଭାଗ୍ୟ

2 mins
185

ଦୁଃଖ ଓ ସୁଖ ଜୀବନର ଦୁଇଟି ପାର୍ଶ୍ଵ । ଅନୁଭା ଗାଁ ନଈକୂଳ, ଆମ୍ବତୋଟା ଆଡ଼େ ଘୁରି ଆସିଲା ଟିକେ, କାଲି ତାକୁ ଗାଁ ଛାଡିବାକୁ ପଡିବ । ହୁଏତ ପୁଣି କେବେ ସେ ଗାଁ କୁ ଆସିବ ଜାଣେନା । ଏମିତିରେ ବାହାଘର ହୋଇଯାଇଥିଲେ ବି ସେ ଆଉ କୋଉଠି କାହା ସଂସାରରେ ନିଜକୁ ସାମିଲ କରିସାରନ୍ତାଣି । ଖୁବ ଭଲ ପ୍ରସ୍ତାବ ଥିଲା, ପୁଅଟି ଡାକ୍ତର... ଘର ଲୋକ ସବୁ ପସନ୍ଦ କରିସାରିବା ପରେ ବାହାଘର ଦିନ ବି ଠିକ ହୋଇଯାଇଥିଲା । ଆଉ ପୁଅ ଦେଖିବାର ପ୍ରଶ୍ନ ଉଠୁନଥିଲା ଏଇଥିପାଇଁ ଯେ ବାପା ମାଆ ଦେଖି ପସନ୍ଦ କରିଥିବା ଝିଅକୁ ଦେଖିବା ସେ ଉଚିତ ମଣୁନଥିଲେ ଏକଥା ଶୁଣି ଅନୁଭା ମଧ୍ୟ ବିବାହ ପୁର୍ବରୁ ରୋମାଂଚିତ ହୋଇଥିଲେ ଭାବି ଜୀବନସାଥୀର ସୁରୁଚି ସମ୍ପର୍ଣ୍ଣ ମନୋଭାବ ନେଇ । କିନ୍ତୁ ତାଙ୍କର ଗୋଟିଏ ଛୋଟ ଡିମାଣ୍ଡ ଥିଲା, ଚାରିଚକିଆ ଗାଡି ଖଣ୍ଡେ । ଏକଥା ଶୁଣି ଅନୁଭାଙ୍କ ମନରେ ଅଙ୍କୁରୋଦିତ ହୋଇଥିବା ପ୍ରେମ ଫୁଲଟି ଝାଉଁଳି ଯାଇଥିଲା l

 ହେଲେ ବାପା ବୁଝାଇଥିଲେ, ସେମାନେ ଆଉ କିଛି ଚାଁହୁନାହାନ୍ତି କେବଳ ଗାଡି ଖଣ୍ଡେ ଦାଣ୍ଡସୁନ୍ଦର ପାଇଁ ଆଉ ଦାଦା ନିଶ୍ଚୟ ସାହାଯ୍ୟ କରିବ ଆମକୁ କାରଣ ଦାଦାର ଯାବତୀୟ ପାଠ ପଢା ଖର୍ଚ୍ଚ ତ ବଡଭାଇ ହୋଇ ମୁଁ ବହନ କରିଛି, ଏମିତିକି ବୋଉର ଗହଣା ବନ୍ଧା ପକେଇ ତାକୁ ଦେଇଛି, ଦିନେ ବି ନିଜ ସୁଖ ଦୁଃଖ ପ୍ରକାଶ କରିନି , ଆଜି ସେ ଓ ଏ ଏସ ପାଇ ତହସିଲଦାର ତ ତା ପକ୍ଷେ ଝିଆରୀକୁ ଗାଡିଖଣ୍ଡେ ଦେବାକୁ ଅସୁବିଧା ହେବନାହିଁ । ତୁ ଏ ପ୍ରସ୍ତାବରେ ରାଜି ହେଇଯା ମାଆ କହି ବାପା ଦାଦାଙ୍କ ସାହାଯ୍ୟ ପାଇଁ ଯାଇଥିଲେ, ହେଲେ ଫେରିଥିଲେ ଖାଲି ହାତରେ ଆଉ ଭାଙ୍ଗିଦେଇଥିଲେ ବାହାଘର । ଝିଅର ଚାକିରୀ ହେଲା ପରେ ସେ ବିବାହ କରିବାକୁ ଚାହେଁ କହି l

  ମଉଳି ଗଲା ପ୍ରେମ ଫୁଲ ଅନୁଭା ମନ ବଗିଚାରେ ଫୁଟିବା ପୁର୍ବରୁ । ହେଲେ ନର୍ସ ରୂପେ ପୋଷ୍ଟିଙ୍ଗ ପାଇଯିବା ଖବର ସମସ୍ତଙ୍କୁ ଆଣିଦେଲା ପୁଣି ନୂଆ ଶୈଳୀରେ ବଂଚିବାର ପ୍ରେରଣା ତ କାଲି ଅନୁଭା ଚାଲିଯିବ, ଗୋପାଳପୁର ପିଏଚ ସି ରେ ଜଏନ କରିବାକୁ l

ଜଏନ କରିବାର ପ୍ରଥମ ଦିନ ଡାକ୍ତର ସୁବୋଧଙ୍କୁ ଦେଖି ଓ ସୁବୋଧ ପଟ୍ଟନାୟକ ଅନୁଭା ପଟ୍ଟନାୟକଙ୍କୁ ଦେଖି ଚମକି ପଡ଼ିଥିଲେ । ଆଉ ଅନୁଭାର ଠିକଣା ଜାଣିବା ପରେ ସୁବୋଧ ନିଶ୍ଚିନ୍ତ ହୋଇଥିଲେ ଏ ସେହି ଝିଅ ଯିଏ ଚାକିରୀ ନିଶାରେ ତାଙ୍କ ସହ ବାହାଘରକୁ ପ୍ରତ୍ୟାଖାନ କରିଛି । ସୁବୋଧଙ୍କୁ ଦେଖିଲା ପରେ ଅନୁଭାଙ୍କୁ ବି ମନେହେଲା ଏ ସେହି ନୁହନ୍ତି ତ, ହେଲେ ନା କାହାକୁ ପଚାରି ପାରୁଥିଲା ନା ସହି ପାରୁଥିଲା l

  ହେଲେ ସେଦିନ ଗୋଟିଏ ପାର୍ଟି ଆୟୋଜନ କରି ସୁବୋଧ ଅନୁଭାକୁ ନିମନ୍ତ୍ରଣ କରିଥିଲେ ତ ଅନୁଭା ପହଂଚି ଦେଖିଥିଲା ସେ ଏକମାତ୍ର ନିମନ୍ତ୍ରିତ ଆଉ ସେଦିନ ତାର ଜନ୍ମଦିନ ଥିବାରୁ ସୁବୋଧ ଏସବୁର ଆୟୋଜନ କରିଛନ୍ତି ଜାଣିବା ପରେ ଅନୁଭା ମନର ମଣିଷ ଏଇ ସୁବୋଧ ବୋଲି ସେ ନିଶ୍ଚିନ୍ତ ହୋଇ ପଡ଼ୁ ପଡ଼ୁ ସୁବୋଧ ଯେବେ କହୁଥିଲେ ଚାକିରୀ ତ ହୋଇଯାଇଛି, ଏଵେ ଆଉ ମାନନୀୟା ମହୋଦୟାଙ୍କର ବିବାହ କରିବାରେ ଆପତ୍ତି ନଥିବ ନିଶ୍ଚୟ ତ ଦୁହେଁ ନିକଟରୁ ନିକଟତର ହୋଇଯାଇଥିଲେ, କିଛି ଜାଣିବା ବୁଝିବା ପୁର୍ବରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama