ଭାଗ୍ୟ ଲିଖନ କେ କରିବ ଆନ
ଭାଗ୍ୟ ଲିଖନ କେ କରିବ ଆନ
ବାଲକୋନିରେ ବସିଥାଆନ୍ତି ସୁରମା.। ଝିପି ଝିପି ବର୍ଷା ଲାଗିରହିଛି. । ମୌସୁମୀ ଦେଖାଦେଇ କୁଆଡେ ଲୁଚିଯିବା ପରେ ଲଘୁଚାପ ଜନିତ ବର୍ଷା ହିଁ ଆସରା.। ଖାଲି ଜନଜୀବନ ବା ଚାଷୀ ପାଇଁ ନୁହେଁ, ପିଲାଙ୍କ ପାଇଁ ମଧ୍ୟ. କାଗଜରେ ଡ଼ଙ୍ଗା କରି ଝିପି ଝିପି ବରଷାରେ ଡ଼ଙ୍ଗା ଭସେଇବା ମଜ୍ଜା ସତରେ ଭାରି ନିଆରା.। ନାତି ଟୁକୁ ମଧ୍ୟ ଡ଼ଙ୍ଗା ଭସେଇବାକୁ ବର୍ଷାରେ ଓଦା ହେଉଥିଲା ଚଉକା ଚଉକା ଜମିଥିବା ପାଣିରେ ।. ଝିପି ଝିପି ବର୍ଷାରେ ଓଦା ହେଲେ ଦେହ ଖରାପ ହେବ ବୋଲି ବୋହୁ ନିତା ବୋଧେ ଛୁଆଟାକୁ ଆକଟ କରିବାକୁ ଯାଇ ମାରୁଥିଲା ଟୁକୁକୁ ତ ସହିପାରିଲେନି ସୁରମା, କହିଲେ,ତୁ ମୁଁ, ସେ, ସେମାନେ ସମସ୍ତେ ଏ ମଜ୍ଜା ଥରେ ନେବା ଉଚିତ ନିତା. । ଆପେ ନାଆରେ ପାଣି ପଶି କାଗଜ ଡ଼ଙ୍ଗା ବତୁରି ଗଲାପରେ ନିଶା ଛାଡିଗଲେ ବଳେ ଘରକୁ ଆସିବ ଟୁକୁ. କାହିଁ ବ୍ୟସ୍ତ ହେଉଛୁ?? ରସୁଣ ସୋରିଷ ତେଲ ଫୁଟେଇ ମୁଁ ତାକୁ ନିଜେ ଏମିତି ମାଲିସ କରିଦେବି ଯେ ଥଣ୍ଡା ତ ଥଣ୍ଡା ଦେହର ମଜରା ଛାଡ଼ି ଚାଲିଯିବ ।. ନିତା ଉତ୍ତର ଦେଲା ଏମିତି,ନାହିଁ ମାଆ, ସେ ମୋ ଖାତା ଚୋରେଇ ନେଇ ଡ଼ଙ୍ଗା କରୁଛି.।
ଏଁ ତୋ ଖାତା ମାନେ??ଘରର ସଉଦା ପତ୍ର ହିସାବ ଖାତା, ନା ପ୍ରତିଦିନର ଡାଇରୀ ଲେଖା ଖାତା,ନା କବିତା ଲେଖା ଖାତା, ନା ଗଳ୍ପ ପ୍ରବନ୍ଧ ଲେଖା ଖାତା, ନା ଡାକଟିକେଟ ସଂଗ୍ରହ ଖାତା, ନା ଅନୁଚିନ୍ତା ସଂଗ୍ରହ ଖାତା,କୋଉ ଖାତା ତୋର ଚୋରୀ କଲା ମୋ ନାତି ଦେଖି ଦେଖି କହି ଆଗେଇ ଗଲେ ତଳକୁ ସୁରମା ଆଉ ଛଡେଇ ଆଣିଲେ ନାତିଠୁ, କହିଲେ ଆରେ ବାବା ସଉଦା ହିସାବ ଖାତା ହୋଇଥିଲେ, ମାସ ଶେଷକୁ ଭାରି ହଇରାଣ ।. ସେ ସଉଦା ଦୋକାନୀ ପରା ସତ ମିଛ ଯୋଡି ଅଧିକା ଟଙ୍କା ମାଗିବ ଧନ କହି ସୁରମା ଭିଡି ଆଣିଲେ ଖାତାଟିକୁ ।. କିଛି କାଗଜ ଚିରା ଯାଇଥିବାରୁ ଖାତାଟି ଫର୍ଦ ଫର୍ଦ ହୋଇସାରିଥିଲା ଆଉ ଖସିପଡୁଥିବା ଫର୍ଦ ଭିତରୁ ତାଙ୍କ ବାପାଙ୍କ, ସୁନ୍ଦର ସୁନ୍ଦର ଗୋଲ ଗୋଲ ହସ୍ତାକ୍ଷର ପରି ଲିଖିତ କବିତା ଗୁଡିକ ଓଦା ହୋଇ ବତୁରିବାକୁ ଯାଉଥିବା ଦେଖି ସୁରମା ତଟସ୍ଥ.। କହିଲେ ଏତ ମୋ ଖାତା ନିତା ମୋ ବାପାଙ୍କ ଖାତା.।
ଏଇଟା ସେହି ଖାତା, ଯେଉଁ ଖାତାରୁ ଅଧା ଚିରି ମୁଁ ପିଲାଦିନେ କାଗଜ ଡ଼ଙ୍ଗା କରି ଭସେଇଦେଇଥିଲି, ଆଉ ସବୁ ଯେତିକି ବାକି ରହିଯାଇଥିବା ଫର୍ଦରୁ କିଛି ଉତ୍ତାରି କିଛି ସମ୍ପୂର୍ଣ୍ଣ କରିବାକୁ ଚାହିଁ ଖୋଜୁଛି ଶବ୍ଦ,ସେହି ଖାତା ଇଏ. ହଁ ମାଆ ଇଏ ସେହି ଖାତା. । ମୁଁ ସେହି କାମଟା କରିଦେବାକୁ ଭାବି ଖାତାଟିକୁ ରଖିଥିଲି, ହେଲେ ଏ ଟୁକୁ!ନାହିଁ ମାଆ ଏଇଟା ଟୁକୁର ଦୋଷ ନୁହେଁ.ଏ ଖାତାର ଭାଗ୍ୟ ଦୋଷ ଏହା. । ମୋ ବାପା,ତୋ ଅଜା ଶଶୁର ଏ ଖାତା ଚିରିଯିବା ପରେ କବିତା ଲେଖିବା ଛାଡ଼ି ଦେଇଥିଲେ, ମୁଁ ସମ୍ପୂର୍ଣ୍ଣ କରିବାକୁ ଯାଇ ଶବ୍ଦ ଜୁଟାଇ ପାରୁନି ଆଉ ତୁ ପାରିବୁ କୁଆଡେ? ଆଉ ଏ ଖାତାର ଭବିଷ୍ୟତ କଣ କିଏ କହିବ??ଟୁକୁ ନିର୍ବେଦ ହୋଇ ଠିଆ ହୋଇଥିବା ବେଳେ ନିତା ଭୂମି ଉପରେ ପାଣିର ଗାର ଆଙ୍କି ଚାଲିଥିଲା.। ଏତେ ବର୍ଷାରେ ବି ସୁରମାଙ୍କ ଦେହରୁ ଝାଳ ଗମ ଗମ ବାହାରିଯାଉଥିଲା.।
