jyotsna mayee panda

Tragedy

4  

jyotsna mayee panda

Tragedy

ବେରଙ୍ଗ ହସ

ବେରଙ୍ଗ ହସ

4 mins
186


ନା ଥାଏ ହସର ମାପ କାଠି କି ନା ଥାଏ ହସର ରଙ୍ଗ l ତଥାପି ଏ ରଙ୍ଗୀନ ଦୁନିଆରେ କିଏ କେମିତି ରୂପ ଦେଇପାରେ ଏ ହସର l

ମା'ର ଦରୋଟି ହସରେ ଝରିପଡ଼େ ମମତା, ଶିଶୁର ଖିଲି ଖିଲି ହସରେ ଝରିପଡ଼େ ଅତ୍ମୀୟତା, ପ୍ରେମିକାର ସ୍ମିତ ହସରେ ହୃଦୟରେ ଫୁଟିଉଠେ ପ୍ରେମ ପାରିଜାତ, ସମାଜର କୁଟିଳ ହସରେ ଲୁଚିରହିଥାଏ ଉପହାସ l କ୍ଷମତାର ସିଂହାସନରେ ବସିଥିବା ବଡବଡିଆଙ୍କ ଓଠରୁ ଝରିପଡ଼େ ଔଧତ୍ୟର ହସ ପୁଣି ସେ ଖଟିଖିଆ ଗରିବଙ୍କ ନିରୀହ ଓଠରୁ ଝରି ପଡେ ଚେନାଏ ଫିକା ହସ l ଯାହା ପରିସ୍ଥିତିର କସାଘାତରେ ବେଳେ ବେଳେ କେଉଁଠି ହଜି ଯାଏ l

ମିସ ଅରୁଣିମା ମାଡାମ ହେଉଛନ୍ତି ସର୍ବ କନିଷ୍ଠା ମନ୍ତ୍ରୀ l ସେ ଶିଶୁ ଓ ପରିବାର କଲ୍ୟାଣ ବିଭାଗରେ ମନ୍ତ୍ରୀ ପଦରେ ଅଧିଷ୍ଠିତ l ଗାଡି ବଙ୍ଗଳା ବ୍ୟାଙ୍କ ବାଲାନ୍ସର ଅଭାବ ନାହିଁ l ଦୁଇ ଦୁଇଟି ଅଙ୍ଗ ରକ୍ଷକ ସବୁବେଳେ ପାଖରେ ଥାନ୍ତି l ମାଡାମଙ୍କ କଥା ଯେମିତି ଶାଣିତର ଧାର ସେମିତି କାମ ବି l ଦେଖିବାକୁ ଖୁବ ସୁନ୍ଦର ଯେମିତି କୋଉ ଅପସରୀ l

ଲମ୍ବା ଚୁଟିକୁ ଭାରତୀୟ ପରିଧାନ ଶାଢ଼ୀ ତାଙ୍କ ବ୍ୟକ୍ତିତ୍ୱକୁ ଖୁବ ମାନେ l ଖୁବ ପ୍ରଶଂସର ପାତ୍ରୀ ହୋଇ ପାରିଛନ୍ତି ଏତେ ଛୋଟ ବୟସରୁ l ପାଳିତ ପିତା ଥିଲେ ଗୃହମନ୍ତ୍ରୀ l ଏବେ କିନ୍ତୁ ଅବସର ନେଇ ଗଲେଣି l

ସେଥିପାଇଁ ମଧ୍ୟ ମାଡାମ ସବୁ ମହଲରେ ବେସ ପରିଚିତ l ସେଦିନ ନୁଆଁ ଭାବେ ଆସିଥିଲେ ସିବିଆଇ ଅଫିସର ଗୌତମ ଚୌଧୁରୀ l ବେସ ସୁନ୍ଦର ଚେହେରା ଉଜ୍ଜଳ ମୁଖ ମଣ୍ଡଳକୁ ସୁଉଚ୍ଛ ଶରୀର l କୌଣସି ଏକ କେସକୁ ନେଇ ଆସିଥିଲେ ମାଡାମଙ୍କ ପାଖକୁ l ସକାଳର ସୁନେଲି ଖରାରେ ବସି କଫିର କେଇ ଢ଼ୋକ ମୁହଁରେ ନେଉଥିଲେ l

ସକାଳୁ ସକାଳୁ ଗୌତମଙ୍କୁ ଦେଖି ଏକ ସ୍ମିତ ହସରେ ନିମନ୍ତ୍ରଣ କରିଥିଲେ କଫି ପାଇଁ l ଏମିତି କିଛି ସମୟ ବିତିଗଲା ଗପ ସପରେ l

ଗୌତମ ଚୌଧୀରି ଖୁବ ଖୁସ ମିଜାଜ ମଣିଷଟେ l ତାଙ୍କ କେଇପଦ କଥାରେ ଯେମିତି ମଣିଷ ସମୋହିତ ହୋଇଯିବ l ସୁନ୍ଦର ହସର ଫୁଆର ସବୁବେଳେ ମୁହଁରେ l ସେଦିନ କଥା ହେଇ ସାରି କହିଲେ ମାଡାମ ଗୋଟେ କଥା କହିବି ଆପଣ ଖରାପ ଭାବିବେନି l ଆପଣଙ୍କ ନିଜ ପରିଚୟଟା ? ମୁଁ ଜାଣିଛି ଗୃହମନ୍ତ୍ରୀ ଆପଣଙ୍କ ପାଳିତ ପିତା l

ଟିକେ ହସି ଦେଇ ଅରୁଣିମା ମାଡାମ କହିଲେ କ୍ଷମା କରିବେ ମୁଁ ସେତେବେଳେ ବହୁତ ଛୋଟ ଥିଲି l ସେଥିପାଇଁ ମୋ ମନେ ନାହିଁ l ବାବା ମୋତେ ସେତେବେଳେ ଗୋଟେ ଅନାଥ ଆଶ୍ରମରୁ ଆଣିଥିଲେ ମୁଁ ଯାହା ଜାଣିଛି l ହଠାତ ହାତରେ ସୁନ୍ଦର A ଟିଏ ଲେଖା ଥିବା ଦେଖି ଚମକି ପଡିଲେ ଗୌତମ l ଆଉ କହିଲେ if you don't mind ଆପଣ ସୁନ୍ଦର ପୁର ଗାଁ ଜାଣିଛନ୍ତି l ଗୋଟେ ଅନିଶ୍ଚିତ ଆଉ ଭୟର ହସ ସହିତ ଉତ୍ତର ଦେଲେ... ଆରେ ନା... ନା... ମୁଁ ଜାଣିନି..... I କିନ୍ତୁ ସେ ଜାଣି ଜାଣି ଯେମିତି ସେ ଅତୀତକୁ ଭୁଲିଯିବାକୁ ଚାହୁଁଥିଲେ l


ହେଲେ ଗୌତମ କେମିତି ଜାଣିଲେ ସେ ଗାଁ ସହିତ ତାର ସମ୍ପର୍କକୁ ?


ଦୀର୍ଘ କୋଡିଏ ବର୍ଷ ପଛକୁ ଫେରିଯିବା ସାହସ କେମିତି କରିବେ l ଆଜି ବି ଭୁଲି ନାହାନ୍ତି ସେ ଅଭିଶପ୍ତ ରାତିକୁ l ଛୋଟ କୁଡ଼ିଆ ଘରର ଜୀବନ l ଓଳିଏ ଖାଇଲେ ଓଳିଏ ଓପାସ ରହିବାକୁ ପଡେ l ମା ଚାଲିଗଲା ଜନ୍ମ ଦେଇ ଆରପାରିକି l ବାପା ଦୁଃଖ କଷ୍ଟ କରି ଅନ୍ୟର ମୂଲ ଲାଗି ଝିଅକୁ ପଢାଉ ଥିଲେ l ସେ ଯେତେବେଳେ ସପ୍ତମ ପଢୁଥିଲା ସେ ବି କିଡ଼ନୀ ରୋଗରେ ଚାଲିଗଲେ ଅଫେରା ରାଇଜକୁ l

ଜ୍ଞାତି କୁଟୁମ୍ଭ କେହି ପଚାରିଲେନି l ଶାଗୁଣା ଭଳି ଝାମ୍ପି ପଡୁଥିବା ଆଖି ମାନଙ୍କ ଠୁ ବେଶିଦିନ ନିଜକୁ ବଞ୍ଚେଇ ପାରିଲାନି l ଦିନେ ଅର୍ଦ୍ଧ ରାତ୍ରିରେ ଚାରିଜଣ ଉଠେଇ ନେଲେ ତା କୁଡ଼ିଆ ଭିତରୁ ତାକୁ l ଶାଗୁଣା ଭଳି ଝୁଣି ଖାଇଗଲେ ତା କୋମଳ ତନୁକୁ l ପରେ ଏକ ପଥରରେ ଛେଚି ବୁଦା ମୂଳରେ ଫିଙ୍ଗି ଦେଲେ l ସେଦିନ ମନ୍ତ୍ରୀ ଘରେ କାମ କରୁଥିବା ରୋଷେଇଆ ରାମ କାକା ଗାଁକୁ ଆସିଥିଲେ l ଏକା ମଣିଷଟା, ତାଙ୍କର ନିଜର ବୋଲି ଭାଇଟେ ଅଛି l କେବେ କେବେ ତା ପାଖକୁ ଆସନ୍ତି l ସେଦିନ ମୁର୍ଚ୍ଚିତ ଅବସ୍ଥାରେ ମେଡିକାଲ ନେଇ ଚିକିତ୍ସା କଲେ l ପରେ ହୋସ ଆସିଲା ଯେତେବେଳେ ମୁଁ ଗୃହମନ୍ତ୍ରୀଙ୍କ ବାସ ଭବନରେ ନିଜକୁ ଆବିଷ୍କାର କଲି l ସେଦିନରୁ ଆଜି ଯାଏ ନିଜ ସନ୍ତାନ ଭଳି ସ୍ନେହ ଦେଇ ବଡ଼ କଲେ l କାରଣ ତାଙ୍କ ଗୋଟେ ବୋଲି ଝିଅ କାର ଦୁର୍ଘଟଣାରେ ମୃତ୍ୟୁ ବରଣ କରଥିଲେ ସେଥିପାଇଁ ସ୍ତ୍ରୀ ପାଗଳୀ ହୋଇଯାଇଥିଲେ l ମୁଁ ଆସିବା ପରେ ହଠାତ ସେ ନିଜ ଝିଅ ଭାବିନେଲେ ଓ ଆସ୍ତେ ଆସ୍ତେ ଠିକ ହେଲେ l ସେଥିପାଇଁ ସେ ନିଜ ଝିଅ ଭାବେ ମୋତେ ଗ୍ରହଣ କଲେ l ଅତୀତକୁ କେବେ ଆଉ ଚାହିଁ ଦେଖିନି କେବେ l


କିନ୍ତୁ ସୁନ୍ଦର ପୁର କଥା ଗୌତମ କେମିତି ଜାଣିଲେ? ସେ ସୁନ୍ଦର ଚେହେରା ଆଜି ବି ଭୁଲିନି l ଗୋଟେ ଶ୍ରେଣୀରେ ପଢୁଥିଲେ l ସେ ଥିଲେ ପ୍ରଧାନ ଶିକ୍ଷକଙ୍କ ପୁଅ l ଶ୍ରେଣୀରେ ପ୍ରଥମ ହୁଅନ୍ତି ଆଉ ବେଳେ ବେଳେ ଅରୁ ବି ପ୍ରଥମ ହୁଏ l ସେଦିନ ଗାଁ ରେ କାଳିରେ ଛୁଞ୍ଚି ସାହାଯ୍ୟରେ ନାଁ ଲେଖିବା ପାଇଁ ଜଣେ ଲୋକ ଆସିଥିଲା l ସେଦିନ ସେ ଓ ତା ସାଙ୍ଗ ଏକା ସାଥିରେ ନିଜ ନାଁ ପ୍ରଥମ ଅକ୍ଷରକୁ ନିଜ ହାତରେ ଲେଖିବା ପାଇଁ କହିଥିଲେ l ଦୁହିଁଙ୍କ ପାରିଶ୍ରମିକ ସେ ଦେଇଥିଲେ l ଘରେ ବହୁତ ଗାଳି ପଡିଥିଲା ଦୁହିଁଙ୍କୁ l ଖୁବ କଷ୍ଟ ହେଲା ଆର ଦିନ l ହାତରେ ଲେଖିବା ବି କଷ୍ଟ ହେଉଥିଲା l ହେଲେ ସେ କଣ ସେ ଗୌତମ ? କେମିତି ଫେରିବ ସେ ବିଭତ୍ସ ଅତୀତକୁ ପୁଣି ଥରେ.... ଅରୁ l ହେଲେ ସେ ଅତୀତ ପୁଣି ଥରେ ତା ହସକୁ କଣ ଛଡେଇ ନେବ ? ତା ଜୀବନର ପ୍ରକୃତ ସତ୍ୟ କଣ ସେ ଜାଣିଛନ୍ତି ?


ଆଜି ସବୁ କଥା ଜାଣିବା ପରେ ଆଉ ସେ ଅଫେରା ଅତୀତ ସହିତ ନିଜକୁ ସାଲିସ କରି ଆଉଥରେ ତା ଓଠରେ ହସର ଫୁଆର ଆସିବ ତ ?



Rate this content
Log in

Similar oriya story from Tragedy