Lipsa Acharya

Tragedy

4.4  

Lipsa Acharya

Tragedy

ବେଳାଭୂମି

ବେଳାଭୂମି

1 min
406


ବେଳାଭୂମିର କୋଳାହଳ ମନରେ ଥିବା ନିରବତାକୁ ଟିକିଏ ହେଲେ ଦୂର କରିପାରୁ ନଥିଲା । ପାଖାପାଖି ବସିଥିବା ଦୁଇଟି ଶରୀର ମଧ୍ଯରେ କୋଶେ ଦୂରତା ଥିଲା । କିଚ୍ଥି କହିବାକୁ ଚାହିଁଥିଲେ ପରସ୍ପରକୁ , ମାତ୍ର କେହି ଜଣେ ବାଧା ସୃଷ୍ଟି କରୁଥିଲା । କିଏ ସେ ?? ସେମାନେ ତ ଦୁଇଜଣ । ତୃତୀୟ ବ୍ଯକ୍ତି .... ।  


     ଅତୀତର ଖୁସିକୁ ମନେ ପକାଉଥିଲେ ନା ବର୍ତମାନକୁ ବୁଝିବାକୁ ଚେଷ୍ଟା କରୁଥିଲେ। କଣ ଭବିଷ୍ଯତର ସ୍ବପ୍ନ ବୁଣୁଥିଲେ ? ମୁଁ ଶୁଣି ପାରୁନଥିଲି ସେମାନଙ୍କ ଶବ୍ଦ । ତଥାପି ଲାଗୁଥିଲା , କଥା ହଉଚ୍ଥନ୍ତି ସେମାନେ । କଣ କଥା ହଉଚ୍ଥନ୍ତି ବିନା ଶବ୍ଦରେ । ମନ ଭିତରେ ସେ ଦୁହିଁଙ୍କ ବିଷୟରେ ଜାଣିବାକୁ ଉତ୍କଣ୍ଠା ବଢୁଥିଲା । ଅପେକ୍ଷାର ଅନ୍ତ ହଁ ଘଟୁନଥିଲା । 


      ବେଳାଭୂମି ଉପରେ ଖେଳିବାର ଆଗ୍ରହ ଆସୁ ନଥିଲା । ଅନ୍ଯର ନିରବତା କେବେ କେବେ ନିଜକୁ ମଧ୍ଯ ବିଚଳିତ କରିପକାଏ । ମୋତେ ମଧ୍ଯ କରୁଥିଲା । ନା ଆଉ ରହି ହବନି !! ନିଜେ ପଚାରିଦେବା ଠିକ୍ ରହିବ । ନା ଯଦି ସେମାନେ ଖରାପ ଭାବନ୍ତି । ସତରେ , ଅନ୍ଯକୁ ଜାଣିବାର ଇଚ୍ଥା କାହିଁକି ମଣିଷକୁ ହୁଏ !!


       " ଏଥର ଯିବା" ତୃତୀୟ ବ୍ଯକ୍ତିର ମନ୍ତବ୍ଯ । ପାଖୋଇ ଆସିଲା ତୃତୀୟ ବ୍ଯକ୍ତିଟି । ଏ ଦୁହିଁଙ୍କ ନିକଟତା ଦୂରତ୍ବରେ ପରିଣତ ହେଲା । ସେମାନଙ୍କ ଶରୀର ଦୂରେଇ ଯାଇଥିଲା ସତ। ଏବେ ବି ନିଜ ଭିତରେ କଥା ହଉଥିଲେ । ତୃତୀୟ ବ୍ଯକ୍ତିଜଣଙ୍କ ପୁଣି ପ୍ରଶ୍ନ କଲା " ଶେଷଥର ପାଇଁ କଥା ହେଇଗଲ ନା । ବୋଧହୁଏ ଜୀବନରେ ଆଉ କଥା ହେବାର ସୁଯୋଗ ଆସିନପାରେ। " ହଉ ଚାଲ ....।


      ସେମାନେ ଚାଲିଗଲେ । ଆଉ ମୁଁ...। ସେମାନଙ୍କ ଚିହ୍ନ ମୋ ଆଖିରୁ ନ ଲିଭିବା ଯାଏଁ ,ଚାହିଁ ରହିଥିଲି । ବିନା ଶବ୍ଦରେ ମନର ଭାବନାକୁ ପଢିପାରୁଥିଲେ ସେମାନେ । ଆଉ ତାକୁ ବୁଝିପାରୁଥିଲା ,ଏ ବେଳାଭୂମିର ଆସନ୍ନ ସଂଧ୍ଯା ।


Rate this content
Log in

Similar oriya story from Tragedy