ବେଡ଼ ଟି
ବେଡ଼ ଟି
ମେଘା କୁ ସକାଳୁ ସକାଳୁ ଚାଆ ଟା ,ତା ବେଡ଼ ଉପରେ ନ ପିଇଲେ ଭଲ ଲାଗେନି ଜମା ଦିନ ଗୋଟିକ ଭାରି ବିରକ୍ତ ଲାଗେ ତା ମମି ସେ କଥା ଜାଣେ ତେଣୁ ମେଘା କୁ ନିଦ ରୁ ଉଠିବା ଦେଖି ଝିଅ ପାଇଁ ଚା କରି ତା ବେଡ଼ ରୁମ ରେ ଥୋଇ ଆସନ୍ତି ପ୍ରଭା ଦେବୀ ,ଝିଅ ଟିର ଏ ଅଭ୍ୟାସ ପାଇଁ କିଛି କହନ୍ତି,ନି ସିନା ହେଲେ ମନେ ମନେ ରାଗନ୍ତି, ଝିଅ ପିଲା ଟେ କାଲି କି କାଲି ବଡ଼ ହେବ ବାହା ହେବ କିଏ ତାକୁ ବେଡ଼ ଉପରେ ଚାଆ ଦବ ,କେତେ ଥର ତାକୁ କହିଲାଣି,
ଏସବୁ ଅଭ୍ୟାସ କୁ ଛାଡି ବା ପାଇଁ ,ହେଲେ ମେଘା ତାଙ୍କ , ଏ କଥା ଟି ଜମା ଶୁଣେନି ,ରହ ମ କାହିଁକି ???ଛାଡି ବି ମତେ ଭଲ ଲାଗୁନି ,ତାପରେ ହଉ ମମି ଦୟାକରି ମତେ ତାକୁ ଛାଡ଼ିବାକୁ କହନା ହଉ ନଛାଡ଼େ ତୁ ହିଁ ପଛେରେ କଲବଲ ହେବୁ ,ହଁ ପଛେରେ ଦେଖିବା ମ କହି ଚାଳିଯାଏ ବାର୍ଥ ରୁମ କୁ।
ଆଉ ବେଳେ ବେଳେ ବେଡ଼ ଉପରୁ ଚାଆ ପିଇ ସାରି ଉଠିଲା ବାପା ତାର ସେ ସମୟରେ ଯଦି ଦେଖି ନେଲେ ,ଗାଳିଟା ପୁରା ଫ୍ରି ରେ ଦେଇ ଦେବେ ,ଆରମ୍ଭ ହେଇଯିବ ମହାଭାରତ କଥା ""ଝିଅ କୁ ଗେଲବସର କରି ସକାଳୁ ଚାଆ ଟା ବଢେଇ ଦିଅ ଯେ ,ପଛରେ ନ ମିଳିଲେ କାନ୍ଦିବାଟ ସାର ହେବ"" ।
ଗୋଟେ ବୋଲିଝିଅ ମେଘା ବାପା ତାର ସରକାରୀ କର୍ମଚାରୀ ଅଫିସ ଖାଇ ପିଇ ଗଲା ପରେ ଝିଅ ର ଚାଆ ନେଇ ରୁମ ରେ ଦେଇ ଆସନ୍ତି ପ୍ରଜ୍ଞା ,ନ ହେଲେ ବାପା ତାର ଚାଆ ଦେଉଥିବା ଦେଖିଲେ ପାଟି କରିବେ ହେଲେ ପ୍ରଜ୍ଞା ଝିଅ ପଟେ ବାହାରି ହଉ ହଉ ମୋ ଝିଅ କଥା ମୁଁ ବୁଝିବି ତୁମେ ଅଫିସ ଆଗେ ଯାଅ ତାପରେ ମେଘାକୁ ପ୍ରଜ୍ଞା ଉଠାନ୍ତି ।ମେଘାର ରାତି ଅଧକୁ ଶୋଇବା ଗୋଟେ ଅଭ୍ୟାସରେ ପଡ଼ିଗଲିଣି ଆଜିକାଲି ,ସେ ସେତେବେଳେ ଟିକେ ପାଠ ଟିକେ ପଡେ, ଅନ ଲାଇନ ରେ ଟିକିଏ ଦେଖେ ସାଙ୍ଗ ମାନକର ଚାଟିଙ୍ଗ ହୁଏ, ପୁରା ବିନ୍ଦଶ ଜୀବନ ତାର ରାତି ରେ ଦେ ଚାରି କପ ଚାଆ ଦରକାର , ଗୋଟେ ଝିଅ ବୋଉ କିଛି କାହାନ୍ତିନି, ଜେଜେମାଆ ର ପୁରା ଗାଳି ଆରେ ବଡ଼ ଝିଅଟେ ହେଲାଣି, କିଛି ଘର କାମ ଜଣ ନାହିଁ , ଗଞ୍ଜଡି ପରି ଚାରି ପାଞ୍ଚ କପ ଚାଆ ପିଉ ଚି ମେଘା କହେ ଆଲୋ ଜେଜେମା ସତର ପୁରୀ ଅଠରମତେ , ହଁ ହଁ ଆମର ଏତେ ବେଳ କୁ ଛୁଆ ହେଇସାରିଲାଣି ,ଆଉ ତୁ ବାହା ହେଇ ନୁ ମଉଜ଼ କରୁଚୁ ବୋଉ ଗେଲବସର କରିଛି, ତତେ ଆଲୋ ଜେଜେ ମା ତୁ ମତେ ଗେଲ ବସର କରିନୁ , ହଉ ତୁ ମତେ ବାହା କରିବୁଟି ଖୋଜ ଯାହା ଘରେ ବେଡ଼ ଟି ମତେ ଦେବେ ମୁଁ ସେ ଘରର ବୋହୁ ହେବି ।ହଁ ହେଲା ତା ହେଲେ ଆଜିଠୁ ଖୋଜା ଆରମ୍ଭ କରିଦେବି ,ଯୋଉ ସତସଙ୍ଗ ଯାଉଛି, ମୁଁ ସେଠୁ ଖୋଜିବା ଆରମ୍ଭ କରିବି ହଉ ହଉ ଯା ତତେ ମିଳିବନି ହା ହା ହସି ହସି ମେଘା କଲେଜ ଚାଲିଗଲା ତା ସାଙ୍ଗ ସଙ୍ଗେ।
ମେଘା ମନେ ମନେ ଖୁସି ଭାରି ମିଳିବନି ,ତା ପାଇଁ ପ୍ରସ୍ତାବ ହେଲେ ଦୁଇ ତିନି ମାସ ଭିତରେ ମିଳିଗଲା ତା ଜେଜେ ମା କୁ ଜେଜେମା ଆସିକି ଘରେ ଜଣାଇଲେ, ମେଘା ରାଗିପାଚିକି ଲାଲ ପଡିଯାଇଥାଏ,ଆଲୋ ଜେଜେ ମା ତୋର କିଛି କାମ ନାହିଁ ଅଠର ବର୍ଷ ରେ ମତେ ଘରୁ ବିଦା କରି ଦବୁ ନା କଣ ??ମ ପ୍ରଜ୍ଞା କୁହନ୍ତି ମେଘା କୁ ବେଶି ବକ ବକ ମା ସଂଗେ ନ ହେବା ପାଇଁ।ଜେଜେମା ରଗାଳି ରେ ବାପା ବୋଉ ମେଘା ରାଜି ହେଇଗଲେ ତା 'ବାହାଘର ପାଇଁ ,ପୁଅ ସହିତ ଦେଖା ହେଲା ସେ ।ପୁଅ ଇଂଜିନିୟର ବହୁତ ସମ୍ପତି ଗୋଟେ ବୋଲି ପୁଅ ।ପୁଅ କହିଲା ମୁଁ ପ୍ରଥମେ dating କରିବି ମେଘା ସହିତ ପୁରା ଆଧୁନିକ ପୁଅ ଘର, ତେଣୁ କିଛି ଆସୁବିଧା ନ ଥିଲା ହେଲେ ମେଘାର ବାବା ମନା କରିଦେଲେ ପରେ ,ଜେଜେମା ବୁଝାଇ ଲା ଯେତେବେଳେ ସେ ହଁ କଲେ ।
ଗୋଟେ ଦିନ ସ୍ଥିର କଲେ ସେମାନେ ଡେଟିଂ ଙ୍ଗ ପାଇଁ ଗୋଟେ କାଫେରେ ମିଶିଲେ ସେମାନେ ,ତାଙ୍କ ଭିତରେ ଆସ୍ତେ ଆସ୍ତେ ବନ୍ଧୁତା ହେଇ ଗଲା। ଏମିତି କେତେ ଦିନ ଗଲା ଶାଶୂଘର ତାର ବେଶୀ ଜୋର ଦେଉ ନ ଥିଲେ ବିବାହ ପାଇଁ ହେଲେ ଜେଜେମା ର ମୁଣ୍ଡ ବଥା ର କାରଣ ସାଜି ଥିଲା ତାଙ୍କର ଏ ଆଧୁନିକ ଡଟିଙ୍ଗ ।ଜେଜେମା ଲୋକ ଲାଜକୁ ବିରକ୍ତ ହୋଇ କୁହେ ,କଣ ଗୋଟେ ଡଟିଙ୍ଗ ଚାଲିଛି କିଲୋ ପ୍ରଜ୍ଞା ବୋହୁ ତୋ ଝିଅ ର, ଗୋଟେ ବୋଲି ଝିଅ ଆମ ଘରେ ଏମିତି ହୁଏନି ତୁ ଫୋନ ରେ ପୁଅ ଘର ସଂଗେ କଥା ବାର୍ତ୍ତା କର ଏ ବିଷୟ ରେ ।ପ୍ରଜ୍ଞା ମା ତମେ କଥା ହୁଅ ।ଆଜି କଲି ପିଲା ମନେ ଯାହା ବୁଝି ଥିବେ ସେଇଆ କରିବେ ଆଧୁନିକତା ତାଙ୍କୁ ଗ୍ରାସ କରିଛି ତମେ କଣ କରିପାରିବ ଆଉ ମୁଁ କଣ କରିବି ।ଗୋଟେ ଉପାୟ ହେଲା ନିର୍ବନ୍ଧ ଟା ସାରି ଦେବା ସେମାନଙ୍କର ତା ପରେ ବିବାହ କଥା ପରେ ଅଛି।ହଁ ତୁ ସେଆ କର ଆମର ଝିଅ ପିଲାଟେ ମାଟି ହାଣ୍ଡି ଥରେ କଳା ପଡିଗଲେ ଆଉ ସହଜ ରେ ଛାଡିବାନି ତାଙ୍କ ପୁଅ କଂସା ପିତଳ ମାଜିମୁଜି ଦେଲେ ସଫା।
ଆଧୁନିକ ଯୁଗ ଯେତେ ହେଲେ ବି, ଏ ଚିନ୍ତା ଧାରାର ଅବସାନ କେବେ ବି ଘଟି ବନି ସବୁ ବେଳେ ଝିଅ ମନ କୁ ଏସବୁ ଶୁଣିବାକୁ ପଡିବ ।କାହିଁକି ??କେଜାଣି ଏ ସମାଜ ଝିଅ ମାନେ ଯାହା କଲେ ବି ତାର ପ୍ରତିବାଦ କରିଥାଏ ମାତ୍ର ପୁଅ ମାନକୁ କିଛି ବି କହେନି ,,
ବୁଦ୍ଧିଜୀବୀ ମାନକର କଥା ନାରୀ ଆଉ ପୁରୁଷ ମୁଦ୍ରା ର ଦୁଇ ପାର୍ଶ୍ୱ ବେକାର କଥା ଗୋଡ଼ା।ନାରୀ ଏଠି ସର୍ଵ ସହା ଆଉ ପୁରୁଷ ଯେତେ ଭୁଲ କଲେ ବି କିଛି ଭୂଲ ନାହିଁ ତାର ।ସମାଜ କଥା ଛାଡ଼ନ୍ତୁ ଘର ଲୋକ ଙ୍କର ଆଗ ଗାଳି ଝିଅ ପିଲା ଆକୁ କରିବୁନି ତାକୁ କରିବୁନି କଣ ପାଇଁ ବେଳେ ବେଳେ ଭାରି ବିରକ୍ତ ଲାଗେ ମେଘା ପରି ଝିଅ ମାନକୁ, ହେଲେ କଣ କରିବେ ଘର ଲୋକ ଙ୍କୁ , ତ କିଛି କହିହେବନି ଖାଲି ବିରକ୍ତ ହେବ ଟା ସାର।
ମେଘା ର ବେଡ଼ ଟି ରୁ ତା ଡେଟିଂଙ୍ଗ ପ୍ରାଯନ୍ତ ସମସ୍ତଙ୍କର ନଜର ଜିନ୍ସ ପିନ୍ଧିବା ଉପରେ ବି ସାହି ପଡିଶା ଙ୍କର ଭାରି କଥା ଅମୁକ ଘର ଝିଅ ମ ଦେଖୁନ କେମିତି ହଉଚି ,ନିଜ ପିଲା କୁ କହିବେନି ଅନ୍ୟ କୁ କହିବାକୁ ପାଟି ବନ୍ଦ ହେବନି ସେମାନଙ୍କର ।ନିହାତି ବଜେ ଲୋକ ଗୁଡିକ କେତେ ଝିଅ ଅଛନ୍ତି ସେମାନେ ଝିଅ ରୁ ବୋହୁ ହେଇ ମଧ୍ୟ ଝିଅ ମାନକର ସବୁ ଜିନିଷ କୁ ଆକ୍ଷେପ କରିବାକୁ ଭୁଲନ୍ତି ନାହିଁ । ମେଘା ର ଜେଜେ ମା ଲାଗିପଡି ନାତୁଣୀ ର ବିବାହ କରିଦେଲେ।
ମେଘା ଆଜି ଝିଅ ରୁ ବୋହୁ ହେଲା ପରେ ତାର, ସେ ବାପ ଘର ର ସେ ଖୁସି ଆଉ ନାହିଁ ,ତା 'ମୁହଁ ରେ ଜଞ୍ଜାଳ ରେ ସେ ଆଜି ଆବଦ୍ଧ ଆଉ ପିଉନି ସେ ବେଡ଼ ଟି କିଏ ତାକୁ କରିକି ଦେବ ବାପ ଘରେ ସିନା ମମି ଦିଏ ,ହେଲେ ଶାଶୂଘର ତାକୁ ହିଁ ସମସ୍ତଙ୍କୁ ଦେବାକୁ ପଡୁଛି ।ଯେତେ ଚାକର ପୂଜାରୀ ଥାନ୍ତୁ ନ କାହିଁକି ???ତା ଶଶୁର ତା ହାତ ତିଆରି ଚା ପିଇବାକୁ ପସନ୍ଦ କରନ୍ତି ।ଜେଜେ ମା କି ବାପା ଆଉ କିଛି କହୁନାହଁନ୍ତି ,ତାକୁ ହେଲା ତା ମନ ରେ ଏବେ ବି ଅବଶୋଷ ।ସେ ଅବଶୋଷ ଆଉ ପୂରଣ ହବନି ବୋଲି ସେ ଜାଣିସାରିଛି ଏବେ ବେଡ଼ ଉପରେ ସକାଳୁ ସକାଳୁ ଚାଆ ନ ପିଇ ଲେ ସେ ବାର୍ଥ ରୁମ ଯାଏନି ବୋଲି ସେ କଥା ଟି ତା ସ୍ବାମୀ କି କହିନି ,କାରଣ ତା ସ୍ୱାମୀର ଏସବୁ ଅଭ୍ୟାସ ନାହିଁ , ସେ ଆଉ ପୁରୁଣା ମେଘା ନାହିଁ ,ତାକୁ ବି ଜଣା ସେ ପୁରା ବଦଳି ଗଲାଣିବୋଲି , ଆଉ ଧିରେ ଧିରେ ପୁରା ଶାଶୂଘର ଲୋକ ମାନକର ପରି ଢଳିଗଲାଣି।
