STORYMIRROR

UPASANA PATTANAYAK

Abstract Inspirational Children

4  

UPASANA PATTANAYAK

Abstract Inspirational Children

ବଡ଼ କିଏ ?

ବଡ଼ କିଏ ?

2 mins
558

ଗୋଟିଏ ସହର ରୁ ଦୁଇ ଜଣ ଘନିଷ୍ଠ ବନ୍ଧୁ ରାଜେଶ ଓ ସନ୍ତୋଷ ବାହାର ର ଏକ ସୁନାମଧନ୍ୟ ଏକ ବିଶ୍ୱ ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଶେଷ କରି ଫେରିଲେ‌‌। ଶିକ୍ଷା ଗ୍ରହଣ କରି ଫେରିବା ପରେ ରାଜେଶ ସହରର ଉଚ୍ଚ ପଦବୀରେ ଚାକିରି ଟିଏ କଲା। ସନ୍ତୋଷ ଚାକିରି ବାକିରି ନ କରି ଚିତ୍ର ଆଙ୍କିବା ରେ ମନପ୍ରାଣ ଏକ କରିଦେଲା। ଚିତ୍ରାଙ୍କନ କଳା ରେ ବିଶେଷ କରି ଆଧୁନିକ ଚିତ୍ରକଳା ରେ ସନ୍ତୋଷ ନିପୁଣତା ହାସଲ କଲା। କିନ୍ତୁ ସନ୍ତୋଷ ର ପିତାମାତାଙ୍କ ମନ ରେ ନୈରାଶ୍ୟ ଥିଲା। କାରଣ ସେମାନେ ମଧ୍ୟ ଚାହୁଁଥିଲେ ତାଙ୍କ ପୁଅ ଟି ବି ଶିକ୍ଷା ସାରିବା ପରେ ଭଲ ଚାକିରି ଟିଏ କରୁ ଏବଂ ଉଚ୍ଚ ପ୍ରତିଷ୍ଠିତ ହେଉ। ସନ୍ତୋଷ ମଧ୍ୟ ରାଜେଶ ପରି ଭଲ ପଢୁଥିଲା, ତେଣୁ ଆଶା ରହିବା ସ୍ଵାଭାବିକ। 


ଏମିତି କିଛି ଦିନ ବିତିଗଲା। ଥରେ ରାଜେଶ ଗ୍ରୀଷ୍ମ ଛୁଟି ରେ ଆସିଥିବା ସମୟରେ ତା'ର ବିଶ୍ଵବିଦ୍ୟାଳୟ ର ପ୍ରିୟତମ ଶିକ୍ଷକ ଙ୍କୁ ଭେଟିବାକୁ ଗଲା। ଶିକ୍ଷକ ମହାଶୟ ରାଜେଶ ଠାରୁ ସବୁ ଶୁଣିଲେ। ରାଜେଶ ର ଉଚ୍ଚ ପଦବୀ ଚାକିରି କଥା ଶୁଣି ମଧ୍ୟ ବହୁତ ଖୁସିହେଲେ ଏବଂ ତା'ର ବନ୍ଧୁ ସନ୍ତୋଷ କିଭଳି ଚାକିରି ନ କରି ଚିତ୍ର କରିବା ରେ ସମୟ ବ୍ୟୟ କରୁଛି, ତାହା ମଧ୍ୟ ଜାଣିଲେ। ସବୁ ବିଷୟ ଶୁଣିବା ପରେ ଶିକ୍ଷକ ମହାଶୟ ରାଜେଶ କୁ କହିଲେ - "ତୁମ ର ତ ଦାମ୍ ବହୁତ ବଢିଛି। କିନ୍ତୁ ସନ୍ତୋଷ ତା'ର ମୂଲ୍ୟ ବଢାଇବାରେ ଲାଗିଛି।”


ରାଜେଶ ପଚାରିଲା - "ଦାମ୍ ଏବଂ ମୂଲ୍ୟ କ'ଣ ଏକା କଥା ନୁହେଁ ?" ଶିକ୍ଷକ ଜଣକ ରାଜେଶ ର ଏପରି କଥା ଶୁଣି କିଛି କ୍ଷଣ ପାଇଁ କିଛି ନ କହି ମୌନ ରହିଲେ।

ଶିକ୍ଷକ ଙ୍କ କଥା କୁ ମଧ୍ୟ ରାଜେଶ ଗଭୀର ଭାବରେ ଚିନ୍ତା କରିନଥିଲା ଏବଂ ବୁଝିବା ତ ପର କଥା। 


ରାଜେଶ ତା'ର କର୍ମକ୍ଷେତ୍ର କୁ ଫେରିଆସିଥିଲା। ପୂର୍ବ ପରି କାମରେ ମଧ୍ୟ ବହୁତ ବ୍ୟସ୍ତ ରହୁଥିଲା ଯେମିତି ସମସ୍ତେ ନିଜ ନିଜର କର୍ମମୟ ଜୀବନରେ ବ୍ୟସ୍ତ ରହନ୍ତି। ସନ୍ତୋଷ ସହିତ ପୂର୍ବ ଭଳି ବନ୍ଧୁତ୍ୱ ର ସମ୍ପର୍କ ନ ଥିଲା। କିନ୍ତୁ ଅବସର ସମୟ ପାଇଲେ ଫୋନ ଯୋଗେ ସ୍ବଳ୍ପ କଥାବାର୍ତ୍ତା ହୁଅନ୍ତି।


ଇତି ମଧ୍ୟରେ ଅନେକ ବର୍ଷ ବିତିଗଲା। ରାଜେଶ ପରିଣତ ବୟସରେ ଏକ ଅତି ଉଚ୍ଚ ପଦବୀରେ ସମ୍ମାନିତ ହେବା ସହିତ ଅବସର ମଧ୍ୟ ଗ୍ରହଣ କଲା। କିନ୍ତୁ ତା' ପରେ ସେ ଯେମିତି ହଠାତ୍ ଗୁରୁତ୍ବହୀନ ହୋଇପଡିଲା। ଅବସରପ୍ରାପ୍ତ ହୋଇସାରିବା ପରେ, ପଦବୀରେ ଥିବା ସମୟର ସମ୍ମାନ ଆଉ ତାକୁ ମିଳିଲା ନାହିଁ। କିନ୍ତୁ ସେତେବେଳକୁ ତା'ର ବନ୍ଧୁ ସନ୍ତୋଷ ଜଣେ ପ୍ରବୀଣ, ନିପୁଣ ଏବଂ ବିଶେଷ ଜଣାଶୁଣା ଚିତ୍ରକର ଭାବେ ଉଚ୍ଚ ପ୍ରତିଷ୍ଠିତ ହୋଇସାରିଥିଲା। ତା'ର ଯଶ ବିଭିନ୍ନ ଦିଗରେ ପ୍ରସାରିତ ହୋଇଯାଇଥିଲା। ଦେଶ ବିଦେଶ ରେ ତା'ର ଯଶ ଥିଲା।


ଏବେ ଅବସର ନେଇଥିବା ରାଜେଶ ମନରେ ଶିକ୍ଷକ ଙ୍କ କଥା ମନେପଡ଼ିଲା। ବାସ୍ତବରେ ଦାମ୍ ଏବଂ ମୂଲ୍ୟ ଭିତରେ କ'ଣ ଏତେ ତଫାତ୍ ! ଦାମ୍ ଦିନେ ନା ଦିନେ ଖସିଯାଏ। ଦାମ୍ ବେପାର ର ଏକ ମାଧ୍ୟମ ମାତ୍ର । କିନ୍ତୁ ମୂଲ୍ୟ ଏକ ଚିରନ୍ତନ ବିଷୟ, ଯାହା କେବେ ବଦଳେନା। ଯାହାର ତୁଳନା ନ ଥାଏ ବା କୋୖଣସି ରୂପାନ୍ତରଣ ନ ଥାଏ। ଏହାର କେବେ କ୍ଷୟ ନ ଥାଏ, ଯେମିତି ପାଣିର ମୂଲ୍ୟ କେହି ହେଲେ କେବେ ଦେଇ ପାରିବେ ନାହିଁ, କିନ୍ତୁ ତାହା ବୋତଲ ପିଛା ବିଭିନ୍ନ ସ୍ଥାନରେ କେଇ ଟଙ୍କା ଦାମ୍ ରେ ବିକ୍ରି ହୋଇଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract