suchismita Panda

Tragedy Inspirational

3  

suchismita Panda

Tragedy Inspirational

ବଡ ଭଉଣୀ

ବଡ ଭଉଣୀ

3 mins
226


    ଛୁକ ଛୁକ ଛୁକ ଛୁକ ଶଦ୍ଦ ଭିତରେ ରେଳଗାଡିଟି ଆଗକୁ ବଢୁଥାଏ । ଝର୍କା ପଟେ ବସି ରହି ପଛକୁ ପଛ ଦୂରେଇ ଚାଲିଯାଉଥିବା ଗ୍ରାମ ନଗର ଠାରୁ ଆରମ୍ଭ କରି ଗଛ ଲତା ଗାଈ ଗୋରୁ ନଦୀ ନାଳ ସବୁକିଛି ଦେଖି ଆଖିରେ ଭରିଯାଇଥାଏ ବେଦନାର ଅଶ୍ରୁ । ଭିଡ ଭିତରେ କାହା ନଜରରେ ଆସିଯିବା ପୂର୍ବରୁ ନିଜକୁ ଆୟତ୍ତ କରି ଦେବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା ହୃଦୟ ଭାବନା ବୋଧେ ତା ଆୟତ୍ତାଧୀନ ନଥାଏ । ଏସବୁ କାହା ଆଖିରେ ପଡୁ ଅବା ନପଡୁ ମୋ ଦୃଷ୍ଟିରୁ ଖସିପାରେନା । 

    ମୁଁ ମଧ୍ୟ ସେଇ ପାଖ ସିଟରୁ ବାଙ୍ଗାଲୋରରୁ ଓଡିଶା ଫେରୁଥିବା ଜଣେ ଯାତ୍ରୀ । ସେଇ ଅଚିହ୍ନା ଯୁବତୀ ଜଣଙ୍କ ସହ ମୋ ଯାତ୍ରା ଏକା ସମୟରୁ ଆରମ୍ଭ ହୋଇଛି ହେଲେ ସରିବ କେଉଁଠି ମୋତେ ଅଜଣା । ଯୁବତୀ ଜଣକ ଦେଖିବାକୁ ଖୁବ ସାଧା ସିଧା ଏବଂ ସରଳ । ଏକା ଏକା ଥିଲେ । ତାଙ୍କୁ ଏଭଳି ଦୁଃଖିତ ଥିବା ଦେଖି ମୁଁ ତାଙ୍କ ସହ କିଛି କଥା ହେବା ଆରମ୍ଭ କରେ । 

   ଧିରେ ଧିରେ ସେ ମୋ ସହିତ ଟିକେ ନିଜତ୍ବପଣ ଖୋଜିପାଆନ୍ତି ବୋଧେ। ମୁଁ ମଧ୍ୟ ସମ୍ମାନ ସହ ତାଙ୍କୁ ବବ ଭଉଣୀ ପରି ଆଦର ଦେଖାଇ କଥା ଛଳରେ ତାଙ୍କୁ ପଚାରେ ସେ ଦୀର୍ଘ ସମୟ ଧରି ଏତେ ମାତ୍ରାରେ ଦୁଃଖରେ କାହିଁକି ବସିଛନ୍ତି ! କଣ କେହି ତାଙ୍କ ଆତ୍ମୀୟସ୍ଵଜନ ନାହାନ୍ତି ଯାହା ସହ ଥରୁଟିଏ ହେଲେ ମଧ୍ୟ କଥା ଦେବାର ମୁଁ ଦେଖି ପାରିନାହିଁ ! ପ୍ରଥମେ ତ ମୋର ପ୍ରଶ୍ନ ଶୁଣି ଘଡିଏ ମୂହୁର୍ତ୍ତ ଯାଏଁ ସେ ଚୁପ୍ ରହିଲେ ପୂର୍ବବତ । ମୁଁ ମଧ ତାଙ୍କୁ କୌଣସି ପ୍ରକାରର ବାଧ୍ୟ ନକରି ଚୁପ୍ ବସିଥାଏ ।

   ଏଇ ଭିତରେ ପ୍ରାୟ ଦୁଇ ଘଣ୍ଟା ବିତିଯାଇଥାଏ । ସେ ନିଜେ ନିଜ ପଟରୁ କଥା ଆରମ୍ଭ କରନ୍ତି । କିଛି ମୋ ବିଷୟରେ ଜାଣିସାରି ନିଜ କଥା ଆରମ୍ଭ କରନ୍ତି ଏକ ଦରଦୀ ଆଖିରେ । ଏତେ ବେଳ ଯାଏଁ ମୁଁ ତାଙ୍କୁ କେବଳ ବଡ ଭଉଣୀ ବୋଲି ଡାକିଥାଏ ବୋଲି ସେ କହନ୍ତି ତାଙ୍କୁ ଶିଖା ଦିଦି ନାମେ ଡାକିବାକୁ । ୟା ପରେ ସେ କହନ୍ତି ସେ ଓଡିଶାକୁ ଫେରୁଛନ୍ତି ପ୍ରାୟ ଦଶ ବର୍ଷ ପରେ । ଏଇ ମାଟିକୁ ଛାଡିଯିବାକୁ ସେ କେବେହେଲେ ମଧ୍ୟ ରାଜି ନଥିଲେ ହେଲେ ବାଧ୍ୟ ହୋଇ ତାଙ୍କ ବାପାଙ୍କ ମୃତ୍ୟୁ ପରେ ବୃଦ୍ଧା ମା' ଏବଂ ଭାଇ ମିଶି ବାହା କରେଇ ଦେଇଥିଲେ ଜଣେ ଅଯୋଗ୍ୟ ପାତ୍ରକୁ ଯୋଗ୍ୟ ବିବେଚିତ କରି । ଉପାୟ ଶୂନ୍ୟ ହୋଇ ବିରୋଧର ନିଆଁ ନିଜ ଭିତରେ ହିଁ ଲିଭେଇବାକୁ ହିଁ ପଡିଲା ।

   ନିଜ ସ୍ୱାମୀ ହାତ ଧରି ଏଇ ସହରକୁ ଆସିବା ପରେ ସବୁକିଛି କିନ୍ତୁ ବଦଳି ଯାଇଥିଲା । ଦେବତା ଭଳି ଲୋକ ଦେଖାଣିଆ ମଣିଷର ପ୍ରକୃତ ରାକ୍ଷସ ପଣ ଆଖିରେ ଆସିଥିଲା । ମୋତେ ସେ ଶଙ୍ଖା ସିନ୍ଦୂର ଦେଇଥିଲା ସତ ହେଲେ ପତ୍ନୀର ସମ୍ମାନରେ ଆଉ ଜଣେ ଝିଅ ଥିଲେ ତାଙ୍କ ଶଯ୍ୟାସଙ୍ଗିନୀ । ମୁଁ ତ କେବଳ ଘରର କୌଣସି ଏକ କୋଣରେ ପଡିଥିଲେ ଚାକରାଣୀ ପରି । ମୋ ଆଖି ଆଗେ ମୋ ସ୍ୱାମୀଙ୍କୁ ଦେଖୁଥିଲି ଅନ୍ୟ ଏକ ଝିଅର କୋଳେ ।ଏସବୁ କଥା ଘର ଲୋକଙ୍କୁ କହି କହି ଥକି ଗଲେ ମଧ୍ୟ ମୋ କଥା କେହି ଶୁଣିବାକୁ ରାଜି ହେଲେ ନାହିଁ । କଷ୍ଟ ଏତେ ଅସହ୍ୟ ହେବାରୁ ଶେଷରେ ମୁଁ ନିଜ ହାତେ ପୋଛିଦେଲି ସିନ୍ଦୂର ଏବଂ ହାତରେ ବେଡି ବାନ୍ଧିଥିବା ଶଙ୍ଖାକୁ ଫିଙ୍ଗି ସଂପର୍କ ସବୁକୁ ଗଙ୍ଗାରେ ଭସେରେ ଶ୍ରାଦ୍ଧ କଲି ଭାବିଦେଇ ନିଜେ ଏକାକୀ ବଂଚିବା ଏବଂ ଲଢିବାକୁ ଲାଗିଲି । 

   ଶିଖା ଦିଦିଙ୍କ ଦଗ୍ଧ ଜୀବନର କାହାଣୀ ଭିତରେ ମୁଁ ପ୍ରାୟ ସ୍ତବ୍ଧ ଥାଏ । ଏତେ ନିଷ୍ଠୁର ନିଜରପଣିଆକୁ ଧିକ୍କାର କରୁଥାଏ ହେଲେ ଏତେ ବର୍ଷ ପରେ ଓଡିଶା ଫେରିବାର କାରଣ ଖୋଜି ପାରୁନଥାଏ । ସେ ପୁଣି କହିଲେ ସେ ଫେରୁଛନ୍ତି କେବଳ କାଳିଆର ଦର୍ଶନ ପାଇଁ । ଦୀର୍ଘ ଦିନ ଧରି ସେ କାଳିଆଙ୍କୁ ଦେଖିନଥିବାରୁ ଆସିଛନ୍ତି । ହେଲେ ମାତ୍ର ଦିନଟିଏ ପାଇଁ । ଦେଖା କରି ପୁଣି ଫେରିଯିବେ କୌଣସି ଏକ ଲୁପ୍ତ ସୁରକ୍ଷିତ ସ୍ଥାନକୁ । 

   ଦିଦିଙ୍କୁ ଏତେ ମାତ୍ରାରେ ଦୁଃଖରେ ଦେଖି ଭାରି କଷ୍ଟ ହୁଏ । ମୁଁ ତାଙ୍କୁ ଆମ ଘରକୁ ନିମନ୍ତ୍ରଣ କରେ ହେଲେ ସେ ମନା ମନା କରିଦିଅନ୍ତି । ତଥାପି ଆଜୀବନ ବଡ ଭଉଣୀ ହୋଇ ରହିବାକୁ କଥା ଦିଅନ୍ତି । ମୋ ରକ୍ତ ସଂପର୍କୀୟ ଭଉଣୀ ଥିଲେ ମଧ୍ୟ ମୋ ହୃଦୟରେ ଶିଖା ଦିଦିଙ୍କ ସ୍ଥାନ ଖୁସି ଉର୍ଦ୍ଧ୍ୱରେ ହୋଇଯାଏ । 

    


    



Rate this content
Log in

Similar oriya story from Tragedy