STORYMIRROR

Sunanda Mohanty

Abstract Drama Thriller

4  

Sunanda Mohanty

Abstract Drama Thriller

ବୈଶାଖୀ

ବୈଶାଖୀ

2 mins
279

ବାପା ଆସୁଛନ୍ତି ଗାଁ ରୁ। କଥାଟା ଶୁଣି ଘରଣୀ ଚିହିଁକି ଉଠିଲେ। ଆଜି ତାଙ୍କ ସାଙ୍ଗ ସୋନାଲିର ବାହାଘର ଥିଲା ଗୋଟେ ବଡ ପଞ୍ଚତାରକା ହୋଟେଲରେ, ଆଜି ଭଳି ଦିନରେ ଶଶୁରଙ୍କ ଆସିବା କଥାଟା ଜମା ଠିକ ଲାଗୁନଥିଲା ଘରଣୀ ସୁମିଙ୍କୁ। ପୁଣି ସେ କହିଥିଲେ ଯେ ବାପାଙ୍କର ଏମିତି ହଠାତ୍ ଆସିବାର କାରଣ କଣ ହୋଇପାରେ, ନିଶ୍ଚୟ ଟଙ୍କା ମାଗିବାକୁ ଆସୁଥିବେ, ତୁମେ କିନ୍ତୁ ଜମା ଦେବନି କହିଦେଉଛି, ଆମର ଏଇ ବର୍ଷ ଯେମିତି ହେଲେ କାର ଟିଏ କିଣିବାରଅଛି, ତା ଛଡା ଗାଁରେ ବାପାଙ୍କର କଣ ଅଭାବ ଯେ?, ପେନସନ ମିଳୁଛି, ଜମିବାଡ଼ିରୁ ଧାନ ମୁଗ ବିରି ଇତ୍ୟାଦି ଆମଦାନୀ ହେଉଛି, ପୁଣି ଗାଈ ଅଛି କ୍ଷୀର ମିଳି ଯାଉଛି, ପୋଖରୀ ମାଛ ଇତ୍ୟାଦି ସବୁ ତ ମିଳୁଛି, ଆମକୁ ଟଙ୍କା ମାଗିବା କଣ ଦରକାର ଯେ ।


ଘରଣୀଙ୍କ ଏତେ ସବୁ କଥା ଭିତରେ ବାପା ମୁଣ୍ଡଫଟା ଖରାରେ ଅଟୋ କରି ଆସି ପହଞ୍ଚିସାରିଥିଲେ, ଡବା ଭର୍ତ୍ତି ବ୍ୟାଗ ଦୁଇଟିରେ, ବୋଉ କେତେ ରକମ ପିଠା ,ଲଡ଼ୁ, ଗୁଆଘିଅ, ଆଚାର ଇତ୍ୟାଦି ଭରିକରି ପଥେଇଥିଲା, ପୁଣି ଗୋଟେ ବଡ ଡବାରେ ବାଡି ପୋଖରୀରୁ ଧରା ଶେଉଳ, ମାଗୁର, ରତା ମାଛ ଭଜା । କେତେ ଦୁଃଖ ସୁଖ ହେଲାପରେ ଖାଇ ପିଇ ଟିକେ ବିଶ୍ରାମ ନେବା ପରେ ପୁଣି ଗୋଟେ ବଡ ଡବା ପୁଅ ଅନିମେଷ ହାତରେ ଧରାଇ ,ସେଇ ଖରାରେ ଖରାରେ ଅଟୋ କରି ଚାଲିଗଲେ ବାପା, ପୁଅ ବାଇକରେ ଯିବାକୁ ମଧ୍ୟ ବାରଣ କଲେ, ଖରାଟାରେ କାହିଁକି ଯିବୁ ବୋଲି ।


ବାପା ଚାଲିଗଲା ପରେ ଘରଣୀ, ସୁମି ଯେବେ ପଚାରୁଥିଲେ ବାପାଙ୍କୁ କେତେ ଟଙ୍କା ଦେଲ?, ଅନିମେଷ ଭୋ ଭୋ କାନ୍ଦି ଉଠି ବଡ ଡବାଟାକୁ ସୁମିଙ୍କ ହାତକୁ ବଢାଇ ଦେଇଥିଲେ, ଗାଁରେ ନିଜେ ଚଳି, ଜମିଜମା ଗାଇବଳଦଙ୍କ କଥା ତଥା ବନ୍ଧୁବାନ୍ଧବ ଗଲା ଆସିଲା, ବେଭାର ବନ୍ଦାଣ ଦେଇ ସାରିବା ପରେ ବି ପୁଅ ବୋହୁ ନାତି ନାତୁଣୀ ସହରରେ କାଳେ ଚଳିବାରେ କଷ୍ଟ ହେଉଥିବ ଭାବି ତାଙ୍କ ଜିପିଏଫ୍ ଟଙ୍କା ଓ ସଂଚିତ ଏକଲକ୍ଷ ଟଙ୍କା ଦେଇ ଖରାରେ ଖରାରେ ଚାଲିଗଲେ, ଡବା ଟି ନେଇ ସୂମି , ଡବା ଭିତରେ ଥିବା ଏତେ ଖୁସି କୁ ଜାବୁଡ଼ି ଧରିବାବେଳେ ଅନିମେଷ କିନ୍ତୁ ସେମିତି ଭୋ ଭୋ କାନ୍ଦୁଥିଲେ ଟିଭିକୁ ଚାହିଁ ତ ସୁମି ମଧ୍ୟ ଶୁଣୁଥିଲେ , ଟିଭିରେ କୌଣସି ଏକ ବୁଢ଼ାଲୋକଙ୍କର ବସ ଭିତରେ ଅଂଶୁଘାତରେ ମୃତ୍ୟୁ ହୋଇଯାଇଛି। ଖୁସି ଭର୍ତ୍ତି ଡବା ପାଇ ମଧ୍ୟ ଆଜି ପ୍ରଥମ କରି ସୁମି ଲୁହ ଗଡ଼େଇ କାନ୍ଦୁଥିଲେ ଆଉ ଅନିମେଷ ଫୋନ କରି ଗାଁ ଦାଦାଙ୍କୁ ପଚାରୁଥିଲେ ବାପା ଭଲରେ ପହଞ୍ଚିଲେ ତ? ଆଖିରୁ ଗଡ଼ି ଯାଉଥିଲା ଧାରା ଶ୍ରାବଣ , ମୁଣ୍ଡଫଟା ବୈଶାଖରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract