ବୈରାଗୀ
ବୈରାଗୀ
ଅନୁଭବ ସାଂସାରିକ ଜଞ୍ଜାଳ ଭିତରେ ପେଷିହୋଇ ଶାନ୍ତିର ବାଟକୁ ଅନୁସରଣ କରିବାକୁ ଇଚ୍ଛା।ପତ୍ନୀ ପୁତ୍ର ଝିଅ ଛୋଟ ପରିବାର ହେଲେବି ଗୋଟିଏ ପରେ ଗୋଟିଏ ଜଞ୍ଜାଳ ତାଙ୍କ ମାନସିକତାକୁ ଧକା ଦେଉଛି।ବେଳେ ବେଳେ ମନ୍ଦିର, ଈଶ୍ୱର, ଓ ଧର୍ମ ଗ୍ରନ୍ଥ କୁ ଆଦରି ନିଅନ୍ତି। ସେଥିରୁ କ୍ଷଣିକ ସୁଖ ମିଳେ ସତ, ହେଲେ ମନ ସନ୍ଧାନରେ ଥାଏ ଜଣେ ସତଗୁରୁକଂ ସାନିଧ୍ୟ।ଅଧିକ ଚିନ୍ତନ ଦ୍ୱାରା ମାନସିକ ଚାପରେ ରୋଗ ଆକ୍ରାନ୍ତ। ବିଭିର୍ଣ ଭ୍ରମାତ୍ମକ ଚିନ୍ତାରେ ନିଜ ମନରୁ ବିକାର ଜାତ ହୋଇ ଅବସାଦ।ନିଜ ପିଲା ମାନଙ୍କ ଶିକ୍ଷା ପାଇଁ ବିପୁଳ ଅର୍ଥ ରାଶି ନିମିତ୍ତ ବ୍ୟାଙ୍କ ରୁ ଲୋନ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ଗୃହ ଝିଅର ବିଭାଘର ଆଦି ଚିନ୍ତାରେ ଈଶ୍ୱରୀୟ ଆର୍ଶୀବାଦ ବିଶ୍ୱାସ ରଖି ତାଙ୍କ ଅଭାବୀ ଜୀବନର ତରୀକୁ ମଝି ଦରିଆରେ କଷ୍ଟେ ମଷ୍ଟେ ବାହି ଚାଲନ୍ତି। ଚାକିରୀ ମାନେ ଶିକ୍ଷକତା। ନୀତି ନିୟମର ରାସ୍ତାରେ ଚାଲିବି ବେଳେ ବେଳେ ଗୋଡ଼ଖସିଯାଏ।ବିଦ୍ୟାଳୟ ର ଘଣ୍ଟି ବାଜିଲା ପରି ସମୟ କାହାକୁ ଅପେକ୍ଷା କରେନି।ଝିଅ ବିଟେକ ବାୟୋ ଟେକଇଂଜିନିୟରିଂ କଲାପରେ ହାଇଦ୍ରାବାଦ ର ଷ୍ଟିମ ସେଲ କମ୍ପାନୀ ରେ ଜଏଂନକରି ସେଠାରେ ରହିଲା।ଝିଅ ପିଲା ପଦାରେ ରହିଲେ ବାପା ମାକଂର ଚିନ୍ତା ବଢିଯାଏ।ଝିଅ ର ରହିବା ଖାଇବା ଠାରୁ ବିଶେଷ ଭୟ ଥାଏ ସାମାଜିକ ପରିସ୍ଥିତି କୁ। ଯେତେ ସତର୍କ ରହିଲେବି ଝିଅ ମାନଙ୍କ ପାଇଁ ବିପଦ କଡେ କଡେ ଥାଏ।
ପୁଅର ଆଇ ଟି ଆର ରେ ପ୍ଲସ 2 ଓ ସେଇଠି ବିଟେକ କରିବାକୁ ବିପୁଳ ଅର୍ଥ ର ଅବଶ୍ୟକତା ଏହିସବୁ ସହିତ ଝିଅର ବିଭାଘର ଓ ନିଜସ୍ୱ ଗୃହ ତିଆରି କରିବା ଅନୁଭବ ପାଇଁ ସମସ୍ୟା ଥିଲା।ଯେକୌଣସି ଲୋକ ଏହି ସମସ୍ୟା ବହୁଳ ଜୀବନ ସହିତ ସଂଘର୍ଷ କରି ବଂଚିଥାଏ କେବଳ ଈଶ୍ୱରଙ୍କ ଆର୍ଶୀବାଦ କୁ ପାଥେୟ କରି। ଅନୁଭବ ର ସମ୍ବଳ କହିଲେ ନିଜ ଶିକ୍ଷକତା ରୁ ମାସିକ ବେତନ।ଶାରୀରିକ ଓ ମାନସିକ ବ୍ୟାଧିକୁ ଭୁକ୍ଷେପ ନକରି ନିଜ କର୍ତବ୍ୟରେ ନିଷ୍ଠା ପ୍ରଦର୍ଶନକରି ପାଆଚ ପରେ ପାହାଚ ଆସ୍ତେ ଆସ୍ତେ ଉପରକୁ ଉଠିବାର ପଣ।ଜୀବନର ଚଲା ପଥରେ ସଂଯୋଗ ଜଣେ ବୈରାଗୀ କଂ ସହିତ। ବିରାଗି ଜଣକ କହିଗଲେ ଅନୁଭବ କଂ ସଂଘର୍ଷ ଜୀବନର କାହାଣୀକୁ ଯେପରି ଯୋଉତିଷ ମାନେ ହାତଦେଖି ବା ଜନ୍ମ କୁଣ୍ଡଳୀ ଦେଖି କହିଯାନ୍ତି ଅତୀତ ଓ ଭବିଷ୍ୟତକୁ । ସାଧୁ କଂ ପାଖରୁ ସମସ୍ତ ବୃତ୍ତାନ୍ତ ଶୁଣି ନିଜ ସହିିି ମେଳ ହେବାରୁ ଅନୁରାଗ ଆସେ ସାଧୁଙ୍କ କଥାକୁ।ଏହି ସମୟରେେ ଅନୁୁୁଭବ କ ଅଵସର କାର୍ଯ୍ୟ ରୁ ନିିିଅନ୍ତିି।ଝିଅର ଵିବାହ ହୁଏ। ଜାଗା କିଣି ଘର ମଧ୍ୟ ହୁଏ। ପୁଅର ମଧ୍ୟ ଚାକିରୀ ହୁଏ।
ଜଣେ ବ୍ୟକ୍ତି ଥିଲେ।ଦିନେ ତାଙ୍କ ପାଖରେ ପକ୍ଷୀ ଟିଏ ଆସି ବସିଲା।ଅତି ଯତ୍ନରେ ପକ୍ଷୀକୁ ଧରିବାକୁ ଯିବାରୁ ପକ୍ଷୀଟି ଘୁଂଚି ଘୁଞ୍ଚି ପଳାଏ। କିଛି ଦାନା ଖାଇବାକୁ ଦେଲେ ପକ୍ଷୀଟି ମଧ୍ୟ ଖୁମ୍ପି ଖୁମ୍ପି ଖାଏ।ଧରିବାକୁ ଯିବାରୁ ପକ୍ଷୀଟି ଉଡିଯାଏ।ଦିନେ ପକ୍ଷୀଟି ଆପେ ଆପେ ଆସି ବ୍ୟକ୍ତି ଜଣକ କାନ୍ଧରେ ବସିଲା।ବ୍ୟକ୍ତି ଜଣକ ତାକୁ ଦାନା ଖାଇବାକୁ ଦେବାରୁ କାନ୍ଧରୁ ଉଡ଼ିଆସି ଦାନା ତକ ଖାଇଲା।ଏବେ ବ୍ୟକ୍ତି ଜଣକ ପକ୍ଷୀର ଉପରେ ହାତ ରେ ସାଉଁଳେଇ ଦେଇ ନିଜ କାମରେ ଲାଗିଲେ। ପକ୍ଷୀଟି ଏବେ ତାଙ୍କ ପାଖ ଛାଡିଲା ନାହିଁ।ଏପରିକି ଘରେ ଉଡ଼ିଆସି ସେ ବ୍ୟକ୍ତି କଂ ପାଖରେ ବସିଲା।ଅନୁଭବ ସେହି ବ୍ୟକ୍ତି ଥିଲେ। ଏବେ ପକ୍ଷୀଟି ତାଙ୍କ ସହିତ ନର୍ଭୟରେ ମିସିପାରୁଛି। ମଣିଷ ଭିତର ଯେତେବେଳେ ଆସକ୍ତି କି ବିକାର ମାନଙ୍କ ର ବଷା ବାନ୍ଧେ ସେତେବେଳେ ବସ୍ତୁ କି ଜୀବ ସମସ୍ତେ ତାକୁ ଭୟ କରନ୍ତି।
ବିକାର ଶୂନ୍ୟ ହେଲେ ପକ୍ଷୀ ପରି ବଷା ବାନ୍ଧନ୍ତି। ଅନୁଭବକୁ ଅନୁଭୂତି ହୁଏ ଈଶ୍ୱର କଂ ସଂସାରରେ ମନୁଷ୍ୟକୁ ଈଶ୍ୱର ଦିବ୍ୟ ମାନବ ରୂପେ ପଠେଇଥାନ୍ତି। ଅହଂକାର ଲୋଭ, ମୋହ, ଗର୍ବ କି କ୍ରୋଧ ଈଶ୍ୱରୀୟ ଗୁଣର ବାହାରେ । କ୍ରମେ ମନୁଷ୍ୟ ଏହି ସବୁ ଗୁଣକୁ ଆଦର କରି ସମସ୍ତଙ୍କ ପାଇଁ ନିର୍ଦୟ, ସ୍ୱାର୍ଥପର, ଓ ବିଶ୍ୱାସ ହୀନ ହୋଇପଡିଛି। ଯେତେବେଳେ ମହତ ଗୁଣ ର ଅଧିକାରୀ ହେଉଛି ସେତେବେଳେ ତାର ଜୀବନର ପ୍ରକୃତ ସ୍ଵାଦୁ ସମସ୍ତଙ୍କୁ ଭଲ ପାଇବସିବା ଓ ପର ଆପଣା ଉର୍ଦ୍ଧରେ ରହି ସେବା କରିବା ମହତ କାର୍ଯ୍ୟ ପାଇଁ ପ୍ରଶଂସିତ ହେଉଛି। ଅନୁଭବ ଜୀବନର ପ୍ରତେକ ପରିସ୍ଥିତି ସହିତ ସହନଶୀଳତା ଓ ଧର୍ଯ୍ୟ କୁ ପାଥେୟ କରି କର୍ତବ୍ୟରେ ଈଶ୍ୱରକୁଁ ସମର୍ପଣ କରି ବିରାଗ ନରଖି ପ୍ରକୃତ ସୁଖର ସନ୍ଧାନରେ ଅବଶିଷ୍ଟ ଜୀବନ କଟେଇବାକୁ ପ୍ରସ୍ତୁତ।
