Kanan Bala Nayak

Tragedy Inspirational


4  

Kanan Bala Nayak

Tragedy Inspirational


ବାସି ମଡ଼ା

ବାସି ମଡ଼ା

6 mins 23.8K 6 mins 23.8K

   

 ମାଆ ଆଉ କେତେ ସମୟ ଅପେକ୍ଷା କରିବା? ଗାଁ ଲୋକ ମାନେ ବ୍ୟସ୍ତ ହେଲେଣି । ମଡ଼ା ବାସି ହୋଇଗଲେ କୁଆଡେ ଗାଁ ସାରା ଲୋକ ଙ୍କର ଅମଙ୍ଗଳ ହେବ । ତୁମେ ସାନ ବାବୁ ଓ ସାନ ମାଆ ଙ୍କୁ ଫୋନ୍ କରିଥିଲ?ସେମାନେ କେତେ ବେଳେ ପହଞ୍ଚିବେ କହିଲେ? ସେମାନେ ପହଞ୍ଚିଲା ପରେ ଯାଇ ମଡ଼ା ଉଠିବ । ଶଙ୍କରର କଥା ଶୁଣି କି ଜବାବ ଦେବେ ଭାବି ପାରୁ ନଥିଲେ ସୁକାନ୍ତି ।

    ଏଇ କିଛି ସମୟ ଆଗରୁ ଯିଏ ଗୋଟେ ଜୀବନ୍ତ ମଣିଷ ଥିଲା,କାହାର ସ୍ବାମୀ, କାହାର ବାପା,କାହାର ଭାଇ ,କାହାର ପୁଅ,କାହାର କକା, କାହାର ମାମୁଁ ଇତ୍ୟାଦି ଥିଲା,କିଛି ସମୟ ମଧ୍ୟ ରେ ସେ ଶବ ପାଲଟି ଯାଇଥିଲା । ସମସ୍ତ ଙ୍କ ସହ ତାର ସବୁ ସମ୍ପର୍କ କଟି ଯାଇଥିଲା । ଛିଣ୍ଡି ଯାଇଥିଲା ସବୁ ବନ୍ଧନ‌ । ବର୍ତ୍ତମାନ ସେ ପାଲଟି ଯାଇଥିଲା ଗୋଟେ ଶଵ ବା ମଡା । ସେଇ ମଡ଼ା କୁ ଛୁଇଁଲେ କୁଆଡେ ବଞ୍ଚିଥିବା ଲୋକ ଟେ ବି ଛଅଁନ୍ତା ହୋଇ ଯିବ । ତେଣୁ ତାକୁ ଗାଧୋଇବାକୁ ପଡ଼ିବ । ଆଉ କିଛି ସମୟ ପରେ ସେଇ ମଡା ବାସି ମଡ଼ା ପାଲଟିଯିବ । ତାକୁ ଠିକ୍ ସମୟରେ ସତ୍କାର ନ କଲେ କାଳେ ସମସ୍ତ ଙ୍କର ଅମଙ୍ଗଳ ହେବ । ଜୀବନ ସାରା ଯିଏ ନିଜର ସବୁ ସୁଖ ସ୍ବାଚ୍ଛାଦ ଅନ୍ୟ ମାନଙ୍କ ପାଇଁ ତ୍ୟାଗ କରି ଦେଇ ଥିଲା,ମଲା ପରେ ସେ ପୁଣି ସେଇ ମାନଙ୍କର‌ ଅମଙ୍ଗଳର କାରଣ ହେବ । କି ବିଚିତ୍ର କଥା ଏଇ ସଂସାରର ।  

    ଗୋଟିଏ ମୂହୁର୍ତ୍ତରେ ବଦଳି ଯାଇଥିଲା ସୁକାନ୍ତି ଙ୍କ ଜୀବନ । କ୍ଷଣିକେ ଭିତରେ ତାଙ୍କରରଙ୍ଗୀନ୍‌ ଜୀବନ ଟା ରଙ୍ଗ ହୀନ ହୋଇ ଯାଇ ଥିଲା । ଲିଭି ଯାଇଥିଲା ତାଙ୍କ ମଥାର ସିନ୍ଦୂର । ଭାଙ୍ଗି ଯାଇଥିଲା ତାଙ୍କ ହାତର ଚୁଡ଼ି । ସ୍ଥିର ହୋଇ ଯାଇଥିଲା ସ୍ବାମୀ ଙ୍କ ପାଦ ସହିତ ପାଦ ମିଳାଇ ଆଗକୁ ଚାଲିବାକୁ ଥିବା ପଦ ଯୁଗଳ । ଅନ୍ତ ହୋଇ ଯାଇଥିଲା ତାଙ୍କର ଦୀର୍ଘ ଛପନ ବର୍ଷର ଦାମ୍ପତ୍ୟ ଜୀବନ । ଜୀବନ ଯାତ୍ରାରେ ତାଙ୍କୁ ଏକୁଟିଆ ଛାଡି ମହାଯାତ୍ରାରେ ବାହାରି ଯାଇଥିଲେ ତାଙ୍କ ସ୍ବାମୀ ମନ୍ମଥ ତାଙ୍କୁ ସଧବାରୁ ବିଧବା ସଜାଇ ।

    ଆଉ ଏ ସବୁ ଏତେ ଅଚାନକ ଘଟି ଯାଇଥିଲା ଯେ ତାକୁ ସହ୍ୟ କରି ନପାରି ଚେତାଶୂନ୍ଯ ହୋଇ ପଡିଥିଲେ ସୁକାନ୍ତି । ଅନେକ କଷ୍ଟରେ ଗାଁ ଲୋକେ ତାଙ୍କ ଚେତା ଫେରାଇ ଥିଲେ । ଚେତା ଫେରିଲା ପରେ ଶଙ୍କରର କଥା ଶୁଣି ହୋସ କୁ ଆସିଲେ ସୁକାନ୍ତି । ସୁକାନ୍ତି ଙ୍କ ସାମ୍ନାରେ ବର୍ତ୍ତମାନ କର୍ତ୍ତବ୍ୟର ଗୋଟିଏ ବିରାଟ ପାହାଡ଼ ଛଡ଼ା ହୋଇଥିଲା । ସଦ୍ୟ ସ୍ବାମୀ ହରାଇ ଥିବା ଜଣେ ସ୍ତ୍ରୀ ଲୋକ ପାଖରେ ତା ସ୍ବାମୀ ପାଇଁ ଅଶ୍ରୁ ଗଡ଼ାଇବା ପାଇଁ ମଧ୍ୟ ସମୟ ନଥିଲା । ନିଜ କୁ ଦୃଢ କଲେ ସୁକାନ୍ତି । ତା ପରେ ନିଜ ଆଖିର ଲୁହ କୁ ନିଜ ହାତରେ ପୋଛି, ନିଜକୁ ନିଜେ ସମ୍ଭାଳିବାକୁ ଚେଷ୍ଟା କଲେ ସୁକାନ୍ତି । କାରଣ ତାଙ୍କ ଲୁହ ପୋଛିବାକୁ କି ତାଙ୍କୁ ଆଶ୍ୱାସନା ଦେବା କୁ ତାଙ୍କ ପାଖରେ କେହି ନଥିଲେ । ତାଙ୍କ ପିଲା ମାନେ ତ ନିଜ ନିଜର ଜୀବିକା ପାଇଁ ବିଦେଶରେ । ଯାହାର ସ୍ବପ୍ନ ସେଇମାନେ ହିଁ ଦେଖିଥିଲେ ।  

    ନିଜ ପିଲା ମାନଙ୍କୁ ବିଦେଶ ପଠାଇବା ଆଜି କାଲି ପ୍ରତ୍ୟେକ ବାପା ମାଆ ଙ୍କର ସ୍ବପ୍ନ ହୋଇଗଲାଣି । ତାଙ୍କ ପିଲା ମାନେ ଭଲ ପାଠ ପଢିବେ ଓ‌ ବିଦେଶର ଯାଇ ଚାକିରୀ କରିବେ ଏଇ ଇଚ୍ଛା ତ ଏବେ ଉଣା ଅଧିକେ ସବୁ ବାପା ମାଆ ରଖୁଛନ୍ତି । ମନ୍ମଥ ବାବୁ ବି ସେଇ ସ୍ବପ୍ନ ଦେଖିଥିଲେ । ଆଉ ଯେଉଁ ଦିନ ତାଙ୍କ ପୁଅ ଆମେରିକାର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚିକିରି ପାଇଥିଲା, ସେ ଦିନ ଖୁସିରେ ତାଙ୍କ ପାଦ ତଳେ ଲାଗି ନଥିଲା । ଗାଁ ସାରା ଲୋକ ଙ୍କୁ ମିଠା ବାଣ୍ଟି ଥିଲେ । ଭାଇର ପଦାଙ୍କ ଅନୁସରଣ କରି ତାଙ୍କ ଝିଅ ମଧ୍ୟ ଆମେରିକାର ଏକ‌ ସଫ୍ଟଓୟାର୍ କମ୍ପାନୀରେ ଚିକିରି ପାଇଗଲା । ଏବେ‌ ଦୁଇ ଜଣ ସାରା ଆମେରିକାନ୍ ଙ୍କୁ ବିବାହ କରି ସେଠାକାର ସ୍ଥାୟୀ ନାଗରିକତା ‌ନେଇ ଯାଇଛନ୍ତି । ପିଲା ମାନେ ବିଦେଶ‌ ଗଲା ପରେ ସ୍ଵାମୀ ସ୍ତ୍ରୀ ଏକୁଟିଆ ହୋଇ ଯାଇଥିଲେ । ପରସ୍ପର ପରସ୍ପରର ସାହାରା ହୋଇ ଦିନ କାଟି ଦେଉଥିଲେ । ଆଉ ବୋଲ ହାକ କରିବା ପାଇଁ ଏଇ ଶଙ୍କର କୁରଖିଥିଲେ । ସବୁ ଦିନ ପରି ଆଜି ମଧ୍ୟ ସ୍ବାମୀ ସ୍ତ୍ରୀରାତ୍ରୀ ଭୋଜନ ସାରି ଶୋଇବା କୁ ଗଲେ । ହଠାତ୍ ମନ୍ମଥ ବାବୁ କହିଲେ ସୁକାନ୍ତି ମୋ ଛାତିରେ କାହିଁକି ଯନ୍ତ୍ରଣା ହେଉଛି । ସୁକାନ୍ତି ଡକ୍ଟର ଙ୍କୁ ଫୋନ୍ କରି ଘରକୁ ଡାକିବା ଭିତରେ ସବୁ କିଛି ଶେଷ ।

   ସୁକାନ୍ତି ନିଜକୁ ନିଜେ ଆଶ୍ୱାସନା ଦେଇ ପ୍ରଥମେ ପୁଅ ପାଖକୁ ଫୋନ୍ କଲେ । ହେଲେ ପୁଅ ଫୋନ୍‌ ଉଠାଉ ନାହିଁ କାହିଁକି? ଅନେକ ଥର ଫୋନ୍ କରିବା ପରେ ଫୋନ୍ ଉଠାଇଲା । ଆଉ ବିରକ୍ତ ହୋଇ କହିଲା ମାଆ ତୋତେ ମୁଁ କେତେ ଥର କହିଛି, ମୁଁ ଯଦି ଫୋନ୍ ନ ଉଠାଏ ତେବେ ବାରମ୍ବାର ଫୋନ କରି ମୋତେ ଡିସଟରବ୍ କରିବୁ ନାହିଁ । ଏମିତି କଣ ହେଲା ଯେ ତୁ ଫୋନ୍ ପରେ ଫୋନ୍ କରି ଚାଲିଛୁ । ମୁଁ ଏବେ ଗୋଟେ ମିଟିଂରେ ବ୍ୟସ୍ତ ଅଛି । ପୁଅ ଗୋଟେ ନିଃଶ୍ବାସରେ ତାଙ୍କୁ ଏତିକି କଥା କହିଗଲା । ହଉ କଣ କହିବୁ କହ । ସୁକାନ୍ତି କହିଲେ ତୋ ବାପା ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତିରେ । ତୁ ଆସି ମୁଖାଗ୍ନୀ ଦେଲେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ । ତୁ ପରା ଆମର ଏକ ମାତ୍ର ପୁଅ । ତୁ ମୁଖାଗ୍ନି ନ ଦେଲେ ତାଙ୍କ ଆତ୍ମା ଶାନ୍ତି ପାଇବନିରେ । ତୁ ତୁରନ୍ତ ଫ୍ଲାଇଟ୍ରେ ଟିକଟ କରି ଏଠାକୁ ପଳାଇ ଆସ‌ ।  

    ସୁକାନ୍ତି ଙ୍କ କଥା ଶୁଣି ପୁଅ କହିଲା ମାଆ ତୁମେ କଣ ସବୁ ପୁରୁଣା କାଳିଆ କଥା ଧରି ବସିଛ । ମୁଁ ଏବେ କମ୍ପାନୀର ଅନ୍ତଃରାଷ୍ଟ୍ରୀୟ କ୍ଲାଏଣ୍ଟ ମାନଙ୍କ ସହ ମିଟିଂରେ ବ୍ୟସ୍ତ ଅଛି । ଏ ମିଟିଂ ଆହୁରି ଦୁଇ ଦିନ ଚାଲିବ । ମୁଁ ଯଦି ମିଟିଂ ଅଧାରୁ ଛାଡି ପଳାଏ ତେବେ କମ୍ପାନୀର ବହୁତ କ୍ଷତି ହେବ । ଏତେ କ୍ଷତି ହେଲେ କମ୍ପାନୀ ହୁଏତ ମୋତେ ଚାକିରୀରୁ କାଢି ଦେବ । ଆଉ ଥରେ ଚାକିରୀ ଚାଲି ଗଲେ ମୋତେ କଣ ଏମିତି ଏତେ ଭଲ କମ୍ପାନୀରେ ଚାକିରୀ ମିଳିବ? ବାପାଙ୍କୁ ଏଇ ସମୟରେ ଯିବାର ଥିଲା । ଆଉ କିଛି ଦିନ ଅପେକ୍ଷା କରି ପାରିଲେ ନି‌?ତୁମେରୁନି କୁ ଫୋନ୍‌‌ କର । ସେ ଯଦି ଯିବ ତା ସ୍ୱାମୀକୁ କହିବ ମୁଖାଗ୍ନି ଦେଇ ଦେବ ।  ଜ୍ବାଇଁ କିଏ ପୁଅ କିଏ‌?ଆଉ ସେ ଯଦି ଯାଇ ନପାରେ, ତେବେ ତୁମେ ଗାଁ ଲୋକ ଙ୍କ ସାହାଯ୍ୟ ନେଇ ବାପାଙ୍କ ଦାହ ସଂସ୍କାର ଓ ଦଶାହ କାମ ଟା ସାରି ଦେବ । ଯାହା ଟଙ୍କା ଦରକାର କହିଲେ ମୁଁ ପଠାଇ ଦେବି । ମିଟିଂ ଅଧା ହୋଇଛି ତାକୁ ଛାଡି ଆଉ ଅଧିକ ସମୟ କଥା ହେବାକୁ ମୋର ସମୟ ନାହିଁ ।  

  ପୁଅ ଏମିତି କଥା ଗୁଡ଼ା କହିଗଲା ସତେ ଯେମିତି ମୃତ୍ୟୁ ମନ୍ମଥ ବାବୁ ଙ୍କ ଦାସ ଥିଲା ଓ ସେ ଜାଣି ଶୁଣି ତାକୁ ଗଳାରେ ଲଗାଇ ଥିଲେ । ପୁଅର କଥା ଶୁଣି ସୁକାନ୍ତି ଙ୍କ ଆଖିରୁ ବହୁ ଥିବା ଅଶ୍ରୁ ଆହୁରି ଯୋର୍ ରେ ବହିବାକୁ ଲାଗିଲା । ହେଲେ ଆଖିର ଲୁହ କୁ ଆଖିରେ ଚାପିଧରି ଝିଅରୁନି କୁ ଫୋନ୍‌‌ କଲେ । ସିଏ କହିଲା ମାଆ ବାପା ଙ୍କ କର୍ମ କରିବା ପାଇଁଁ ମୋର କୈାଣସି ଆପତ୍ତି ନାହିଁ,ହେଲେ କେମିତି ଯିବି କହ?ତୋ ଜ୍ବାଇଁ ପରା ଅଫିସ୍ ଟୁର୍ରେ ବାହାରକୁ ଯାଇଛନ୍ତି । କେବେ ଫେରିବେ ଠିକ୍ ନାହିଁ । ପିଲାଟାର ମଧ୍ୟ ପରୀକ୍ଷା ଚାଲିଛି । ବାପା ଏମିତି ହଠାତ୍ ଚାଲିଗଲେ ଯେ...? ଭାବୁଛି ତୁ ସବୁ ବୁଝି ପାରୁଥିବୁ । ଆମେ ମାନେ ତ ଆଉ ଯେତେବେଳେ ଚାହିଁବୁ ସେତେବେଳେ ତୁମ ମାନଙ୍କ ପାଖକୁ ଯାଇ ପାରିବୁନି । ସେ କଥା ଭଲ ଭାବରେ ଜାଣି ମଧ୍ୟ ବାପା ନିଜେ ତ ଆମକୁ ବିଦେଶ ପଠାଇଛନ୍ତି । ତେଣୁ ତୁ ଆଉ ଆମ ମାନଙ୍କୁ ଅପେକ୍ଷା ନ କରି ଭାଇ ଙ୍କ ପରାମର୍ଶ ଅନୁସାରେ ଗାଁ ଲୋକ ଙ୍କ ସହାୟତାରେ ବାପା ଙ୍କ ଶେଷକୃତ୍ୟ ଟା ସମ୍ପନ୍ନ କରିଦେ । ଯଦି ତୋ ଜ୍ବାଇଁ ଫେରି ଆସନ୍ତି ତେବେ ମୁଁ ଦଶ ବେଳକୁ ଯିବାକୁ ଚେଷ୍ଟା କରିବି ।

   ପୁଅ ଝିଅଙ୍କ କଥା ଶୁଣି ମହାବାତ୍ୟାରେ ବଡ଼ ବଡ଼ ଗଛ ଡାଳ ସବୁ ଯେମିତି କଡ଼ କଡ଼ କରି ଭାଙ୍ଗି ଯାଆନ୍ତି ଠିକ୍ ସେମିତି ନିଜ ଭିତରୁ ଭାଙ୍ଗି ଯାଇ ତଳେ ବସି ପଡ଼ି ପଡିଲେ ସୁକାନ୍ତି । ଦଉଡ଼ି ଯାଇ ସ୍ବାମୀ ଙ୍କ ଶବ କୁ ଧରି ଯୋରରେ ବାହୁନି ବାହୁନି କହିଲେ, ମୋତେ ଏଇ ଦିନ ଦେଖାଇବ ବୋଲି ପୁଅ ଝିଅ ଙ୍କୁ ବିଦେଶ ପଠାଇ ଥିଲ ନୁହେଁ । ନିଜେ ତ ଏସବୁ ଦେଖିବା କି ଶୁଣିବା ଆଗରୁ ଚାଲିଗଲ । ଆଉ ଏସବୁ ଦେଖିବା ପାଇଁ ଏକୁଟିଆ ଛାଡି ଦେଇଗଲ ମୋତେ । ସେଇ ସମୟରେ ଶଙ୍କର ପୁଣି ଥରେ ଆସି କହିଲା, ମାଆ ଗାଁ ଲୋକେ ବ୍ୟସ୍ତ ହେଲେଣି । ବାବୁ ଙ୍କ ଶବ ମଧ୍ୟ ଖରାପ ହେବାରୁ ଆରମ୍ଭ କଲାଣି ।  ସାନ ବାବୁ ଓ ସାନ ମାଆ କେତେ ବେଳେ ପହଁଞ୍ଚିବେ?ସୁକାନ୍ତି ସେମିତି କାନ୍ଦି କାନ୍ଦି ‌କହିଲେ ସେମାନେ କେହି ଆସିବେ ନାହିଁ । ତାହା ହେଲେ ବାବୁ ଙ୍କ କାମ କେମିତି ହେବ ମାଆ? ପିଲା ମାନେ ନ ଆସିଲେ ବାବୁ ଙ୍କ ଚିତାରେ ମୁଖାଗ୍ନି ଦେବ କିଏ? ସୁକାନ୍ତି କହିଲେ ତାଙ୍କ ପିଲା ମାନେ ସିନା ବିଦେଶ ଯାଇ ପିତାମାତା ଙ୍କ ପାଇଁ ଥିବା ତାଙ୍କର କର୍ତ୍ତବ୍ୟ ଭୁଲି ଗଲେ । ହେଲେ ମୁଁ ତାଙ୍କ ସ୍ତ୍ରୀ ଏବେ ବି ଜୀବିତ‌ ଅଛି । ମୁଁ ମୋ ସ୍ବାମୀଙ୍କ ମର‌ ଶରୀର କୁ କେବେ ବି ବାସି ମଡ଼ା ହେବାକୁ ଦେବିନି । ତୁମେ ମାନେ କୋକେଇ ସଜାଡ । ମୁଖାଗ୍ନି ମୁଁ ଦେବି ।


Rate this content
Log in

More oriya story from Kanan Bala Nayak

Similar oriya story from Tragedy