Basanti Pattnaik

Tragedy

3  

Basanti Pattnaik

Tragedy

ବାର୍ତ୍ତା

ବାର୍ତ୍ତା

3 mins
231


ସକାଳୁ ସକାଳୁ କୋହଲା ପାଗରେ ବଗିଚାରେ ବୁଲୁଥାଏ । ହାତରେ ଚା କପ୍ ଓ ମୋବାଇଲଟି ଥାଏ । ବାଡ଼ିରେ କିଛି ପନିପରିବା ଲଗାଇଛି । ସେଥିରୁ ‌‌‌‌‌‌‌‌‌‌‌ସଜ କଲରା କେତୋଟି ତୋଳି ଚାଙ୍ଗୁଡିରେ ଭର୍ତ୍ତି କରିଲି । ପ୍ରକୃତି ରାଣୀର ଯତ୍ନ ନେଲେ ସେ ସୁଧ ଆକାରରେ ଆମକୁ ଫେରାଇ ଥାଏ । ଯେତେବେଳେ ଛନଛନିଆ ଶାଗ, ଧନିଆ ପତ୍ର, ବାଇଗଣ ତୋଳେ ଏହି ମାଆର ମହାନତା ଆଗରେ ମୋର ମଥା ନ‌ଇଯାଏ । ଆମ ମାଆ ଯେମିତି ଆମର ଯତ୍ନ ନେଇ ଆମକୁ ବଡ଼ କରେ, ନିଜସ୍ଵ ବେଦନାକୁ ଲୁଚାଇ ଆମ ପ୍ରତି କର୍ତ୍ତବ୍ୟକରିଚାଲେ, ଠିକ୍ ସେହିପରି ଆମ ଧରଣୀମାତା ସବୁ କଷ୍ଟକୁ ସହି ଆମର କିଛିଟା ସେବାର ବହୁ ମୂଲ୍ୟର ଫଳ ଅଜାଡ଼ି ଦିଏ, ଆମକୁ ଶିଖାଇଦିଏ... ତୁମେ ମୋର କିଛିଟା ଯତ୍ନ ନିଅ, ମୁଁ ଶତ ଗୁଣରେ ତୁମକୁ ଫଳ ଦେବି । ସତରେ ଆମେମାନେ କେତେ ମୂଢ । ଏହି ମହତ୍ତ୍ଵକୁ ନବୁଝି କେତେ ଅତ୍ୟାଚାର ତା ଉପରେ କରୁଛୁ, କ୍ଷତ ବିକ୍ଷତ କରି ତାଡି ଦ‌ଉଛୁ କେବଳ କିଛି ନିଜସ୍ୱ ସ୍ୱାର୍ଥ ପାଇଁ । ପ୍ରକୃତରେଆମେ ମୂର୍ଖ । ଆଜିର ଏହି ହଳାହଳ ବିଷମ ପରିସ୍ଥିତି ପାଇଁ ଆମେ ନିଜେ ହିଁ ଦାୟୀ । କାରଣ ପ୍ରକୃତି କେବଳ ତାର ପ୍ରତିକ୍ରିୟା ଦେଖେଉଛି ।

       ମୁଁ କିଏ ଘରକୁ ଆସିଲେ କିମ୍ବା କାହା ଘରକୁ ଗଲେ ଛୋଟ ଚାରାଟିଏ ଉପହାର ଦେଇଥାଏ ଓ ତାର ମହତ୍ତ୍ଵ ସମ୍ବନ୍ଧରେରେ ବୁଝାଇଥାଏ । କିନ୍ତୁ ପିଲାମାନେ ମୋତେ କହନ୍ତି ମମି ଏ କଣ କରୁଛ? ସେମାନେ ଖରାପ ଭାବୁଥିବେ, ଆଉ କିଛି ଉପହାର ଦ‌ଉନ? ମୁଁ ହସିକି କହେ ସମୟ ଆସିଲେ ବୁଝିପାରିବ ।

         ଆମ ଘର ପାଖରେ ମ‌ଉସା ମାଉସୀ ବୟସ ଅଶୀରୁ ଉର୍ଦ୍ଧ୍ୱ ହେବ, ଯେତେବେଳେ ଦେଖେ ବାଡ଼ିରେ କାମ କରୁଥାନ୍ତି, । ମ‌ଉସା ଜଣେ ଆଇ.ଏ.ଏସ୍. ଅଫିସର ଥିଲେ, ରିଟାଏଡ୍ ପରେ ନିଜକୁ ଏହି ବଗିଚାରେ ହଜାଇ ଦେଇଛନ୍ତି । ସେ ବାଡ଼ିରେ କିଆରି ସବୁ କରି ଶାଗ,ଧନିଆ, ବାଇଗଣ, କାକୁଡି, ଲଙ୍କା, କଖାରୁ ସହିତ ବହୁତ ପ୍ରକାର ଫୁଲ ଗଛ ଲଗାଇଛନ୍ତି,ବାଡ଼ିରେ ଛୋଟ ଘର କରି ଦମ୍ପତ୍ତିକୁ ରଖିଛନ୍ତି, ସେମାନେ ସବୁ କାମରେ ସାହାଯ୍ୟ କରନ୍ତି, ମୁଁ ନିଜ ବାଡ଼ି ଅପେକ୍ଷା ମ‌ଉସାଙ୍କ ବାଡିଦେଖି ଭାରି ଖୁସି ହୁଏ , ମୋର ପେଟ ପୁରିଯାଏ ।

         ଦିନେ ଗଲା, ଦୁଇ ଦିନ ଗଲା,ମ‌ଉସା ମାଉସୀଙ୍କୁ ଦେଖି ପାରିଲିନି, ଏମାନେ କୁଆଡେ ଗଲେ?

ଗଛକୁ ପ୍ରାଣ ଦେଇ ଭଲ ପାଉଥିବା ଦମ୍ପତ୍ତିଙ୍କର ଦେଖାନାହିଁ? ମୁଁ ଜାଣିବାକୁ ଇଚ୍ଛା କଲି । ତେଣୁ ସକାଳୁ ସକାଳୁ ବୁଲିବା ବାହାନାରେ ତାଙ୍କ ଗେଟ୍ ଭିତରେ ମୁହଁରେ ମାସ୍କ ପିନ୍ଧି ପଶିଲି, ହାତରେ ଛୋଟ ସାନିଟାଇଜର ଧରିଥାଏ । କଲିଙ୍ଗ୍ ବେଲ୍ ବଜେଇଲି । ବହୁ ସମୟ ପରେ ମ‌ଉସା ଆସିଲେ । ମତେ ଦେଖି କହିଲେ ମାଆଲୋ ତୁ କୁଆଡେ ଆସିଛୁ? ଜଲଦି ପଳା, ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି କାହିଁକି? କଣ ହେଲା? କାରଣ ଅନ୍ୟ ସମୟରେ ମ‌ଉସା ମାଉସୀ ମୋତେ ଦେଖି ଭାରି ଖୁସି ହୋଇ ଘରକୁ କାହିଁକି ବେଶି ଆସୁନ ବୋଲି ଅଭିମାନ କରନ୍ତି । ମ‌ଉସା କହିଲେ ଆମ ଦୁଇ ଜଣଙ୍କୁ କୋରୋନା ହୋଇଯାଇଛି, ଦୁଇଟି ଭାକ୍ସିନ ନେଇସାରିଛୁ । ତଥାପି କେମିତି ଦୁହିଁଙ୍କୁ ହେଇଗଲା । ମୁଖମଣ୍ଡଳରେ ଦୁଃଖର ଛାୟା ମାଡି ବସିଥିଲା, ମାଉସୀ ଖଟରୁ ଉଠୁ ନାହିଁ । ମୋତେ ବହୁତ ଜର ଅଛି, ଆମ ଘରକୁ କାମବାଲି କେହି ଆସୁନାହାନ୍ତି । ସବୁ ବନ୍ଦ କରିଦେଇଛୁ, ସେମାନଙ୍କର ହିତ ପାଇଁ । ମୁଁ ପଚାରିଲି ଖିଆପିଆ?ସେ କହିଲେ... ଝିଅ ଶହୀଦ ନଗରରେ ରହେ,ତା ‌‌‌‌‌‌‌ଲୋକ ଆସି ଦିନକୁ ତିନିଥର ବାହାରେ ଖାଇବା ରଖିଦେଉଛି, ନର୍ସ ପିପି କିଟ୍ ପିନ୍ଧି ଆସୁଛି, ଚେକ୍ କରି ଯାଉଛି । ମୁଁ କହିଲି ଯଦି ଦରକାର ପଡ଼େ ଫୋନ୍ କଲେ ମୁଁ ନିଶ୍ଚିତ ଆସିବି, ସେ କହିଲେ ନା ନା ମୋଟେ ନୁହେଁ,ମୋ ପିଲାମାନେ ଆସୁନାହାନ୍ତି ଫୋନରେ ବୁଝୁଛନ୍ତି । ତୁମେ ଆସନି,କୋରୋନା ହେଇଯିବ, ଆମର ତ ବୟସ ହେଲାଣି, କିଛି ହେଇଗଲେ ଦୁଃଖ ନାହିଁ । କିନ୍ତୁ ଅଳ୍ପ ବୟସର ପିଲାମାନେ ଚାଲିଯାଉଛନ୍ତି ଦୁଃଖର ବିଷୟ । ତୁ ଜଲିଦ ପଳା କହି କବାଟ ବନ୍ଦ କରିଦେଲେ ।

     ମୁଁ ଫେରିଲା ବେଳେ ଭାବୁଥିଲି ଏହି କରୋନା ସମାଜକୁ କି ବାର୍ତ୍ତା ଦେଉଛି???



Rate this content
Log in

Similar oriya story from Tragedy