STORYMIRROR

Jayashree Nanda

Inspirational Children

3  

Jayashree Nanda

Inspirational Children

ବାର୍ଷିକ ପରୀକ୍ଷା ପାଇଁ ବେଷ୍ଟ୍ of ଲକ୍

ବାର୍ଷିକ ପରୀକ୍ଷା ପାଇଁ ବେଷ୍ଟ୍ of ଲକ୍

3 mins
164


Dear Parents,

ବାର୍ଷିକ ପରୀକ୍ଷା ପାଇଁ ଆପଣ ମାନଙ୍କୁ ଅନେକ ବେଷ୍ଟ wishes।

ସବୁ ବର୍ଷ ଧରି ଏ ବର୍ଷ ମଧ୍ୟ ଆପଣ ଙ୍କ ପିଲା ମାନେ ପରୀକ୍ଷା ଦେବେ। ଏ ସମୟ ରେ ଆପଣ ମାନେ ପିଲା ମା ନ ଙ୍କ ଠାରୁ ଅଧିକ ଚିନ୍ତା ଓ ଆବେଗ ରେ ରହନ୍ତି। ଆପଣ ପିଲାଟିର ମନବଳ ବଢାଇ ଥାନ୍ତି। ତାର time management ଆପଣ ହିଁ କରନ୍ତି। ସେ କେଉଁ ସମୟ ରେ କେଉଁ Subject ପଢ଼ିବ ଓ କଣ Revision କରିବ ସେଥି ରେ ଆପଣ ଙ୍କ ସଂପୃକ୍ତି ବି ଥାଏ। 

ମ୍ୟାଟ୍ରିକ ପରୀକ୍ଷା ହେଉ ବା କ୍ଲାସ promotion ପରୀକ୍ଷା ହେଉ ଆମେ ଆମର ପାରୁ ପଯ୍ୟନ୍ତ ଏକ ମାନସିକ ଚାପ ସୃଷ୍ଟି କରୁ ଯା ଫଳରେ ପିଲାଟି ଡରି କି ହେଉ କି ବାଧ୍ୟ ରେ ହେଉ ପାଠ ରେ ସମୟ ଦିଏ।

କଣ ସେତିକି ଯଥେଷ୍ଟ କି???

ଟିପ୍ସ ୧- ସାଧାରଣତଃ ଦୁଇ ପ୍ରକାର emotion ଥାଏ।Negative ଓ positive 

Negative emotion ସେତେବେଳେ ଜନ୍ମ ନିଏ, ଯେତେବଳେ ଆମେ ପିଲାମାନଙ୍କୁ toxic comments ଦେଉ। ଉଦାହରଣ ସ୍ୱରୂପ- ଯେମିତି କି ଅନ୍ୟ ପିଲାଟି ସାଥିରେ compare କରୁ। ତାକୁ ଅଳ୍ପ ସମୟ ମଧ୍ୟ ସାଙ୍ଗ ମାନଙ୍କ ସହ କଥା କିମ୍ୱା ଗୀତଟିଏ ଶୁଣିବା relax କରିବାକୁ ଅର୍ଥାତ୍ study break ମଧ୍ୟ ଦେଉନ। । ଯାହା ଫଳରେ ସେମାନେ ଏତେ ଚାପଗ୍ରସ୍ତ ହୋଇପଡନ୍ତି ଯେ ସେମାନେ ଯାହା ପଢିଲେ ବି ମନେ ରହେନି।

ତେଣୁ ତାଙ୍କୁ ଏ ସମୟ ରେ positive କଥା କହନ୍ତୁ। ଆପଣଙ୍କ ଛାତ୍ର ସମୟ ର exam ସମୟ ର ଅନୁଭବ କୁ କହି ପ୍ରେରଣା ଦିଅନ୍ତୁ।

ଆପଣ ଓ ଆପଣଙ୍କ ପିଲା ମଧ୍ୟରେ ଏକ ଶକ୍ତିଶାଳୀ ଅଦୃଶ୍ୟ ବନ୍ଧନ ଅଛି ଯାହାକୁ emotional cord କୁହାଯାଏ। ଯେଉଁଥିରେ ପିଲାଟି ଆପଣ ଙ୍କ ଠାରୁ ବହୁତ ଦୂରରେ ଥିଲେ ବି ତାର ଅସୁବିଧା କୁ ଆପଣ ଅନୁଭବ କରିପାରନ୍ତି। 

ତେଣୁ ମାନସିକ ସ୍ତର ରେ ଆପଣ ସର୍ବଦା positive ରହନ୍ତୁ। ସେ ଭଲ ପଢୁଛି ଓ ସେ ପରୀକ୍ଷା ରେ ନିଶ୍ଚୟ ଭଲ କରିବ।

ଆପଣଙ୍କ ଯାହା କୁ ଭୟ କରନ୍ତି,ତାହା ନିଶ୍ଚିତ ଭାବରେ ଘଟିଥାଏ। 

Law of universe states that" We attract what we focus on" If you focused on fearing whatever may come, you are sending a strong message to the universe to make it happen.

ତେଣୁ ବିନା କିଛି condition ରଖି ଭଲ ପାଆନ୍ତୁ, ତଥା ନିଜେ ନିର୍ଭୟ ରହନ୍ତୁ ଏବଂ ସେମାନଙ୍କ ର ମନବୋଳ ଓ ସଂକଳ୍ପ ଶକ୍ତି ଦୃଢ଼ ରଖିବାରେ ସାହାଯ୍ୟ କରନ୍ତୁ।

ଟିପ୍ସ-୧

Positive affirmations

ପିଲାଟିର study room ରେ ଏକ ତାର vision Board ରଖନ୍ତୁ। ଏହାଦ୍ବାରା ଯେତେବଳେ ବି ସେ ତାକୁ ଦେଖିବ, ପଢ଼ିବ ତାର ବ୍ରେନ ତାକୁ ଗ୍ରହଣ କରିବ ଏବଂ ସେ ପଢିବାକୁ motivated ରହିବ।

ଟିପ୍ସ-୨

ବୟସ ଅନୁସାରେ ତାଙ୍କୁ ପଢ଼ାରୁ ୧୦-୧୫ ମିନିଟ୍ ବିରତି ବା break ଦେବେ। ଯେଉଁଥିରେ ଆପଣ କୌଣସି ମଜାଦାର ଅନୁଭୁତି ସେୟାର କରିବେ, କିମ୍ୱା breathing exercises, music meditation, dance yoga, funny face challenge , singing odd ପରି activity କରିପାରିବେ। ଏହିପରି ବ୍ରେକ କୁ ବ୍ରେନ stimulation କୁହାଯାଏ। ବ୍ରେନ ତଥା ସମସ୍ତ ଶରୀର କୁ ରକ୍ତ ସଞ୍ଚାଳନ ହେବ ଦ୍ଵାରା ପିଲାଟି ଶରୀର ତଥା ମାନସିକ ସ୍ତରରେ active ରହେ।

Tips- ୩

Breakfast ରେ ସର୍ବଦା ଲାଇଟ୍ ଖାଦ୍ୟ , ଜୁସ, fruit Shake, smoothie, ABC juice ରୁ ଆରମ୍ଭ କରନ୍ତୁ। Heavy breakfast ଦ୍ଵାରା digestive system କୁ ଆପଣ କଠିନ କାମ ଦେବାରୁ ପିଲାଟି lazy ଓ dizzy ଅନୁଭବ କରେ ଏବଂ ତାକୁ ନିଦ ଆସେ, ଅଳସୁଆ ଲାଗେ।

ସେହିପରି ଏ ସମୟ ରେ ସବୁଜ ପାନିପାରିବ।, Nuts କୁ ଭିଜେଇ କି smoothie ରେ ଦିଅନ୍ତୁ, ଗଜାମୁଗ ଚାଟ୍, ସାଲାଡ଼, କାମ ତେଲ ମସଲା ଯୁକ୍ତ ଖାଦ୍ୟ ଦିଅନ୍ତୁ।

ଟିପ୍ସ ୪

ଘର ର ମାହଲ ଶାନ୍ତି ପୂର୍ଣ୍ଣ ରଖନ୍ତୁ। ଆପଣ ମାନେ ପିଲାମାନଙ୍କ ସହ atm ( any time meditation) କରନ୍ତୁ। ନିଜେ ବି ଚାପମୁକ୍ତ ରହନ୍ତୁ।  

ପିଲାମାନଙ୍କ ପାଇଁ ସକାରାତ୍ମକ ଭାବନା ରଖନ୍ତୁ।ଯାହା ଫଳରେ ଆପଣ ମଧ୍ୟ self motivated ରହିବେ, ସେମାନଙ୍କୁ ସର୍ବଦା ପ୍ରେରଣ।ଦେଇପାରିବେ ଓ ଆବେଗ ମୁକ୍ତ anxiety free ରହିବେ।



Rate this content
Log in

Similar oriya story from Inspirational