Writer Roja Panda

Inspirational

5.0  

Writer Roja Panda

Inspirational

ବାପାଙ୍କର ବୁଦ୍ଧିମତୀ ଝିଅ

ବାପାଙ୍କର ବୁଦ୍ଧିମତୀ ଝିଅ

3 mins
7.5K


ସମୟ ସମୟରେ କିଛି ସମ୍ପର୍କ ଦୂରରେ ରହି ମଧ୍ୟ ସବୁବେଳେ ଖୁବ ନିକଟରେ ଅନୁଭବ କରିହୁଏ ।ଏମିତି କିଛି ନିଆରା ସମ୍ପର୍କ ବି ହେଇପାରେ ବାପା ଆଉ ଝିଅର ସମ୍ପର୍କ ।ପୁଅଟିଏ କେବଳ ନିଜ ବାପା ମାଆଙ୍କର ସାହାରା ହେଇପାରିବ ତାହା ନୁହେଁ  ।ଗୋଟେ ଝିଅ ବି ତାର ବୃଦ୍ଧ ବାପା, ମାଆଙ୍କର ସାହାରା ହେବା ନିହାତି ଆବଶ୍ୟକ ।କାରଣ ବାପା,ମାଆ ପୁଅ ପାଇଁ ଯେତିକି କଷ୍ଟ କରିଥାନ୍ତି ଝିଅ ପାଇଁ ବି ସମାନ କଷ୍ଟ କରିଥାନ୍ତି ।ସେଥିପାଇଁ ବୃଦ୍ଧ ବୟସରେ ସେମାନେ ବି ଝିଅ ଠାରୁ କିଛି ସାହାରା ପାଇବାପାଇଁ ଆଶା ପୋଷଣ କରିବା ସ୍ଵଭାବିକ ।ଏମିତି ମନୋଭାବ କୁ ନେଇ ଏହି କାହାଣୀଟି......

ସୁଦୂର ଏକ ଜଙ୍ଗଲର ପାଦଦେଶରେ ଏକ ଛୋଟ ପରିବାର ରହୁଥିଲେ ।ପରିବାର କହିଲେ କେବଳ ଦୁଇଜଣ ।ବାପା ଆଉ ତାଙ୍କର ଏକମାତ୍ର ଝିଅ ।ଝିଅଟି ସବୁବେଳେ ତା ବାପାଙ୍କୁ ସବୁ କାମରେ ସାହାଯ୍ୟ କରେ ।ଝିଅଟି ବହୁତ ବୁଦ୍ଧିମତୀ ଥିଲା ।ସେ ତା ବାପାଙ୍କୁ ନିଜ କୌଶଳ ଆଉ ବୁଦ୍ଧି ବଳରେ ବହୁତ ବଡ ବଡ ବିପଦରୁ ରକ୍ଷା କରୁଥିଲା ।ତାଙ୍କ ଘର ପଛରେ ଏକ ବଡ କ୍ଷେତଟିଏ ଥିଲା ।ସେଠି ଝିଅଟି ସୁନ୍ଦର ସୁନ୍ଦର ଫୁଲଗଛ ଲଗାଉଥିଲା ।ସେଇ ଫୁଲକୁ ମାଳ କରି ବଜାରରେ ବିକ୍ରି କରି ଟଙ୍କା ଆଣୁଥିଲା ।ଏକଥା କିନ୍ତୁ ବାପା ଜାଣିନଥିଲେ ।ବାପା କିନ୍ତୁ କେବେ ସେ କ୍ଷେତରେ କିଛି କାମ କରୁନଥିଲେ ।ଜଙ୍ଗଲରୁ କାଠ ଆଉ ଜଙ୍ଗଲଜାତ ଦ୍ରବ୍ୟ ବଜାରରେ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ ।ଏମିତିରେ ବାପା ଝିଅ ଦୁହେଁ ଖୁସିରେ ଚଳୁଥିଲେ ।ଦିନେ ହଠାତ ଜଙ୍ଗଲ ଅନ୍ତଭାଗର ନଦୀରେ କିଛି ଜଳଦସ୍ୟୁ ଦୂରରୁ ବାପାଙ୍କୁ କାଠ କାଟୁଥିବାର ଦେଖି ପାଖକୁ ଆସି ବାପାଙ୍କୁ ବାନ୍ଧି ନିଜ ନୌକାକୁ ନେଇ ଚାଲିଗଲେ ।ଝିଅଟି କିଛି ଉପାୟ ନ ପାଇ ଦୌଡି ଯାଇ ଉକ୍ତ ନୌକାର ପଛ ଭାଗରେ ଚଢ଼ିଗଲା ।ଦେଖିଲା ଦସ୍ୟୁମାନେ ବାପାଙ୍କୁ ବାନ୍ଧି ଗୋଟେ କଡ଼ରେ ପକାଇଦେଇଛନ୍ତି ।ବାପାଙ୍କ ମୁହଁ ଦେଖା ହେଲା ପରି ଏକ ବଡ ଆଇନାଟିଏ ବାପାଙ୍କ ସିଧାରେ ନୌକାର ଏକ ଉଚ୍ଚା ସ୍ଥାନରେ ଲଗାଇଦେଇ ନୌକା ଭିତରେ ଥିବା ତମ୍ବୁରେ ନିଜର ଖାଦ୍ୟ ପ୍ରସ୍ତୁତରେ ବ୍ୟସ୍ତ ଅଛନ୍ତି ।ମଝିରେ ମଝିରେ ଭିତରେ ରହି ସେଇ ଆଇନାଟିର ସାହାଯ୍ୟରେ ବାପାଙ୍କ ପ୍ରତ୍ୟେକଟି ଗତିବିଧିକୁ ଲକ୍ଷ୍ୟ କରୁଛନ୍ତି ।ଝିଅଟି ସେସବୁ ନିରୀକ୍ଷଣ କରି ଏକ ଉପାୟ ଚିନ୍ତା କଲା ।କେମିତି ସେ ବାପାଙ୍କୁ ସେଠୁ ଉଦ୍ଧାର କରିବ ।ହଠାତ ତା ମନକୁ ଆସିଲା ବିନାୟକ ଦାମୋଦର ସଭରକରଙ୍କ କଥା ।ସେ ବହିରେ ପଢିଥିଲା ଯେ ସଭରକର କେମିତି ନିଜ ବୁଦ୍ଧି ବଳରେ ନିଜକୁ ବିଶାଳ ମହାସଗାରର ଜଳ ଦସ୍ୟୁଙ୍କ କବଳରୁ ରକ୍ଷା କରିଥିଲେ ।ସେ ସଙ୍ଗେ ସଙ୍ଗେ ନିଜ ପିନ୍ଧିଥିବା ଓଢଣୀଟିକୁ ସେଇ ଆଇନା ଉପରେ ପକାଇଦେଲା ଓ ସେଇ ମୁହୂର୍ତ୍ତରେ ବାପାଙ୍କୁ ବନ୍ଧନ ମୁକ୍ତ କରି ବାପାଙ୍କୁ ଧରି ନଦୀକୁ ଡେଇଁ ପଡ଼ିଲା ।ଦସ୍ୟୁମାନେ ସେମାନଙ୍କୁ ଧରିବାପାଇଁ ଅସ୍ତ୍ର ପ୍ରୟୋଗ କରିଥିଲେ ମଧ୍ୟ ତାଙ୍କୁ ଧରିବାକୁ ଅକ୍ଷମ ହେଲେ ।ଶେଷରେ ଝିଅ ଆଉ ବାପା ନଦୀ ପାର ହୋଇ କୂଳରେ ପହଁଚିଲେ ।ଦସ୍ୟୁଙ୍କ ଅସ୍ତ୍ରରେ ବାପା ବୋହୁତ କ୍ଷତାକ୍ତ ହେଇଥିଲେ ।ତାଙ୍କର ଚେତା ଶୂନ୍ୟ ହେଇ ଯାଇଥିଲା ।ଝିଅଟି ତାଙ୍କୁ ବୈଦ୍ୟଙ୍କ ପାଖକୁ ନେଇ ଚିକିତ୍ସା କରାଇଲା ।ବାପା ଭଲ ହେଲାପରେ ବୈଦ୍ୟ ବାପାଙ୍କୁ କହିଲେ ଯେ,ତୁମ ଝିଅ ବହୁ ମୂଲ୍ୟବାନ ଔଷଧ ଦ୍ଵାରା ତୁମକୁ ମୃତ୍ୟୁମୁଖରୁ ବଞ୍ଚାଇଛି ।ବାପା ଶୁଣି ଆଶ୍ଚର୍ଯ୍ୟ ହେଲେ ଯେ ଝିଅ ପାଖରେ ଏତେ ଟଙ୍କା ଆସିଲା କେଉଁଠୁ ।ସେ ଝିଅକୁ ପଚାରିଲେ ଏବଂ ଝିଅ ତାର ଫୁଲମାଳ ବିକିବା କଥା ବାପାଙ୍କୁ କହିଲା ।ଏମିତି କିଛିଦିନ ଅତିକ୍ରାନ୍ତ ଝିଅଟି ଯୌବନରେ ପଦାର୍ପଣ କରିବା ଦେଖି ବାପା ତାର ବିବାହ କରାଇଦେଲେ ।ହେଲେ ଦୁଃଖର ବିଷୟ ଯେ ଯେଉଁ ଘରେ ତାର ବିବାହ ହେଇଥିଲା ସେମାନେ ବୋହୁତ ଲୋଭୀ ଥିଲେ ।ଯୌତୁକ ଲାଳସାରେ ଝିଅକୁ ତା ବାପାଙ୍କୁ ଟଙ୍କା ମାଗିବାକୁ ବାଧ୍ୟ କରୁଥିଲେ ଓ ଟଙ୍କା ନପାଇବା ଯାଏ ଝିଅକୁ ତା ବାପା ସହିତ ଦେଖା କରେଇ ଦେଉନଥିଲେ ।ଝିଅ କିନ୍ତୁ ଏସବୁ ତା ବାପାଙ୍କୁ ଜଣାଉନଥିଲା ।କିଛି ନା କିଛି ବାହାନା କରି ନିଜ ବାପାଙ୍କ ଠାରୁ ଦୁରେଇ ରହୁଥିଲା ।ବାପା ଧୀରେ ଧୀରେ ବୃଦ୍ଧ ହେବାକୁ ଲାଗିଲେ ।ଆଉ କିଛି ଟାଣ କାମ କରିବାପାଇଁ ସେ ଅକ୍ଷମ ଥିଲେ ।ସେଥିପାଇଁ ବାପା ଭାବିଲେ ତାଙ୍କ ଝିଅ କରିଥିବା ଫୁଲ ବ୍ୟବସାୟକୁ ସେ ଆଉଥରେ ଆରମ୍ଭ କରିବେ ଆଉ ଫୁଲ ନେଇ ମନ୍ଦିରରେ ବିକ୍ରିକରି ନିଜ ଗୁଜୁରାଣ ମେଣ୍ଟାଇବେ ।ଏହା ଭାବି ସେ କ୍ଷେତ ନିକଟକୁ ଗଲେ ଏବଂ ଫୁଲଗଛ ଲଗାଇବା ପାଇଁ ଗାତ ଖୋଳିଲେ ।କିନ୍ତୁ ବୟସର ଅଟହାସ୍ୟ ଯୋଗୁ ତାଙ୍କ ହାତରେ ଥିବା ସିଂହର ବଳ ଆଜି ଏକ ଛୋଟିଆ ଫାହୁଡାଟିଏ ଧରିବାକୁ ବି ଅସମର୍ଥ ଥିଲା ।ସେ ଝିଅକୁ ଚିଠିରେ ସବୁ କଥା ଜଣାଇଲେ ।ଝିଅ ବାପାଙ୍କୁ ସାହାଯ୍ୟ କରିବାକୁ ମନସ୍ତ କଲା ।ସେ ଏକ ଉପାୟ ଚିନ୍ତା କଲା ।ସେ ମିଛରେ ଏକ ଫୋନ ଧରି ନିଜ ଶାଶୂଘର ଲୋକଙ୍କୁ ଶୁଣେଇ ଶୁଣେଇ କହିଲା ଯେ ବାପା କାହାକୁ ନଜଣେଇ ନିଜ ଘର ପଛପଟ କ୍ଷେତରେ ବୋହୁତ ମୂଲ୍ୟବାନ ଜିନିଷ ପୋତିକି ରଖିଛନ୍ତି ।ଶାଶୂଘର ଲୋକ ତ ପ୍ରଥମ ରୁ ଲୋଭୀ ଥିଲେ ।ଝିଅ ଏମିତି ଫୋନରେ କାହାକୁ ଧନ ସମ୍ପତ୍ତି ବିଷୟରେ କହୁଥିବା ଶୁଣି ସେଇ ରାତିରେ ଯାଇ ବାପାଙ୍କ କ୍ଷେତକୁ ଖୋଳି ବାରେ ଲାଗିଲେ ।ପୁରା ରାତି ପାହିଗଲା କିନ୍ତୁ କିଛି ବି ଗୁପ୍ତ ଧନ ମିଳିଲା ନାହିଁ ।ଶାଶୁଘର ଲୋକେ କାନ ମୁଣ୍ଡା ଆଉଁଷି ଘରକୁ ଫେରିଲେ ।ବାପା ସକାଳୁ ଉଠି ଦେଖିଲେ ଯେ କ୍ଷେତଟା ପୁରାପୁରି ଖୋଳା ହୋଇଛି ।ସେ ଖୁସିରେ ସେଥିରେ ଫୁଲ ଚାରା ସବୁ ଲଗାଇଦେଲେ ।ତା ପରଦିନ ଝିଅକୁ ଚିଠିରେ ସବୁ ଜଣାଇଲେ ।ଝିଅ ଖୁସି ହେଇ କହିଲା ବାପା ମୁଁ ଯୋଉଠି ଥିଲେ ବି ସବୁବେଳେ ତୁମକୁ ସାହାଯ୍ୟ କରିବି ।ଝିଅର ଉପସ୍ଥିତ ବୁଦ୍ଧି ଯୋଗୁ ବାପା ନିଜ ଗୁଜୁରାଣ ବୋହୁତ ଭଲରେ ମେଣ୍ଟାଇ ପାରିଲେ ।


Rate this content
Log in

Similar oriya story from Inspirational