Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lalita Mohan Mishra

Inspirational

3  

Lalita Mohan Mishra

Inspirational

ବାପାଙ୍କ ଗାମୁଛା

ବାପାଙ୍କ ଗାମୁଛା

2 mins
478



       ପାଞ୍ଚହାତିଆ କମଳା ରଙ୍ଗର ଖୋର୍ଦ୍ଧା ଗାମୁଛାଟା ଅଗାଧୁ ବାପାଙ୍କର ଭାରି ପସନ୍ଦ। ଅଗାଧୁ ବାପା ନୂଆ ଗାମୁଛାଟି ଆଣିଲେ, ମାଆ ତାକୁ ଟିକେ ଗରମ ପାଣିରେ ସିଝାଇ ଦିଏ ଯେ ସେ କମଳା ରଙ୍ଗଟି ଛାଡେ ନାହିଁ। ବାପା ଯୁଆଡେ ଯାଆନ୍ତି ସାଥିରେ ତାଙ୍କର ଗାମୁଛାଟି ଯାଏ ।


- ବଜାରରୁ କିଛି ପରିବାପତ୍ର କିଣି ଆଣିବା ପାଇଁ ଯଦି ବ୍ୟାଗ୍ ନ ନେଇ ଥିବେ ତାହାହେଲେ ଗାମୁଛାରେ ବାନ୍ଧି ପରିବା ଆଣନ୍ତି । ଅଗାଧୁ ବାପାଙ୍କର ଗାମୁଛାଟି ଅତି ଆପଣାର । ଧୋତି ସାଙ୍ଗକୁ କାନ୍ଧରେ ନାଲି ଗାମୁଛା ବାପାଙ୍କୁ ଭାରି ଭଲ ଦିଶେ। ଯୁଆଡେ ଗଲେ ମଧ୍ୟ ସାଥିରେ ଗାମୁଛାଟି ଥିବ।


- ଘରେ ବୋହୁ ମନରେ ଅଶାନ୍ତି । ବୋହୁ କୁହେ ଇଏ କୋଉ ଵେଶ। ଧୋତି ପଞାଵି ତା ଉପରେ ପୁଣି କାନ୍ଧରେ ଗାମୁଛା । ସ୍ତ୍ରୀ ମୋର କହେ ବାପା କ'ଣ କାନ୍ଧରେ ଗାମୁଛାଟା ନ ପକାଇଲେ ହୁଅନ୍ତା ନାହିଁ। ମୁଁ କହିଦିଏ ତୁମର ମୁଣ୍ଡ ବ୍ୟଥା କାହିଁକି ? ?


- ବାପାଙ୍କୁ ଭଲ ଲାଗୁଛି ! ସେ ପକାଉଛନ୍ତି । ମାଆ କିନ୍ତୁ ବାପାଙ୍କୁ କହେ - ସେ ଗାମୁଛା କୁଆଡେ ଗଲାବେଳେ ବ୍ୟାଗ୍ ରେ ଧରୁନ  । ମାଆ ସିନା କହେ କିନ୍ତୁ ଵାପା କେବେହେଲେ କାନ୍ଧରୁ ଗାମୁଛା କାଢନ୍ତି ନାହିଁ ।


- ଅଗାଧୁ ବାପାଙ୍କର ପୁଅ ପ୍ରକାଶ କକେଇ, ଭୁବନେଶ୍ବରରେ ଅଫିସର।


- ସଵୁ ରଵିଵାରେ ଚେକ ଅପ ପାଇଁ ଗଲାଵେଳେ ଵାପାଙ୍କର ଏଇ ଵେଶ ବୋହୁ ସିନା ବାପାଙ୍କ ସହିତ ଡାକ୍ତରଖାନାକୁ ଯାଏ କିନ୍ତୁ ସାଙ୍ଗ ସାଥି ମାନେ କଣ ଭାଵୁଥିଵେ କେଜାଣି... କହୁଥିଵେ ,ମଫସଲିଆ ବୁଢାଟା କିଵା ମରହଟିଆଟା ! ହାତ ଧରି ଡାକ୍ତରଙ୍କ ପାଖକୁ ନେଵାକୁ ପୁଅ ବୋହୁଙ୍କୁ ଲାଜ ।


- ପୁଅ ଅଫିସର । ତାର ପୁଣି ମାନସମ୍ମାନ ଅଛି ? ? କେତେଥର ବୋହୁ କହିଲାଣି,ଵାପା ଗାମୁଛା ଟା ଥୋଇଦେଇ ଆସ । ଲୋକମାନେ ଥଟା କରିବେ। ବାପା କିନ୍ତୁ ଶୁଣିବା ଲୋକ ନୁହଁନ୍ତି ।


- ଅଗାଧୁ ଵାପା କହନ୍ତି,ଜୀଵନ ସରିବାକୁ ଵସିଲାଣି ।ପିଲା ଟି ଦିନରୁ ଗାମୁଛାଟି ମୋ ସାଥିରେ ଅଛି। ଆଜି ଲୋକେ କ'ଣ କହିବେ ଖରା,ବରଷା,ଶୀତ ରେ ମୋର ଏହି ଗାମୁଛାଟି ସାହା ଭରସା ।


- ବୋହୁ କହେ..... ଏ ଗୁଡାକ ଵାଜେ କଥା । ଯୁଗକୁ ନେଇ ଚଳିଵା ଶିଖ ? ବାପା କହନ୍ତି ତୁମେ ସହରରେ ରହିଲ... ଆମେ ତ ମଫସଲିଆ ଲୋକ ।


- ମୁଁ ପିଲାବେଳେ ଅଗାଧୁ ବାପା ମୋତେ ବେଶୀ ଗେଲ କରନ୍ତି । ତାଙ୍କର ସେ ଗାମୁଛାରେ ମୋତେ ଦୋଳି କରି ଖେଳାନ୍ତି।


- ଗାଁର ଭୋଜିଭାତ ଖାଇବାକୁ ଗଲେ , ସେ ଗାମୁଛାରେ ଭୋଜି ବାନ୍ଧି କରି ଘରକୁ ଆଣି ବୋଉକୁ ଦିଅନ୍ତି । ପଡିଶା ଘର ଅଗାଧୁ ବାପା ନାତିଆ ବୋଲି ମୋତେ ଥଟ୍ଟା ମଜ୍ଜା କରନ୍ତି । କେତେ ଗପ କୁହନ୍ତି - ମୁଁ ବେଳେ ବେଳେ ଗପ ଶୁଣି ତାଙ୍କର କୋଳରେ ଶୋଇପଡେ । ବାପା ତାଙ୍କର ଗାମୁଛାଟିରେ ମୋତେ ଘୋଡାଇ ଦିଅନ୍ତି, ଯେପରିକି ଶୀତ ଲାଗିବ ନାହିଁ ।

- ଅଗାଧୁ ବାପା ଯିବାର କେତେ ବର୍ଷ ବିତିଗଲାଣି କିନ୍ତୁ ଏବେ ବି ଖୋର୍ଦ୍ଧା ନାଲି ଗାମୁଛାଟାଏ ଦେଖିଲେ ଅଗାଧୁ ବାପାଙ୍କ କଥା ମନେପଡେ...

- ସତରେ ଆମ ସଭ୍ୟତା ଯେତେ ଆଗେଇଲେ ମଧ୍ୟ ଆମର ସଂସ୍କୃତି ପରମ୍ପରା, ଖାଦ୍ୟ ପେୟ, ରୁଚି, ବେଶ ପୋଷାକକୁ ବଦଳେଇ ପାରିବା ନାହିଁ...

          


Rate this content
Log in