STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ବାପା

ବାପା

3 mins
5

ବାପାଙ୍କ ପାଖେ ଥିବା ଦୁଇଟି ରୁଦ୍ରାକ୍ଷ ଭିତରୁ ଗୋଟେ ବଡ଼ ଓ ଗୋଟେ ଛୋଟ ଦେଖି ସେଦିନ ନିଶାନ୍ତ ପଚାରିଥିଲା ଦୁଇଟି ଛୋଟ ବଡ଼ ରୁଦ୍ରାକ୍ଷ୍ ରଖିବାମାନେ କଣ ବାପା? ବାପା କହିଥିଲେ ମୁଁ ମଧ୍ୟ ଠିକ ଏମିତି ପ୍ରଶ୍ନ ତୋ ଜେଜେ ଅର୍ଥାତ ମୋ ବାପାଙ୍କୁ ପଚାରିଥିଲି ତ ସେ କହିଥିଲେ ବଡ଼ଟି ମୁଁ ଓ ଛୋଟଟି ତୁ. ସେଦିନ ମୁଁ ଖୁବ ହସିଥିଲି ଆଉ କହିଥିଲି ହଁ ଛୋଟ ରୁ ବଡ଼ ହୁଏ ବୋଲି ଏହା ଗୋଟେ ସୁନ୍ଦର ଉଦାହରଣ. ମୋ ବାପା କଣ କହିଥିଲେ ଜାଣୁ ନିଶାନ୍ତ?କହିଥିଲେ ବାପା ଥିବା ପୁଅ ସଭାରେ ହାରେନା, ବାପା ସବୁବେଳେ ଛତା ପରି ଛାତ ଟିଏ ତା ସନ୍ତାନର. ସେଇଥିପାଇଁ ସାନ ଘାଗେରା ଓ ବଡ଼ ଘାଗେରା ଜଳ ପ୍ରାପତ ପରିଦର୍ଶନରେ ଯାଇଥିବା ବେଳେ ଦୁଇଟି ଏକା ସାଇଜର ରୁଦ୍ରାକ୍ଷ୍ ନକିଣି ଛୋଟ ବଡ଼ ସାଇଜର କିଣିଥିଲି. ନିଶାନ୍ତ କହୁଥିଲା ବୁଝିଗଲି ବାପା.ଜେଜେ ଇଶ୍ୱରଙ୍କ ପାଖକୁ ଫେରିଗଲା ପରେ ତୁମକୁ ଉତ୍ତରାଧିକାରୀ ସୂତ୍ରରେ ଏ ଛୋଟ ଓ ବଡ଼ ରୁଦ୍ରାକ୍ଷ୍ ମିଳିଛି ନିଶ୍ଚୟ. ବାପା ହସୁଥିଲେ ଓ କହୁଥିଲେ ତୁ ବାପା ହେଲେ ବୁଝିଯିବୁ.ନିଶାନ୍ତ ଭାବେ ମୂଳରୁ ମାଈପ ନାହିଁ ପୁଅ ନାମ ଗୋପାଳିଆ!ବୁଝିଯାଆନ୍ତି ବାପା କହନ୍ତି ଆରେ କାଲିକି କାଲି ଏ ଦୁଇଟି ତତେ ହସ୍ତାନ୍ତର କରି ମୁଁ ଫେରିଗଲେ ସେପୁରକୁ ତୁ ତୋ ପୁଅକୁ ବୁଝାଉଥିବୁ ଏ ଦୁନିଆର ରୀତି ନିତି ତଥା ଆଦର୍ଶ.
    ସବୁ କଥା ଭୁଲି ନିଶାନ୍ତ ଭାବୁଥିଲା ଥରେ ବାପାଙ୍କ ପ୍ରସ୍ତାବିତ ଝିଅକୁ ଜୀଵନସାଥି କରିବାକୁ ଆଗ୍ରହ୍ୟ କରି ପ୍ରତ୍ୟାଖ୍ୟାନ କରିବା ପରେ  ଜୀଵନ ସାରା ପସ୍ତେଇବାକୁ ପଡିବ ତେଣୁ ବାପାଙ୍କ ପ୍ରସ୍ତାବରେ ରାଜି ହୋଇ ଆନିକୁ ବିବାହ କରିସାରିବା ପରେ ବାପା ନିଜେ ନିଜେ ଦୂରେଇ ଗଲେ କାହିଁକି ତା ଉତ୍ତର ଖୋଜି ଖୋଜି ପାଉନଥିଲା ନିଶାନ୍ତ. ସହକର୍ମୀ ବିକାଶ କହୁଥିଲା ମାଆ ନଥିବା ବାପା ମାନେ  ପୁଅ ଉପରେ ବୋଝ ନହେବା ପାଇଁ ଚାଁହାଁନ୍ତି. ସ୍ତ୍ରୀ କୁ ହରେଇ ନିଜ ସୁଖ ସବୁକୁ ଜଳାଞ୍ଜଳି ଦେଇଥିବା ସବୁ ବାପାମାନେ ଏମିତି. ନିଜେ ଖୋଜି ଆଣିଥିବା ଝିଅକୁ ବୋହୁର ଦରଜା ଦେଇଥିଲେ ମଧ୍ୟ ଦୂରେଇ ଯାଆନ୍ତି ଭାବିକି କାଳେ କିଛି ଅସୁବିଧା ହେବ ତ ସେ ସହିପାରିବେନି ତେଣୁ ପୈତୃକ ଭିଟାମାଟିରେ ଚଳନ୍ତି. ହାତ ଗୋଡ଼ ଚଳୁଥିବା ଯାଏଁ କାହାର ନିର୍ଭରଶୀଳ ହେବାକୁ ଭଲ ପାଆନ୍ତି ନାହିଁ.ସହକର୍ମୀ ବିକାଶ କହୁଥିବା ଏସବୁ ଅଙ୍ଗଲିଭା କଥା ଓ ସମାଜ ରେ ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି ସତ ତେଣୁ ସ୍ବାଧୀନଚେତା ବାପା ଗାଁରେ ରହୁଥିଲେ ମଧ୍ୟ ମନ ମାନେନା ନିଶାନ୍ତର. ପତ୍ନୀ ଆନି ସେବେ ବୁଝେଇ କୁହେ ଘରଟା ସହରରେ ଗଢିଉଠୁ. ଆମେ ଦୁହେଁ ଯାଇ ବାପାଙ୍କୁ ଗାଁରୁ ନେଇ ଆସିବା. କେଵେ ସେ ଦିନ ଆସିବ ବୋଲି ଦିନ ଗଣୁଥିବା ବେଳେ ବାପାଙ୍କ ଶରୀର ଦିନକୁ ଦିନ ରୁଗ୍ଣ ଓ ଦୁର୍ବଳ ହେବା ନିଶାନ୍ତର ଚିନ୍ତାର କାରଣ ହେଉଥାଏ.
     ସେଦିନ ନିଶାନ୍ତ ଖୁସି ଖୁସିରେ ଅଫିସ ବାହାରିଯିବାର ଦୁଇଟି କାରଣ ଥିଲା. ପ୍ରଥମତଃ ଆଜି ପ୍ରମୋସନ ଲିଷ୍ଟ ବାହାରିବାର ଥିଲା. ଦ୍ୱିତୀୟତଃ ଆଜି ଅଫିସରୁ ଫେରି ଗାଁକୁ ଯାଇ ବାପାଙ୍କୁ ତା ନୂଆ ଘରକୁ ଆଣିବାର ସ୍ବପ୍ନ ପୁରଣ କରିବାର ଥିଲା. ଆଜି ତାର ପ୍ରିୟ କଲର ଵାଲା ହାଇ ନେକ ଵାଲା ନୀଳ ବାନିଅନ ଖୁବ ମାନୁଥିଲା ତାକୁ.ବାପାଙ୍କ ସଙ୍ଗେ ଆନିକୁ ଦେଖି ପସନ୍ଦ କରିବାକୁ ଯିବା ଦିନ ମଧ୍ୟ ସେ ଏଇ ବାନିଅନଟିକୁ ପିନ୍ଧି ଯାଇଥିଲା ତ ଏଇଟି ତା ପାଇଁ ଖୁବ ଶୁଭଙ୍କର ଥିଲା.ଅଫିରେ ପ୍ରମୋସନ ଲିଷ୍ଟ ନେଟ ରୁ ଦେଖି ବିକାଶ ମିଠା ବାଣ୍ଟୁଥିଲା ବେଳେ ସେ ପାଞ୍ଚଟା ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ହୋଇପଡୁଥିଲା ବେଳେ ବସ କହିଥିଲେ ନଶାନ୍ତ ବାବୁ ଆପଣଙ୍କ ପାଳି ଆର ଥରକୁ ରହିଲା. ଭିତରେ ଖଣ୍ଡ ଖଣ୍ଡ ହୋଇ ଅନେକ ସ୍ବପ୍ନ ଭାଙ୍ଗିପଡୁଥିଲା ନିଶାନ୍ତର. ଏଇ ଯେମିତି ଘର କରିବା ଲୋନ, ଗାଡି କିଣିବା ଲୋନ ଶୁଝିବା ସହ ଛୋଟ ପୁଅର ଆଡ଼ମିସନ ପାଇଁ ଟଙ୍କା ଦରକାର ଥିଲା. ତଥାପି ନିଶାନ୍ତ ଖୁସି ହୋଇ ଘରକୁ ଫେରିଥିଲା ଆଜି ବାପାଙ୍କୁ ଆଣିବାର ଅଛି ଗାଁରୁ.ଘରେ ପହଁଚିଲା ବେଳକୁ ଆନି ପ୍ରସ୍ତୁତ ହୋଇସାରିଥିଲା. ବାଟ ସାରା ଆନିକୁ ଚୁପ ରହିଥିବା ଦେଖି ନିଶାନ୍ତ ଆଶଙ୍କା ଗ୍ରସ୍ତ ହୋଇପଡୁଥିଲା. ଆନି କିନ୍ତୁ କହିଥିଲା ଆଜି ନହେଲେ କାଲି ପ୍ରମୋଶନ ହେବ ହେଲେ ବାପାଙ୍କ ଦେହ ଭଲ ହୋଇଯିବା ନିହାତି ଦରକାର. ବିକାଶର ସ୍ତ୍ରୀ ମିଠା ନେଇ ଆସିବା ବେଳକୁ ବାପାଙ୍କ ଦେହ ଖରାପ ଖବର ଶୁଣି ବିକାଶ ସ୍ତ୍ରୀ କୁ ଭଲକରି ବଧେଇ ଜଣାଇ ପାରିନି. ବାପାଙ୍କୁ ନେଇ ଆସିବା ପରେ ସେ ଦୁଇଜଙ୍କୁ ଡାକିବା ସହ ଭଲକରି ଗୋଟେ ପାର୍ଟି ଦେବା. ଆନିର ବଡ଼ପଣ ଆଗେ ନିଶାନ୍ତ ନିଜକୁ ଛୋଟ ମନେ କରୁ କରୁ ଗାଁ ପାଖେଇ ଆସୁଥିଲା ଓ ଦୂରରୁ  ଦିନା କକେଇ ବୁଲୁ ନାନା ଇତ୍ୟାଦି ତା କାର ଆଡକୁ ଆସୁଥିବାର ଦେଖି ନିଶାନ୍ତ ଓଲ୍ହେଇ ପଡିଥିଲା. କକେଇ କହିଲେ ସବୁ ସରିଗଲାରେ ନିଶାନ୍ତ, ଭାଇ ଆମକୁ ଛାଡ଼ି ଚାଲିଗଲେ. ବାସି ମଡ଼ା ନହେବା ପାଇଁ କହି ଯାଇଥିବାରୁ ଏଇ କାମ ସାରି ଆସୁଛୁ. ହଉ ହଉ ନେଲୁ ଭାଇଙ୍କ ଶେଷ ସନ୍ତକ ଏଇ ରୁଦ୍ରାକ୍ଷ୍ ଦୁଇଟି. ସମ୍ଭାଳେ ଆକୁ. ଏହାକୁ ଦେଇ କଣ କହିବାକୁ ଯାଇ ଆଉ କହିପାରିନଥିଲେ ଭାଇ. ନିଶାନ୍ତ ଛୋଟ ବଡ଼ ରୁଦ୍ରାକ୍ଷ ଦୁଇଟି ଧରି ରାସ୍ତା ମଝିରେ ଲୋଟୁଥିଲା ବାପା ବାପା କହି. ଅଦୂରରେ ଜଳୁଥିବା ଯୁଇରୁ ନିଆଁ ଧୂଆଁ ହୋଇ ମିଶିବା ଯାଏଁ. ଆନି ଓ ଅନ୍ୟମାନେ ବହୁ କଷ୍ଟରେ ସମ୍ଭାଳି ଥିଲେ ନିଶାନ୍ତକୁ.
  
   



Rate this content
Log in

Similar oriya story from Tragedy