ବାପା
ବାପା
ବାପା କେବଳ ଗୋଟିଏ ଶବ୍ଦ ନୁହେଁ l ବିଶାଳ ହୃଦୟର ପ୍ରତିଶବ୍ଦ l ରକ୍ତ ମାଂସର ଦେବତା l ଚିରନ୍ତନ ସତ୍ୟ ପଥପ୍ରାନ୍ତ ବାଟୋଇର ବଟବୃକ୍ଷ ସମ ସଦୃଶ l ବୋଉ ସ୍ନେହ ମମତାର ନିର୍ଝର ଝରଣା ସଦୃଶ୍ୟ ଝରିଯାଉଥିବା ତଟିନୀ l
ବାପା ଅନୁଶାସନଓ କର୍ତ୍ତବ୍ୟ ମୂର୍ତ୍ତିମନ୍ତ ପ୍ରତିକ, ବାପା ବଟବୃକ୍ଷ ପରି ତାଙ୍କ ଛାୟାରେ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ସଂଗଠିତ ଓ ସଦାଆଶ୍ରିତ l
ପରିବାର ଭିତରେ ବାପା ଓ ବୋଉ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି, ଜଣଙ୍କର ଅବର୍ତ୍ତମାନରେ ଆଉ ଜଣେ ସ୍ୱତଃ ଝାଉଁଳି ଯାଏ l
ଜୀବନର ଅନ୍ୟ ନାମ ଯେ ଯନ୍ତ୍ରଣା ଏ କଥା ବାପା ଯିବାପରେ ଅନୁଭବ କଲି l ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁ ତ ଯନ୍ତ୍ରଣାଦାୟକ , କିନ୍ତୁ ବାପାଙ୍କ ମୃତ୍ୟୁ ଯେ ସନ୍ତାନମାନଙ୍କ ପାଇଁ କେତେଯେ ଯନ୍ତ୍ରଣା ବେଦନାଦାୟକ ସେ କଥା ଜଣେ ଅନୁଭବୀ ହିଁ ଜାଣେ l
ବାପା, ବୋଉ ଓ ସାନଭାଇ ରାଉରକେଲା ସହରରେ ରୁହନ୍ତି, ମୁଁ କଟକରେ ମୋ କର୍ମମୟ ଜୀବନଯାପନ କରୁଥାଏ l ବାପାଙ୍କର ଦେହ ପ୍ରାୟ ସମୟେ ସମୟେ ଅସୁସ୍ଥ ହେଉଥାଏ l ରାଉରକେଲା ସ୍ଥିତ ସରକାରୀ ହସ୍ପିଟାଲରେ ଆଡ଼ମିସନ ହୋଇଥାନ୍ତି l ବୋଉ ସଦା ସର୍ବଦା ଚେଷ୍ଟା କରିଥାନ୍ତି ସମସ୍ତ ଦାୟିତ୍ୱ ନିଜେ ତୁଲାଇବା ପାଇଁ, ଏମିତି ସମୟ ଭିତରେ ଏକ ମାସ ବିତିଯାଇଥାଏ l
ଦିନକର ଘଟଣା..... ଟାଇଁ ଟାଇଁ ଖରା ସମୟ ପ୍ରାୟ ବାରଟା ହେବ ଗୁଳୁଗୁଳି ସାଙ୍ଗକୁ କିଅସହାୟଗରମ....ମୁଁକର୍ମଉପରେଥାଏ ହଠାତ ମୋ ମୋବାଇଲରଘଣ୍ଟିବାଜିଉଠିଲା ଫୋନଟିଉଠାଇବା ମାତ୍ରେ ସେପଟରୁ ବ୍ୟସ୍ତ ବିବ୍ରତ କଣ୍ଠସ୍ୱରରେ କହିଲା ହ୍ୟାଲୋ ତୋ ବାପାଙ୍କ ଦେହ ବହୁତ ଅସୁସ୍ଥ ହୋଇଯାଇଛି ଡାକ୍ତର କଥା ହେବେ ବୋଉଙ୍କ ପାଖରୁ ଡାକ୍ତର କଥା ହେବେ ଶୁଣି ମୋ ମନରେ ଅନେକ ଅଜଣା ପ୍ରଶ୍ନବାଚୀ ? ତାପରେ ଡାକ୍ତରଙ୍କ କଥା ଶୁଣି ମୁଁ କିଛି ସମୟ ସ୍ତବ୍ଧ ହୋଇଗଲି..... ଗଳା ଶୁଖିଗଲା.... l
ତା କିଛି ସମୟ ପରେ ବୋଉଙ୍କ ସାଙ୍ଗରେ କଥାହେଲି ଫୋନରେ ସେପଟୁ ଦୁର୍ବଳ ଧୀରେ କଣ୍ଠ ସ୍ୱରରେ କୋହ ଉଠାଇ ନିରବ ରେ କାନ୍ଦି ପକାଇଲେ l ମୁଁ ସାନ୍ତ୍ୱନା ଦେବାକୁ ଚାହିଁଲେ ବି ଦେଇ ପାରୁନଥାଏ l ମୁଁ ଖାଲି ଏତିକି କହିଲି ବ୍ୟସ୍ତ ହୁଅନା କାଲି ସକାଳେ ଯାଇ ପହଞ୍ଚୁଛି l
ରାତ୍ରି ପ୍ରାୟ ନଅଟା ସମୟରେ ବସରେ ବସି ଭାବୁଥାଏ ବାପାଙ୍କ ସାଙ୍ଗରେ ବିତେଇଥିବା ସେ ମୁହୂର୍ତ୍ତ...... ତାଙ୍କ ସ୍ନେହ ପାଖରେ ବସେଇ ବୁଝେଇବା ଶୈଳୀ, ପାଠ ପଢା ସମୟରେ ତାଙ୍କ ଅନୁଶାସନ ଭଲ ମଣିଷ ହେବାର ଅନୁଚିନ୍ତା ବେଶ ପ୍ରେରଣାଦାୟକ l ସେ ସବୁ ଆଖି ଆଗରେ ଭାସି ଯାଉଥାଏ l
ସକାଳେ ବସରୁ ଓହ୍ଲେଇକି ଅଟୋରେ ଯାଇ ହସ୍ପିଟାଲରେ ପହଞ୍ଚିଯାଏ l ସେ ସମୟରେ ମନ ଭିତରେ ବିଭିନ୍ନ ପ୍ରଶ୍ନବାଚୀ ଉଙ୍କି ମାରେ ବୋଉର ମୁହଁକୁ କିଭଳି ସାମ୍ନା କରିବି ?
ତଥାପି ମନରେ ଧୈର୍ଯ୍ୟ ଓ ସାହସ ରଖିଥାଏ l କିନ୍ତୁ ବୋଉ ମୋତେ ଦେଖି ତାର ଦୁଃଖ, କ୍ଳେଶ, ଯନ୍ତ୍ରଣା ସବୁ ତା ହୃଦୟ ଭିତରେ ଚାପିଦେଇ ଖୁସି ହେବାର ଅଭିନୟ କରି ଚାଲିଥାଏ l ମୁଁ ତାର ସେ ସମୟରେ ଅନାବିଳ ସ୍ନେହ, ଭଲ ପାଇବା ଦେଖି ନିର୍ବିକାର ହୋଇ ରହିଲି l ଓହଃ କି ବିସ୍ମିତ କରିଦେବାର ଦୃଶ୍ୟ l ମୁଁ ନିଜକୁ ସ୍ଥିର କରି ନିଜର ନିତ୍ୟକର୍ମ ସାରି ଡାକ୍ତରଙ୍କ ସମୟକୁ ଅପେକ୍ଷା କରିଥାଏ l ସମୟ ବି ଗଡି ଗଡି ଚାଲିଥାଏ ହୁତପିଣ୍ଡର ସ୍ପନ୍ଦନ ବି ବଢିଚାଲିଥାଏ ପ୍ରାୟ ସାଢେ ଏଗାରଟା ବେଳେ ଡାକ୍ତର ଆସି କହିଲେ ତୁମେ ତୁମ ବାପାଙ୍କୁ କଟକ କିମ୍ବା ଭୁବନେଶ୍ୱର ନେଇଯାଅ l ଏଠି ତାଙ୍କର ଚିକିତ୍ସା ହୋଇ ପାରିବ ନାହିଁ ମୁଁ କିଛି ସମୟ ନିରବ ଦୃଷ୍ଟିରେ ଚାହିଁ ରହିଲି, ତା ପରେ ପ୍ରଶ୍ନ କଲି କଣ ପାଇଁ ଆଜ୍ଞା କଣ ହୋଇଛି ବାପାଙ୍କର ଡାକ୍ତରଙ୍କ କଣ୍ଠରୁ ପ୍ରତିଉତ୍ତର ଅପେକ୍ଷାରେ ରହିଛି କିଛି ସମୟ ପରେ କହିଲେ କର୍କଟ ରୋଗ l
ଆଜି ହିଁ ଅନ୍ୟ ସ୍ଥାନକୁ ନେବାପାଇଁ ହେବ, ମୁଁ ଆଉ କାଳ ବିଳମ୍ବ ନ କରି ହସ୍ପିଟାଲର ସମସ୍ତ ନିୟମାବଳୀ ପୂରଣ କରିବାରେ ଲାଗିଗଲି l ଆମ୍ବୁଲାନ୍ସ ବି ଯୋଗାଯୋଗ ସରିଯାଇଥାଏ ଡିସ୍ଚାର୍ଜ ସମୟ ସନ୍ଧ୍ୟା ପାଞ୍ଚଟାରେ ସାଇରନ ଦେଇ ଆମ୍ବୁଲାନ୍ସ ହସ୍ପିଟାଲ ସାମ୍ନାରେ ଲାଗିଲା ସେ ସମୟରେ ବୋଉର କୋହ ଭରା ନେତ୍ରକୁ ସାନଭାଇର ହୃଦୟ ବିଦାରକ କ୍ରନ୍ଦନ ମୋତେ ଅଥୟ କରିଦେଉଥାଏ l କିନ୍ତୁ ମୁଁ ମାନସିକ ସନ୍ତୁଳନ ରଖିଥାଏ l
କିଛି ସମୟ ପରେ ଆମ୍ବୁଲାନ୍ସ ହସ୍ପିଟାଲ ଫାଟକ ଛାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କଲା l ତାର ସାଇରନର କମ୍ପନରେ ହୃତପିଣ୍ଡର ସ୍ପନ୍ଦନ ବେଗ ଆହୁରି ଗତିଶୀଳ କରିଦେଉଥାଏ l ମନରେ ଅନେକ ପ୍ରଶ୍ନବାଚୀ ?
ପ୍ରାୟ ରାତି ଗୋଟାଏରେ ଭୁବନେଶ୍ୱର ସ୍ଥିତ ହେମଲତା ହସ୍ପିଟାଲରେ ଆମ୍ବୁଲାନ୍ସ ଯାଇ ଅଟକିଲା l ରାତ୍ରି ସମୟ ସମସ୍ତେ ସୋଇଥାନ୍ତି ରିସେପସନରେ କଥା ହେଲାରୁ ବୁଝିଲି ଯେ ସକାଳ ଦଶଟା ପରେ ଚିକିତ୍ସା କରିବେ l
ନିର୍ଜନ ରାତ୍ରି ସମୟ ଅନ୍ଧକାରମୟ l ଏକା ବି ବାହାରେ କଣ କରିବି l ସାଙ୍ଗେ ସାଙ୍ଗେ କଟକ ଅଭିମୁଖେ ବାହାରିଲି l କଟକରେ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ରାତ୍ରି ଗୋଟାଏ ତିରିଶ ମିନିଟରେ ପହଞ୍ଚିଲି l ହସ୍ପିଟାଲ ପରିସର ଅନ୍ଧକାର ନିର୍ଜନ ଥିଲା l ରାତ୍ରିର ଅନ୍ଧକାରରେ କେବଳ ବୁଲାକୁକୁରଙ୍କ ଭୋ ଭୋ ରଡି ସାଙ୍ଗକୁ କଟକ ନର୍ଦମାର ବଡ଼ ବଡ଼ ମଶା ମାନଙ୍କ ଦୌରାତ୍ମ l
ରାତିର ନିର୍ଜନତାକୁ ଅପେକ୍ଷା କରି କରି ସକାଳ ହେଲା l ଚିନ୍ତା କଲି କଣ କରିବି କାହାକୁ ସାହାଯ୍ୟର ହାତ ମାଗିବି l ଶେଷରେ ଅନେକ ଭାବିଲା ପରେ ବଡ଼ ଭାଇଙ୍କୁ ଫୋନ କଲି ସକାଳ ଆଠଟା ତାଙ୍କୁ ସମସ୍ତ ବିଷୟ କହିଲି, କହିଲା ପରେ ଆଶ୍ୱାସନା ଦେଇ କହିଲେ ବ୍ୟସ୍ତ ହୁଅନି ମୁଁ ଏକ ଘଣ୍ଟା ପରେ ବ୍ୟବସ୍ଥା କରୁଛି l ଅପେକ୍ଷା.... ହିଁ..... ଅପେକ୍ଷା ସମୟର ଅନ୍ତରାଳେ... ଶେଷରେ ସକାଳ ଦଶଟା ବେଳେ ହସ୍ପିଟାଲ ପ୍ରକୋଷ୍ଠ ଖୋଲାଗଲା l କିନ୍ତୁ ଘୋଷଣା ହେଲା ଯେ ଗାନ୍ଧୀ ଜୟନ୍ତୀ ଆଜି ଛୁଟି l ଡାକ୍ତରମାନେ କେହି ଆସିବେନି, ମୋ ମନ ଭିତରେ ବ୍ୟସ୍ତ ବିବ୍ରତ ହୋଇ ଉଠିଲା l ଭାଇଙ୍କର ଜଣେ ବନ୍ଧୁଙ୍କ ସାଙ୍ଗରେ କଥା ହେବାରୁ ତାଙ୍କର ପୁତୁରା ବୋହୁ ଏଠାରେ ଚାକିରୀ କରୁଛନ୍ତି ବୋଲି କହିଲେ ଓ ସେଦିନ ତାଙ୍କର ଛୁଟି ଥିବା ସତ୍ତ୍ୱେ ବି ଆସି ବାପାଙ୍କୁ ପ୍ରଥମେ ଚିକିତ୍ସା କଲେ ଓ ଈଶ୍ୱରଙ୍କ ଶୂନ୍ୟ ବାଣୀ ସଦୃଶ କହିଲେ ବାପାଙ୍କୁ ହସ୍ପିଟାଲ ବେଡ଼ ଆବଶ୍ୟକ ନାହିଁ l ପରିବାର ଦରକାର କାରଣ ସେ ଚାରି ଦିନର ଅତିଥି l
ସେ ସମୟର ଦୃଶ୍ୟ ମୋ ମନର ଭାବନା ମୋ ଧୈର୍ଯ୍ୟ ମୋ ଦମ୍ଭ ସବୁ କିଛି ଭାଙ୍ଗି ଗଲା l ମୁଁ ନିଜକୁ ମୋର ହୃଦୟର କୋହକୁ ଅଟକାଇ ରଖି ପାରିଲିନି l ଶେଷରେ ଭାବିଲି ଚାରିଦିନ ପାଇଁ କୁଆଡେ ନେବି ରାଉରକେଲା ଫେରିଯିବି ନା ଗାଆଁକୁ ଯିବି ଆତ୍ମୀୟମାନେ କେହି ବି ଜାଣି ନ ଥିଲେ l ଶେଷରେ ଆତ୍ମୀୟ ସ୍ୱଜନମାନେ ଜାଣି ଗାଆଁକୁ ନେଇ ଗଲେ ଠିକ ଚାରିଦିନ ହିଁ ଆଖି ନିଶ୍ଚଳ ଓ ହୃଦସ୍ପନ୍ଦନ ବନ୍ଦ ହୋଇଗଲାl
