ବାପା
ବାପା


ଗତ ରବିବାର ଦିନ ଇଂଲିଶି ସାହିତ୍ୟରେ ବିଚକ୍ଷଣ ଦକ୍ଷତା ଥିବା ଜଣେ ପୂଜ୍ୟ ମହାଶୟ ମୋତେ ଗୋଟିଏ ପ୍ରଶ୍ନ କଲେ। ସେଇ ସତ୍ୟ କଥାଟିକୁ ମୁଁ "କ୍ଲାନ୍ତ ଆକାଶ "ଗଳ୍ପରେ ସ୍ଥାନିତ କରିବାକୁ ଚାହୁଁଛି।
ପ୍ରଶ୍ନ ଥିଲା ତାଙ୍କର: -
I like your attitude, manners, brain power, intellectual curiosity, hard working sense, above all you are highly educated ...many many more..
I have a question today..
You can answer me not now, anytime tomorrow or any day.
ଆପଣ କାହାକୁ ଗୁରୁ ବୋଲି ଭାବନ୍ତି ?
(Whom do you think as your Guru ?)
ଉତ୍ତର ଥିଲା ମୋର: - " ବାପା "।
ମୋ ସମସ୍ତ ଖୁସିର ନିଶ୍ଚିନ୍ତ ଠିକଣା ବାପା।
ଯାହାଙ୍କ ପିଠି ମୋ ଘୋଡା।
ମୁଁ ଦୁନିଆଁର ଶ୍ରେଷ୍ଠ ରାଜକୁମାରୀ ଭାବେ ଯେତେବେଳେ ବାପାଙ୍କ କାନ୍ଧରେ ବସି ବାହାଘର ରୋଷଣୀ ଦେଖେ।
ହଜିଯିବାର କି ଥକି ଯିବାର ଏତେ ଟିକେ ଦକ ନଥାଏ ଭିଡ଼ ଗହଳିରେ, ଯେବେ ବାପା ମୋ ହାତ ତାଙ୍କ ହାତ ମୁଠାରେ ଜାବୁଡି ଧରିଥାନ୍ତି।
ମୋ ଜୀବନ,ପରିଚୟ,ଜୀଇଁବା,ଖୁସି,ମତି,ସ୍ଥିତି,ଶକ୍ତି,
ଗତି,କୃତି,ବୃତ୍ତୀ,ପ୍ରେରଣା,ସଂସ୍କୁତି,ପ୍ରବୃତ୍ତି,ପ୍ରଗତି,ଉନ୍ନତିରେ କେବଳ ବାପା ହିଁ ବାପା।
ସେ ନାହାନ୍ତି ବାହାରେ କିନ୍ତୁ ଅଛନ୍ତି ମୋ ଛାତିରେ।ଯେତେବେଳେ ତାଙ୍କ କଥା ମନେ ପଡେ ,ସେଇ ମୁହୂର୍ତ୍ତରେ ମୁଁ ତାଙ୍କୁ ମୋ ପାଖରେ ପାଏ।ମା ଶୁନ୍ୟ ମଥା ଓ ଫୁଙ୍ଗୁଳା ହାତକୁ ଅନେଇଁ ଦେଲେ ବାପା ଲୁହ ହୋଇ ଝରି ପଡନ୍ତି ମୋ ଆଖି ଆକାଶରୁ।
ଗଡ୍ ରେଜରେ ସାଇତା ତାଙ୍କ ଚଉତା ଭଙ୍ଗା ପୋଷାକରେ ହାତ ବୁଲାଇ ଆଣିଲେ ମୋତେ ବାପାଙ୍କୁ ଛୁଇଁଲା ପରି ଲାଗେ।
ସେ ସବୁବେଳେ ବସୁଥିବା ପ୍ରିୟ ଚେୟାର ପୋଛିଲା ବେଳେ ବାପାଙ୍କୁ ଗାଧୋଇ ଦେଉଛି ଭାବେ।
ଯେଉଁ ପେନ୍ ଟି ସେ ପକେଟରେ ମାରନ୍ତି , ସେଇଟି ଧରିଲେ ବାପାଙ୍କ କଥାରେ ଭର୍ତ୍ତୀ ହୋଇଯାଏ ମୋ ଡାଇରୀ।
ତାଙ୍କ ହାତ ଘଡି ମୋତେ ସବୁ କାମ ଠିକ୍ ସମୟରେ କରିବାକୁ ଅନୁପ୍ରେରିତ କରେ।
ଚପଲ ହଳକ ଫିମ୍ପି ମାରି ଆସୁଥିଲେ ଯେବେ ସଫା କରେ ମୋ ବାପାଙ୍କ ପାଦ ଛୁଇଁଲା ପରି ଅନୁଭବ ହୁଏ।
ତାଙ୍କ ସାଇକେଲ୍ ଫାଆଁ ଗାଳି ପଡିଛି ଷ୍ଟୋର ଘରେ।ମୋତେ ଲାଗେ ସତେକି ବାପା ଖୁବ୍ "କ୍ଲାନ୍ତ ଆକାଶ" " ପରି ଥକିପଡି କାନ୍ଥକୁ ଆଉଜି ବିଶ୍ରାମ ନେଉଛନ୍ତି।
ପିଲାରୁ ମୁଁ ଯେତେ ଯେତେ ବଡ଼ ହେଉଛି ; ବାପା ମୋ ସହିତ ସେତେ ଅଧିକ ଯୋଡି ହୋଇରହୁଛନ୍ତି।
ସେ ମରି ଛନ୍ତି ବୋଲି କେବେ ଅନୁଭବ କରେ ନାହିଁ।ମୋ ଛାତ୍ର ଛାତ୍ରୀଙ୍କୁ ପଢ଼ାଇଲା ବେଳେ ମୋ କଣ୍ଠରେ ବାପା ହିଁ ଥାଆନ୍ତି।
କଲମ ଧରି ଲେଖିଲା ବେଳେ କଲମ ମୁନରେ ବାପାଙ୍କୁ ଅନୁଭବ କରେ।
ମୋ ପିଲା ମାନଙ୍କ ଆଚରଣରେ ବାପାଙ୍କୁ ଦେଖେ।
ଅନେକ ସମୟରେ ମୋ ମିଷ୍ଟର ମୋତେ ବାପା ବାପା ହିଁ ବାସନ୍ତି।
ବାପା ମୋ ପ୍ରଥମ ଗୁରୁ।
ମୁଁ ତାଙ୍କର ଛାଇ।ସେ ମୋ ସହ ଚାଲୁଛନ୍ତି।ଚାଲୁଥିବେ ମୁଁ ମଶାଣୀ କୋଳରେ ମହା ନିଦ୍ରାରେ ଶୋଇଲା ପର୍ଯ୍ୟନ୍ତ।