Bidyut lata Mishra

Drama

3  

Bidyut lata Mishra

Drama

ବାପା ଓ ଚକୋଲେଟ

ବାପା ଓ ଚକୋଲେଟ

4 mins
474



    ମିନୁ ବ୍ୟାଙ୍କରୁ ଫେରି ମୋବାଇଲ ଖୋଲୁ ଖୋଲୁ ଚକୋଲେଟ ଡେ, ଚକୋଲେଟ ଡେ ପୋଷ୍ଟ ସବୁ ଦେଖୁ ଦେଖୁ ହଠାତ ଭାବପ୍ରବଣ ହୋଇ ଉଠିଲା । ମନ ଭିତରେ ଫୁଟି ଉଠିଲା ଅନେକ ଖଟା ମିଠା ସ୍ମୃତି ଚକୋଲେଟକୁ ନେଇ ।

     କେତେ ଅବା ଥିବ ତାର ବୟସ ଥିଲା ,ଏହି ଆଠ ବା ଦଶ । ସରକାରୀ ସ୍କୁଲରେ ପଢୁଥିଲା ସେ । ସେତେବେଳେ ଏତେ ବେସରକାରୀ ସ୍କୁଲ ନଥିଲା ତେଣୁ ପ୍ରାୟ ସବୁ ବର୍ଗର ପିଲା ସରକାରୀ ସ୍କୁଲରେ ପଢୁଥିଲେ । ସାଙ୍ଗସାଥି ମାନେ ଟିଉସନ ଯାଇ ଯେତେ ଭଲ ମାର୍କ ଆଣୁନଥିଲେ ,ମିନୁ ଘରେ ପଢି ଶ୍ରେଣୀରେ ପ୍ରଥମ ହେଉଥିଲା ସେଥିପାଇଁ ଦିଦି ,ସାର୍ ଙ୍କ ପାଖେ ତାର ଭାରି ଆଦର ।


ମିନୁକୁ କେବେ ଅନୁଭବ ହୁଏନି ଯେ ବାପାଙ୍କ ଚା ପକୁଡିର କେବିନ୍ ହୋଟେଲରେ ସେ ଚାରୀ ପ୍ରାଣୀକୁଟୁମ୍ବକୁ କେତେ କଷ୍ଟରେ ଚଳାନ୍ତି । କାରଣ କଷ୍ଟ ହେଲେ ବି ଦୁଧିଆଳି ଗାଈ ଦୁଇଟିରଖି ବାପା ସେମାନଙ୍କୁ କ୍ଷୀର ଖୁଆନ୍ତି ,ଆଉ କଷ୍ଟେ ମଷ୍ଟେ ସାଗ ମୁଗ କରି ବୋଉ ପେଟ ପୁରେଇ ଖୁଆଏ । ତଳ ଉପର ଭାଇ ଭଉଣୀ ହୋଇ ଥିବାରୁ ବହି ଆଉ ଡ୍ରେସର ପୁନର୍ବ୍ୟବହାର ହେଉଥାଏ ।  

ସେଦିନ ମିନୁର ସାଙ୍ଗରିତାର ଜନ୍ମଦିନ ଥିଲା । ତା ବାପା ସରକାରି ଚାକିରିଆ ଥିଲେ ।ରିତା ସମସ୍ତ ଙ୍କୁ ପାଞ୍ଚ ଟଙ୍କିଆ ଡେରି ମିଳ୍କ ଚକୋଲେଟ ଦେଉଥିଲା । ହୁଏତ ହାତରେ ଅମୃତ ପାଇଲା ପରି ପିଲା ମାନେ ଖାଉଥିଲେ ଚକୋଲେଟ । ମିନୁ ପ୍ରଥମ ଥର ପାଇଁ ଖାଉଥିଲା ଏତେ ଦାମୀ ଚକୋଲେଟ ,ନହେଲେ ବାପା କିଣି ଦେଉଥିବା କମଳା କୋଳ ଚକୋଲେଟ ଥିଲା ତାପାଇଁ ସବୁଠାରୁ ଦାମୀ ଚକୋଲେଟ । ଏହା ପରେ ଜନ୍ମଦିନରେ ଚକୋଲେଟ ବାଣ୍ଟିବା ଟ୍ରେଣ୍ଡ ଆରମ୍ଭ ହେଲା । ମିନୁ ବି ମନସ୍ଥ କରିନେଲା ଯେମିତି ବି ହେଉ ,ଜନ୍ମଦିନରେ ସବୁ ସାଙ୍ଗ ଙ୍କୁ ଡେରି ମିଳ୍କ ଚକୋଲେଟ ଦେବ ।


   କିଛି ମାସ ପରେ ହେଲା ମିନୁର ଜନ୍ମଦିନ । ମିନୁକୁ ସକାଳୁ ମା ଷଠି ଦେବୀ ଙ୍କୁ ପୂଜା କରି କ୍ଷୀର ଭାତ ଖୁଆଇଦେଲେ । ମିନୁର କିନ୍ତୁ ମନ ଦୁଖ । ଚକୋଲେଟ ବିନା ସେ ସ୍କୁଲ ଯିବନି । ମାଆ ମିନୁର ଜିଦ୍ ଦେଖି ଟିକେ ମନ ଦୁଃଖ କଲେ । ତାଙ୍କ ନିରୀହ ଆଖିରୁ ଜିଦ୍କୁ ପୂର୍ଣ ନକରିବାର ଅସହାୟତା ଦେଖାଦେଉଥିଲା । ଯେଉଁଠି ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ କରିବାକୁ ଦିନରାତି ଏକ କରିବାକୁ ପଡୁଛି ସେଠି ସବୁ ପିଲାଙ୍କୁ ଚକୋଲେଟ ଦେବା ଅସମ୍ଭବ ।


ମିନୁ ମନେ ପକାଉଥିଲା ,ଏଇଥର ଗଣେଶ ପୂଜାରେ ବି ବାପା ପୂର୍ବ ବର୍ଷର ନୂଆ ଜାମାକୁ ଖାରସାବୁନରେ ସଫା କରି ତକିଆ ତଳେ ଚାରି ଦିନ ଆଗରୁରଖି ଦେଇଥିଲେ । ଭାଙ୍ଗ ପଡି ଜାମାଟି ନୁଆଁ ପରି ଲାଗୁଥିଲେ ବି ମିନୁ ତା ପୁରୁଣା ଜାମା ପିନ୍ଧିବନି ବୋଲି ମୁଁହ ଫୁଲେଇଲା । ବାପା ଅତି ଚତୁରତାରେ ତାକୁ କହିଲେ,

"ଆରେ ସେମାନେ ସିନା ଜାମା ଚିରିଦିଅନ୍ତି ବୋଲି ନୁଆଁ କିଣନ୍ତି ,ହେଲେ ମୋ ମାଆ ତ ସୁନା ,ନୁଆଁ ପରିରଖିଛି ତା ଜାମାକୁ । "


   ମିନୁ ଏହି କଥାରେ ଭାରି ଖୁସି ହୋଇ ଯାଇଥିଲା ।

କିନ୍ତୁ ଆଜି ସେ ବାପାଙ୍କର କିଛି କଥା ଶୁଣିବନି । ୫ ଟଙ୍କିଆ ଡେରି ମିଳ୍କ ନହେଲେ ବି ୧ଟଙ୍କିଆ କଫି ଚକୋଲେଟ ନେଇ ସାଙ୍ଗ ମାନଙ୍କୁ ଦେବ । କିନ୍ତୁ ବାପାରୋକଠୋକ କହିଦେଲେ ଚକୋଲେଟ କିଣିପାରିବେନି । ବାପା ହୋଟେଲକୁ ଚାଲିଗଲେ । ଦିନ ୧୦ ଟା ବାଜି ସାରିଥିଲା କିନ୍ତୁ ମିନୁ ସ୍କୁଲ ଯାଇନଥିଲା । ବାପା ବିରି ବଟା ନେବା ପାଇଁ ଘରକୁ ଆସିଲେ । ବାପା ସେଦିନ ସ୍କୁଲକୁ ନଯିବା ଦେଖିରାଗିଯାଇଥିଲେ । ମିନୁକୁ ପଚାରିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ କରିଥିବା ଉତ୍ତର ସେ ଦେଇଥିଲା ।


-ମୋର ସାଙ୍ଗ ମାନଙ୍କୁ ମୁଁ କେମିତି ମୁଁହ ଦେଖାଇବି । ସବୁ ସାଙ୍ଗ ଜନ୍ମ ଦିନରେ ଚକୋଲେଟ ଦିଅନ୍ତି,ମୁଁ ବି ଦେବି । ଚକୋଲେଟ ନହେଲେ ମୁଁ ସ୍କୁଲ ଯିବିନି ।

  ବାପା ବୁଝାଇ ବୁଝାଇ ଥକିଗଲେ କିନ୍ତୁ ମିନୁ ଜିଦ୍ରେ ଅଟଳ । ବାପା ଜୋରରେ ଗାଲକୁ ଚାପୁଡାଏ ମାରିଲେ ଆଉ କହିଲେ,

-ପାଠ ପଢିବାକୁ ଜିଦ୍ କର ,ଭଲ ମଣିଷ ହେବାକୁ ଜିଦ୍ କର୍ ,ବାପାଙ୍କ ନାଁରଖିବାକୁ ଜିଦ୍ କର୍ ବାସ ....

 ବାପାଙ୍କର ପ୍ରଥମ ମାଡ଼ ଥିଲା ସାଇକେଲ ଆଗରେ ବସାଇ ବାପା ସ୍କୁଲରେ ଛାଡିଲେ । ଶ୍ରେଣୀରେ ବ୍ୟାଗ ଖୋଲି ଦେଖେ ତ ପାଞ୍ଚ ଟଙ୍କିଆ ଡେରି ମିଳ୍କ ଟେ ଥିଲା । ସେଇମିତିରଖିଦେଲା ମିନୁ ।

  ରାତିରେ ବି ନଖାଇ ଶୋଇ ଗଲା ମିନୁ ।ରାତିରେ ଭୋକ ଯୋଗୁଁ ହଠାତ ନିଦ ଭାଙ୍ଗିଗଲା । ବ୍ୟାଗ ଖୋଲି ଭାବିଲା ଚକୋଲେଟ ଟି ଖାଇଦେବ,କିନ୍ତୁ ବ୍ୟାଗ ଟି ନଥିଲା ।

କିଛି ଦୂରରେ କାହାର ଚୁପଚାପ କଥା ବାର୍ତା ଶୁଭିଲା । ବାପା ବୋଉ ଙ୍କୁ କହୁଥିଲେ।

,

-ମୁଁ ତୁମ ମାନଙ୍କ ପାଖରେ ଦୋଷୀ । ଚାରି ଚାରି ଟା ଛୁଆଙ୍କୁ ପେଟ ପୁରା ଖାଇବାକୁ ଦେଇପାରୁ ନାହିଁ । ଦିନକୁ ୫୦ ଟଙ୍କାରୋଜଗାର କରିବା କଷ୍ଟ ହେଉଛି । ସ୍କୁଲର ୧୫0 ପିଲାଙ୍କୁ ୧୫୦ ଟଙ୍କାର ଚକୋଲେଟ ଦେବା ହେଉଛି ମୋର ତିନି ଦିନରରୋଜଗାର । ମିନୁର ଏହି ଜିଦ୍କୁ ଆଜି ହିଁ ମାରିଦେବା ପାଇଁ ଆଜି ଜନ୍ମଦିନ ଟାରେ ତାକୁ ମାରିଲି । ଯେତେ ଶୀଘ୍ର ସେ ଆମ ସ୍ଥିତି ବୁଝିଯିବ ତାପାଇଁ ଭଲ । ଦାରିଦ୍ର୍ୟରେ ସଢ଼ୁଥିବା ପରିବାରର ଜନ୍ମଦିନ ଚକୋଲେଟ ବାଣ୍ଟି ପାଳନ କରିହୁଏନି,ସେମାନଙ୍କ ପାଇଁ ଠାକୁର ନିର୍ଦୟ ସବୁବେଳେ । ମୋ ମିନୁ ଆଜି ଚକୋଲେଟ ବିରାଗରେ ଖାଇନି ।


   ଦୁଇଯୋଡ଼ା ଆଖି ଲୁହରେ ଭିଜୁ ଥିଲେ ଆଉ ମିନୁ ହୁଏତ କେଇ ମିନିଟରେ କେଇ ବର୍ଷ ବଢିଯାଇଥିଲା । ତା ପର ଠାରୁ ଚକୋଲେଟ ଖାଇବା ଛାଡ଼ିଦେଇ ଥିଲା ମିନୁ ଆଉ ଜିଦ୍ ବି ବଦଳି ଯାଇଥିଲା ।


  ଏବେ କେବଳ ଗୋଟିଏ ଜିଦ୍ ବାପା ଙ୍କ ମୁଁହରେ ଟିକେ ହସ ଫୁଟେଇବାର ଜିଦ୍ ,ପରିବାରର ସ୍ଥିତି ସୁଧାରିବାର ଜିଦ୍ ।


ବାସ୍ ସ୍କଲାରସିପ ପାଇ ମିନୁର ପାଠ ପଢ଼ା ଚାଲେ ଆଉ ଯେଉଁ ଦିନ ଏକ ନାମୀ ବ୍ୟାଙ୍କରେ ପିଓ ଭାବେ ପୋଷ୍ଟିଂ ହେଲା ସ୍ପଷ୍ଟ ଦେଖୁଥିଲା ବାପା ଙ୍କ ଆଖିରେ ଖୁସିର ଲୁହ । ହାତକୁ ବଢ଼େଇ ଦେଲେ ୧୦ ଟଙ୍କିଆ ଡେରି ମିଳ୍କ ଚକୋଲେଟ ଟିଏ ବାପା ।


 -ଆଜି ତ ଜିଦ୍ ଛାଡେରେ ମୋ ମାଆ । ବାବା ବୋଉ ପରସ୍ପରକୁ ଦେଖି ଲୁହ ଝରାଉଥିଲେ । ବାପା ବୋଉ ଙ୍କୁ ଖଣ୍ଡିଏ ଲେଖାଏ ଚକୋଲେଟ ଖୁଆଇ ମିନୁ କହି ଉଠିଥିଲା ,

-ଆଜି ଠୁ କେବଳ ଖୁସିର ଲୁହ ଝରିବ ଲୁହର ନୁହେଁ ।


ବାପାଙ୍କ ସଂସ୍କାରରେ ଆଜି ସବୁ ଭାଇ ଭଉଣୀ ଭଲରେ ,ବାପା ବି ଖୁସି କିନ୍ତୁ ସେହି ଚକୋଲେଟ କଭର ଅଦ୍ୟାବଧି ହୋଇରହିଛି ପ୍ରେରଣାର ଶ୍ରୋତସ୍ୱିନୀ ଟିଏ ମିନୁ ଲାଗି ।



Rate this content
Log in

Similar oriya story from Drama