STORYMIRROR

Sunanda Mohanty

Abstract Romance Thriller

3  

Sunanda Mohanty

Abstract Romance Thriller

ବାନ୍ଧବୀ

ବାନ୍ଧବୀ

1 min
154

  ଫୋନଟା ଲାଗୁନି, ସକାଳୁ ସଜବାଜ ହୋଇ ରଂଗ ଧରି ଯାଇଛନ୍ତି ଯେ ଯାଇଛନ୍ତି ଖରା ଜୋର ମାରୁଛି। ମାର୍ଚ୍ଚ ମାସରୁ ମୁଣ୍ଡଫଟା ଖରା ଆରମ୍ଭ ହୋଇଯାଇଛି, ସେଥିରେ ବୟସ୍କ ଲୋକ...ଏଠି ସେଠି ବୁଲି ରଙ୍ଗ ନଖେଳିଲେ କଣ ହେଇନଥାନ୍ତ? ସେଥିରେ ପୁଣି ଆଜିକାଲିର ରଙ୍ଗ ଗୁଡା କେମିକାଲ ପୂର୍ଣ୍ଣ, ପୁଣି ଏଇ ମାସେ ତଳେ ଆଖି ଅପରେସନ ହୋଇଛନ୍ତି ଅନିମେଶ । ପୁଅ ଝିଅ କଥା ମାନି ଯାଇନାହାନ୍ତି ବାହାରକୁ, ଆଉ ଆଙ୍କର ଏ ବୟସରେ, ହୋଲି ନିଶା!

କେତେ ଥର ଫୋନ କଲେ ବି ଧରୁନାହାନ୍ତି । ଖରାରେ କଣ ପଡ଼ି ଗଲେକି କୋଉଠିର ଆଶଙ୍କା ଭିତରେ ବାରଟା ପରେ ଦାଣ୍ଡ କବାଟ ଖୋଲି ଚାହିଁଛନ୍ତି ଅନୁପମା । ବୁଢା ଦିନେ ଅନିମେଶଙ୍କ ରଙ୍ଗ ଖେଳ ନିଶାରେ ବେତିବ୍ୟେସ୍ତ ପରିବାର, ଘର ,ରଙ୍ଗ ହୋଇଯିବା ଭୟ ସାଙ୍ଗକୁ । ପିଲାଙ୍କୁ ରଙ୍ଗ କରିଦେବାକୁ କାଳେ କିଏ ପଶିଆସିବେ ଭୟରେ ଏଯାଏଁ ବନ୍ଦ ଥିବା କବାଟ ଖୋଲି ଚାହିଁଛନ୍ତି ସମସ୍ତେ ଅନିମେଶଙ୍କ ଫେରିବା ବାଟକୁ, ଏତିକି ବେଳେ ପଶିଆସିଲେ ଜଣେ କୁମ୍ଭୂକିମାକାର ଲୋକ, ତ ଭୟରେ ଅନିମେଶଙ୍କୁ ପୁଣି ଫୋନ କଲେ ଅନୁପମା, ଆଉ ଫୋନ ଧରୁଥିଲେ, ସେହି ପଶିଆସୁଥିବା ଅଦ୍ଭୁତ ରଙ୍ଗ ବେରଙ୍ଗର ହୋଲି ବୋଳା ରଙ୍ଗର ଲୋକ ଯିଏ କି ଅନିମେଶ ହିଁ ଥିଲେ, ତ ହସି ହସି ବେଦମ୍ ହେଉଥିଲେ, ଅନୁପମା ସହ ପିଲେ ଓ ପରିବାର ସଦସ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract