ବାଲିଯାତ୍ରା
ବାଲିଯାତ୍ରା


ବୁଲିଦେଖୁଥିଲି ବାଲିଯାତ୍ରା ।ଆମ ଅତୀତର ସୃତିକୁ ମନେପକାଇ ଆଜିର ଭଵ୍ୟ ଆୟୋଜନ । ଠାଏ କଳସଂସ୍କୃତି ପରିବେଷଣ ତ ଅନ୍ୟଠି ହସ୍ତକଳାର ବ୍ୟବହୃତ ଦ୍ରବ୍ୟମାନ । ମହାନଦୀ କୂଳର ଦୃଶ୍ୟ । ଦିନଥିଲା ଏଇ ଘାଟ ଦେଇ ସାଧବ ମାନେ ବୋଇତରେ ଦୂର ଦୀପ ମାନଙ୍କୁ ଯାତ୍ରା କରୁଥିଲେ ।ପୁଣି ଫେରୁଥିଲେ ।ବୋଇତ ବନ୍ଦାଣ ଉତ୍ସବ ଏବେ ଉତ୍କଳର ଉପକୂଳ ଜିଲାମାଙ୍କରେ ଅନୁଷ୍ଠିତ ।
ମମତା ପଚାରିଲା,ଏହି ବୋଇତବନ୍ଦାଣ ଉତ୍ସବ ପାଳନ କାହିଁକି ହେଉଛି ।ବୋଇତ ପୁଣି କଣ? ଅଷ୍ଟମ ଶ୍ରେଣୀରେ ଛାତ୍ରୀ ମମତା ।ପଚାରିବା ସ୍ୱାଭାବିକ କାରଣ ଅତୀତରେ ଆମ ବଂଶଧର ମାନଙ୍କ ଜୀବିକା ଓ ଜୀବନ ବିଷୟରେ ବର୍ତ୍ତମାନ ଅବଗତ କରାଇବା ଗୋଟେ ଜାତିର ଗୌରବ । ଆମ ଇତିହାସ ଆମକୁ ସ୍ମରଣ କରି ନିଜକୁ ପ୍ରସ୍ତୁତ କରିବାକୁ ପଡିବ ଯେ ଦିନଥିଲା ଉତ୍କଳ ବିଭଵ ଓ ବିରତ୍ୱ ରେ ପରିପୂର୍ଣ୍ଣ ଥିଲା ।ସାରାଦେଶରେ ପରାକାଷ୍ଠା ଅଶୋକଙ୍କ କଳିଙ୍ଗ ବିଜୟରୁ ଇତିହାସ କୁହେ ।
ମମତାକୁ ଆମ ଇତିହାସ ଶୁଣେଇବାକୁ ଯାଉନି,କହିବାର ଅଛି ଏମିତି କଥା ଅଛି ଯାହା ଆମ ଭାବିଷ୍ୟତର ଦାୟାଦ ମାନେ ଜାଣିନାହାନ୍ତି,ତାହା ଇତିହାସ ବିସ୍ତୃ ତଭାବେ କହିନାହିଁ । ଅତୀତର ଗୌରବମୟ କାହାଣୀ ମାଟିତଳେ ପୋତିହୋଇଯାଇଛି ।
ମମତାର ଘର ପାଇକରାପୁର ।ପାଇକରାପୁର ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରାଚୀନ ବୌଦ୍ଧକୀର୍ତ୍ତି ଲାଙ୍ଗୁଡ଼ି ପାହାଡ଼ ନିକଟବର୍ତୀ ଗୋଟିଏ ଗ୍ରାମ ।ମମତାକୁ ପଚାରିଲି ତୁମ ଗ୍ରାମରନାମ ପାଇକରାପୁର ହେବାର କାରଣ କଣ? ମମତା ନିରବରହିଲା,ତେବେ ଶୁଣ,ତୁମ ଗ୍ରାମରେ ବୀରର ପାଇକ ଅର୍ଥ ସୈନିକମାନେ ରହୁଥିଲେ । ତତ୍କାଳୀନ ସମୟରେ ସମ୍ରାଟ ଯୁଦ୍ଧପାଇଁ ବା ରାଜ୍ୟ ରକ୍ଷାକରିବାପାଇଁ ପାଇକ ମାନକୁ ନିଜୁକ୍ତି ଦେଉଥିଲେ ମନେ ରାଜ୍ୟର କର୍ମଚାରୀ ଥିଲେ ।ସେହି ପାଇକମାନେ ରହୁଥିବା ବା ବସବାସ କରୁଥିବା ଗ୍ରାମ ପାଇକରାପୁର ।ମମତା ଏକଲୟରେ ଶୁଣୁଥାଏ ତାର ବଂଶଜଙ୍କ କଥା ।କହିଲା ସାର ଠିକକହୁଛନ୍ତି କାରଣ ଆମ ଗାଁର ଲୋକମାନେ ଖଣ୍ଡା,ଢାଲ,ଓ ତିରସର ,ବତ୍ସା ଆଦି ଦସହରାକୁ ପୂଜାକରନ୍ତି ।ତୁମେ ଠିକ କହୁଛ,ତୁମ ଗ୍ରାମ ରେ ଆଖଡା ଘରଥିଲା ।ସେଠାରେ ଯୁବକ ମାନକୁଯୁଧ୍ୟବିଧ୍ୟା ଶିକ୍ଷା ଦିଆଯାଏ । ଉପୟୁକ୍ତ ପ୍ରଶିକ୍ଷଣ ପାଇ ପାଇକରୂପେ ନିଯୁକ୍ତି ଦିଆଯାଏ ।
ତୁମଗ୍ରାମ ର ଆଗକୁ ଗଲେ ଦନ୍ତପୁର ନାମକ ରାଜାଙ୍କ ନଅର ଥିଲା ।ଏହି ଦନ୍ତପୁର ନାମଅନୁସାରେ ଏଠାରେ ଆନ୍ତର୍ଜାତିକ ବନ୍ଦର ଥିଲା ।ଏହି ବନ୍ଦର ଦେଇ ସମୁଦ୍ରପଥରେ ପୃଥିବୀର ବିଭିନ୍ନ ଦୀପ ମାନକୁ ଯାଇ ବାଣିଜ୍ୟ କାରବାର ଚାଲିଥିଲା ।ବିଦେଶୀ ବଣିକ ମନେ ବୋଇତ ରେ ଆସି ଦନ୍ତପୁର ବନ୍ଦରରେ ପହଁଚି ସୁନାଗହଣା,ହୀରାଆଦି ମୂଲ୍ୟବାନ ପଥର କାରବାର କରୁଥିଲେ । କାଏମା ନାମକ ବଜାର କିଣାବିକାର ପେଣ୍ଠ ଥିଲା ।କଥିତ ଅଛି ଦନ୍ତପୁରର କେହିଜଣେ ସମ୍ରାଟ ଯାହାଙ୍କ ନାମ ଗୁହଶିବ ,ତାଙ୍କୁ ମେଘ ନାମକ ବୁଦ୍ଧ ସନ୍ୟାସୀ ବୁଦ୍ଧଙ୍କ ଦାନ୍ତ ଦେଇଥିଲେ ।ତେଣୁ ଦନ୍ତପୁର ସେ ରାଜ୍ୟର ନାମଥିଲା । ସେହି ଦାନ୍ତ ପୂଜାପାଉଥିଲେ ପୁଷ୍ପଗିରି ଯାହା ବର୍ତ୍ତମାନର ନାମ ଲାଙ୍ଗୁଡ଼ି ।ତେବେ ଲୋକମୁଖରୁ ଶୁଣାଯାଏ ଦନ୍ତପୁର ବିଭଵଶାଳୀ ରାଜ୍ୟ ତଥା ପ୍ରାଚୀନ ବନ୍ଦର ଥିଲା ।ତାହା ଆମପାଇଁ ଆମ ଅଂଚଳ ପାଇଁ ଗୌରବମୟ ଇତିହାସ ଅଟେ ।
ମମତା ଏସମସ୍ତ ଶୁଣି ନିଜେ ଜଣେ ଏହି ପବିତ୍ର ଗୌରବ ମୟ ମାଟିରମଣିଷ ନିଜକୁ ଧନ୍ୟ ମନେକଲା ।ଏହି ଇତିହାସର ନିଦର୍ଶନ ବାଲିଯାତ୍ରା । ଆଜି ଏତିକି ଥାଉ ପୁଣି ପରେ ଆଲୋଚନା କରିବା କହିରହିଲି ।