Archana Sahoo

Tragedy Inspirational

4.3  

Archana Sahoo

Tragedy Inspirational

ବାହାଘର ଭୋଜି

ବାହାଘର ଭୋଜି

5 mins
285


ଆଜି ବାହାଘର । କେତେ ବାଜା କେତେ ଗୀତ, ଦାଣ୍ଡରେ ନାଚି ଯାଉଛି । ନୂଆ ଜୀବନ ସାଥି ପାଇବାର ଉନ୍ମାଦନାରେ ନବ ବଧୂ ଆଜି ଲାଜେଇ ଯାଉଛି। ପୁଅଟି ଅକୁହା ପୁଲକରେ ସଜେଇ ହେଇ ଯାଉଛି । ଗାଆଁ ଲୋକ ମାନେ ଭାରି ଖୁସି, ଯାହା ହେଉ ଏତେ ଦିନ ପରେ ଗୋଟେ ଖୁସି ବାସିର ଦିନଟିଏ । ଟିକେ ବାହାରକୁ ଯାଇ ହେବ । ହେଲେ ଝରକା ସେପଟେ ଗୋଟେ ଝିଅ ଅନେଇ ବସିଥାଏ ଦାଣ୍ଡକୁ ଚାହିଁ । ତା'ର ଏଥିରେ ଭାଗ ନାହିଁ । ନିୟମ ଅନୁସାରେ ଗୋଟେ ଝିଅଟେ ଭୋଜି ଖାଇବାକୁ ଯାଇ ପାରିବନି ବାହାରକୁ । ବଡ଼ଲୋକଙ୍କ ପାଖରେ ବସି ଖାଇ ପାରିବନି । ଏ ସବୁ ସତ୍ତ୍ୱେ ବି ଲିଜି ଆଜି ଭାରି ଖୁସି । ଗାଆଁରେ ଯେତେ ବାହାଘର ହେଉଛି ହେଉ, ମୋର କ'ଣ ଯାଏ ? ଆଜି କିନ୍ତୁ ମୋ ସାଙ୍ଗ ଦିଦିର ବାହାଘର । ସେ ମତେ ଡାକିବ ନିଶ୍ଚୟ । ବାର ତାରିଖ ଦିନ ପରା କହିଥିଲା, ହେରେ ବାହାଘରକୁ ସମସ୍ତେ ଯିବରେ । ଅବଶ୍ୟ ବାହାରୁ ବାହାରୁ କହିଦେଇ ଯାଇଥିଲା । ହେଲେ ଯେତେ ଯାହା ହେଲେ ବି ସେ ମୋର ସାଙ୍ଗ । ଆଜି ଚଉଦ ତାରିଖ । ଯାହା ହେଲେ ବି ସେ ମତେ ଡାକିବାକୁ ଆସିବ ହଁ । ମୁଁ ତେର ତାରିଖରୁ ଶହେ କୋଡିଏ ଟଙ୍କିଆ ଘଣ୍ଟାକୁ ଝିଲିମିଲି ଜରିରେ ସଜେଇ ରଖିଛି । ଆଜି ମୁଁ ସାଙ୍ଗର ଦିଦି ବାହାଘରକୁ ଯିବି । ନୂଆ ସାର୍ଟକୁ ଆଇରନ ତ କରିନି । କିନ୍ତୁ ଭାଙ୍ଗି ଭୁଙ୍ଗି ସାଇଜି କରି ଦେଇଛି । ସେ ଖାଲି ଗୋଟିଏ ଫୋନ୍ କଲେ ମୁଁ ଯିବି । ବାପା ମୂଲ ଲାଗନ୍ତି । ମୋ ବଳ ଅନୁସାରେ ମୁଁ ଘଣ୍ଟାଟିଏ କିଣିଛି । ସେତିକି ପଇସାରେ କ'ଣ ବା ଆଉ ହେଇଥାନ୍ତା ? ମୁଁ ବି ତ ରୋଜଗାର କରୁନି । ପାଠ ପଢୁଛି । ବାପାଙ୍କ ପଇସାରେ ଚଳିବା କଥା । ସେ ଯାହାବି ହେଉ ନା କାହିଁକି । ମୋ ପୂଜା ଦିଦି ବହାଘରକୁ ମୁଁ ଯିବାକୁ କେତେବେଳୁ ଅନେଇ ବସିଛି । ବସିବିନି କେମିତି ଯେ, ଆମେ ପରା ତିନି ବର୍ଷରୁ କୋଡିଏ ବର୍ଷର ହେବା ଯାଏ ଏକାଠି ବଢିଛୁ ଆଉ ଏକାଠି ପଢିଛୁ । ଏଇ କଲେଜରେ ଯାହା ଅଲଗା ହେଇଗଲୁ । ପଢ଼ା ସକାଶେ ।

   ଆଜି ବି ଆମର ଭଲ ସମ୍ପର୍କ ଅଛି । ରାସ୍ତାରେ ଗଲା ବେଳେ ସାଙ୍ଗ ହେଇ ଯାଉ ପରା । ତା'ର କିଛି ହେଇଗଲେ ମୁଁ ସହି ପାରେନି । ତାକୁ କିଏ କ'ଣ କହିଦେଲେ ମୁଁ ସହି ପାରେନି । ସେଦିନର କଥା, ସେ ଡାକିଲା ତା' ପ୍ରେମିକ କୁ

ଦେଖା କରିବାକୁ ଯିବାକୁ । ମୁଁ ବିନା କିଛି ଭାବନାରେ ଚାଲିଗଲି ତା'ରି ସହ । 

  ଘରେ ପାଦ ଥୋଇଛି କି ନାହିଁ ଆରମ୍ଭ ହେଇ ଗଲା ବୋଉର ଗାଳି । ତତେ କିଏ କହିଲା, ମତେ ନକହି ସେ ମନ୍ଦିର ପାଖକୁ ଯିବାକୁ ? ଗାଆଁ ଲୋକ ଦେଖିଲେ କ'ଣ ଭାବିବେ ? କିଛି ନକହି ସବୁ ସହି ଯାଇଥିଲି, ଖାସ୍ କରି ମୋ ସାଙ୍ଗ ପାଇଁ । 

  ସେ ଦିନ ମୋ ସାଙ୍ଗର ଜେଜେମାଆ କହିଥିଲେ, ହଇଲୋ ହେ ଅଲାଜୁକି ଲିଜି ! ସେ କ'ଣ ତୋ ଘଇତା କିଲୋ ? ତାକୁ କ'ଣ ତମେ ସବୁ ଦେଖା କରିବାକୁ ଚାଲି ଯାଇଥିଲ ? ମୁଁ କିଛି ବୁଝି ପାରୁନଥାଏ, ଖାଲି ରୋଜା ମୁହଁକୁ ଚାହୁଁଥାଏ । ତାହେଲେ ସେ କ'ଣ ଘରେ ମୋ ନାଆଁ କହି ପାରି ହେଇ ଯାଇଛି ନା କ'ଣ ?

  ତାକୁ ବି କିଛି କହିଲିନି । ହଁ ସେ ପରା ମୋ ସାଙ୍ଗ । ଏ ସବୁ ଭାବନା ଭିତରେ ମୁଁ ଭଲ କରି ସାଜ ସଜା ହେଇ ଝରକା ପାଖରେ ବସି ଗଲି । 

 ନା ଆଉ ପଢ଼ାରେ ମନ, ନା ଆଉ କୋଉଥିରେ ମନ । ଖାଲି ଫୋନକୁ ବାରବାର ଚାହୁଁଥାଏ । କାଳେ ସମୟ ପାଇଲେ କେବେ ସେ ଫୋନ କରିଦେବ କି ? 

   ସମୟ ସକାଳ ୮.୩୦ ମିନିଟ୍ । ଫୋନ୍ ହଟାତ୍ ବାଜି ଉଠିଲା । ମୁଁ ଖୁସିରେ କୁରୁଳି ଉଠି ଫୋନଟି ଉଠେଇଲି । ସେପଟୁ ଭାସି ଆସିଲା ମୋ ସାଙ୍ଗର ସ୍ୱର । 

- ହେଲୋ ଲିଜି .........!

- ହେଲୋ ରୋଜା ! ଶୁଭ ସକାଳ ......

- (ସେ କିଛି ନକହି )ଖାଲି ଏତିକି କହିଲା, ଆଃ ପରିବା କାଟିବୁ । 

- ଆରେ ରୋଜା ତୁ ତ ଜାଣିଛୁ କାଲି ଉପନ୍ୟାସ ଲେଖିବାର ଶେଷ ତାରିଖ । ଆଉ ଆଜି ଭିତରେ ସବୁ ସାରିବାକୁ ହେବ । ଆଉ ଏତେ କୁଣିଆ ମଇତ୍ର ଥିବେ । ମୁଁ ପରିବା କାଟି ଗଲେ............

  ଏ ଭିତରେ ଧପ୍ କିନା ଫୋନଟି କାଟି ସାରିଥିଲା ସେ । ଝରକା ପଟେ ଦେଖିଲି, କେତେ ସ୍ତ୍ରୀ ଲୋକ ତାଙ୍କ ଘରକୁ ଗଲେ । 

   ମୋ ବୋଉ ଆଉ ଭଉଣୀ ସବୁ କଥା ଶୁଣିନେଇ, ମନ ଦୁଃଖରେ ଯିଏ ଯାହା ବାଟରେ ଚାଲିଗଲେ । ମୁଁ ସେମିତି ଝରକା ପଟେ ଚାହିଁ ରହିଥାଏ ।

  ମୋ ବୋଉ ଗୁଣୁଗୁଣୁ ହେଉ ଥାଏ, ମଲା ମଲା ମୋ ଝିଅ କଣ କାମବାଲି ନା କ'ଣ ? ଏ କ'ଣ ଏମିତି ବ୍ୟବହାର କରୁଛି ? 

  ଦିନ ବାହାଘର, ପୁଣି ଆଜି ହିଁ ଭୋଜି । କେତେ ଲୋକ ଯାଆ ଆସ କରୁଥାଆନ୍ତି ଭାରି ଖାଦିର ସହ । ସେଇ ସମୟରେ ମୋ ସାଙ୍ଗ ଆଉ କେତେ ଜଣ ପାର୍ଲର୍ ଗଲେ । ଓଃ ବୁଝିଲି, ମୁଁ ପରିବା କାଟି ଥାଆନ୍ତି, ଆଉ ସେମାନେ ସଜ ହେଇ ଥାଆନ୍ତେ ।

   ହଉ ସେମିତି ବସି ରହିଲି ଦିନ ବାରଟା ପର୍ଯ୍ୟନ୍ତ । ବାରଟା ବେଳେ ସମସ୍ତଙ୍କୁ ଡାକି କି ଗଲା ମୋ ସାଙ୍ଗ । ମାନେ ସବୁ ଚାକିରୀଆ ଘରର ଭାଉଜମାନଙ୍କୁ । ହେଲେ ମତେ ଡାକିଲାନି । କି ମୋ ଘରକୁ ଆସିଲାନି । ଘର ପାଖରେ ସେମାନଙ୍କୁ ଡାକିଲା ହେଲେ ........ 

 ମୁଁ ତଥାପି ବସିଥାଏ ଅପେକ୍ଷାରେ । ଗୋଟାଏ ବାଜିଲାଣି, ଗାଆଁ ଲୋକ ସବୁ ଖାଇବାକୁ ଗଲେଣି । ଘଡି ପରେ ଘଡି ବିତି ଚାଲିଲା......


  ଦୁଇଟା ପାଖା ପାଖି ହେବ, ବରଯାତ୍ରୀମାନେ ଗଲେ । ଏମିତି ବିତିଚାଲିଲା ସମୟ । ସେ ବରଯାତ୍ରୀମାନଙ୍କ ବାଦ୍ୟ ତାଳେ ତାଳେ ମୋ ମନ କାନ୍ଦି ଉଠିଲା । ମତେ ଆଶା ଦେଇ ଡାକିଲାନି ଟିକେ । 

 ଚାରିଟା ବେଳେ କିଛି ପୋଛା ପୋଛି ଖାଦ୍ୟ ଗାଆଁର ସ୍ତ୍ରୀ ଲୋକଙ୍କୁ ବଣ୍ଟା ସରିଲାଣି । ହେଲେ କୌଣସି କଲ କି ମେସେଜ ନଥିଲା ଏପର୍ଯ୍ୟନ୍ତ । 

  ବୋଉ ମତେ ଖାଇବାକୁ ଡାକିଲା । ମୋ ବୋଉ ନିଜ ପାଇଁ କରିଥିବା ଭାତ ମତେ ଖାଇବାକୁ ଦେଲା । ସତରେ ଆଜି ମୋ ବୋଉ ହାତରୁ ଭାତ, ମୋ ପାଇଁ ଅମୃତ ସମାନ ଲାଗୁଥିଲା । 

   

ସବୁ ଚାକିରୀଆ ଲୋକମାନଙ୍କୁ ଡକା ହେଇଥିଲା ।ପ୍ରିୟଙ୍କା ଯେ କି, ଭାରି ଧନୀ ସାଙ୍ଗ । ତାକୁ ବି ଡକା ହେଇଥିଲା ବାରମ୍ବାର । ହେଲେ ମତେ ...........

ଟିକେ ଫୋନ୍ କି ମେସେଜ ବି ନଥିଲା ଦିନ ସାରା । ଆଜିକୁ ଚାରି ଦିନ ହେଇ ଗଲାଣି ହେଲେ ଥରଟେ ବି ସେ ଫୋନ କରୁନି । ସବୁ ସାଙ୍ଗକୁ କହିଦେଇଛି ସେ, ମତେ ଡାକିଥିଲା ହେଲେ ମୁଁ ଯାଇନି କାଳେ.........   


ଗର୍ବ ଆଉ ଅହଙ୍କାର ଭିତରେ ସରିଗଲା ବନ୍ଧୁତ୍ୱର ପରିଭାଷା । ଧନୀ ଆଉ ଗରିବର ମତଭେଦ ଭିତରେ ଛିଡି ଗଲା ସମ୍ପର୍କର ସୂତା ଖିଅ । ସେ ଭାବିଲା ମୁଁ ଗରିବ, ତେଣୁ କିଛି ଦେଇ ପରିବିନି । ଆଉ ମୁଁ ସେଠିକି ଅଳ୍ପ ଟଙ୍କିଆ ସାର୍ଟ ପିନ୍ଧି ଯାଇଥିଲେ, ତା'ର ସମ୍ମାନ ଚାଲି ଯାଇ ଥାଆନ୍ତା । ପଇସା ଅଛି ବୋଲି ଆଜି ସେ ମତେ ନୀଚ ଭାବିଲା, ଏହା ଠିକ୍ ଅଛି । ହେଲେ କାହାକୁ ଏମିତି ବ୍ୟବହାର କରିବା ଉଚିତ ନୁହେଁ । କାହାକୁ କି କୋଉ ସାଙ୍ଗକୁ ନ ଡାକିବ ନାହିଁ । ସେ ରହିଯିବ । ହେଲେ ଏପରି ଆଶା ଦେଖେଇ କାହାକୁ ନିରାଶା କରିବା ଉଚିତ ନୁହେଁ । 

  ପରେ ଜାଣିବାକୁ ପାଇଲି ବାହାଘର ଭୋଜିକୁ ନ ଡାକିବାର ସୁସ୍ପଷ୍ଟ କାରଣ । ସେଦିନ ଗୋଟେ ସୁନ୍ଦର ଯୁବକର ପ୍ରେମ ଏବଂ ପ୍ରେମ ନିବେଦନ । ପରେ ସେ ଯୁବକର ମୋ ପ୍ରତି ଥିବା ପ୍ରେମ ପରେ ଈର୍ଷା, ଆଉ ଆଜି ଏହାର ପ୍ରତିଶୋଧ । 

  ଗୋଟେ ସାଙ୍ଗ ଏପରି ଯେ ପ୍ରତିଶୋଧ ନେଇପାରେ ତାହା ମୋର କଳ୍ପନାର ବାହାରେ ଥିଲା .........

   



Rate this content
Log in

Similar oriya story from Tragedy