Aravinda Das

Comedy

2  

Aravinda Das

Comedy

ବାଘ, ଫାଘ

ବାଘ, ଫାଘ

2 mins
7.4K


ଜଙ୍ଗଲ ମଝିରେ, ସ୍ବତନ୍ତ୍ର ଭାବେ ନିର୍ମିତ ଏନକ୍ଲୋଜର ଭିତରେ ଥିବା ପୁରୁଷ ବାଘଟା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା।ସୀମାବର୍ତ୍ତୀ ରାଜ୍ୟର ଜଙ୍ଗଲ ଭିତରୁ ବାଘୁଣୀଟିଏ ସବୁଦିନ ରାତିରେ ଚାଲିଆସୁଥିଲା ପୁରୁଷ ବାଘର ଏନକ୍ଲୋଜର ପାଖକୁ।

"ସାର୍, ସି ସି ଟିଭି ଫୁଟେଜ ଦେଖନ୍ତୁ।ଜଙ୍ଗଲୀ ବାଘୁଣୀ ଟା ହେଣ୍ଟାଳ ମାରି ଆମ ବାଘ ର ଜାଲି ଚାରି ପଟେ ବୁଲୁଛି।ଲଭ ଷ୍ଟୋରି ଆରମ୍ଭ ହୋଇଗଲାଣି ।"

"ଲଭ ଷ୍ଟୋରି ? ବାଘଙ୍କର! ମୋତେ ଲାଗୁଛି ମେଟିଙ୍ଗ ପାଇଁ ଆସୁଥିବ।"

"ନାଇଁ ସାର୍, ନନ୍ଦନକାନନରେ ପରା ଗୋଟେ ବାଘ ଏନକ୍ଲୋଜର ଡେଇଁ ବାଘୁଣୀ ପାଖକୁ ଚାଲିଆସିଥିଲା ଓ ସବୁଦିନ ପାଇଁ ପ୍ରାଣୀଉଦ୍ୟାନରେ ରହିଗଲା।"

"ହେଲେ ଆମ ବାଘଟା କାହିଁକି ବେଶୀ କିଛି ରିଆକ୍ସନ ଦେଖାଉନି ?ସେ କଣ ଏ ବାଘୁଣୀ ପାଇଁ ....."

ମିଟିଙ୍ଗ ବସିଥିଲା।ବାଘଙ୍କ ବଂଶ ବୃଦ୍ଧି ପାଇଁ ପଦକ୍ଷେପ ସ୍ୱରୂପ ଏଇ ଦୁଇ ବାଘଙ୍କ ମିଳନର ବ୍ୟବସ୍ଥା କରିବାକୁ ସମସ୍ତ ପଦକ୍ଷେପ ନେବାକୁ ସ୍ଥିର କରାଗଲା।

"ଆମ ପୁରୁଷ ବାଘଟା ଜନ୍ମଠାରୁ ଏତେଦିନ ହେଲାଣି ଜନ୍ତା ଭିତରେ ଏକୁଟିଆ ରହି ରହି ବୋଧେ ପ୍ରେମ/ସମ୍ଭୋଗ ପ୍ରତି ବିତୃଷ୍ଣା ଭାଵ ଆସିଛି।କିଛି କରିବାକୁ ପଡିବ।"

"ସାର୍, କିଛି ଇଞ୍ଜେକ୍ସନ କିମ୍ବା ଭାଏଗ୍ରା "?

ଚାପା ହସର ଗୁଞ୍ଜରଣ ଖେଳିଗଲା ଚାରିଆଡ଼େ।

କିଏ ଜଣେ ଚୁପ୍ ଚୁପ୍ କରି କହୁଥିଲା, "ଶଳା, ଆମକୁ ବାଘର ପ୍ରେମ ଦଲାଲ ହେବାକୁ ପଡିବ ?ଏନକ୍ଳୋଜର ଖୋଲିଦେଇ ବାଘଟାକୁ ଛାଡିଦେଲେ ଆପେଆପେ ଡାରେନାରେ ହେବେ ସେମାନେ।"

ବହୁ ତର୍କବିତର୍କ ପରେ ସ୍ଥିର କରାଗଲାଯେ ପୁରୁଷ ବାଘଟିକୁ ଭିଡିଓ ଦେଖାହେବ।ଆନିମଲ ପ୍ଲାନେଟ ଓ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲର ପ୍ରସାରିତ ଜନ୍ତୁମାନଙ୍କ ସଂଗମ ଭିଡିଓ ଦେଖାଇ ବାଘକୁ ଉତ୍ତେଜିତ କରାହେବ।ଯାହା ଦ୍ବାରା ସେ ବାଘୁଣୀ ସହ ମିଳିତ ହେବାପାଇଁ ଅସ୍ଥିର ହୋଇପଡ଼ିବ।

ନୂଆ ପରୀକ୍ଷା ଚାଲିଲା।କିଛିଦିନ ପରେ ବନ୍ୟବିଭାଗର ବଡ଼ ଅଫିସର ପୁଣି ମିଟିଙ୍ଗ ଡକାଇ ପଚାରିଲେ, "ବର୍ତ୍ତମାନ ଖବର କଣ ?ବାଘ ଭିଡିଓ ଦେଖୁଛି ?କଣ ତାର ରିଆକ୍ସନ ?"

ଛେପ ଢ଼ୋକି କର୍ମଚାରୀ ଜଣଙ୍କ ଉତ୍ତର ଦେଲେ, "ବାଘଟା ଭିଡିଓ ଆଡ଼ିକ୍ଟ ହୋଇଗଲାଣି ସାର୍।ତା ଏନକ୍ଳୋଜରରେ ଲଗା ହୋଇଥିବା ଟିଭିକୁ କେବଳ ଅନେଇ ବସୁଛି।ରାତିରେ ବାଘୁଣୀ ପାଖକୁ ନଯାଇ ଭିଡିଓ ଦେଖିବାକୁ ପସନ୍ଦ କରୁଛି ଓ ଶୋଉଛି। ତା ମନପସନ୍ଦର ସେଇ ସେକ୍ସ କ୍ଲିପିଙ୍ଗ ନଦେଖାଇଲେ ଗର୍ଜନ କରି ବିରକ୍ତ ହେଉଛି; ଆମକୁ ଡ଼ରାଉଛି।"

ହସିଦେଇ ସାର୍ କହିଲେ, "ହଉ ତା ମନକୁ ପାଉଛି ତ ।ଦେଖୁ, ଶିଖୁ ତାଙ୍କ ବାଘ ମାନଙ୍କ ......

"ନା,ସାର୍।ସେ ଅଳସୁଆ ହୋଇ ଖାଲି ଖାଉଛି ଓ ଶୋଉଛି।ବାଘମାନଙ୍କ ଭିଡିଓ ବା ଆନିମଲ ପ୍ଲାନେଟ ଭିଡିଓ ଦେଖୁନି।ଆମ ଜଗୁଆଳୀ ଥରେ ଭୁଲରେ ଅନ୍ୟ ଭିଡିଓ ଲଗାଇଦେଇଥିଲା।ସେଇଟା ତା ମନକୁ ପାଇଛି।ସେମିତିକା ଭିଡ଼ିଓ ଦେଖବାକୁ ପସନ୍ଦ କରୁଛି।"

"କେଉଁ ଭିଡିଓ ?" ପଚାରିଲେ ସାର୍।

"ଆମରି ଭିଡିଓ ।ମାନେ ଆମ ପୁରୁଷମାନେ ଦେଖୁଥିବା ସେଇ 'ୟୁ ଟ୍ୟୁବ',' ହ୍ବାଟ୍ସଅପ,ସିନେମା ଗୀତ ଆଉ ସେଇ ଅନ୍ୟ ଭିଡିଓ.......

ସାରଙ୍କ ପାଟିରୁ ବାହାରି ପଡ଼ିଲା, "ବାଘ ଟା ତାହେଲେ ଫାଘ ହୋଇଗଲା ?"

(ଅରବିନ୍ଦ ଦାସ)


Rate this content
Log in

Similar oriya story from Comedy