ଓଡ଼ିଆ ଗଳ୍ପ ଓ କବିତା - ୨

Children Comedy

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children Comedy

ବାଘ ପାଇଲା ପାନେ

ବାଘ ପାଇଲା ପାନେ

3 mins
7.4K


ଶାନ୍ତନୁ କୁମାର ପଣ୍ଡା

ପାହାଡ ଜଙ୍ଗଲରେ ରହୁଥ।ଏ ଗୋଟିଏ ବଳୁଆ ବାଘ । ପାହାଡ ପର୍ବତ ଘେରା ଜଙ୍ଗଲରେ ବିର।ଟ ବିର।ଟ ଗଛ ଆକାଶକୁ ଚାହିଁ ଠିଆ ହୋଇଥାନ୍ତି । ପାହାଡ ମଝିରୁ କୁଳୁ କୁଳୁ ନାଦ କରି ଝରଣା ପାଣି ତଳକୁ ଗଡି ଆସୁଥ।ଏ । ଜଙ୍ଗଲରେ ଠେକୁଆ , ବାରହା, ହାତୀ, ବାଘ ଇତ୍ୟାଦି ସମସ୍ତ ପ୍ରକାର ଜୀବଜନ୍ତୁ ବସବାସ କରୁଥିଲେ , କାହିକିଁ ନ। ସେଠାରେ ସମସ୍ତ ତୃଣଭୋଜୀ, ମାଂସାହାରୀ ଜୀବଜନ୍ତୁଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ମିଳୁଥିଲା ଏବଂ ପିଇବା ପାଇଁ ପାଣି ।

ବଳୁଆ ବାଘ ଯେତେବେଳେ ତା ବସାରୁ ବାହାରେ ଜଙ୍ଗଲରେ ରହୁଥିବା ଅନ୍ୟ ସମସ୍ତେ ଭୟରେ ତାକୁ ବାଟ ଛାଡି ଦିଅନ୍ତି । ସେ ମନ ଇଚ୍ଛାରେ ହରିଣ , କୁଟରା, ଠେକୁଆ, ନୀଳଗାଈ ଇତ୍ୟାଦି ପଶୁଜନ୍ତୁଙ୍କୁ ଶିକ।ର କରି ତାର ଭୋକ ମେଣ୍ଟାଏ । ଦିନେ ବାଘ ଭାବିଲ। ମୁଁ ତ ଏ ଜଙ୍ଗଲରେ ସମସ୍ତ ପ୍ରାଣୀଙ୍କ ଠାରୁ ବଳୁଆ ଆଉ ମୁଁ କାହିକିଁ ଶିକ।ର କରିବି ? ଅନ୍ୟମାନେ କରିଥିବା ଶିକ।ର ଛଡେଇ ଯଦି ମୁଁ ମୋ ଆହାର କରିବି ତାହେଲେ ଶିକ।ର କରିବ। ପାଇଁ ମୋତେ ଆଉ ପରିଶ୍ରମ କରିବ।କୁ ପଡିବ ନାହିଁ । ତା ପରଦିନଠୁ ବଳୁଆ ବାଘଟ ଆଉ ଶିକ।ରକୁ ଗଲା ନାହିଁ, ଅନ୍ୟ ମାଂସାଶୀ ଜୀବମାନେ କରିଥିବା ଶିକ।ର ତାଙ୍କଠୁ କଳିଗୋଳ କରି ଛଡାଇ ଆଣି ଖାଇବାରେ ଲାଗିଲ।। ଫଳରେ କୋକିଶିଆଳ, ବିଲୁଆ ଇତ୍ୟାଦି ଅନେକ ଜୀବଜନ୍ତୁ ଭୋକରେ ଆଉଟୁପାଉଟୁ ହେଲେ । ବଳୁଆ ବାଘଟି କିନ୍ତୁ ସବୁଦନି ଅନ୍ୟ ପଶମୁ।ନେ କରିଥିବା ଶିକ।ର ତାଙ୍କଠୁ ଛଡାଇ ଆଣି ନିଜେ ରହୁଥିବା ଗମ୍ଫାର ପଥର ଖୋପ ଭିତରେ ସାଇତି ରଖେ ଓ ଆରାମରେ ବସିକି ଖାଏ ।

ଏପରି ଅନେକ ଦିନ ଗଲାପରେ ଦିନେ ବିଲୁଆ ଯାଇ ସିଂହ ରାଜାଙ୍କ ଠାରେ ଏ ସବୁ ବିଷୟରେ ଜଣାଇ ତାର ପ୍ରତିକ।ର ସକାଶେ ଫେରାଦ ହେଲା । ବିଲୁଆ ସହିତ ଅନେକ ସାଥି ଜୀବଜନ୍ତୁ ମଧ୍ୟ ବଳୁଆ ବାଘ ବିରୁଦ୍ଧରେ ସିଂହ ରାଜାଙ୍କ ଆଗରେ ପ୍ରତିବ।ଦ ଜଣାଇ ବିଲୁଆ ଲେଖିଥିବା ଦରଖାସ୍ତରେ ସମସ୍ତେ ସନ୍ତକ କଲେ । ସିଂହ ରାଜା ତାରିଖ ନିର୍ଦ୍ଧାରିତ କରି ବାଘକୁ ଡକାଇ ଭବିଷ୍ୟତରେ ଅନ୍ୟମାନଙ୍କ ଖାଦ୍ୟ ଜୋର ଜବରଦସ୍ତ ନ ଛଡାଇବା ପାଇଁ ତାଗିଦ କଲେ ଏବଂ ନିଜ ନିଜ ଧର୍ମକୁ ବଜାୟ ରଖି ଶାନ୍ତିରେ ବସବାସ କରିବ। ପାଇଁ ଆଦେଶ ଦେଇ ସଭା କାର୍ଯ୍ୟ ଶେଷ କଲେ ।

ବଳୁଆ ବାଘ କିନ୍ତୁ ଏହାକୁ ତାର ସମ୍ମାନ ହାନୀ ହେଲା ଭାବି ସେ ଦିନଠାରୁ ବିଲୁଆଠୁ ଆରମ୍ଭ କରି ଅନ୍ୟାନ୍ୟ ପଶୁଜନ୍ତୁଙ୍କୁ ଆକ୍ରମଣ କରି ଘାଇଲା କରିଦିଏ ଏବଂ ତାଙ୍କଠାରୁ ପୂର୍ବ ପରି ଖାଦ୍ୟ ଛଡାଇ ନେଇ ନିଜେ ଖାଇଦିଏ । ଦିନେ ଚିତ।ବାଘ, ଶିଆଳ ବିଲୁଆ ଆଦି ପଶୁମ।ନେ ବିଚ।ର କରି ବଳୁଆ ବାଘକୁ ଗୋଟିଏ ଜାଗାରେ ଛପିକି ଅପେକ୍ଷା କଲେ । ଯେମିତି ବଳୁଆ ବାଘ ପଦାକୁ ବାହାରିଲ। ଏକା ଥରକେ ସମସ୍ତେ ତାକୁ ଆକ୍ରମଣ କଲେ । ବଳୁଆ ବାଘ ଯୁଆଡକୁ ଗଲେ ସୁଦ୍ଧା ତାକୁ ଘେରି ରହିଥିବା ଜୀବଜନ୍ତୁ ତାକୁ ଯିବ।କୁ ଦେଲେ ନାହିଁ, ଶେଷରେ ବଳୁଆ ବାଘ ଖଣ୍ଡିଆ ଖାବରା ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଲ। । କୌଣସି ପ୍ରକାରେ ଏ କଥାଟା ଭାଲୁ କାନରେ ପଡିଲ। ।

ଭାଲୁ ସାଙ୍ଗେ ସାଙ୍ଗେ ତା ଜଡିବୁଟି ମୁଣି କାନ୍ଧରେ ଓହଳାଇ ବଳୁଆ ବାଘ ପାଖରେ ପହଞ୍ଚିଲା, କ୍ଷତ ସ୍ଥାନମାନଙ୍କରେ ବିଶଲ୍ୟକରଣୀ ରସ ଦେଇ ଉପଚାର କଲା ଓ ବାଘକୁ ଉପଦେଶ ଦେଇ ତା ଘରେ ପହାଞ୍ଚାଇ ଦେଲା । ପୁଣି ପ୍ରତିଦିନ ବଳୁଆ ବାଘକୁ ଚିକିତ୍ସା କରିବ।ରୁ ଆସ୍ତେ ଆସ୍ତେ ସେ ଭଲ ହୋଇ ଗଲା । ସିଂହ ର।ଜ।ଙ୍କ ଦରବ।ରରେ ବଳୁଆ ବ।ଘ ଲିଖିତ ସ୍ୱୀକାରନାମା ଦାଖଲ କରିଛି ଆଉ ସେ ଆଗଭଳି ଅନ୍ୟ ପଶୁଜନ୍ତୁ ମାନଙ୍କ ଉପରେ ଜୁଲୁମ କରିବ ନାହିଁ । ସିଂହ ରାଜା ମଧ୍ୟ ପଶୁଜନ୍ତୁ ମାନଙ୍କୁ ଆଇନ ହାତକୁ ନେଇ ଭବିଷ୍ୟତରେ କୌଣସି ହିଂସାକାଣ୍ଡ କରିବ। ପାଇଁ ମନା କରି ସଭା ସାଙ୍ଗ କଲେ । ସେ ଦିନଠୁ ଜଙ୍ଗଲରେ ପୁଣି ଶାନ୍ତି ଫେରି ଆସିଲ।, ଯିଏ ଯା ବାଟରେ ସୁଖରେ ଦିନ କାଟିଲେ ।


Rate this content
Log in

Similar oriya story from Children