The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Saroj Kumar Jena

Tragedy

3  

Saroj Kumar Jena

Tragedy

ବାଡ଼ୁଅ ଅହ୍ୟ ରାଣୀ

ବାଡ଼ୁଅ ଅହ୍ୟ ରାଣୀ

5 mins
133


           

  ୧୯୯୮ ମସିହାର କଥା ,ଖଣ୍ଡପଡ଼ା କଲେଜରେ ପାଠ ପଢୁଥାଏ ମାମୁଁ ଘରେ ରହି ।ସେତେବେଳେ ଏକ ଦୁଃଖଦ ଘଟଣା ସେହି ଅଞ୍ଚଳରେ ଘଟି ଯାଇଥିଲା । ମୁଁ ସେତେବେଳେ ଶୁଣି ଏହି କଥା ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ।

 

  ମୁଁ ମର୍ଦ୍ଦରାଜପୁରରେ ରହି ସେହି ଗାଁରେ ପଢ଼ୁଥିଲି ସେହି ଗାଁ ର ସର୍ବେଶ୍ଵର ମହାନ୍ତିଙ୍କ ପୁଅ ରଶ୍ମିରଞ୍ଜନ ମହାନ୍ତି ଆମ ଠାରୁ ତିନି ବର୍ଷ ବଡ଼ ।ଦେଖିବାକୁ ବହୁତ ସୁନ୍ଦର ଗୌର ବର୍ଣ୍ଣ । ଭଲ ଶିକ୍ଷିତ ପିଲା ମଧ୍ୟ । ମୁଁ ଯୁକ୍ତ ୨ ଦ୍ଵିତୀୟ ବର୍ଷ ପାଠ ପଢିବା ସମୟରେ ରଶ୍ମି ଭାଇ ଆମଠାରୁ ଦୁଇଟି ଶ୍ରେଣୀ ଅଧିକରେ ପଢୁଥିଲେ ଅର୍ଥାତ ଯୁକ୍ତ ୩ ଦ୍ଵିତୀୟ ବର୍ଷରେ ।

ବହୁତ ଭଲ ଜ୍ଞାନ ମଧ୍ୟ ତାଙ୍କର । ଆମ ସେହି କଲେଜର ଯୁକ୍ତ ଦୁଇରେ ଘଡ଼ିଆ ସାହିର ଏକ ସୁନ୍ଦରୀ ଝିଅଟିଏ ସାଇକେଲ ଧରି ପାଠ ପଢ଼ି ଆସେ । ବହୁତ ସୁନ୍ଦର ଦେଖିବାକୁ ଆଉ ତାଙ୍କର ବହୁତ ଧନୀ ପରିବାରର ଝିଅ ।

ଝିଅଟି ଘର ତେଲି ସମାଜର ଅଟେ । ବାପା ମାଆଙ୍କର ଗୋଟିଏ ଝିଅ ଅତି ଗେହ୍ଲା ଥିଲା । ରାଘବ ସାହୁର ଝିଅ ପ୍ରଜ୍ଞା ପାରମିତା ସାହୁ । ବହୁତ ସୁନ୍ଦର କିନ୍ତୁ ଭଲ ଶାନ୍ତ ସ୍ଵଭାବର ।


   ଆମେ କେହି ଜାଣି ନଥିଲୁ । ଭିତରେ ଭିତରେ ରଶ୍ମି ଭାଇଙ୍କୁ ସେ ଭଲ ପାଇ ବସିଥିଲା ।ଆଉ ଧିରେ ଧିରେ ତାଙ୍କର ପ୍ରେମ ସମ୍ପର୍କ ଗୋଟେ ବର୍ଷ ବିତି ଯାଇଥିଲା ।

ହଠାତ୍ ଗ୍ରୀଷ୍ମ ଅବକାଶ ସରି ଯାଇଥାଏ । ମୁଁ ମାମୁଁ ଘର ଠୁ କିଛି ଦୂରରେ ଥିବା ମୁଣ୍ଡିଆ ହନୁମାନ ମନ୍ଦିର କୁ ଦର୍ଶନ କରି ବାକୁ ଯାଇଥିଲି । ସେଠି ସେଦିନ ଉଭୟଙ୍କୁ ଦେଖିଥିଲି । ମୁଁ ପାହାଚ ଚଢ଼ି ଗଲା ବେଳକୁ । କାନ୍ଦି କାନ୍ଦି ତଳକୁ ପ୍ରଜ୍ଞା ଆସୁଥାଏ । ମୁଁ ତାକୁ ଦେଖି ଡାକିଲି କିନ୍ତୁ ସେ ମୋ କଥାର ଉତ୍ତର ନ ଦେଇ କିଛି ତଳକୁ ଚାଲିଗଲା । ଏମିତିରେ ମୁଣ୍ଡିଆ ଉପରକୁ ଯାଇ ଦେଖେ ତ ରଶ୍ମି ଭାଇଙ୍କୁ ଭେଟିଲି ।

ତାଙ୍କ ସହିତ କିଛି ସମୟ କଥା ହେଲି ।ଯାହା ତାଙ୍କ ମୁହଁରୁ ବାରି ହେଇ ପଡୁଥିଲା ।ସେ ଉଦାସ ମନରେ ଥିଲେ ।ମୋତେ କହିଲେ ସୁରେଶ ତୁ ଥା ମୁଁ ଆସୁଚି । ମୁଁ କହିଥିଲି

ହଉ ଭାଇ । କଲେଜ ଫିଟିଲେ ଦେଖା ହେବା ।


  ଏମିତିରେ ଗ୍ରୀଷ୍ମ ଅବକାଶ ସମାପ୍ତି ହେବା ପରେ କଲେଜ ପୁଣି ପୂର୍ବ ଭଳି ଖୋଲିଲା ।ଆଉ ଆମେ ଯୁକ୍ତ ତିନିରେ ନାମ ଲେଖାଇଲୁ ପ୍ରଜ୍ଞା କିନ୍ତୁ ଆସି ନଥାଏ ।ତାର ବାପା ଆସି ତାର ନାମ ଲେଖାଇ ଯାଇଥିଲେ । ଏମିତିରେ ମୁଁ ପ୍ରଜ୍ଞା ର ସାଙ୍ଗ ଶର୍ମିଷ୍ଠା କୁ ପଚାରିଲି ଆରେ ପ୍ରଜ୍ଞା କଣ ପାଇଁ କଲେଜ ଆସୁନି ।ଏହି କଥା ଶୁଣି ଶର୍ମିଷ୍ଠା କହିଲା ମୁଁ କାଇଁ କିଛି ଜାଣିନି ସୁରେଶ । ଏମିତି ଦୁଇ ଦିନ ଗଲା ପରେ ପ୍ରଜ୍ଞା ଆସିଥିଲା ପଢ଼ିବାକୁ । କିନ୍ତୁ ତାର ମନର କଥା ସବୁ ତାର ସାଙ୍ଗ ଶର୍ମିଷ୍ଠା କୁ ସେ ଲୁଚାଣିଆ କହିଥିଲା ।ଯାହା ପଛରେ ଜଣା ପଡ଼ିଥିଲା । 

 

  ହଠାତ୍ ମୁଁ ସେଦିନ ଶୀଘ୍ର କଲେଜରୁ ପଳାଇ ଆସିଥିଲି 

ଆଉ କିଛି ଦିନ ଦେଖିବାକୁ ପାଇଥିଲି ପ୍ରଜ୍ଞା ଭାରି ଉଦାସ ମନରେ ରହୁଥାଏ ।କଥା କଣ ମୁଁ କିଛି ବୁଝି ପାରୁନଥାଏ । ଏମିତିରେ ସେ ଦିନ ଟିକିଏ ଆଗରେ ପଳେଇ ଆସିଥାଏ । ଆମେ କିଛି ସାଙ୍ଗ ପଛରେ ଯାଉଥାଉ ।ହଠାତ୍ ଗୋଟିଏ ଚାରି ଚକିଆ ଗାଡ଼ି ଆସି ତାକୁ ପଛରୁ ଧକା ଦେଇଥିଲା ।ଯାହା ଦୁର୍ଘଟଣା ସ୍ଥଳର ଲୋକ କହୁଥିଲେ ।ଆମେ ଆମ ସାଙ୍ଗ ସହିତ ଏହା ଦେଖି ତୁରନ୍ତ ତାକୁ ନୟାଗଡ଼ ମେଡିକାଲ କୁ ପଠାଇ ଥିଲୁ ।ମୁଣ୍ଡରେ ଶକ୍ତ ଆଘାତ ଲାଗିଥାଏ ।ପ୍ରବଳ ରକ୍ତ ସ୍ରାବ ହେଉଥାଏ ।ଡାକ୍ତର କହୁଥାନ୍ତି ତାକୁ କଟକ ସ୍ଥାନାନ୍ତରିତ କରିବା ପାଇଁ ।କିନ୍ତୁ ଇଆଡ଼େ ପ୍ରଜ୍ଞା ଖାଲି ରଶ୍ମି ଭାଇଙ୍କୁ ଖୋଜୁଥାଏ । ମୁଁ କିଛି ବୁଝି ପାରୁନଥାଏ ।ମୁଁ ସଙ୍ଗେ ସଙ୍ଗେ ଶର୍ମିଷ୍ଠା କୁ ଖବର ଦେଲି । ସେ ଆସି ମେଡିକାଲ୍ ନିକଟରେ ପହଞ୍ଚିଲା ।ମୁଁ ସବୁ କଥା କହିଲି ।ଏମିତି ପ୍ରଜ୍ଞା ରଶ୍ମି ଭାଇଙ୍କୁ ଖୋଜୁଛି । ଶର୍ମିଷ୍ଠା ମୋତେ ପ୍ରଥମେ କିଛି ଲୁଚଉଥିଲା ।କିନ୍ତୁ ମୁଁ ରାଣ ପକେଇ କହିଲି ଏହା ଲୁଚେଇବାର ସମୟ ନୁହଁ କଣ ହୋଇଛି କହ । ମୋତେ ତା ପରେ ଶର୍ମିଷ୍ଠା କହିଲା । ଶୁଣୁ ସୁରେଶ ପ୍ରଜ୍ଞା ଘରେ ତାର ବାହାଘର ଠିକ କରିଥିଲେ । ମାଘ ମାସରେ ତାର ବାହାଘର ହୋଇଥାନ୍ତା ।କିନ୍ତୁ ରଶ୍ମି ଭାଇକୁ ସେ ଭଲ ପାଉଛି । ଆଉ ଗାଁ ତାରିଣୀ ମନ୍ଦିରରେ ରଶ୍ମି ଭାଇ ତାର ମଥାରେ ସିନ୍ଦୁର ପିନ୍ଧାଇ ତାକୁ ପତ୍ନୀ ରୂପେ ଗ୍ରହଣ କରିଛନ୍ତି । ଅନ୍ୟତ୍ର ବାହା ହେବା ପାଇଁ ପ୍ରଜ୍ଞା ରାଜି ହେଉନଥିଲା ସେଥିପାଇଁ ପ୍ରାୟ ସମୟ ତାକୁ କଲେଜ ଛାଡ଼ୁ ନଥିଲେ । ଆଉ ଘରେ ଜିଦି ଧରି ବସିଥିଲା ରଶ୍ମି ଭାଇ ଙ୍କୁ ବାହା ହେବ ବୋଲି । ଏହି କଥା ଶୁଣି ମୁଁ ଆଚମ୍ବିତ ହୋଇଗଲି ।ମୁଁ କହିଲି ତୁ କଣ କହୁଛୁ ଶର୍ମିଷ୍ଠା । ଶର୍ମିଷ୍ଠା କହିଲା ହଁ ସୁରେଶ ଏହା ସତ ଠିକ୍ ଏହି ସମୟରେ ଡାକ୍ତର ଡାକିଲେ ଆମକୁ ଆଉ କହିଲେ ପ୍ରଜ୍ଞା ତାର ଘର ଲୋକଙ୍କୁ ଖୋଜୁଛି । କିଛି ସମୟ ଭିତରେ ପ୍ରଜ୍ଞା ର ପରିବାର ଲୋକ ଆସି ପହଁଚିଲେ । ଆଉ ପ୍ରଜ୍ଞା ର ବୋଉ ତାକୁ କୋଳେଇ କାନ୍ଦିଲା ବେଳେ ପ୍ରଜ୍ଞା ଧକେଇ ଧକେଇ କହୁଥାଏ ବୋଉ ମୁଁ ଆଉ ବଞ୍ଚିବିନି । ତୁ ବୋଉ ଶୁଣି ରଖ ।ମୁଁ ମଲା ପରେ ରଶ୍ମିଙ୍କୁ କହିବୁ ମୋ ମଥାରେ ସିନ୍ଦୁର ଆଉ ହାତରେ ଶଙ୍ଖା ଆଉ ପାଦରେ ଅଳିତା ଲଗେଇ ଦେବେ । ଏହା ଶୁଣି ପ୍ରଜ୍ଞା ବୋଉ କହିଲେ ତୁ ଏ କଣ ସବୁ କହି ଯାଉଛୁ । ପ୍ରଜ୍ଞା କହିଲା ମୁଁ ସତ କହୁଛି ବୋଉ ମୋତେ ରଶ୍ମି ଭାଇ ମା ତାରିଣୀଙ୍କୁ ସାକ୍ଷୀ ରଖି ମୋ ମଥାରେ ସିନ୍ଦୁର ପିନ୍ଧାଇ ମୋତେ ବିବାହ କରିଛନ୍ତି । ପ୍ରଜ୍ଞା ବୋଉ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଏହି କଥା ତାଙ୍କ ପରିବାର ଲୋକ ସହିତ ଆମେ ଶର୍ମିଷ୍ଠା ଓ ମୁଁ ବି ଶୁଣୁଥିଲୁ । ପ୍ରଜ୍ଞା କହୁଥାଏ ମୁଁ ସମାଜ ଆଗରେ ତାଙ୍କ ଠାରୁ ବିବାହର ସିକୃତି ନ ପାଏ ପଛେ । କିନ୍ତୁ ବାଡ଼ୁଅ ହୋଇ ସବୁ ଦିନ ପାଇଁ ଅହ୍ୟ ରାଣୀ ହୋଇ ଆର ପାରିକି ଚାଲିଯିବି ଏତିକି ହେଲେ ମୋ ଜୀବନ ଶାନ୍ତି ପାଇବ ଠିକ୍ ଏତିକି କହି ସେ ସବୁ ଦିନ ପାଇଁ ଆର ପାରିକି ଚାଲିଗଲା ତାର ବୋଉ କୋଳରେ ।


  ଶେଷରେ ଏହି କଥାକୁ ସମାଜକୁ ଭୟ ନ କରି ପ୍ରଜ୍ଞା ର ବାପା , ରଶ୍ମିକୁ ଡକାଇ ଥିଲେ ପ୍ରଜ୍ଞା ଘରଠିକୁ ।କିନ୍ତୁ ଏତେ ସବୁ ଘଟଣା ଘଟିଯାଇଛି ରଶ୍ମି ଭାଇ ଜାଣି ନଥିଲେ । ଆସି ଦେଖନ୍ତି ତ ସେ ଦେଖି ଚେତା ଶୂନ୍ୟ ହୋଇଗଲେ ।ଆଉ ବିଭିନ୍ନ କଥା କହି ବାହୁନି ବାହିନି କାନ୍ଦିଲେ । ଆଉ ଶେଷରେ ପ୍ରଜ୍ଞାର ଶେଷ ଆଶାକୁ ପୂରଣ କରିଥିଲେ ।ତାର ମଥାରେ ସିନ୍ଦୁର ଆଉ ହାତରେ ଶଙ୍ଖା ଆଉ ପାଦରେ ଅଳିତା ଲଗେଇ ଦେଇଥିଲେ ଏବଂ ବହୁତ ସମୟ କୋଳେଇ ପ୍ରଜ୍ଞାକୁ କାନ୍ଦୁଥିଲେ ।ଶେଷରେ ସାହି ଭାଇ ମାନେ ଶ୍ମଶାନ ଘାଟକୁ ନେଇଥିଲେ ଶେଷ କୃତ୍ୟ କରିବା ପାଇଁ ।ଆଉ ସବୁ ଲୋକ କଥା ହେଉଥାନ୍ତି । ରାଘବ ସାହୁର ଝିଅ ବାଡ଼ୁଅ ଅହ୍ୟ ରାଣୀ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କଲା । ସମାଜ ଆଗରେ ବାଡ଼ୁଅ ଅହ୍ୟ ରାଣୀ ହେଲା ।


 ସତରେ ଏଠି ଗୋଟେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି ।ଏମିତି ବହୁତ ଅବିବାହିତ ଝିଅ ମାନେ ବିବାହ ପୂର୍ବରୁ ମଧ୍ୟ ସିନ୍ଥିରେ ସିନ୍ଦୁର ନାଇ ମଧ୍ୟ ସମାଜ ଆଗରେ ବିବାହ ହେବା ପୂର୍ବରୁ ଯେ କୌଣସି କାରଣ ବଶତଃ ଆର ପାରିକୁ ଚାଲି ଯାଉଛନ୍ତି ତେଣୁ ତାଙ୍କ ମନରେ ଅବଶୋଷ ରହି ଯାଉଛି । ଏ ସମାଜ ତାଙ୍କୁ ପ୍ରକୃତରେ ସିକ୍ଵାର ନ ଦେଲେ ମଧ୍ୟ ସେ ଏକ ପ୍ରକାର ଅହ୍ୟ ରାଣୀ ହୋଇ ବିଦାୟ ନେଉଛି ସଂସାରରୁ ।

            ( ସମାପ୍ତ )

( ଆଶା କରୁଛି ଗଳ୍ପ ଟି ନିଶ୍ଚିତ ଭଲ ଲାଗିବ 

କିନ୍ତୁ ଏହା କାଳ୍ପନିକ ରଚନା ,କାହା ଉଦ୍ଦେଶ୍ୟରେ ବିଲକୁଲ୍ ଲେଖା ଯାଇ ନାହିଁ । ଯଦିଓ ସେମିତି କେହି ଭାବୁଥାନ୍ତି ମୋତେ କ୍ଷମା ଦେବେ । )



Rate this content
Log in

More oriya story from Saroj Kumar Jena

Similar oriya story from Tragedy