ବାଚ୍ଛଲ୍ୟ ପ୍ରେମର କାରୁଣ୍ୟ
ବାଚ୍ଛଲ୍ୟ ପ୍ରେମର କାରୁଣ୍ୟ
ପରମ୍ପରା ବଦଳେ ନାହିଁ ବଦଳେ ପ୍ରଥା । ଯୁଗପୋଯୋଗୀ ହୋଇ ବଦଳି ଯାଉଛି ପରମ୍ପରା ପାଳନର ବିଧିବିଧାନ କିନ୍ତୁ ପରମ୍ପରା ଓ ସଂସ୍କୃତି ବଜାୟ ରହିଛି ଆଜିବି ଆମ ହୃଦୟରେ କେହି କେହି ବି ଭୁଲିନାହାନ୍ତି ସେହି ତଥାକଥିତ ଚଳଣୀ ହେଉପଛେ କିଛି କିଛି ଭିନ୍ନ ଅଭିର୍ଣ୍ଣ ଭିତରେ । ତ ଦଶହରାରେ ଘରର ପୁଅ ବା ପୁରୁଷ ଲୋକମାନେ ମାନେ ଓ କୁମାର ପୂର୍ଣ୍ଣମୀ ରେ ଝିଅ ବୋହୁ ମାନେ ନୂଆ ପୋଷାକ ପିନ୍ଧିବା ଵିଧି ପାଳନ ପାଇଁ । ସେମାନଙ୍କ ସହ ଭାବରେ ସମ୍ପର୍କରେ ଯୋଡି ହୋଇଥିବା ପୁରୁଷ, ମହିଳା ମାନଙ୍କ ପାଇଁ ତଥା ଚିହ୍ନା ଜଣା ବନ୍ଧୁବାନ୍ଧବଙ୍କ ପାଇଁ ନୂଆ ଡ୍ରେସସ, ଲୁଗାପଟା, ପୋଷାକ କିଣିଲାବେଳେ ମୋର ଯାହା ମୁଁହ ଆଖିରେ ନାଚୁଥିଲା ସେ ଥିଲା ମିନୁ ବାୟାଣୀ । ଅର୍ଦ୍ଧଲଗ୍ନ ଅବସ୍ଥାରେ ବୁଲିବା, ଚିରା ଶାଢୀରେ ଦେହକୁ ସାମଗ୍ରିକ ଭାବେ ଢାଙ୍କି ପାରୁନଥିବା ମିନୁ ପାଇଁ ମାକ୍ସି ଠିକ ହେବ ମନେକରି ଦୁଇ ଖଣ୍ଡ ତା ପାଇଁ ପ୍ୟାକେଟ କଲି । ବାଟସାରା ପରିବାର ସଦସ୍ୟମାନେ କେତେ ଆଲୋଚନା ପର୍ଯ୍ୟାଲୋଚନା ଭିତରେ ଯେମିତିକି ସେ କୋଉଟା କିଣିଥିଲେ ଭଲ ହୋଇଥାନ୍ତା । କୋଉ ରଙ୍ଗର ଚୁଡିଦାର ଭଲ ଥିଲା, ତ ଚୁମୁକି ଲଗା ଓଢଣୀ ମିଳିଲାନି କାହା ପାଇଁ ଇତ୍ୟାଦି କଥା ଭିତରେ ମୁଁ ଭାବୁଥିଲି
ଅକ୍ଷୟ ପାତ୍ର ଫାଉଣ୍ଡେସନରୁ ଆସୁଥିବା ଏମ. ଡି.ଏ ମ ମିଲ ବା ମାଧ୍ୟାର୍ଣ୍ଣ ଭୋଜନ ରୁ ବଳିପଡୁଥିବା ବଳକା ଖାଦ୍ୟରୁ ଅନେକ ଥର ମିନୁ ପାଇଁ ପଠାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି ମୁଁ । ପ୍ରଥମତଃ ଏସ ଏମ ସି ପ୍ରେସିଡେଣ୍ଟଙ୍କ ଅନୁମତି, ଦ୍ୱିତୀୟତଃ ଏହି ସମ୍ବେଦନଶୀଳ ପ୍ରସ୍ତାବକୁ କାର୍ଯ୍ୟରେ ପରିଣତ କରିବାକୁ ଛାତ୍ରୀଙ୍କୁ ତ ପଠାଯାଇ ପାରିବ ନାହିଁ । ତେଣୁ ବୁଢା ପିଅନଙ୍କୁ ଫୁସୁଲେଇ ମନେଇ ଝିଅ ପରି ମିନୁକୁ ବଳକା ଖାଦ୍ୟ ଦେଇଆସିବାରେ ମଧ୍ୟ କେବେ କେବେ ସଫଳ ତ କେବେ ବିଫଳ । ମିନୁ କେବେ ଘରେ ଥାଏ, ତ କେବେ ବୁଲୁଥାଏ, କେବେ ରଖେ ତ କେବେ ସିଧା ସିଧା ମନା କରି ଫେରେଇଦିଏ, ତ ମୁଁ ବୁଝାଏ ବାୟାଣୀଟା । ତା କଥା କଣ ଧରିବା ମତେ ବି କେବେ ପ୍ରଣାମ କରେ ତ କେବେ ମାଷ୍ଟ୍ରାଣୀ ହେଇଛୁ କି ପାଠ ପଢ଼ାଉଛୁ ମତେ ଦେଖି ପ୍ରଣାମ କରୁନାହାନ୍ତି କି ହସୁନାହାନ୍ତି ଝିଅଗୁଡା କହି ଗାଳି କରେ, ମୁଁ ଧରେନି ତା କଥା l
ଆଉ ଦିନେ କୃଷ୍ଣ ଜନ୍ମ ଦିନକୁ ମୋ ପାଇଁ ରାଶି ଲଡ଼ୁ ଦେବାକୁ କେତେ ଅନୁରୋଧ କରିଥିଲା ଯେ ଦେବାକୁ ଯାଇ ଦେଇପାରିନି ହେଲେ ଏଥର ନିଜେ ଯାଇ ତା ଘରେ ମାକ୍ସି ସହ ମିଠା ପୁଡିଆ ଦେଇ ଆସିବି ଭାବି ରୋମାଞ୍ଚ ସହ ଅପତ୍ୟ ସ୍ନେହ ଜାଗୁରିତ ହେଉଥାଏ ହୃଦୟରେ l
କୁମାର ପୂର୍ଣ୍ଣମୀ ରେ ସବୁ ପୂଜା,ରୋଷେଇ ସାରି ତା ଘରକୁ କିଛି ପିଠା ମିଠା ସହ ମାକ୍ସି ଦୁଇଟିର ପ୍ୟାକେଟ ଧରି ଆଗେଇ ଗଲି ହେଲେ ଏତେ ଲୋକ ସହ ପୋଲିସ ଗାଡି ଦେଖି କିଛି ବୁଝି ପାରିନଥିଲି ହେଲେ ବୁଝିଲା ବେଳକୁ ଅନ୍ତରାତ୍ମା ଥରି ଉଠୁଥିଲା ପ୍ରଭୁ ଗୋପୀନାଥଙ୍କ ଉପରେ ଅଭଭରା ଲୋତକ ପଡୁଥିଲା,ମିନୁ ଗତ ରାତିରେ କୂଅରେ ଖସିପଡି ଏ ଦୁନିଆଁରୁ ବିଦାୟ ନେଇ ଅଜଣା ବାଟର ବାଟୋଇ ସାଜିଥିଲା, ମୁଁ କେବଳ ସ୍ଥାଣୁ ପାଲଟି ସଂସାର ହାଟ ର ନାଟ ଦେଖୁଥିଲି କୁମାର ପୂର୍ଣ୍ଣମୀଟାରେ l

