STORYMIRROR

Manju Rath

Inspirational

3  

Manju Rath

Inspirational

ବାବୁଲା

ବାବୁଲା

1 min
186

ଟିକି ଛୁଆଟିଏ ହଁ ଚାରି ପାଞ୍ଚ ବର୍ଷ ର 

ବାପା ମା ଛେଉଣ୍ଡ ପିଲାଟିର କେହି ନାହିଁ 

ଏତେ ବଡ ଦୁନିଆରେ ସେ ବଞ୍ଚିବ କେମିତି 

ସେ ବିଷୟରେ କିଛି ବି ଜାଣେନା 

ନିରୀହ ଆଖି ରେ ନିରାଶା ର ଘର 

ଭୋକ ଉପାସ ରେ ଡହକ ବିକଳ ଜୀବନ 

କଣ କରିବ ଆଗରେ ପଥର ପରି ଜୀବନ l


ଭଗବାନ ଗୋଟିଏ ଦ୍ୱାର ବନ୍ଦ କରି ଦେଲେ 

ଅନ୍ୟ କବାଟ ଖୋଲି ଦେଇଥାନ୍ତି 

ସେହି ଟିକି ଛୁଆଟିକୁ ଜଣେ ଭଦ୍ର ବ୍ୟକ୍ତି ବହୁତ 

ବେଳୁ ତାକୁହିଁ ଚାହିଁ ରହିଥାନ୍ତି 

ତାର ଏ ଦୟନୀୟ ଅବସ୍ଥାକୁ ଦେଖି 

ନିଜକୁ ରଖି ନ ପାରି ତା ନିକଟକୁ ଯାଇ 

କୋଳାଗ୍ରତ କଲେ l


ତାର ଲାଳନ ପାଳନ ର ଦାୟିତ୍ବ ନେଇ 

ନିଜ ର ପୁତ୍ର ରୂପେ ଘରେ ଆଣି ରଖିଲେ 

ପାଠ ସାଠ ପଢାଇ ବଡ ଲୋକ କଲେ 

ସେହି ଛୁଆ ଟି ର ନାମ ରଖିଲେ ବାବୁଲା l


ସମୟ କ୍ରମେ ସେହି ଭଦ୍ର ବ୍ୟକ୍ତିଙ୍କ ସଂସାର ରୁ 

ବିଦାୟ ନେଲେ 

କିନ୍ତୁ ବାବୁଲା ଭୂଲି ନ ଥିଲା ତା ବାପା ସମାନ 

ସେହି ବ୍ୟକ୍ତି ଜଣକୁ ଶେଷରେ ଏକ ଅନାଥ 

ଆଶ୍ରମ ଖୋଲି ଅନାଥ ପିଲାମାନଙ୍କ ବାପା 

ହୋଇ ପାରିଥିଲା ।l



Rate this content
Log in

Similar oriya story from Inspirational