Sunanda Mohanty

Abstract Classics Inspirational

4  

Sunanda Mohanty

Abstract Classics Inspirational

ଅଟା ଚକଟା ଗୁଳାର କରାମତି

ଅଟା ଚକଟା ଗୁଳାର କରାମତି

3 mins
343


  ରାମନବମୀ, ବର୍ଷକର କେତେ ପର୍ବ ଭିତରୁ ଅନ୍ୟତମ ଏ ଧାର୍ମିକ ପର୍ବ। ଘରେ କ୍ଷୀରି ପୁରୀ ବୁଟ ତରକାରୀ, ସେମିଆ, ଲଛା ଇତ୍ୟାଦି ପ୍ରସ୍ତୁତ ହେବ। ସମସ୍ତଙ୍କ ପାଇଁ ନୂଆ ଲୁଗାପଟା କିଣା କିଣି କରି ଶାଶୁ ଶଶୁର ଦିଲ୍ଲୀ ଗଲେ, ସେଠାରେ ବାସନ୍ତିକା ନବରାତ୍ରି ରେ ସାମିଲ ହୋଇ ଦୁହେଁ ଆଦ୍ୟାକାତ୍ୟାୟନୀ ମନ୍ଦିରରେ ସୁଜି ହାଲୁଆ, ପୁରୀ, ଆଳୁଘାଣ୍ଟ ଇତ୍ୟାଦି ପ୍ରସାଦ ଖୁବ୍ ଭଲ ଲାଗୁଥିଲା ବୋଲି କହୁଥିଲେ। ଆଉ ଆଜି ଏଠାରେ ଘରେ ଏତେ ଲୋକଙ୍କ ଖିଆପିଆ ବୁଝାବୁଝି କରିବାକୁ ପଡ଼ିବ। ଲୋକ ଲାଗିଛନ୍ତି, ଅଟା ଚକଟା ଚାଲିଛି, ବୁଟ ବତୁରା ହେଇଛି, ସିମିଆ ଭଜା ପ୍ରସ୍ତୁତି ପାଇଁ କ୍ଷୀର ମଧ୍ୟ ଫୁଟିଛି, ତ ଦୁଇ ବୋହୁ ବ୍ୟସ୍ତ ହୋଇ ଏଘର ସେଘର ହୋଇ ତଦାରଖ କରୁଛନ୍ତି।

କାମବାଲୀ ମାଉସୀମାନେ ଅଟା ଚକଟିବା ଭିତରେ , ଛୋଟ ପିଲା ଦିଟା ସିପୁନ ଓ ପାପୁନ ଅଟା ଚକଟା ଗୁଳା କିଛି ନେଇ ସେଇଥିରେ ଲାଗିଛନ୍ତି କିଛି କରିଚାଲିଛନ୍ତି, ତ ଦୁଇ ବୋହୁ ଭାରି ଖୁସି, ପିଲା ଦୁଇଟା ସେଇ ଅଟା ଚକଟା ଖଳିରେ ବ୍ୟସ୍ତ ରହି ଭୁଲି ଯାଇଛନ୍ତି ମାଆ ମାନଙ୍କୁ ହଇରାଣ କରିବାକୁ। ସାନ ବୋହୁ ଯଦିଓ ପୁଅ ପାପୁନ ପାଇଁ ବ୍ୟସ୍ତ କିନ୍ତୁ ତା କଥା ଠିକ୍ ଠିକ୍ ବୁଝି ହେଉନି, ଗୋଟେ ଦିନର କଥା କହି ବଡବୋହୁ ବୁଝେଇ ଦେଇଛି ସାନ ଯା ଙ୍କୁ, କ୍ଷୀରି ପୁରୀ ଟିକେ ଖାଇ ପିଲାଦିଇଟା ଲାଗିଛନ୍ତି ଅଟା ଚକଟା ଖଳିରେ, ସିଆଡୁ ଶାଶୁ ଶଶୁର ଙ୍କ ଫୋନ, ସବୁ କାମ ଭିତରେ ପିଲାଙ୍କୁ ଅବହେଳା କରିବନି ତାଙ୍କ ଦେହ ଖରାପ ହେବ।

ବଡ ବୋହୁ ପିଲାଙ୍କ ହାତରୁ ଅଟା ଚକଟା ଛାଡେଇବାକୁ ଯାଇ ଚମକି ପଡ଼ିଲେ, ଅଟା ଖଳିରେ ଦୁଇ ଭାଇ କଣ କଣ ସବୁ ପ୍ରସ୍ତୁତ କରିବା ଭିତରେ, ଥିଲା ରାମ ଲକ୍ଷ୍ମଣ,ସୀତା, ହନୁମାନ ଙ୍କ ପରି ଦିଶୁଥିବା ମୂର୍ତ୍ତି ସହ ଶଙ୍ଖ ଚକ୍ର ଗଦା ପଦ୍ମ ଙ୍କ ଅଟା ମୂର୍ତ୍ତି, ଏସବୁ ଦେଖୁ ଦେଖୁ ବଡବୋହୁ ଡାକ ଛାଡୁଥିଲେ ସାନ ବୋହୂଙ୍କୁ, ଆଉ ତା ପରେ ପରେ ଦୁଇ ପୁଅ ମଧ୍ୟ, ଜଣେ ଗୋଦାମ ଓ ଜଣେ କଲ୍ୟାଣୀ ମଣ୍ଡପ ଛାଡି ଦଉଡ଼ି ଆସିଥିଲେ, ଜମା ହୋଇଯାଇଥିଲେ କର୍ମଚାରୀ ମାନଙ୍କ ସହ କେତେ ଦେଖେଣାହାରୀ। ସମସ୍ତେ ଚକିତ, ଏସବୁ କେମିତି ସମ୍ଭବ ହେଲା ବିଶ୍ୱାସ ଅବିଶ୍ବାସ ଭିତରେ କେବଳ ରାମ ସୀତାଙ୍କର ଅଭିଷେକ ଦୃଶ୍ୟର କ୍ୟାଲେଣ୍ଡର ଟିଏ ଉଡୁଥିଲା ପିଲାଦୁହିଁଙ୍କ ମୁଣ୍ଡଉପରେ, ତାକୁଦେଖି ଏସବୁ ଚମତ୍କାରିତା ମଧ୍ୟ ଅସମ୍ଭବ ଲାଗୁଥିଲା ପରିବାର ଓ ଅନ୍ୟାନ୍ୟ ସଦସ୍ୟଙ୍କୁ l

କଥା ଏ କାନରୁ ସେକାନ ହୋଇ ଘରେ ପ୍ରବଳ ଜନସମାଗମ, ସେମାନେ, ଲୋକଙ୍କୁ ଖାଇବାକୁ ଦେବେ କଣ, ତାଙ୍କ ଘରେ ଫଳମୂଳ ଭୋଗ, ନଡ଼ିଆ, କଦଳୀ, ସେଓ, ଅଙ୍ଗୁର ଭରପୂର, ଶାଶୁ ଶଶୁର ପିଲା ଦୁହିଁଙ୍କ ସୁରକ୍ଷା ପାଇଁ ପୋଲିସ ସହାୟତା ନେବାକୁ କହୁଥିଲା ବେଳେ ଫ୍ଲାଇଟି ରେ ଫେରୁଛୁ କହୁଥିଲେ, ଏଣେ ଲୋକମାନେ ପିଲା ଦୁହିଁଙ୍କୁ ରାମ ଲକ୍ଷଣ କହି ହୋ ହାଲ୍ଲା କରିବା ଭିତରେ ଲୋକଙ୍କୁ ପୁରୀ କ୍ଷୀରି ବୁନ୍ଦିଆ ଦିଆଯାଉଥିଲା, ସେହି ଭକ୍ତ ମଣ୍ଡଳୀ ଭିତରେ କାର୍ଯ୍ୟ ଠିକ୍ ଠିକ୍ ସୁଚାରୁ ରୂପେ ହୋଇଯାଉଥିବା ଦୃଶ୍ୟରେ ପରିବାର ଆନନ୍ଦିତ ହେଉଥିଲେ ମଧ୍ୟ ଭିଡ ଆୟତ୍ତ ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ।

ଦିଲ୍ଲୀ ରୁ ଦୁଇଘଣ୍ଟା ପରେ ଭୁବନେଶ୍ବର ରେ ପହଞ୍ଚି ଜେଜେ ଜେଜେମା ଆସି ପହଁଚିଲାବେଳକୁ ଅଟା ଚକଟା ରେ ପିଲା ଦୁହିଁଙ୍କ ଦ୍ଵାରା ପ୍ରସ୍ତୁତ ରାମ ଲକ୍ଷଣ ସୀତା ହନୁମାନଙ୍କ ମୂର୍ତ୍ତି ଗୁଡ଼ିକ ସହ ଶଙ୍ଖ ଚକ୍ର ଗଦା ପଦ୍ମ ଗୁଡ଼ିକ ମଉଳିବା ବଦଳରେ ସତେଜ ଦିଶୁଥିଲା, ସେସବୁ ପ୍ରତି ଧ୍ୟାନ ନଦେଇ ସିପୁନ ଓ ପାପୂନଙ୍କ ପାଖକୁ କ୍ଷୀର ଗ୍ଲାସ ନେଇ, ଭିଡ଼ ଠେଲି ଯିବାକୁ ଚେଷ୍ଟା କରି ସଫଳ ହେବାକୁ ଉଦ୍ୟମ ଜାରି ରଖିବା ବେଳେ ପୋଲିସ ସହାୟତା ନିତ୍ୟାନ୍ତ ଆବଶ୍ୟକ ହେଉଥିଲା ଜେଜେ ଓ ଜେଜେମାଙ୍କୁ। ପରିବାର ଲୋକ ମାଇକ ଲଗାଇ ରାମଧୁନ କରି ଲୋକଙ୍କୁ ବସିଯିବାକୁ ଅନୁରୋଧ କରିବା ପ୍ରଚେଷ୍ଟା ଜାରି ରଖିଥିଲେ l ଆସ୍ତେ ଆସ୍ତେ ଅଟା ଚକଟାରେ ପ୍ରସ୍ତୁତ ଅବୟବ ଗୁଡ଼ିକ ମଳିନ ପଡ଼ିଆସୁଥିଲା, ତ ଲୋକଙ୍କୁ ମୂର୍ତ୍ତି ଗୁଡିକ ହସ୍ତାନ୍ତର କରି ଉଦଯାପନ କରିବା ପ୍ରୟାସ ସଫଳ ପର୍ଯ୍ୟାୟ ରେ ସିପୁନ ଓ ପାପୂନ ମୁକ୍ତ ହେଉ ହେଉ, ଜେଜେ ଓ ଜେଜେମା ଦଉଡ଼ିଯାଇ ଦୁହିଁଙ୍କୁ ଆଉଁସି ପଣତ ଘୋଡେ଼ଇ ପକାଇ ହେ ରାମ ରକ୍ଷାକର ମୋ ରାମଶିଳ୍ପୀ ଦୁହିଁଙ୍କୁ ପ୍ରଭୁ କହୁଥିଲେ ।


Rate this content
Log in

Similar oriya story from Abstract