ଅତୃପ୍ତ ଡାଇକ୍
ଅତୃପ୍ତ ଡାଇକ୍
ଅତୃପ୍ତ ଡାଇକ୍
ଏଥର ଗ୍ରୀଷ୍ମ ଦିନର ଅବସର କାଟିବାକୁ କହିଁକି କେଜାଣି ଡାଇକ୍ କଥା ମନେ ପଡିଲା l ଛୋଟ ବେଳେ କେବେ ଗୋଟେ ଯାଇଥିଲି,
ଯାହାହେଉ ମୋ କଥାରେ ମୋ ଷ୍ଟାଫ ମିଶ୍ର ବାବୁ, ମହାନ୍ତି ବାବୁ ଦାସ ବାବୁ ହଁ ଭରିଲେ l ଏଣୁ ଡାଇକ ପରିଦର୍ଶନ ପାଇଁ ଫାଇନାଲ ପ୍ଲାନ ହେଇଗଲା l 28 ମେ 2018 ରେ ଆମର ଏସ୍କରସନ ଟୋର ଆରମ୍ଭ ହେଇଗଲା l
ହିରାଖୁଦ ଡ୍ୟାମ ର ଦକ୍ଷିଣ ପାର୍ଶ୍ୱ ଆସିଲେ ଏକ ବନ୍ଧ ପଡେ ଯେଉଁଟା ଦେବ୍ରୀଗଡ଼ କୁ ଜ଼ିରୋ ପଏଣ୍ଟ କୁ ରାସ୍ତା ଥାଏ l ସେଇ ଜଳାଶୟ ର ବେଳାଭୂମି କୁ କେହି କେହି ଡାଇକ୍ ବି କହନ୍ତି l ପିକନିକ ସ୍ପଟ ଭାବରେ ପ୍ରସିଦ୍ଧ ଡାଇକ୍ ର ଶୋଭା ଅପୂର୍ବ ମନୋହର ଓ ମନମୁଗ୍ଧକର l ଜ୍ୟୋତ୍ସ୍ନା ବିଧୌତ ରାତ୍ରିରେ ତ ଶୋଭା ଶହେ ଗୁଣିତ ହେଇଯାଏ l କେତେ ଯେ ପ୍ରେମୀଯୁଗଳ ଆଙ୍କିଦେଇଥାନ୍ତି ସ୍ବପ୍ନ ର କାହାଣୀ, ତ କେତେବେଳେ ମାଦକତା ର ତଳେ ତଳେ ରଚିଦିଅନ୍ତି ମଧୁଶାଳା ର ବେଳାଭୂମି ସେଇ ଡାଇକ୍ କୁଳ ରେ l
ଆମେ ଠିକ ସକାଳୁ ସକାଳୁ ପହଂଚିଲୁ l ସୂର୍ଯ୍ୟଉଦୟ ହେଉଥାନ୍ତି ତପନ ର ବାଳ କିରଣ ଡାଇକ ଜଳାଶୟ ଉପରେ ସୃଷ୍ଟି କରୁଥିଲା ସ୍ୱର୍ଣ୍ଣିମ ଆସ୍ତରଣ , ମୁଁ ତ ବିଭୋର ହେଇ ଉଠିଥିଲି ଅନ୍ୟ ଷ୍ଟାଫ ମାନେ ପ୍ରକୃତି ର ଏ ସୌନ୍ଦର୍ଯ୍ୟ କୁ ନିଜ ଡିଜିଟାଲ ଦୁନିଆ ରେ ତୋଳିବା ପାଇଁ ବ୍ୟସ୍ତ ରହୁଥିଲେ l ଆମେ କିଛି ସମୟ ବୁଲା ବୁଲି କରି ଆଣିଥିବା ଟିଫିନ ଖାଇନେଲୁ l ତାପରେ ଆମେ ଦେବ୍ରୀଗଡ଼ ଅଭିମୁଖେ ବାହାରିଲୁ l ଆମେ ଡାଇକ୍ ପାଖରରେ ଗୋଟେ ଡ଼ାକବଙ୍ଗଳା ବୂକ କରିଦେଇଥିଲୁ l ଆମର ପ୍ଲାନ ଥିଲା ଦେବ୍ରୀଗଡ଼ ରୁ ଫେରି ସନ୍ଧ୍ୟା ଟା ଡାଇକ୍ ରେ କଟେଇବା l
ସେଇ ଅନୁସାରେ ଦିନ ଯାକ ଦେବ୍ରୀଗଡ଼ ର ଭରପୁର ମଜା ଉଠେଇଲୁ, ଦେବ୍ରିଗଡ ପ୍ରାକୃତିକ ପରିବେଶ ଦିବ୍ୟ ମନୋହର ଥିଲା ତା ସାଙ୍ଗକୁ ଖୋଲା ରେ ଭ୍ରମଣ କରୁଥିବା ବନ୍ୟଜନ୍ତୁ l ଓଃ ମଜା ଆସିଗଲା l ଆମେ ଠିକ ପାଞ୍ଚ ଟା ପାଖା ପାଖି ଡାଇକ ଡ଼ାକବଙ୍ଗଳା ପହଂଚିଲୁ l ଡ଼ାକବଙ୍ଗଳା ରେ ଟିକେ ଟିକେ ରେଷ୍ଟ ନେଇ ଆମେ ସାତ କି ସାଢେ ସାତ ରେ ଡାଇକ ବେଳାଭୂମି ଗଲୁ l ଅନ୍ୟ ସାଙ୍ଗ ମାନେ ସବୁ ଟାୟାର୍ଡ଼ ହେଇଯାଇଥିଲେ, ଏଣୁ ଆମେ ଦାଶ ବାବୁ, ମିଶ୍ର ବାବୁ ଆଉ ମୁଁ ଗଲୁ କିଛି ସ୍ନାକ୍ସ ନେଇ l
ଝାପ୍ସା ଝାପ୍ସା ଜହ୍ନ ଆଲୁଅ, ସୁଲୁସୁଲୁ ଶୀତଳ ପବନ, କୁଳ ରେ ମାଛ ମାନଙ୍କ ଖେଳ, ପଥରେ ରେ ତରଙ୍ଗ ପିଟିହେଇ କଳ କଳ ନିନାଦ, ସତେ ଏକ ମଧୁ ଝଙ୍କାର l ଓଃ କି ମତୁଆଲା ବାତାବରଣ l ବିପରୀତ ପାର୍ଶ୍ୱ ରେ ଥିବା ଜଙ୍ଗଲ ର ସୁଉଁ ସୁଉଁ ପବନ ମତୁଆଲା କୁ ଆହୁରି ଦ୍ୱିଗୁଣିତ କରୁଥିଲା l ଆମେ ବସିକି ବାଦାମ ପକୋଡା ଖାଉଥିଲୁ, ଡାଇକର ବେଶ ମଜା ନେଉଥିଲୁ, ଆଖ ପାଖରେ ବି ପ୍ରେମୀ ଯୁଗଳ ଠୁଁ ଆରମ୍ଭ କରି ଆଉ କେତେ ଫ୍ୟାମିଲି ବି ଭିଡ ଜମିଥାଏ l
ଆମେ ଏତେ ମଜି ଯାଇଥିଲୁ, ଏହା ଭିତରେ ଦଶଟା ବାଜିଗଲାଣି ଜଣା ପଡୁନି l ଆଖ ପାଖରେ କାଁ ଭାଁ ଦେଖାଯାଉଛନ୍ତି l
"ଆରେ ଚାଲ ଚାଲ ଫେରିଯିବା ଡ଼ାକବଙ୍ଗଳା କୁ ବହୁତ ରାତି ହେଲାଣି l"
'ହଁ ମ ଦାଶ ବାବୁ ଏମିତି ଅଫିସ ରେ କେତେ ଯେ ରାତି ଅନିଦ୍ରା ହେଇଛୁ ତାର ହିସାବ ନାହିଁ, ଆଜି ଗୋଟେ ଏତେ ଭଲ ଚାନ୍ସ କୁ ଆଉ ଟିକେ ଉପଭୋଗ କରିନେବା l"
ହଟାତ ଏକ ବିକଟାଳ ସ୍ବର ସୁଭିଆସିଲା, ତା ସହ ଗୋଟେ କରୁଣ କ୍ରନ୍ଦନ l ସତେ ବିଚିତ୍ର ଥିଲା ଏ ସ୍ୱର l
"ଦାଶ ବାବୁ ଦେଖିଲେ ସେଠି ଦୁଇ ଜଣ ବସିଲା ପରି ଲାଗୁଛନ୍ତି, ଆଉ ଏ ସ୍ବର ସେଇଠୁ ଆସୁଛି l"
"ନା ନା ବେହେରା ବୁ ଚାଲନ୍ତୁ ଚାଲନ୍ତୁ, ବହୁତ ଡର ଲାଗିଲାନି, ତାପରେ ବାହାର ଯାଗା ରିସ୍କ ନେବା ଠିକ ନୁହଁ ଚାଲନ୍ତୁ ଚାଲନ୍ତୁ l"
ଆମେ ଡ଼ାକବଙ୍ଗଳା କୁ ପଳେଇଆସଲୁ, କିନ୍ତୁ ମୋ ମନ ସେଇ ବିକଟାଳ କ୍ରନ୍ଦନ ସ୍ବର ଉପରେ l ରାତିରେ ମୋର ଆଉ ନିଦ ହେଲାନି l ରାତି ପ୍ରାୟ ବାରଟା ମୁଁ ଡାକବଙ୍ଗଳା ର ଛାତ ଉପରକୁ ଯାଇ ଡାଇକ ଆଡେ ମୁହଁ କରିଥାଏ, ହଟାତ ପୁନି ସେଇ କ୍ରନ୍ଦନ ସ୍ବର, ସତେ ଭରି ରହିଥିଲା ଏକ ଆବେଗ, ଏକ ଅତୃପ୍ତ କାହାଣୀ l
ମୁଁ ଆଉ ଟିକେ ଭଲକି ନିରକ୍ଷଣ କଲି ଯାହା ଦେଖିଲି ମୋ ଛାତି ଥରିଗଲା l
ଗୋଟେ ଝିଅ ଡାଇକ ର ସେ ତାର ଖୁଣ୍ଟି ଉପରେ ବସିଥାଏ ଆଉ କାନ୍ଦୁ ଥାଏ, ଆଉ ଜଣେ ସ୍ପଷ୍ଟ ତ ଦିଶୁନଥିଲା କିନ୍ତୁ ଗୋଟେ ବୁଢ଼ା ଟା ବୋଧେ କଣ ଗୋଟେ ଧରି ଖୁବ ଜୋର ରେ ଚିତ୍କାର କରୁଥିଲା l
ମୋ ଆଖି ବନ୍ଦ ହେଇଯାଉଥାଏ l ହଟାତ ପଛ ପଟରୁ ମୋ କାନ୍ଧ ଉପରେ କିଏ ଜଣେ ହାତ ରଖିଦେଲା l ମୁଁ ଚମକି ପଡି ପଛକୁ ଚାହିଁଲି l
" କଣ ଦେଖୁଛନ୍ତି ବାବୁ "
ମଉସା "ଏସବୁ କଣ ଏ ଚିତ୍କାର କ୍ରନ୍ଦନ......
ସେ ଏକ ଲୋମ ହର୍ଷକ କାହାଣୀ ବାବୁ, ଯଦି ଶୁଣିବାକୁ ଇଛା କରିଛନ୍ତି ତାହେଲେ ଶୁଣନ୍ତୁ..
""ବାଇଧର ଦଳେଇ l ବୟସ ପାଖାପାଖି ପଂଚାବନ l ପରିବାର କହିଲେ, ତା ସ୍ତ୍ରୀ ବିମଳା, ଦୁଇ ବଢିଲା ଝିଅ ଶାନ୍ତିଲତା, ସୁପ୍ରିୟା l ଆଉ ଜଣେ ପୁଅ ମାନସ, ଗୋଆ ରେ ଗୋଟେ କମ୍ପାନୀ ରେ କାମ କରେ l ହେଲେ ବାପା ମା ଙ୍କୁ ଏତେ ଅନାଏନି l ବାଇଧର ଏଇ ବୟସ ରେ ବି କାମ କରିବାକୁ ବାହାରି ପଡେ l ବେଉସା ହେଲା ଡାଇକ କୂଳରେ ମାଛ ଧରିବା, ସକାଳୁ ସାତ ଟାରେ ବାହାରିଯାଏ ମାଛ ଧରି ବା ଲାଗି ଯାହା କିଛି ଧରେ ଟାକୁ ମାର୍କେଟ ରେ ବିକ୍ରି କରି ଯାହା କିଛି ପାଏ ପରିବାର ଭଲ ରେ ନହେଲେ ବି ଚଳିଯାଏ l ତଭିତରେ ସାନ ଝିଅ ର ପାଠପଢା ପାଇଁ ବି ପଇସା ସଂଚୟ କରି ରଖିଥାଏ l ବିମଳା କୁ କିଛି ବି କେବେ ଆଣିଦେଇପାରିନି ବୋଲି ତାକୁ ସୁନା ହାର ଟେ ଆଣିଦେଵ ବୋଲି l
ଏକ ପ୍ରକାର ଡାଇକ କୁଳ ମା ବାପା ହେଇଯାଇଥିଲା, ବାଇଧର ଙ୍କର l ସେଇ କୁଳ ରେ ସେ ସ୍ବପ୍ନ ଦେଖେ ତାର ସଂସାର l ବହୁତ ମାଛ ଧରିବି, ବହୁତ ପଇସା କମେଇବି, ବଡ ଝିଅ ବାହାଘର କରିବି, ସାନ ଝିଅ କୁ ପାଠ ପଢ଼େଇବି, ସହେବାଣି କରେଇବି l
ଏବେ ବାଇଧର ଉପରଓଳି ବି ପଳେଇ ଆସୁଛି ମାଛ ଧରିବା ପାଇଁ
ବେଶୀ ରୋଜଗାର କରିବା ଲକ୍ଷ ରେ l ଖାତିର ନାହିଁ ଦେହ ପା ର l
ଆଖି ଆଗରେ ତା ପରିବାର ର ଖୁସି l କେବେ କେବେ ବର୍ଷା ହେଇଗଲେ ବି ମାଛ କମ ପଡେ lସେଦିନ ମନ ଦୁଃଖରେ ଫେରେ l
ସେଦିନ ର ଘଟଣା କିଛି ବାବୁ ମାନେ ଡାଇକ କୁଳ ରେ ବସି ମୃଦୁ ପାନୀୟ ତାଳେ ତାଳେ ଝୁମୁ ଥିଲେ l
" ଏ ମାଛଵାଲା କଣ ମାଛ ଅଛି, ଆଜ୍ଞା ଚିଙ୍ଗୁଡ଼ି, ପୋହଳା ତାଉଡ଼ା ଅଛି l"
"ଗୋଟେ କାମ କର ଏ ସବୁ କୁ ଫ୍ରାୟ କରି ଆମକୁ ଦେ, ହଜାରେ ଟଙ୍କା ଦେବୁ l ଆମର ପିଇବା ଟା ଆହୁରି ମସ୍ତ ହେଇଯିବ l''
ସଂଗେ ସଂଗେ ଆଞ୍ଚ ମସଲା କଢେଇ ଆଣି ବାବୁ ମାନଙ୍କୁ ପରସି ଦେଲା ଗରମା ଗରମ ଫିସ ଫ୍ରାୟ, ବାବୁ ମାନେ ଖୁସି ହେଇଗଲେ ଆଉ ଶେଷରେ ବାଇଧର କୁ ଦୁଇହଜାର ଟଙ୍କା ଦେଇ ଚାଲିଗଲେ l
ଆଜି ପର୍ଯ୍ୟନ୍ତ ଏତେ ରୋଜଗାର କେବେ କରି ନଥିଲା l
ସ୍ବପ୍ନ ତାର ବଢିଚାଲିଲା, ରୋଜଗାର ବି ବଢିଚାଲିଲା l ଏଣିକି ସିଏ ମାଛ ମାର୍କେଟ ରେ ସକାଳୁ ବିକିଲା, ଉପରଓଳି ସବୁଦିନେ ଏମିତି ମଦ୍ୟପ ବାବୁ ଭାଇ ମାନେ ମିଳିଗଲେ ତାଙ୍କୁ ଗରମା ଗରମ ମାଛ ଫ୍ରାୟ ପରସି ବହୁତ ରୋଜଗାର କଲା l
ଏମିତି ସମୟ ବିତିଯାଉଥାଏ l ଏହା ଭିତରେ ବହୁତ ଟଙ୍କା ବି ରୋଜଗାର ହେଇଗଲାଣି l ଗୋଟେ ଭଲ ପକା ଘର ତିଆରି କରିବା ପାଇଁ ବି ବାଇଧର ଷ୍ଟାର୍ଟ କରିଦେଇଥାଏ l
" ଶୁଣ ଘର ତିଆରି ଟା ଶୀଘ୍ର ସରିଲେ ଶାନ୍ତି ର ବାହାଘର ଟା କରିଦେବା, ଆଉ ପୁଣି ସୁପ୍ରିୟା ର କଲେଜ ଲେଖା l
ପୁଅ ର ବି ମନ ପରିବର୍ତନ ହେଇଯିବ ଦେଖିବ l ସିଏ ଭାବୁଥିବ ନା ଗରିବ ବାପ ମା ସମ୍ପର୍କ ରଖିଲେ ପଇସା ଗଣିବାକୁ ପଡିବ l ଦେଖିବ ନୂଆ ଘର ହେଇଗଲେ, ଶାନ୍ତି ବାହାଘର ସରିଲେ ଆଉ ଆମ ସୁପି ସହେବାନି ହେଇଗଲେ ବଳେ ଫେରିଆସିବନି l"
" ଛାଡ ବିମଳା ଯିଏ ଯାଇଛି ତା ଫେରିବା ବାଟକୁ ଅନାଓନି, ଆମେ ଆମର କର୍ତ୍ତବ୍ୟ କରିଚାଲିବା, ଯିଏ ଫେରିବାର ଅଛି ଫେରିବ l ଏ ହାତରେ ପାଦରେ ବଳ ଥିବା ଯାଏ କାମ କରିଚାଲିବା l "
ଦିନ ପରେ ଦିନ ଗଡିଚାଲିଲା , ବାଇଧର ଙ୍କ ରୋଜଗାର ବଢ଼ିବାରେ ଲାଗିଲା, ଏହା ଭିତରେ ତାଙ୍କର ଟିକେ ଲୋଭ ବି ବଢ଼ିଯାଇଥାଏ, ରାତି 9 ତା 10 ଟା ଯାଏ ବି ଦିନେ ଦିନେ ଡାଇକ ପାଖରେ ରହିଯାଉଛି l ଫ୍ରେସ ମାଛ ଧରୁଛି ଆଉ ବାବୁ ବାବୁଆଣୀ ମାନଙ୍କୁ ପରଷୁଛି l ଭଲ ପଇସା ବି ଆସୁଛି , ଏହା ଭିତରେ ସେ ଗୋଟେ ଛୋଟ ଟେଣ୍ଟ ବି କରିଦେଇଥାଏ, ଚୁଲି କଢେଇ ମସଲା ରଖିଥାଏ ଆଉ ଗେଷ୍ଟ ମାନଙ୍କୁ ଗରମ ଗରମ ପରଷୁଥାଏ l
ସବୁଦିନ ସମାନ ଯାଏ ନାହିଁ l
ସେଦିନ ପୁର୍ଣିମା ଜହ୍ନ ରାତି l ମଦ୍ୟପ ମାନଙ୍କର ଆଡା ଜମିଥାଏ l ସେଦିନ ବାଇଧର ବହୁତ ଚିଙ୍ଗୁଡ଼ି ଆଉ ରୋହିମାଛ ଆସୁଥାଏ l ଜବରଦସ୍ତ ବେପାର ଚାଲୁଥାଏ l ପାଖାପାଖି ଦୁଇ ତିନି ହଜାର ରୋଜଗାର ହେଇସାରିଲାଣି l ରାତି ଏଗାର ଟା ହେଲାଣି, ତଥାପି ଥକି ନ ପଡ଼ି ପରସି ଚାଲିଥାଏ ତା ହାତର ଯାଦୁ l
ହଟାତ କିଛି ବ୍ୟକ୍ତି ଆସିଲେ, ଚାରି ପାଞ୍ଚ ଜଣ ହେବେ l କାର ଟି ଟିକେ ଦୂରରେ ରଖିଲେ l
" ଏ ବୁଢା ଯାହା ଅଛି ଫ୍ରାୟ କରି ଶୀଘ୍ର ଦେ l ବାଇଧର ବି ଦେଇଚାଲିଲା ଫ୍ରେସ ମାଛ ଫ୍ରାୟ, ମସଲା ଫିସ l ପିଇ ଚାଲିଥାନ୍ତି, ଅସାମାଜିକ କଥା ବି ଗାପିଚଳିଥାନ୍ତି l ବାଇଧର କୁ କିଛି ଠିକ ଲାଗିଲାନି.l"
"ବାବୁ ମୋ ର ଆଠସହ ଟଙ୍କା ହେଲାଣି, ଦେଇଦିଅ ମୁଁ ଘରକୁ ଫେରିବି l ମୋ ସ୍ତ୍ରୀ ଝିଅ ମୋତେ ଅପେକ୍ଷା କରିଥିବେ l"
"ଆବେ ବୁଢା ତ ଝିଅ ଆମ ପଞ୍ଜୁରୀ ର ଖେଳନା, ତୋ ସ୍ତ୍ରୀ କୁ ଖୁଣ୍ଟ ରେ ବାନ୍ଧିଦେଇଆସିଛୁ l ଆମକୁ ଏମିତି ଚିଙ୍ଗୁଡ଼ି ଖୁଏଇ ଚାଲ ଯଦି ତୋ ଝିଅ ର ଜୀବନ ଚାହୁଁ l"
ଆରେ ଏ ତ ଭୟଙ୍କର ଲୋକ, ହେଲେ ମଦ ନିଶା ରେ ଇଆଡୁ ସିଆଡୁ କହୁଛନ୍ତି ଭାବି ବାଇଧର କିଛି ଗୁରୁତ୍ୱ ଦେଲାନି l
ଏହାଭିତରେ ବାଇଧର ତା ଜିନିଷ ଗୁଚ୍ଛା ଗୁଛି କରି ଘରକୁ ଯିବାକୁ ଉଦ୍ୟତ ହେଉଥାଏ l
ଆରେ ଏ ଲୋକ ମାନେ କୁଆଡେ ଗଲେ l ହଟାତ ବୁଢା ର ନଜର ପଡିଲା ଦୂରରେ କାର ରେ କାହାକୁ ଗୋଟେ ଟଣା ଓଟରା କରୁଛନ୍ତି l ଗୋଟେ ନାରୀ ର ଚିତ୍କାର ଶୁଭୁଛି l ସାହାସୀ ବାଇଧର କାଳବିଳମ୍ବ ନ କରି ପାଖକୁ ଗଲେ l
" ହୋ ବାବୁ ମୋ ପଇସା ଦିଅ, ମୁଁ ମୋର ଯାଏ, ତାପରେ ଯାହା ଲଫଡାମି କରୁଛ କର l ମୁଁ ପୋଲିସ ଡାକୁଛି ତମ ମଜା ବାହାର କରିଦେବେ l"
" ବାପା...........ରକ୍ଷା କର, ତମେ ଫେରିବାରେ ଲେଟ କରିବାରୁ ମା ଆଉ ମୁଁ ଅସୁଥିଲୁ ତମର କଣ ଅସୁବିଧା ହେଲା ଭାବି...... ହେଲେ ଏଇ ଏଇ ନର ରାକ୍ଷସ ଗୁଡା ମା କୁ ଗୋଟେ ଗଛରେ ବାନ୍ଧି ଦେଇଛନ୍ତି, ଆଉ ମୋତେ..... ବଞ୍ଚାଓ ବାପା.. ବଞ୍ଚାଓ l"
"ସୁପି " !!!!!!!
ବାଇଧର ନିଜର କ୍ରୋଧ ଆଉ ରକ୍ତ ର ଉଷ୍ମତା କୁ ରୋକି ପାରିଲେନି, ସେ ଦୌଡ଼ି ଗଲେ ତାର ଟେଣ୍ଟ କୁ ଆଉ କାଢ଼ିଆଣିଲେ ତା ଜୀବିକା ସାଜିଥିବା ଜାଲ, ପାନଖି ଆଉ ଛୁରୀ l
ଦୌଡ଼ି ଯାଇଛନ୍ତି ସେଇ କାର ପାଖକୁ, ଆଖି ଆଗରେ ଯାହା ଦେଖିଲେ ଆଉ ନିଜକୁ ରୋକି ପାରିଲେନି ବାଇଧର l
ଧୃତ ନରରାକ୍ଷସ ଝୁଣି ଝୁଣି ଖାଇ ଚାଲିଛନ୍ତି ତାର ଟିକି ଝିଅ ସୁପି କୁ, ଚିତ୍କାର ରେ ଗଗନ ପବନ କମ୍ପି ଉଠୁଛି l
ସବୁ ଧର୍ଯ୍ୟ ର ବନ୍ଧ ଭାଙ୍ଗି ଉଠିଛି ବାଇଧର , ଯେଉଁ ଜାଲ ରେ ହଜାର ହାଜର ମାଛ କାବୁ କରୁଥିଲା, ଆଜି ସେଇ ଜାଲ ନିକ୍ଷେପ କଲା ସେଇ ପିଶାଚ ଉପରକୁ ଯେଉଁ ମାନେ ନିଷ୍ପାପ ଝିଅ ଟାକୁ ଝୁଣି ଚାଲିଥିଲେ l ଆଉ ତାପରେ ପାଣିଖି ଆଉ ଛୁରୀ ରେ ଆଖିବୁଜା ହାଣି ଚାଲିଲା l"
ସୁପି ତୁ ପଳା ମା ତୁ ଦୌଡ଼ି ପଳା ମୁଁ ଏମାନଙ୍କ କଥା ବୁଝୁଛି l"
ସେତେବେଳେ କିନ୍ତୁ ସୁପ୍ରିୟା ରକ୍ତ ଜୁଡୁବୁଡୁ ହେଉଥିଲା l ପାଶବିକ ଅତ୍ୟାଚାର ଏତେ ମାତ୍ର ରେ ହେଇଯାଇଥିଲା ସେ ଆଉ ଉଠି ପାରୁନଥିଲା l ତିନି ଜଣକୁ ଗୁରୁତର ଭାବେ ଆଘାତ କଲା ପରେ ବାଇଧର ଝିଅ କୁ କାନ୍ଧ ରେ ପକେଇ ଜୋର ସେ ଦୌଡ଼ି ବାକୁ ଲାଗିଲା, କିନ୍ତୁ ହଟାତ ଏକ ଶକ୍ତ ଧକା ରେ ବାଇଧର ତଳେ ପଡିଗଲା, ତାପରେ ଏକ ଶକ୍ତ କୁଦା ମାରି କେହି ଜଣେ ପଛରୁ ପଥର ରେ ଛେଚି ଦେଲା ବାଇଧର ମୁଣ୍ଡ କୁ, ତାପରେ ପୁଣି ସୁପ୍ରିୟା ଉପରେ ଝାମ୍ପିପଡି ଖିନ ଭାବରେ ଅତ୍ୟାଚାର କରିଚାଲିଲା, ରକ୍ତରେ ଜୁଡୁବୁଡୁ ହେଉଥିବା ବାଇଧର, ପନିଖି ରେ ହାଣି ବାକୁ ଉଦ୍ୟତ ହେଉଥିଲା ବେଳେ ରାକ୍ଷସ ଟି ସେଇ ପନିଖି ରେ ବାଇଧର କୁ ହାଣିଦେଲା ଆଉ ତା ସଂଗେ ସଂଗେ ତା ଝିଅ ସୁପି କୁ ବି l
ବାସ ତାପରେ ସବୁ ଶେଷ.............................
ଜ୍ୟୋତ୍ସ୍ନା ରାତିରେ ରକ୍ତ ରଂଜିତ ହେଇଗଲା ଡାଇକ କୁଳ ର ମାଟି ଭିଜିଗଲା ତାର ପୁଅ ର ରକ୍ତ ରେ....
ଲୋଟି ପଡିରହିଥିଲା ବାପା ଝିଅ ର ଶବ.... ତାସହ ତିନିଟା ନର ରାକ୍ଷସ ର ବି...
ଯେଉଁ ଡାଇକ କୁଳ ଟା ନିଜର ଜୀବିକା ର ବାପା ମା ପାଲଟି ଯାଇଥିବା ସେଇ ମା କୋଳ ରେ ଚିର ଦିନ ଆଖି ବୁଜିଦେଲା ବାଇଧର l ଆଉ ତା ସଂଗେ ସଂଗେ ହଜି ଯାଇଥିଲା ତାର ସ୍ବପ୍ନ, ଆଉ ଭାଙ୍ଗି ଯାଇଥିଲା ସ୍ବପ୍ନ ର ସୌଧ l
ବାସ ତାପର ଠାରୁ ଆଉ ଡାଇକ ରେ କେବେ ଭିଡ ଜମେନି l କି ବାଇଧର ର ସୁଆଦିଆ ମାଛ ମସଲା ମାଛ ଫ୍ରାୟ ବି ମିଳିନି..
ଯେ କେହି ବି ବୁଲନ୍ତି ରାତି ଦଶ ପରେ ପ୍ରାୟ ଆଉ କେହି ରହନ୍ତିନି l
ଖାଲି ରାତ୍ରି ହେଲେ କିଛି କରୁଣ କ୍ରନ୍ଦନ ସ୍ୱର ଆଉ କିଛି ବିକଟାଳ ଚିତ୍କାର ଭାସିଆସେ ଦିଗବଳୟ ରୁ.......
ଆଉ ପ୍ରତେକ ପୁର୍ଣିମା ରାତିରେ ବାଇଧର ଆଉ ତା ଝିଅ ଦେଖା ଦିଅନ୍ତି ଏକ ଅତୃପ୍ତ ଅଶରିରୀ ହୋଇ l "
ମୁଁ ଏକଦମ ନିଶ୍ଚଳ ହେଇଯାଇଥାଏ, ଛାତି ଭିତରୁ ହୃତପିଣ୍ଡ ସତେ ନିରବ ହେଇଯାଇଥିଲା l ଆଖିରୁ କିଛି ଲୁହ ଅଜାଣତରେ ବୋହି ଆସିଥିଲା ଓଠ ପାଖକୁ ସେଇ ଅତୃପ୍ତ ଆତ୍ମା ଉଦ୍ଦେଶ୍ୟ ରେ l

