STORYMIRROR

Kalpana Kumari Pradhan

Tragedy

3  

Kalpana Kumari Pradhan

Tragedy

ଅତୃପ୍ତ ଚିତ୍ରସେନ

ଅତୃପ୍ତ ଚିତ୍ରସେନ

3 mins
288

  ସକାଳୁ ସକାଳୁ ଚିତ୍ରା ଆସି ଧନଞ୍ଜୟ ଙ୍କୁ, ବାପା ଆଜି ମୋ ସାଙ୍ଗ ଗାଆଁ ଲାବନ୍ୟପୁର ଯିବା l ଆମ ସୁନ୍ଦର ନଗରଠୁଁ ମାତ୍ର ପନ୍ଦର କି. ମି ହେବ l ପ୍ରଥମେ ସେ ରାଜି ନଥିଲେ ପରେ ଝିଅର ଅଳି ଆଗରେ ହଁ ଭରିଲେ l କାରଣ ତାର ପିଲାଦିନର ସାଙ୍ଗ ରେସ୍ମାର ବାହାଘର l

  ସବୁଦିନର ସଜ କି ବାକି ଥିଲା l ସ୍ୱର୍ଗର ଅପ୍ସରୀ ବି ଲାଜେଇ ଯିବ ତା ରୂପ ଦେଖି ଏପରି ସାଜସଜା ଥିଲା ସେ ଦିନ ଚିତ୍ରାର l ବାଇକ ଯୋଗେ ବାହାରିଲେ ବାପ ଝିଅ l ବହୁତ ଦିନ ପରେ ସେ କୁଆଡେ ବାହାରକୁ ଯାଉଥିଲା, ସେ ପୁଣି ଗାଆଁକୁ l ରାସ୍ତାର ଦୁଇ ପାର୍ଶ୍ଵରେ ସୁଦୀର୍ଘ ସବୁଜ ଶସ୍ୟ ଶ୍ୟାମଳା କ୍ଷେତ l ମଝିରେ ମଝିରେ ଝଙ୍କାଳିଆ ବୃକ୍ଷ ରାଜି l ନିର୍ମଳ ଗଗନେ ପୁଣି କେତେ ରଙ୍ଗବେରଙ୍ଗର ବିହଙ୍ଗ ଡେଣା ଝାଡି କୁହୁନାଦ କରି ମନୋରଞ୍ଜନ କରୁଥିଲେ ତାର l ସେ ଅନୁଭବ କରୁଥିଲା ଏକ ମୁକ୍ତ ବାତାବରଣ ଯାହା ତା ପାଇଁ ସ୍ବପ୍ନ ଥିଲା ସହର କୋଳାହଳ ପୂର୍ଣ୍ଣ ଜୀବନଠୁଁ l ଯଥାରୀତି ସେଠାରେ ପହଞ୍ଚିଚିଲା ଚିତ୍ରା, ସାଙ୍ଗର ବାହାଘର ମଜାମଜ୍ଜିଲିସ ଆସର ଜମିଲା l ଦିନର ଅବସାନ ସନ୍ଧ୍ୟା ଆଗତ ପ୍ରାୟ ସାଙ୍ଗଠୁଁ ମେଲାଣି ମାଗି ଦୁହେଁ ବାହାରିଲେ ସୁନ୍ଦର ନଗର ଅଭିମୁଖେ l ଅଳ୍ପ ଦୂର ଆସିଛନ୍ତି କି ନାହିଁ ନିର୍ମଳ ଆକାଶରେ କଳାହାଣ୍ଡିଆ ମେଘ ଘୋଟିଗଲା l ପବନ ଜୋରରେ ବହିବାକୁ ଲାଗିଲା ତା ସହ ତୁହାକୁ ତୁହା ବର୍ଷା l ଚିତ୍ରାରେ ଆଖିରେ ପଡିଲା ଏକ ଭଗ୍ନ କୋଠା l ବାପା ଚାଲ ବର୍ଷା ଛାଡ଼ିବା ଯାଏଁ ସେଠାରେ ଆଶ୍ରୟ ନେବା l ବାପା କୋଠାର ବାରଣ୍ଡାରେ ବସିଥାନ୍ତି l କିନ୍ତୁ ଚିତ୍ରା କୌତୂହଳବଶତଃ କବାଟକୁ ଖୋଲିବାକୁ ଯାଏନ୍ତେ ଆପେ ଆପେ ଏକ ଅଦ୍ଭୁତ ଶବ୍ଦ କରି ଖୋଲିଗଲା l ହାଲକା ସୁଲସୁଳିଆ ପବନ ବହିଗଲା ତା ଦେହ ଛୁଇଁ l ଆଗକୁ ବଢିଲା ଚିତ୍ରା ତାକୁ ଲାଗୁଥିଲା ଯେପରି କେହି ବ୍ୟାକୁଳ ରେ ଡାକଦେଉଛି ତାକୁ l ସେ ଦେଖିଲା କେଉଁ ଯୁଗଠୁଁ ଘରଟି ବନ୍ଦ ଥିଲା ଆସବାବପାତ୍ର ସବୁ ଧୂଳି ଧୂସର ହୋଇ ଅଳଂଧୁ ଭିଡି ଯାଇଥାଏ l ଏକ ସୁନ୍ଦର ଦୋଳି ଟିଏ ଦେଖି ନିଜକୁ ନ ସମ୍ଭାଳି ବସିପଡ଼ିଲା ସେ l

ବାପା ବୋଲି ଚିତ୍କାର ଶୁଣି ବାପା ଦୌଡିଲେ ଘର ଭିତରକୁ l ଝିଅ ବେହୋସ ବହୁକଷ୍ଟେ ତାକୁ ହୋସକୁ ଆଣି ଫେରିଲେ ଧନଞ୍ଜୟ l ବର୍ଷା ପୁରା ବନ୍ଦ ଆକାଶ ନିର୍ମଳ l ସେଦିନଠୁ ବଦଳିଗଲା  ଚିତ୍ରାର ବ୍ୟବହାର l ଖିଆ ନା ପାଠ ନା ସଜବାଜ କୋଉଥିରେ ଆଗ୍ରହ ନାହିଁ ତାର l ସବୁବେଳେ ଗୁମସୁମ l କିନ୍ତୁ ଏକଲା ଥିଲା ବେଳେ କାହା କଥା ହେଲା ପରି ଖିଲିଖିଲି ହସିବାକୁ ଲାଗେ l ରାତି ଅଧରେ ଉଠି କେହି ମୋତେ ଡାକୁଛି କହି ଦଉଡିବାକୁ ଲାଗେ l ଝିଅର ଏପରି ଅବସ୍ଥା ଦେଖି ଭାଙ୍ଗି ପଡନ୍ତି ସେମାନେ l ଡାକ୍ତର ଦେଖାନ୍ତି କିନ୍ତୁ କିଛି ଲାଭ ନାହିଁ l  ହଠାତ ରାତି ଅଧ ଚିତ୍ରା ନାହିଁ ଶେଜରେ l ଚମକି ପଡିଲେ ମା ରମା l ଘର ସାରା ଖୋଜି ଯେବେ ଛାତ ଉପରେ ପହଞ୍ଚିଲେ ତାଙ୍କ ଗୋଡ଼ ତଳୁ ମାଟି ଖସିଗଲା l ଅଗ୍ର ଭାଗରେ ଛିଡା ହୋଇ ଝିଅ କହୁଥିଲା ମୁଁ ଆସୁଛି l ଧଡ଼କି ଝିଅକୁ ଝିଙ୍କି ତଳକୁ ଠେଲି ଦେଲେ ସେ ଡାକ ଦେଲେ ବାପାଙ୍କୁ l

କାଳରାତ୍ରି ପାହିଲାପରେ ମା ବାପା ଙ୍କୁ କହିଲେ ଝିଅ ଡାକ୍ତର ଭଲ କରିପାରିବେନି ତାକୁ ଧରି ଆମକୁ ମୁକୁନ୍ଦ ପୁର ଓଝା ପାଖକୁ ଯିବାକୁ ପଡିବ l କାଳବିଳମ୍ବ ନ କରି ପହଞ୍ଚିଲେ ସେଠି l ଓଝାକୁ ଦେଖି ଚିତ୍ରା କରିଥିଲା ଅଦ୍ଭୁତ ବ୍ୟବହାର l ତାର ସ୍ୱର ବଦଳିଗଲା ପୁରୁଷ ପରି l ଓଝା ମନ୍ତ୍ର ପ୍ରୟୋଗ କରିବା ମାତ୍ରେ ଗୋଡ଼ ଧରି କାନ୍ଦି ବାକୁ ଲାଗିଲା ସେ l କହିଲା ମୋତେ ଛାଡିଦିଅ ମୁଁ ମୋ ଚିତ୍ରା ଲେଖାକୁ ନେଇ ଚାଲିଯିବି l ଓଝା ତାକୁ ପୁଣି ପଚାରନ୍ତେ ସେ କାନ୍ଦି କାନ୍ଦି କହିଲା -

 ମୁଁ ଚିତ୍ରସେନ ଲାବନ୍ୟପୁର ଜମିଦାର ଏକ ମାତ୍ର ପୁଅ l ମୋ ବାପା ମୋ ଉପରେ ବହୁତ କ୍ଷୁବ୍ଧ କାରଣ ମୁଁ ଭଲପାଉଥିଲି ମାଳି ଝିଅ ଚିତ୍ରଲେଖାକୁ l ଆମେ ଦୁହେଁ କିନ୍ତୁ କାହାକୁ ଖାତିର ନ କରି ବାନ୍ଧି ହେଇଥିଲୁ ପ୍ରେମ ବନ୍ଧନରେ l ସେ ଦିନ ଚିତ୍ରା ଯେଉଁ ଭଙ୍ଗା କୋଠାକୁ ଆସିଥିଲା ସେ ଥିଲା ଆମର ପ୍ରତିଦିନ ମିଳନର ସ୍ମୃତି l ମୋ ବାପା ମୋ ଉପରେ ଥିବା କ୍ରୋଧରେ ଜାଳି ପୋଡି ଛାରଖାର କରିଦେଲେ ମାଳିର ଚାଳ କୁଟୀର l ଯେଉଁଥିରେ ସମାଧି ନେଲା ମୋ ପ୍ରେମ ଚିତ୍ରଲେଖା l ଏହା ସହିନପାରି ବିଷ ପିଇ ଆତ୍ମହତ୍ୟା କଲି ମୁଁ l ସେହିଦିନଠାରୁ ମୁଁ ଅପେକ୍ଷା କରିଥିଲି ଚିତ୍ରଲେଖାକୁ..... ମୋତେ ମୋ   ପ୍ରେମ ଦେଇଦିଅ l...

ଓଝା - ତୁ ଏବେ ଯେଉଁ ଅବସ୍ଥାରେ ଘନ ଅନ୍ଧକାରରେ କାଳତିପାତ କରୁଛୁ ସେଠି କି ଖୁସି ଦେବୁ ତୋ ପ୍ରେମକୁ? କଣ ଏଥିପାଇଁ ତୁ ଭଲପାଇଥିଲୁ ଚିତ୍ରଲେଖାକୁ l ଟିକେ ଚାହେଁ ସେ ଝିଅକୁ କି ଅବସ୍ଥା ହେଲାଣି ତାର l ପ୍ରେମ ତ ସ୍ୱର୍ଗୀୟ  ଆନନ୍ଦ କେବେ କଷ୍ଟର କାରଣ ନୁହେଁ l  ଭଗବାନ ଚାହିଁଲେ ତୁମର ପୁନର ମିଳନ ନିଶ୍ଚେ ହେବ l ଏକ ବିରାଟ କ୍ରନ୍ଦନ ସ୍ୱର l ଟଳିପଡିଲା ଚିତ୍ରା ଏକ ସ୍ୱଚ୍ଛ ଧୂଆଁ ଧୀରେ ଆକାଶରେ ତାରା ରୂପେ ଚମକୁ ଥାଏ ଆକାଶରେ l



Rate this content
Log in

Similar oriya story from Tragedy