Suresh chandra Padhy

Abstract Inspirational

4  

Suresh chandra Padhy

Abstract Inspirational

ଅତିଥି

ଅତିଥି

2 mins
442



ଅତିଥି ମାନେ ହେଉଛନ୍ତି ଦେବତା। ତେଣୁ ଭାରତୀୟ ସଂସ୍କୃତି ରେ ଅତିଥି ମାନଙ୍କୁ ଦେବତା କୁହାଯାଏ। ଅତିଥି ମାନଙ୍କୁ ସବୁ ବେଳେ ସମ୍ମାନ୍ ଦେବା ଉଚିତ୍।

ଅନେକ ଦିନ ତଳ ର କଥା ସେତେବେଳେ ରାଜା ମାନଙ୍କ ଶାସନ ଚାଲି ଥାଏ। ପଦ୍ମ ପୁର ଗାଁ ରେ ଏକ ଭାଇ ଭଉଣୀ ରହିଥାନ୍ତି। ସେମାନେ ଭାରି ଗରିବ । ପିଲାବେଳୁ ସେମାନେ ଅନାଥ। ଖାଇବାକୁ ହେଲେ ସେମାନେ ପାଆନ୍ତି ନାହିଁ। ଭାଇ ମଜୁରୀ କାମ କରେ।ଭଉଣୀ ଘର ର ଦାୟିତ୍ୱ ନିଏ। ଭଉଣୀ ଭଲ ଲୁଗା ପିନ୍ଧି ବାକୁ ପାଏନି। ମୁଣ୍ଡ ରେ କେବେ ତେଲ କି ସାବୁନ ଲଗାଇ ପାରେନି।ବହୁତ ଗରିବ ହୋଇ ରହୁଥାନ୍ତି।

     ଦିନେ ତିନି ଜଣ ଅପସରା ବୁଲି ବାକୁ ଆସିଲେ ସ୍ୱର୍ଗରୁ। ବୁଲୁ ବୁଲୁ ଏ ଗରିବ ଘର ଉପରେ ତାଙ୍କ

ନଜର ପଡିଲା। ସେମାନେ ବୁଢ଼ୀ ବେଶ ହୋଇ ସମସ୍ତ ଙ୍କ ଘର କୁ ଅତିଥି ହୋଇ ଗଲେ। କିନ୍ତୁ କେହି ଘରେ ସ୍ଥାନ ଦେଲେ ନାହିଁ।

   ଶେଷରେ ଏହି ଗରିବ ଘରକୁ ଆସିଲେ। ଭଉଣୀ ଟି ଆସି ଅତିଥି ଦେଖି ଖୁସି ରେ ଘରକୁ ଡାକିଲା । ବସିବାକୁ ଘରେ କିଛି ନାହିଁ ତେଣୁ ଏକ ଛିଣ୍ତା ଆସନ ରେ ବସାଇ ଦେଲା। ସେମାନେ କହିଲେ ଆମେ ତିନି ଭଉଣୀ ତୁମ ଘରେ ରହିବୁ। ଝିଅଟି ଖୁସି ହୋଇ ସେମାନଙ୍କୁ ଘରେ ରଖିଲା। କହିଲା ମୋ ଭାଇ ବାହାର କୁ ଯାଇଛି। ଘରେ ଯାହା ଅଛି ମୁ ଖାଇ ବାକୁ ଦେବି। ଝିଅ ଟି ଘରେ କିଛି ଆମ୍ବ ଦେଖିଲା କହିଲା ମୁଁ ଆମ୍ବ ଦେଉଛି ନିଅନ୍ତୁ ଆଉ ଆନନ୍ଦ ରେ ଖାଅନ୍ତୁ।

   ତିନି ଅପସରା ଆମ୍ବ ଖାଇ ସେଠାରେ ଅତିଥି ହୋଇ ରହିଲେ। ରାତି ପାହିଲା ସେମାନେ ଯିବା ସମୟରେ ଝିଅଟିକୁ ଡାକିଲେ କହିଲେ ଆମେ ତୋ ଉପରେ ଖୁସି ହୋଇଛୁ। ଆମେ ଅପସରା, ଯାହା ମାଗିବୁ ଦେବୁ। ଝିଅ ଟି କିଛି ମାଗିଲା ନାହିଁ। 

    ସେମାନେ ଖୁସି ହୋଇ ତିନି ଗୋଟି ବର ଦେଲେ।ପ୍ରଥମ ଅପସରା କହିଲେ ତୁ ଗଧୋଇଲେ ତୋ ଦେହରୁ ଗୋଲାପ୍ ଝରିବ। ଦ୍ଵିତୀୟ ଅପସରା କହିଲେ ତୁ ମୁଣ୍ଡ କୁଣ୍ଡାଇଲେ ତୋ ମୁଣ୍ଡ ରୁ ମୁକ୍ତା ଝରିବ। ତୃତୀୟ ଅପସରା କହିଲେ ତୁ ଯୋଠି ରହିବୁ ଖାଇବାକୁ ଅଭାବ୍ ରହି ବନି। ଏତିକି କହି ସେମାନେ ଚାଲି ଗଲେ।

  ତା ପର ଦିନ ଭାଇ ଟି ଦୁଃଖରେ ଆସି କହିଲା। ମୋତେ କିଛି ମିଳି ଲାନି। ଆମେ କେମିତି ଚଳିବା। ଝିଅଟି ସବୁ କଥା କହିଲା। ଭାଇ ବିଶ୍ୱାସ କଲା ନାହିଁ। ଝିଅଟି ସବୁ କରି ଦେଖେଇଲା। ଭାଇ ଟି ଖୁସି ହୋଇ ଗଲା।

  ଏ କଥା ଗାଁ ଲୋକେ ଜାଣିଲେ । କିଛି ଲୋକ ଝିଅଟି ବିଷୟରେ ଜାଣି ତାକୁ ହିଂସା କଲେ। ଏ କଥା ରାଜାଙ୍କ କାନକୁ ଗଲା । ସେ ସତକି

ମିଛ ଜାଣିବା ପାଇଁ ଝିଅ ଟିକୁ ଡାକିଲେ। ଝିଅଟି ଯିବା ଆଗରୁ ସେ ଗାଁ ର ଏକ ଜମିଦାର୍ ଘର ଝିଅ ରାଜା ଙ୍କ ସ୍ତ୍ରୀ ହେବା ଲୋଭ ରେ ନିଜ କୁ ସେ ଗରିବ ଝିଅ ବୋଲି କହିଲା। ପରେ ପ୍ରକୃତ ଗରିବ ଝିଅଟି ଗଲା ପରୀକ୍ଷା ଦେବାକୁ।

   ରାଜା ଦ୍ୱନ୍ଦ୍ୱ ରେ ପଡିଗଲେ କିଏ ସେ ଝିଅ, କାହାକୁ ଜାଣି ନ ପାରି ଦୁଇ ଜଣ ଙ୍କୁ ପରୀକ୍ଷା ଦେବାକୁ କହିଲେ। ଜମିଦାର୍ ଝିଅ ଯେବେ ଗଧୋଇଲା ଖାଲି ତା ଦେହ ରୁ ମଇଳା ବାହାରିଲା।ତା ମୁଣ୍ଡ ରୁ ଉକୁଣୀ ଖସିଲା ସେ ମୁଣ୍ଡ କୁଣ୍ଡାଇବାରୁ। ରାଜା ତା ପରେ ଗରିବ ଝିଅ ର ପରୀକ୍ଷା ନେଲେ। ସେ ଗଧୋଇଲା ବେଳ କୁ ଗୋଲାପ ଝରିଲା।ସେ ମୁଣ୍ଡ କୁଣ୍ଡାଇଲା ବେଳକୁ ମୁକ୍ତା ଝରିଲା। ରାଜା ପ୍ରକୃତ ଝିଅ କୁ ଜାଣିଲେ। ଜମିଦାର୍ ଝିଅ କୁ ବନ୍ଦୀ କଲେ। ଗରିବ ଝିଅ କୁ ବାହା ହୋଇ ରାଣୀ କଲେ । ରାଜା ସେ ଝିଅ ର ଭାଗ୍ୟ ରୁ ଆହୁରି ଧନୀ ହେଲେ। ଭାଇ ଟି ରାଜା ଙ୍କ ମନ୍ତ୍ରୀ ହେଲା।

   ରାଜା ସେ ଝିଅକୁ କହିଲେ ତୁମେ ଅତିଥି ସେବା କରି ଥିବାରୁ ସବୁ କିଛି ପାଇଲ। ଜୀବନ ରେ ଅତିଥି ସେବା କଲେ ଈଶ୍ୱର ବି ସନ୍ତୁଷ୍ଟ ହୁଅନ୍ତି।



Rate this content
Log in

Similar oriya story from Abstract