STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ଅସ୍ତ୍ର କାହିଁ ମୋ ପାଇଁ?

ଅସ୍ତ୍ର କାହିଁ ମୋ ପାଇଁ?

2 mins
554

ମନରେ ଅନେକ ଚିନ୍ତା ସେଇ ଲୋକଟା ପାଇଁ,ତ ଆଗୁଆ10ଟଙ୍କିଆ ଟିଏ କାଢି ମନ୍ଦିର ଅଭିମୁଖୀ ହେଲି ହେଲେ ଖୋଜୁଥିବା ଲୋକଟା ନଥିଲା ସେଠି, ବିଚଳିତ ହେଇଗଲା ମନଟା । ସବୁଦିନ ବୀର ହନୁମାନଙ୍କ ପାଖେ ମୁଁହ ଘୋଡେଇ, କେବେ ବେକରେ ଗାମୁଛା ପକେଇ ପ୍ରସାରି ଦେଇଥାଏ ଲମ୍ବା ହାତ ଟି ଭକ୍ତ ବା ଯାତ୍ରୀ ମାନଙ୍କ ଆଡକୁ । କିଏ ଏକ ଟଙ୍କା ତ କିଏ 10ଟଙ୍କା ଧରାଇ ଦିଅନ୍ତି ତ ଘୃଣା ରେ ମନରେ ତିକ୍ତତା ଆସିବା ସହ ତାଙ୍କୁ କେବେ କେମିତି ନଜାଣିଲା ପରି ମାଗିଲେ ବି ସେ କିଛି ଦିଅନ୍ତି ନାହିଁ । ଯୁବକ ଲୋକଟା କାମ ନକରି ଯାତ୍ରୀ ଙ୍କୁ ଲୁଟୁଛି ଭାବି ଆଗେଇ ଯାଆନ୍ତି ସେ । ଲୋକଟା ବି କିଛି କହେନି ହୁଏତ ସ୍ଥାନୀୟ ବାସିନ୍ଦା ବୋଲି ।  କାର୍ତିକ ମାସର ପ୍ରଥମ ଦିନ ପୁଣି ସୋମବାର ମନ୍ଦିର ଭିତରକୁ ପଶିବା ମାତ୍ରେ ଆଖିରେ ପଡିଲା ଉକ୍ତ ଯୁବକଟି, ତଳେ ପଡି ଛଟପଟ ହେଉଛି ଆଉ ତାକୁ ଟେକା ଟେକି କରି କଷ୍ଟରେ ଯେତେ ଉଠେଇବାକୁ ଚେଷ୍ଟା କରୁଛନ୍ତି ଆତ୍ମୀୟ ଜଣେ ତ ସେ ପୁଣି ଲୋଟି ପଡୁଛି ।     


 ପ୍ରଥମଥର ଲୋକଟି ପାଇଁ ସମବେଦନା ରେ ବିଗଳିତ ହୃଦୟ ପ୍ରାଣ ନିଜକୁ ଧିକ୍କାର କରୁଥିଲି ଏଇଥି ପାଇଁ ଯେ ରୋଗୀ ଲୋକଟା କୁ ମୁଁ ଭୁଲବୁଝିଥିଲି, ରାତି ସାରା ଲୋକଟା କଥା ମନେପଡ଼ୁଥିଲା, ବାତ ମାରୁଥିଲା ନିଶ୍ଚୟ କଣ ହେଇଥିବ ତା ଅବସ୍ଥା, ପୁଣି ବିରକ୍ତ ଲାଗୁଥିଲା କି ଅନ୍ୟ କେହି ବି ତା ଅସହାୟତା ରେ ସହାୟତା ପ୍ରଦାନ କରୁନଥିଲେ, ଏମିତି କଷ୍ଟ ପାଇ ପାଇ ଶେଷକୁ କାଲି ଟାକୁ କିଛି ଦେବାକୁ ସ୍ଥିର କରି ଶୋଇଯାଇଥିଲି ।  ଆଜି ତାକୁ ତା ଜାଗା ରେ ବସିଥିବାର ନଦେଖି ପଚାରିଲି ମନ୍ଦିର ପୋଲିସ କୁ, ତା ଠୁ କିଛି ସନ୍ତୋଷ ଜନକ ଉତ୍ତର ନପାଇ ପୁଣି ପଚାରିଲି ଚିନ୍ହା ସେବକଭାଇନାଙ୍କୁ ତ ତାଙ୍କ ଉତ୍ତରରେ ଚମକି ପଡିଲି ମୁଁ, ସେ କହିଥିଲେ ସେ ଲୋକ ଥରକୁ ଥର ମଦ୍ୟ ପାନକରି ଏମିତି ହୁଏ, ତାଙ୍କଉତ୍ତରରେ ମୁଁ ନିଜକୁ ସମ୍ଭାଳି ପାରିନଥିଲି ।


           ଭଗ୍ନ ମନୋରଥ ନେଇ ଫେରୁଥିଲି ମନ୍ଦିରରୁ ତ ଦ୍ୱାର ପାର୍ଶ୍ଵ ରେ ପୋଲିସ ଟି ହାତ ବଢ଼େଇ ଦେଇଥିଲା ମୋ ଆଡକୁ ଆଉ ଦୂରରେ ଅରୁଣ ସ୍ତମ୍ବ କୁ ଆଉଜି ସବୁଦିନ ବସି ପଇସା ମାଗୁଥିବା ସ୍ତ୍ରୀ ଲୋକଟି ଜୈନିକ ଭକ୍ତ ଦେଉଥିବା ୧ଟଙ୍କିଆଟି ତାଉପରକୁ ଫୋପାଡୁଥିବାର ଦୃଶ୍ୟ ରେ ବିଚଳିତ ହୋଇ ମୋ ଶିକ୍ଷକତା ଜୀବନ କୁ ଧିକ୍କାର କରୁଥିଲି କେବଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy