Priyadarsini Das.PriYa❤️

Tragedy

4.0  

Priyadarsini Das.PriYa❤️

Tragedy

ଅଶୁଭ ପୁତ୍ର

ଅଶୁଭ ପୁତ୍ର

4 mins
12.4K


ଅଶୁଭ ପୁତ୍ର

*********


ପିଲା ଟିଏ ଜନ୍ମ ହେବାର ଦିନ ଥିଲେ ବାପା ମା ଙ୍କ ଖୁସି ର ଠିକଣା ରହେ ନାହିଁ । ସେମିତି ଦିନେ ମୁଁ ବି ମା ହୋଇଥିଲି ।କିନ୍ତୁ ମୁଁ ମା ହେବା ପର ର ଅବସ୍ଥା କି ସ୍ଥିତି ଥିଲା ଭିନ୍ନ ।କିଏ ହସିଲା କି କିଏ କାନ୍ଦିଲା ମନେ ପକେଇଲେ ଏବେ ବି ମୋ ଆଖିରେ ଲୁହ ଚାଲି ଆସେ ।

ମନେ ପକେଇବାକୁ ଚାହେନି ସେ ସବୁ କଥା ହେଲେ ଏକା ନ୍ତ ରେ ମନେ ପଡ଼ିଯାଏ ସବୁ କଥା ।


 କଲେଜ ସମୟ ର କଥା ।ସମସ୍ତେ କୁହନ୍ତି ମୁଁ କୁଆଡ଼େ ବହୁତ୍ ସୁନ୍ଦର । ପାଠ ମୋର ସେତେ ଭଲ ହୁଏନି ତଥାପି ଚଳେଇ ନିଏ ।


ବାପା ଙ୍କ ର ଗୋଟିଏ ଜିଦ୍ ଥିଲା କି ମୁଁ ବିଜ୍ଞାନ ବିଭାଗ ରେ ପଢିବି ୨ ।


ତେଣୁ ପଢିଲି ।residential କଲେଜ୍ ରେ । ବାପା ଯେହେତୁ ଜଣେ ଲେକଚର ତେଣୁ ସେଇଠି ସମସ୍ତେ ତାଙ୍କର ଚିହ୍ନା ।


ସମସ୍ତଙ୍କର ନଜର ମୋ ଉପରେ ଥାଏ ।


ରୁମ ରେ ଆମେ ୪ଟା ଝିଅ ।ମୋତେ ଛାଡ଼ି ଆଉ ଅନ୍ୟ ମାନଙ୍କର ପାଠ ବହୁତ୍ ଭଲ ହୁଏ ।


ମୋର ଖାଲି ଖାଇବା ଚିନ୍ତା ଆଉ ବସି ସଜ ହେବା ।


କ୍ଲାସ୍ ଟାଇମ୍ ରେ ଖାଲି ନିଦ ।ଯେତେ ଚେଷ୍ଟା କଲେ ବି ସେ ନିଦ ଯାଏନି ।


ଖାଲି ବାପା ଙ୍କ ପରିଚିତ ସାର୍ ମାନେ ଅଛନ୍ତି ବୋଲି ମୁଁ କେବେ ବି ଗାଳି ଶୁଣେନି ।


ତଥାପି ଦିନେ ଜଣେ ମାମ ଡାକି , ଗେହ୍ଲା ରେ ବୁଝେଇ କହିଲେ ଦେଖ ମା ଟିକିଏ ପଢ୍ ।


ମୁଁ କଣ କରିବି ..? ଇଚ୍ଛା ତ ହୁଏନି ଆଉ ।

ଏମିତି ମାସ ଗୋଟିଏ ଚାଲିଗଲା ।


କ୍ଲାସ ରେ ଶୋଇଯା ଏ ବୋଲି ସମସ୍ତେ ହସନ୍ତି ବି ।କିନ୍ତୁ ହସେନି ଗୋଟିଏ ପିଲା ।

......ରଶ୍ମିରଞ୍ଜନ .....।


ମୋର ନାମ ରଶ୍ମିତା ତା ନାମ ରଶ୍ମିରଞ୍ଜନ , ତେଣୁ ପିଲା ମାନେ ବହୁତ୍ ଚିଡ଼ାନ୍ତିି । 


ହେଲେ ବି ରଶ୍ମି ସବୁବେଳେ ମୋତେ ଅନାଏ ।


ମୋତେ ଭାରି ଲାଜ ଲାଗେ ସେ ଅନେଇଲେ ।ମୁଁ ବି ଥରେ ଥରେ ଚୁପ୍ ଚୁପ୍ ତାକୁ ଅନାଇ ଦିଏ ।


ଭଲ ଲାଗେ ତାକୁ ଦେଖିବା ।


ଦିନେ ସେ ମୋତେ ଡାକିଲା ।ଡାକି ବୁଝେଇଲା କି ଦେଖ ରଶ୍ମିତା ପାଠ ଟିକେ ପଢ ।ଭଲ ହେବ । 


ତାପରେ ସେ କଣ ସବୁ ଗୁଡାଏ କହୁଥିଲା ଯେ ମୋତେ ଶୁଭିନି ।


ଖାଲି ପଢ ବୋଲି ଶୁଣିଲି ।

ତାପରେ ହଁ ମାରି ଚାଲି ଆସିଲି ।


ସେଦିନ ମୋ ରୁମ୍ ରେ ମୁଁ ଗୋଟିଏ ଷ୍ଟାର ଭଳି ହୋଇଗଲି ।କାହିଁକି ନା ତା ସହ ସବୁ ଝିଅ କଥା ହେବାକୁ ଇଚ୍ଛା କରନ୍ତି କିନ୍ତୁ ସେ ତା ସହ କଥା ହୁଏନି ।


ମୋ ସହ କଥା ହେବା ଦେଖି ସମସ୍ତେ ନାନା କଥା ପଚାରିଲେ ।କିନ୍ତୁ ମୋତେ କାହାରି କଥା ଶୁଭୁ ନଥାଏ ।ଖାଲି ତାରି ଗୋଟିଏ ଶବ୍ଦ ସୁବୁଥାଏ ପଢ ।


ନିଜ ବେଡ୍ ରେ ବସିଲି ଆଉ ସେଇ ବହି ବାହାର କରିଲି ।ସମସ୍ତେ ଚକିତ ।

ସେଇ ଦିନ ଠୁ ମୁଁ ଆଉ କ୍ଲାସ ରେ ସୁଏନି । ସବୁ ପାଠ ଶୁଣେ ।ରୁମ୍ ରେ ମନ ଦେଇ ପଢ଼େ। 


କେହି ବିଶ୍ବାସ କରିବେନି ମୁଁ ୟୁନିଟ୍ ଟେଷ୍ଟ ରେ ଫାର୍ଷ୍ଟ୍ ।

ମୋତେ ନିଜକୁ ବି ବିଶ୍ୱାସ ହେଉ ନଥାଏ ।


ଘରେ ବାପା ଶୁଣି ଏତେ ଖୁସି ଯେ ଯେଉଁ ପିଲା ଟି ମୋତେ ଏତେ ପରିବର୍ତ୍ତନ କରେଇଛି ତାକୁ ଦେଖିବାକୁ ଚାହିଁଲେ ।


ସେ ଆମ ଘରକୁ ଗଲା ।


ଧୀରେ ଧୀରେ ପାଠ ସହ ତା ସହ ମୋ ସମ୍ପର୍କ ବି ନିବିଡ଼ ହୋଇଗଲା ।


ହେଲେ ସେ ଏତେ ଭଲ ଥିଲା ଯେ ସବୁବେଳେ ଖାଲି ବୁଝେଇବ ମୋତେ ।


ଯାହା ହେଉ ୨ ସରିଲା ।


ସିଏ ମେଡିକାଲ୍ ବଜେଇ ଦେଲା ଆଉ ମୁଁ ୩ କରିଲି ।କାରଣ ମୋତେ ପି ଜି କରିବାର ଇଚ୍ଛା ଥିଲା ।

ଆଉ ରଶ୍ମି ମୋତେ ଏତେ ସୁଧାରି ଦେଇଥାଏ ଯେ ପାଠ ମୁଁ ଆଉ ମୁଁ ଭୁଲେନି ।


ଲେକଚର ହୋଇ ପିଲାଙ୍କୁ ପଢ଼ାଇବା ଇଚ୍ଛା ଥିଲା ।


ହେଲି ବି ...।


ସିଏ ହେଲା ଡକ୍ଟର ଆଉ ମୁଁ ଅଧ୍ୟାପିକା ।


ଏଥର ଆସିଲା ବାହା ଘର କଥା ।


ମୁଁ ଘରେ କହିବାକୁ ସାହାସ କରୁ ନଥିଲି ।କିନ୍ତୁ ଯେମିତି ବି ହେଉ ସେ ତା ଘରେ ମନେଇ ବାହାଘର ବି ହୋଇଗଲା ।


ମୋତେ ଲାଗୁଥାଏ ଯେମିତି ଦୁନିଆ ର ସବୁ ଖୁସି ମୋତେ ମିଳିଗଲା ।


କିନ୍ତୁ କୁହନ୍ତି ନା ଭଗବାନ ସମସ୍ତଙ୍କୁ ସବୁ ଖୁସି ଏକା ସହ ଦିଅନ୍ତିନି ।ସେଇଟା ପୁରା ସତ କଥା ।


ବାହାଘର ପରେ ଦେଢ଼ ବର୍ଷ ପର ର କଥା ।

ମୋର delivery ହେବା ପାଇଁ ମୋତେ ହସ୍ପିଟାଲ୍ ନେଇ କି ଯାଇଥାନ୍ତି ।ଘରେ ସମସ୍ତେ ସେଇଠି ଥାନ୍ତି ।


ରଶ୍ମି ଙ୍କୁ କଲ୍ ଆସିଲା ଏମାର ଜେନ୍ସି ଅଛି ।ତାଙ୍କୁ ତାଙ୍କ ହସ୍ପିଟାଲ୍ ଯିବାକୁ ହେବ ।


ସେ ବାହାରି ଗଲେ । ଏ ପଟେ ମୁଁ ପ୍ରସବ ଯନ୍ତ୍ରଣା ରେ ଛଟପଟ ହେଉଥାଏ ।


କିଛି ସମୟ ପରେ ପୁଅ ଟିଏ ଜନ୍ମ ହେଲା ।

ନର୍ସ ଆଣି ପୁଅ କୁ ଦେଖେଇ ବାହାରକୁ ନେଲେ ।

ମୋତେ ଓ ଟି ରୁ ଆଣି କେବିନ୍ ରେ ରଖିଲେ ।


କିନ୍ତୁ ଦେଖେ ସମସ୍ତେ ଚୁପ୍ ।


ଶାଶୁ ମା ପିଲା କୁ ମୋ ପାଖରେ ଛାଡ଼ି ପଳେଇଲେ ।

ମୁଁ ଚାହିଁ ଥାଏ ।


ପାଖରେ ଆଉ କେହି  ନଥାନ୍ତି ।


କାହାକୁ କଣ ପଚାରିବି ଜାଣି ପାରୁ ନଥାଏ । ଜଣେ ନର୍ସ ଆସି କହିଲେ ମାମ୍ ଆପଣଙ୍କ ର ଘର ଲୋକ କେହି ରହି ପାରିବେନି।


ଆମେ ଆପଣଙ୍କ ଯତ୍ନ ନେବୁ ,ପଇସା ଦିଆ ସରିଛି । କିନ୍ତୁ ସଙ୍ଗେ ସଙ୍ଗେ ମୋ ମା ଆଉ ବାପା ପହଞ୍ଚିଲେ ।


ଯେତେ ପଚାରିଲି କିଛି କେହି କହିଲେନି ।


ସାତ ଦିନ ଗଲା ତାପରେ ମୋତେ ନେଇ ଘରେ ଘରେ ଛାଡ଼ିଲେ ।


ଘରେ ଆସି ଦେଖେ ସମସ୍ତଙ୍କ ମନ ଦୁଃଖ ।


ପିଲା ହେବାର ଖୁସି କାହାର ନଥାଏ ।

ରଶ୍ମି ବି ନାହାନ୍ତି ।କାହିଁ ଗଲେ ସେ ।


ପଚାରି ପକେଇଲି ।


ଶାଶୁ ସାଙ୍ଗେ ସାଙ୍ଗେ କହିଲେ ଗୋଟିଏ ଅଶୁଭ ପୁଅ କୁ ଜନ୍ମ ଦେଇଛୁ ।ସେ ଜନ୍ମ ହେଲା ନି ଯେ ବାପାକୁ ବିଛଣା ଧରେଇ ଦେଲା । ଦେଖାନି ସେ ପୁଅକୁ ।


ଆଖିରେ ମୋର ଲୁହ ବହି ଚାଲିଥାଏ ।

__ ଆରେ କେହି ଟିକେ କୁହ , କଣ ହେଇଛି ମୋ ରଶ୍ମି ର । କାହିଗଲେ ସେ ।ପୁଅ କୁ ଟିକିଏ ଦେଖିବାକୁ ବି ଆସୁ ନାହାନ୍ତି ।


ତାପରେ ଦିଅର ଆସି କହିଲେ ଭାଉଜ ସେ କୋମାରେ ।ସେଇଦିନ ଯେ ବାହାରି ଯାଇଥିଲା ।ଗୋଟିଏ ଦୁର୍ଘଟଣା ହେଲା ।ଆଉ ଭାଇ ଯାହା ହେଉ ବଞ୍ଚିଗଲା କିନ୍ତୁ କୋମାରେ ।


.

.

.

.

 ପାଦ ତଳୁ ମୋର ମାଟି ଖସିଗଲା ।ମୋ ବାପା ନେଇ ଗଲେ ମୋତେ ତାଙ୍କ ପାଖକୁ । ଆଇସିୟୁ ରେ ଥାନ୍ତି ।ଦେଖି ମୋର ଧୈର୍ଯ୍ୟ ରହୁ ନଥାଏ ।କିନ୍ତୁ ବିଶ୍ବାସ ଥାଏ ସେ ଠିକ୍ ହେବେ ।


ଗୋଟିଏ ବର୍ଷ ଲାଗିଲା ।ସେ ଆସ୍ତେ ଆସ୍ତେ ଠିକ୍ ହେଲେ , ତଥାପି ପୁରା କଥା କହି ପାରୁ ନାହାନ୍ତି ଏବେ । ଖୁଏଇ ଦେଲେ ଖାଉଛନ୍ତି ।


କିନ୍ତୁ ମୋ ପୁଅ କୁ କେହି ଧରୁ ନ ଥାନ୍ତି ।


ତା କପାଳରେ ଅଶୁଭ ବୋଲି ଲେଖା ହୋଇ ରହି ଯାଇଥାଏ । ତା ରି ପାଇଁ ଏ ସବୁ ହେଲା ବୋଲି ସବୁବେଳେ ସମସ୍ତେ କୁହନ୍ତି ।


କେମିତି ବୁଝେଇବି କାହାକୁ ।ଏ ସବୁ ସତ ନୁହେଁ ।


ମୋ ପୁଅ ଅଶୁଭ ନୁହେଁ ।କେହି ତ ବୁଝୁ ନାହାନ୍ତି ।



ସେଇଥି ପାଇଁ କହୁଥିଲି ପିଲା ଜନ୍ମ ହେଲେ ସମସ୍ତେ ଖୁସି ହୁଅନ୍ତି କିନ୍ତୁ ମୋ ପୁଅ ର କୁନି ପାଦ କୁ ସ୍ବାଗତ ବି ଜଣେଇ ନଥିଲେ କେହି । ଅଶୁଭ ବୋଲି ଗୋଟିଏ କଳା ଦାଗ ସବୁଦିନ ଯେମିତି ତା ମୁଣ୍ଡ ରେ ମାରି ଦିଆଗଲା ।

ସମସ୍ତେ ଏତେ ଶିକ୍ଷିତ ହୋଇ ବି ସେଇ ଅନ୍ଧବିଶ୍ୱାସ ରେ ରହିଗଲେ ।


ତଥାପି ଠାକୁର ଙ୍କୁ ଡାକେ ରଶ୍ମି , ଶୀଘ୍ର ଠିକ୍ ହୋଇଯାଓ ଆଉ ନିଜ ପୁଅ ମୁଣ୍ଡରୁ ଏ ଅଶୁଭ ର ଦାଗ କୁ ଲିଭେଇ ଦିଅ ।



Rate this content
Log in

Similar oriya story from Tragedy