STORYMIRROR

Sunanda Mohanty

Drama Romance Thriller

4  

Sunanda Mohanty

Drama Romance Thriller

ଅସବର୍ଣ୍ଣ ସଫଳ ବିବାହ କାହାଣୀ

ଅସବର୍ଣ୍ଣ ସଫଳ ବିବାହ କାହାଣୀ

2 mins
396


   ସେଦିନ କୃଷ୍ଣଚୂଡା ଗଛ ତଳେ ରିକ୍ସା ରଖିଦେଇ, କଲେଜ ପଢୁଆ ଝିଅଟିର ଆବଶ୍ୟକତା ପୁରଣ କରିବାକୁ ଯାଇ ନେଇଆସିଲା କୈଳାସ ଦୁଇଟି ମୁଢ଼ି ପାଗର ପୁଡିଆ। ଆଉ ଗୋଟାଏ ଶିବାନୀ ହାତକୁ ବଢେଇ, ଆଉ ଗୋଟାଏ ପ୍ୟାକେଟ ନିଯେ ନେଇ ବସିଗଲା କୃଷ୍ଣଚୂଡ଼ା ଗଛ ମୂଳେ, ଆଉ ପଚାରିବସିଲା ଶିବାନୀ କୁ, ଆଜି କାଇଁ ଭୋକ ହେଲା ଦିଦି, କାଇଁ କେବେ ତ ଦିନେ ଏମିତି ମୋ ରିକ୍ସାରେ ବସି ବରାଦ କରି ଆଣି କିଛି ଖାଇବାର ମୁଁ ଦେଖିନି କେବେ!


   ଶିବାନୀ କହୁଥିଲା ନାହିଁ କୈଳାସ ଭାଇ ଆଜି ଲାଗି ଲାଗି କ୍ଲାସ୍ ଥିବାରୁ ଆଉ କିଛି ଟିଫିନ୍ କରିପାରି ନଥିଲି ତ, ସେଇଥିପାଇଁ। ହଁ ଯେ, ତୁମେ ସିନା କିଛି ଖାଇନଥିଲ ବୋଲି ମୁଢ଼ି ପାଗ ମଗେଇଲ ହେଲେ ମୋ ପାଇଁ ଆଣିବା କଣ ଦରକାର ଥିଲା। ମୁଁ ଏକୁଟିଆ ଖାଇଲେ ମତେ କଣ ଭଲ ଲାଗିବ ଖାଇବାକୁ ବୋଲି ଶିବାନୀ କହୁ କହୁ, କୈଳାସ, ଏକରକମ ଦଉଡ଼ି ଆସି ଶିବାନୀ ହାତରୁ ମୁଢ଼ି ପୁଡିଆ ଛଡେଇ ନେଇ ତଳେ ଫିଙ୍ଗି କାଗଜ ଟିକୁ ତା କାଗଜ ସହ ମିଳାଇ ଦେଖୁଥିଲା।


  ଆଶ୍ଚର୍ଯ୍ୟ ହୋଇ ଶିବାନୀ କହୁଥିଲା, ଏ କି କଥା କୈଳାସ ଭାଇ ମାନବିକ ମୂଲ୍ୟବୋଧ ଭୁଲି ମୋ ଅନୁରୋଧରେ, ତୁମେ ହୁଏତ ମୁଢ଼ି ପାଗ ଖାଇନଥାନ୍ତ, ହେଲେ ମୋଠୁ ନେଇ, ଏମିତି ତଳେ ଫିଙ୍ଗି ଦେବାର ମାନେ କଣ କୈଳାସ ଭାଈ???


  କୈଳାସ କିନ୍ତୁ ନିର୍ବିକାରରେ କହୁଥିଲା, ଦେଖିଲଣି ଶିବାନୀ ଦିଦି, ସେ ମୁଢି ପାଗ ବଲାର କି ବହପ, ଆଜିର ସମାଜ ର ସାହିତ୍ୟ ପୃଷ୍ଠା ଚିରି କେମିତି ସାହିତ୍ୟର ମର୍ଯ୍ୟାଦା ହାନି କରିବା ସହ ନଷ୍ଟ କରିଦେଲା ପେପରଟିକୁ! ମୁଁ କେତେ କଷ୍ଟ କରି ସାହିତ୍ୟ ପେପର ରୁ ପଢ଼ି ଶିଖି କବିତା ଲେଖେ ଦିଦି। ସ୍ତବ୍ଧ ହୋଇଗଲା ଶିବାନୀ। ପ୍ରକୃତରେ କୃଷ୍ଣଚୂଡା ଗଛରୁ ଫୁଲ ଗୁଡ଼ିକ ଝଡି ପଡୁଥିଲା କି ନାହିଁ କେଜାଣି କିନ୍ତୁ ଶିବାନୀ ମନ ଓ ଦେହ ତଥା ହୃଦୟରେ ଅନେକ କୃଷ୍ଣଚୂଡା ଝରିପଡ଼ିଲା।


  ତା ପରଠୁ ଶିବାନୀ ର ଟିଫିନ୍ ଦୁଇଭାଗ ହୁଏ, ଫେରିବା ବେଳେ, କୈଳାସ ପଚାରେ ଦିନସାରା ଭୋକ ରେ ରହିଲ ଦିଦି, ଶିବାନୀ କୁହେ ତୁମ ସହ ମିଶିକି ଖାଇବାରେ ଅପୂର୍ବ ଆନନ୍ଦ ଅଛି କୈଳାସ। ଚମକି ପଡ଼ିଲା କୈଳାସ, ପୁଣି ବେହୋସ୍ ହେଉ ହେଉ ଧରିନେଲା ଶିବାନୀ , ଯେବେ ସେ କୈଳାସ କୁ ଅନୁରୋଧ କରୁଥିଲା ଦିଦି ନଡାକି ନାମ ଧରି ଥରେ ଡାକ କୈଳାସ!


  କୈଳାସ ନବମ ଯାଏଁ ପାଠ ପଢିଥିଲା, କବିତା ଲେଖୁ ଲେଖୁ ପ୍ରେମର ପରିଭାଷା ବୁଝି ସାରିଥିଲା, ହେଲେ ସେ ଥିଲା ନୀଚ ଜାତି, ଆଉ ଅପାଠୁଆ, ମୂର୍ଖ, ଦୁଃଖୀ ଗରୀବ। ଶିବାନୀ ବୁଝାଇଥିଲା, ପ୍ରେମ୍ ସ୍ୱର୍ଗୀୟ। ମୁଁ ତୁମକୁ କେବଳ ଦୈହିକ ପ୍ରେମ୍ କରୁନି, ଆତ୍ମାର ମିଳନ ଯୋଉଠି ହୋଇସାରିଛି, ଦୈହିକ କଣ ତାଠୁ ବଡ କଥା? ଆଶ୍ଚର୍ଯ୍ୟ ହେଲା କୈଳାସ ଶିବାନୀ ର ବୈଜ୍ଞାନିକ ମୁଣ୍ଡରୁ ସାହିତ୍ୟର ସାରମର୍ମ ଓ ତତ୍ତ୍ୱ ଶୁଣି।


   ସାମାଜିକ, ଜାତିଗତ, ବୈଶଇକ, ପାରିବାରିକ, ବାଛ ବିଚାରକୁ ଖାତିରି ନକରି ଶିବାନୀ ଚାଲିଆସିଥିବା କୈଳାସ ସହ ଘର ସଂସାର ବାନ୍ଧିବାକୁ। ଯୋଉ ଘରେ ରାତିରେ ଜଣେ କବିତା ଲେଖୁଥାଏ ତ ଅନ୍ୟ ଜଣେ ପଢୁଥାଏ ପାଠ।

  ସମାଜରେ ଶିବାନୀର ପରିଚୟ ବିଜ୍ଞାନ ଶିକ୍ଷୟିତ୍ରୀ, ତ କୈଳାସ ଆଜି ସାହିତ୍ୟ ଏକାଡେମିର ସଭାପତି। ଦାରିଦ୍ର୍ୟ ନହେଲେ ବି ଧନବଳ କି ମନୋବଳ ନଥାଇ, ବୌଦ୍ଧିକ ପ୍ରେମର ସନ୍ତକ, ସୁଦୀପ୍ତ ଆଜି କଲେକ୍ଟର।


Rate this content
Log in

Similar oriya story from Drama