STORYMIRROR

Ranjit Sahu

Inspirational

3  

Ranjit Sahu

Inspirational

ଅଢ଼େଇ ପେଗ

ଅଢ଼େଇ ପେଗ

2 mins
259

"ମୁଁ ଅନ୍ଧବିଶ୍ଵାସି ନୁହେଁ," ସମର କହିଲା," ଚତୁର୍ଥ  ପେଗ ବିନା ମଧ୍ୟ ତୁମେ ମୋର ବନ୍ଧୁ ହିଁ ରହିବ  I  କିନ୍ତୁ ଆମର ବନ୍ଧୁତା ଅଢ଼େଇ ପେଗରେ ଅଛି ଏବେ I ତୃତୀୟ ପେଗ ସାରିବ କି ? ଚତୁର୍ଥ ପେଗ ଢାଳିବି କି, ସମ୍ଭାଳି ପାରିବ କି ? ନା ଘରକୁ ଫେରିଵା " ସମର କହିଲା I  ସାମ୍ନାରେ ତାହାର ଘନିଷ୍ଠ ବନ୍ଧୁ ପ୍ରୀତମ, ଅଧା ନିଶାରେ ଟଳମଳ ହେବାକୁ ଲାଗିଥିଲା I ନିହାତି ଜଟିଳ ପରିସ୍ଥିତିଟିଏ ସୃଷ୍ଟି ହୋଇଛି ସହରର ହୋଟେଲର ରୂମଟିରେ I ବାର ଭିତରେ ବସିବାକୁ ମନା କରିଥିଲା ପ୍ରୀତମ I ସଙ୍କୋଚ କରୁଛି ଭାବି ତାହା କଥାରେ ରାଜି ହୋଇ ରୁମଟିଏ ଭଡ଼ାରେ ନେଇଥିଲା ସମର I ଏବେ ତୃତୀୟ ପେଗ ଅଧା  ସରିଛି  I   'କେବେ ମଦ୍ୟପାନ କରିନଥିବା ପ୍ରୀତମ ଆଜି ପଡିଛି ସୁରାର ମାୟାଜାଲରେ,' ମନେ ମନେ ଭାବିଲା ସମର, " ସତରେ କଣ ବ୍ରେକଅପଟେ ଏତେ କାଠିକର ଜିନିଷ ଆଜିର ଦୁନିଆଁରେ ଯେ ପ୍ରୀତମକୁ ସୁରାର ସାହାରା ଦରକାର ପଡୁଛି?କିଛି ବୁଝା ପଡୁନି କାହିଁକି ପ୍ରୀତମ ଜିଦ୍ଦି କରିଛି ଆଜି ପିଇବା ଲାଗି I" 

ତାକୁ ଅଟକେଇବାକୁ ବାହାନା କରିବା ଲାଗି କହିଥିଲା ଗୋଟିଏ ପେଗ୍ ରେ କାମ ହୁଏନି I ବନ୍ଧୁ ସହିତ  ସାଥି ହୋଇ ପିଇବାର ଗୋଟିଏ ନିୟମ ଅଛି ଯାହା ସମର ମାନେ: ପ୍ରଥମ ଥର ଟି ଓଉପଚାରିକତା, ଦ୍ଵିତୀୟଟି ଘନିଷ୍ଠତା ଏବଂ ତୃତୀୟଟି ଶତ୍ରୁତା ( ମଧ୍ୟପୂର୍ବ ଅଞ୍ଚଳର ଏକ ଅଲେଖା ନିୟମ ଏହା )  I ତେଣୁ ବନ୍ଧୁ ସହିତ ଯଦି ପିଇବାକୁ ବସ ଚତୁର୍ଥ ପେଗ ଢାଳିବାକୁ ହିଁ ହେବ ତୃତୀୟ ପେଗ  ପରେ I 

କିନ୍ତୁ ଅଢେ଼ଇ ପେଗ ପରେ ପ୍ରୀତମ ଟଳମଳ ହେବାକୁ ଲାଗିଛି I ଅଧା ଗପି ସାରିଛି ତାହାର ପ୍ରେମର ବିଫଳତା ବିଷୟରେ I ଆଗକୁ କଣ କହିବ ଚାହିଁ ରହିଛି ସମର  I 

"କଣ କହିବି ତୁମକୁ, ସମର ? ଆଉ କିଛି ବାକି ନାହିଁ ମୋ ଜୀବନରେ I କାଲି ରକ୍ତ ପରୀକ୍ଷାର  ରିପୋର୍ଟ ଆସିଲା ପରେ ଜାଣିବାକୁ ପାଇଲି ମୁଁ ଏକ ଭୟଙ୍କର ରୋଗରେ ଆକ୍ରାନ୍ତ I ଭାବିଥିଲି ରୋଜି ସହିତ ବ୍ରେକ  ଅପ କରିକି ନୂଆ ଜୀବନ ଗଢିବି, ବାପା ମାଆଙ୍କ ଖୋଜିଥିବା ଝିଅ ସହିତ ବାହା ହୋଇ I କିନ୍ତୁ ରୋଜି ମୋ ସହିତ ଧୋକା କରିଛି I ମୋତେ କହି ନଥିଲା ତାହାର ଅନେକ ଆଗରୁ ଜଣକ ସହ ଶାରୀରିକ ସମ୍ପର୍କ ଥିଲା I ବୋଧ ହୁଏ ଏହି ରୋଗ ତାହାର ଉପହାର I ଘରେ କାହାକୁ କିଛି କହିବାକୁ ସାହସ ପାଇଲିନି I ତେଣୁ ତୁମକୁ ଏଠାକୁ ଡାକିକି ଆଣିଛି I ତୁମେ ମୋର ନିବିଡ଼ ବନ୍ଧୁ ବୋଲି," ପ୍ରୀତମ କହିଲା  I 

" ଡରିବାର କିଛି  ନାହିଁ ପ୍ରୀତମ, ସମସ୍ତେ ତ ମରିବା I ବାହା ହବନି, ଯେତେ ଦିନ ବଞ୍ଚିବ କାମ ଦାମ କରି ବଞ୍ଚିବ," ଆଶ୍ଵସନ ଦେଇ କହିଲା ସମର I 

" ମୋର ଆଉ ସେ ସାହସ ନାହିଁ ସମର, ଡାକ୍ତର କହିଲା ଲକ୍ଷାଧିକ ଟଙ୍କା ଦରକାର I କୋଉଠୁ ଆସିବ? ମୋ ବାପା ସରକାରୀ ଚାକିରୀ କରିଥିଲେ, ଏବେ ରିଟାଏରେଡ଼ I ଛୋଟିଆ କିରାଣୀ ଚାକିରିଟିଏ, କୌଣସି ମତେ ପାଳି ପୋଷି ବଡ଼ କରିଥିଲେ I ବାପା କେବେ ଦୁର୍ନୀତି କରି ନଥିଲେ, ତେଣୁ ଟଙ୍କା ବି ରଖି ପାରି ନାହାନ୍ତି I ମୁଁ କୂଳାଙ୍ଗାର  ବୁଝିଲା ବେଳକୁ ବହୁତ ଡେରି ହେଇ ଯାଇଛି I"

"ଆରେ  ତୁମେ ଭୁଲ ବୁଝୁଛ I ମଉସା  ତୁମକୁ ବହୁତ ଭଲ ପାଆନ୍ତି I ସେ ବୁଝିବେ କହିଲେ ଠିକ ସେ, ତୁମେ ଚିନ୍ତା କର  ନାହିଁ ," ସମର କହିଲା I 

"ମୋର କାହାକୁ ମୁହଁ  ଦେଖେଇବାର ଆଉ ସାହସ ନାହିଁ ସମର, ତୁମେ ମୋର ବନ୍ଧୁ ସେଥି  ପାଇଁ  କହିଲି  I ଆତ୍ମହତ୍ୟା କରିବାକୁ ମଧ୍ୟ ସାହସ ପାଇଲିନି କାରଣ ମୁଁ କାପୁରୁଷ I 

ତେଣୁ ତୁମେ ତୃତୀୟ ପେଗ ଢ଼ାଳିଲା ବେଳକୁ ମୁଁ ସେଥିରେ ବିଷ ମିଶେଇଛି ମୋର ଗ୍ଲାସରେ I ମୋତେ କ୍ଷମା କରିଦେବ," କହୁ କହୁ ଆଗକୁ ବଢି ନିଜର ଗ୍ଳାସଟିକୁ ଧରି ଓଠ ପାକହାକୁ ନେଇ ସାରିଥିଲା ପ୍ରୀତମ I 

ସମର କିଛି କହିବା ପୂର୍ବରୁ ବାକି ଥିବା ସୁରା ସେବନ କରି ସାରିଥିଲା ପ୍ରୀତମ I ଅଟକେଇବାକୁ ଯାଉ ଯାଉ ତାହାର ନିଜର ଗ୍ଳାସ୍ ଟି  ପଡିଗଲା I ଭଙ୍ଗା କାଚଟିର ଆଘାତରେ ଚିତ୍କାର କରି ଉଠିଲା  ସମର I ହୋଟେଲ କରିଡରରେ ପ୍ରତିଧ୍ବନିତ ହେବାକୁ ଲାଗିଲା ସମରର ଚିତ୍କାର I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational