ଅର୍ଚ୍ଚନାର ତାଲା ବନ୍ଦ ଡାଏରୀ-୫
ଅର୍ଚ୍ଚନାର ତାଲା ବନ୍ଦ ଡାଏରୀ-୫
ଜୀବନକୁ ଚିହ୍ନି ଚିହ୍ନି ଆଗକୁ ଯିବା ବେଳେ ଏମିତି ମୋଡ଼ ଆସେ ଯେଉଁଠି ନିଜକୁ ନିଜେ ବି ଭାରି ଡର ଲାଗେ ସତେ । ଜୀବନକୁ ଜାଣି ନଥିବା ଝିଅଟି ସତରେ ଭାରି ଅସୁବିଧାରେ ପଡ଼ିଯାଏ । ସେମିତି ଏକ ଘଟଣା :-
ସାମର୍ଥ୍ୟ ନଥାଇ ସେଦିନ ବାଧ୍ୟ ହେଇଥିଲା ବିଜ୍ଞାନ ପଢିବାକୁ ମା' କଥାରେ ରାନି । ବହୁତ କଷ୍ଟରେ ସେ ପଢିଲା ବିଜ୍ଞାନ । ସମସ୍ତ ଚେଷ୍ଟା ସ୍ୱତ୍ତେ ସେ ବିଫଳ ହେଇଥିଲା ଯୁକ୍ତ ଦୁଇ ପରୀକ୍ଷାରେ ।
ଗୋରା ତକ ତକ ଝିଅଟି ସେଦିନ କାନ୍ଦି କାନ୍ଦି ମୁହଁ ଶୁଖେଇ ଦେଇଥିଲା । କହୁଥିଲା ମୁଁ କଳାକୁ ପାରିଥା'ନ୍ତି ।
ଗଣିତରେ ତା'ର ଟିକେ ଭଲ ହୁଏନି । ତଥାପି ସେ ଅଲଗା ବିଷୟରେ ଭଲ ପଢେ । ନିଜର ବି କିଛି ଆଶା ରଖିଥିଲା ଯେ ସେ ପଢ଼ିବ ଆଉ ନିଜ ଗୋଡ଼ରେ ଛିଡା ହେବ ।
ଆଉ ଥରେ ସେ ପଢ଼ିବାକୁ ଆରମ୍ଭ କଲା । ତା' ମାଆ କିନ୍ତୁ ସିଧା ସିଧା କହିଦେଲେ । ଏଇ ପାଶ୍ କର ନହେଲେ ତୋର ବାହ।ଘର କରି ଦେବି । ସେ ଆଉ ଥରେ ପଢ଼ିବାକୁ ଲାଗିଲା । ଚେଷ୍ଟା ଜାରି ରଖିଲା ଅନବରତ । କିନ୍ତୁ କାଳ କରୋନା ମାଡି ଆସିଲା । ଆଉ ପରୀକ୍ଷା ହେବ କି ନାହିଁ ସନ୍ଦେହ ।
ତେଣୁ ତା ମା' ଗୋଟିଏ ବିବାହ ପ୍ରସ୍ତାବ ଠିକ କରି ଦେଲେ । ବିନା ପ୍ରତିବାଦରେ ସେ ଏଇ ପନ୍ଦର ତାରିଖରେ ବିବାହ କରି ଚାଲି ଯିବ ଶାଶୂ ଘର । ଆଶା ତା'ର ଆଶାରେ ରହିଗଲା । ଆଉ ଚାରି କାନ୍ଥରେ ତା ଜୀବନ ସିମିତ ହେଇଗଲା । ମନ ଦୁଃଖ ତା'ର ଭାରି । କିନ୍ତୁ ଉପରକୁ ସେ ବେଶ ଖୁସି ଖୁସି ଲାଗେ ।
ସତରେ ଏ କରୋନା କେତେ ଆଶାକୁ ନିରାଶା କରି ସାରିଲାନି ତାର ଖବର ନାହିଁ । ଚାଇନାକୁ ବହୁତ ଗାଳି କରିବାକୁ ଇଚ୍ଛା ହେଉଛି । ସତରେ ସେ ଜୀବନକୁ କ'ଣ ବୋଲି ଭାବିଛି କି ? ମଣିଷ ମାନଙ୍କୁ ସେ ଏମିତି କୁକର ଭଳି ପୋକ ମାଛି ପରି ଭାବୁଛି ବୋଧହୁଏ ।
ଏମିତି କରିବାକୁ ତା' ହାତ ଗଲା କେମିତି ? ମୋ ଭାରତ ପୁରା ରୋଗରେ ଅଧିକ କଷ୍ଟ ପାଇଲାଣି ।
ଭାରି ଦୁଃଖ ଲାଗୁଛି ମତେ ।
ବାପା ମାଆ ହରେଇ କେତେ ପିଲା ଅନାଥ ହେଇ ଗଲେଣି । ଆଉ କିଛି ସମ୍ପର୍କର ବିରହରେ ବି ମରି ଗଲେଣି । ଶିକ୍ଷାର ମାନ ତଳକୁ ତଳ ଗଲାଣି । ଆଉ ବାକି ବା କ'ଣ ରହିଲା ?