STORYMIRROR

Archana Sahoo

Comedy Tragedy

3  

Archana Sahoo

Comedy Tragedy

ଅର୍ଚ୍ଚନାର ତାଲା ବନ୍ଦ ଡାଏରୀ-୨୪

ଅର୍ଚ୍ଚନାର ତାଲା ବନ୍ଦ ଡାଏରୀ-୨୪

2 mins
215

ଦେଶର ସବୁ ଆଡେ କରୋନା । ସବୁ ଆଡେ ଏବେ ତାଲା ବନ୍ଦ ଛୁଟି । ସବୁ ଚାକିରିଆ ଏବେ ଘରେ । ନିଦ ବଉଳାରେ ଉଠି ବି ସେଇ କାନ୍ଥରେ ମାଡ଼ ହେଉଛନ୍ତି ପଛେ । ବାହାର ବଗିଚାକୁ ଟିକେ ଆସୁନାହାଁନ୍ତି କେହି । କାଳେ କାହାକୁ କରୋନା ହେଇଥିବ ବୋଲି ଚୁପ କିନା ଘରେ ରହୁଛନ୍ତି । ଜୀବନକୁ ଭଲ ଭାବରେ ବଞ୍ଚିବାକୁ ସେଇ ଘର ହିଁ ସ୍ୱର୍ଗ । ତେଣୁ ଘରେ ଏବେ ସମସ୍ତ ସଦସ୍ୟ । କେ କା ସବୁବେଳେ । ଆଜି ଡାଙ୍ଗୁଆ ଭାଇ ଘରେ ଧୁଉମ କଳି । 

  ସେ କଥା କଣ କି ଯିଏ ଯାହା କାମରେ ନିଜ ବାଟରେ ଚାଲି ଯାଆନ୍ତି । ଏବେ ସମସ୍ତେ ଘରେ । ତେଣୁ ଜମିବାଡ଼ି ଆଲୋଚନାଟା ବେଶି ପଡି ଯାଇଥିଲା ଆଜି । ନଳିତା ବଡ଼ ବୋଉ କହୁଛନ୍ତି । ମୋ ଜାଗାକୁ ଲଗେଇ ତୁ ଘର କରି ଦେଉଛୁ କାହିଁକି ? ଲୋଚନବାଳା ସାନ ବୋଉ କହୁଛନ୍ତି , କାମ ନଥିଲା ଯେ ମୁଁ ତୋ ଜାଗାରେ ଘର କରିବି । 

   ସକାଳୁ ସକାଳୁ ଚାଲିଛି କଳି । ଶେଷରେ କଳି ସମାଧାନ କରିବାକୁ ଗାଁର ମୁରବି ଆସିଲେ । ସବୁ ଜମି ମାପ ଚୁପ କରି କଳି ସମାଧାନ ହେଇ ଗଲା । ହେଲେ କ'ଣ ହେବ ? ରାତି ପାହିଲେ ମୁହଁ ଚାହାଁ ଚାହିଁ । ବେଳେ ବେଳେ ଖିଚି ଖିଚି ହେଲେ । 

   ନଳିତା ବଡ଼ ବୋଉ ଟିକେ ଅଳ୍ପ ପଢ଼ିଛନ୍ତି । ତେଣୁ ମାପ ଚୁପ ତାଙ୍କ ହିସାବରେ କୋଉଠି ଇଟା ଖଣ୍ଡେ ତ କୋଉଠି କାଠି ଖଣ୍ଡ । ଆଉ କୋଉଠି ଲୁହା ବାଡ଼ିରୁ ଗୋଟେ । ଧଳା ଚୁଟିରେ ନାଲି ସିନ୍ଦୂର ଟୋପେ । ଲୁଗା କାନି ଅଣ୍ଟାରେ ଖୋସିଲେ ଗଲା । ସବୁ ସରିଲା । ସାତ ପୁରୁଷ ଉଝାଳି ଦେବେ । 

  ଆଜି ଲୋଚନବାଳାଙ୍କୁ ଯେତିକି ଗାଳି । ସେ କରୋନାକୁ ସେତିକି ଗାଳି । ଚାଇନାର ତ ସାତ ପୁରୁଷ ଉଝାଳି ଦେଲେ ସେଇ ପାକୁଆ ପାଟିରେ । 

   କିଛି ଲୋକ ନିଜ ଘରେ ଥାଇ ସବୁ ଶୁଣିଲେ । ହେଲେ ପାଖକୁ କେହି ଗଲେନି । କ'ଣ ନାମ ନେବେ ନା କ'ଣ ? ସେ କରୋନା ତ ବିଚରା କେତେବେଳୁ ଗାଳି ଖାଇଲାଣି । ଆଉ ନିଜେ ଯିବେ କ'ଣ ଗାଳି ଖାଇବାକୁ ? ସତ କହୁଛି ଯଦି କରୋନା ଜାଗାରେ ଆଉ କିଏ ଥାଆନ୍ତା ତେବେ ସେ ଆମ ଦେଶ ଛାଡି କୋଉ ଆଡେ ଚାଲି ଯାଇ ଥାଆନ୍ତା । ଆଉ କୁଆଡେ ଯାଇଥାଆନ୍ତା କି ? ତା'ରି ଜନ୍ମ ସ୍ଥାନକୁ ଚାଲି ଯାଇଥାଆନ୍ତା । କି ତାକୁ ଯିଏ ସୃଷ୍ଟି କରିଛି । ସେଇ ମାମା ପାଖରେ ରହିଥାଆନ୍ତା । ଅବଶ୍ୟ ଚାଇନା ମାଲ ବହୁତ କମ ଦିନ ରୁହେ । ହେଲେ ଏ ତ ବହୁତ ଦିନ ରହୁଛି । 

   ନଳିତା ବଡ଼ ବୋଉ ମନ୍ଦିର କୁ ଯାଇ ପାରୁ ନାହାଁନ୍ତି ବୋଲି ଆହୁରି କରୋନା ଆଉ ଚାଇନା କୁ ଗାଳି । 

ଜମି ବାଡ଼ି ରୁ କରୋନା ପର୍ଯ୍ୟନ୍ତ ଗାଳି । 

  ମୁଁ ତାଙ୍କ କଥା ଶୁଣୁଥିଲି । ଆଉ ସେଇ ନଳିତା ବଡ଼ବୋଉ ଙ୍କ ଭାଷାରେ ଅଲାଜୁକ କରୋନା କଥା ଭାବୁଥିଲି । 

  ସତରେ ବଡ଼ ବିଚିତ୍ର ସବୁ କିଛି ......



Rate this content
Log in

Similar oriya story from Comedy