ଅର୍ଚ୍ଚନା ର ତାଲା ବନ୍ଦ ଡ଼ାଏରୀ-22
ଅର୍ଚ୍ଚନା ର ତାଲା ବନ୍ଦ ଡ଼ାଏରୀ-22
ଜୀବନର ବେଳା ଭୂମିରେ ଚାଲୁ ଚାଲୁ କେତେ ବାଟ ଚାଲି ଯାଉଛେ । ତାହାର ହିସାବ ରଖିବାକୁ ଆଉ ସମୟ କାହିଁ ? ପେଟ ପାଟକୁ ଆହାର ଯୋଗାଡ କରିବାରେ ଲାଗିଛନ୍ତି ଏ ଦୁନିଆଁ । ଜୀବନ କୁ ଭଲ ଭାବରେ ଜାଣି ପାରି ବି ଯାଉଛନ୍ତି ଦାଦନ ଖଟିବାକୁ ।
ଅନି ଭାଉଜ ମନା କରୁଥା'ନ୍ତି, ଶୁଣ ! ତମେ
ଯାଅନି ଦାଦନ ଖଟିବାକୁ । ଏଇ କରୋନା ସମୟରେ ତମେ ବାହାରକୁ ଯାଅନି । ଦରକାର ନାହିଁ ମୋର ଟଙ୍କା । ତମେ ବାହାରକୁ ଯାଅନି । ତମକୁ ମୋ ରାଣ । ଏଇ ତ ଏଇ କରୋନା ଏବେ କେତେ ଜଣଙ୍କୁ ମାରି ସାରିଲାଣି ।
ତମେ ବାହାରକୁ ଯାଅନି । ମୋ ପାଖରେ ସବୁ ବେଳେ ରହି ଥାଅ । ଆମେ ଲୁୁଣ ଲଙ୍କା ଖାଇ ରହିବା । ହେଲେ ତମେ ବାହାରକୁ ଯାଅନି । ଦୟାକରି ତମେ ଏଇ ଗାଁ ରେ ରୁୁୁହ ।
ରମେଶ ଭାଇ କହୁ ଥାଆନ୍ତି , ଓହ ..... ତମେ ଚୁୁପ କରି ରୁହ । ଟଙ୍କା ନହେଲେ ଆମେ ଚଳିବା କେମିତି ? ଖାଇବା କ'ଣ ? ଦେଖୁଛ ତ ପ୍ରତି ବର୍ଷ ବାତ୍ୟା ଆସୁଛି । ଛାତ ଛାତ ଘର ଖଣ୍ଡେ ନାହିଁ । ନବୀନ ବାବୁ ଦେଇଥିଲେ "ମୋ ପୁଡିଆ" । ଆଉ ମୋଦି ବାବୁ ଦେଇଥିଲେ ଲାଟିନ ପାଇଁ ଟଙ୍କା ହେଲେ ସେ ସରପଞ୍ଚ ଆଉ ୱଆଡ ମେମ୍ବର ମିଶି
ସବୁ ଖାଇ ଦେଲେ ।
ଏବେ ତ ବାହାର କୁ ଖଟି ଯିବାକୁୁ ହେବ । ନହେଲେ ଆଉ ଚାରା ନାହିଁ । ପୁୁଣି ମୁଁ ଜଲ୍ଦି ଫେରି ଆସିିିବିି । ତମେ ଜମାରୁ ବେସ୍ତ ହୁଅ ନାହିଁ ।
କିିଛି ଦିନ ପରେ ସେପଟୁୁ ଖବର ଆସିଲା । କମ୍ପାନୀ କାମ ମିିଳୁନି । ଏବେ ମୁଁ ପୁରା ବେସାହାରା । ମତେ କିିିଛି ଟଙ୍କା ଦିଅନି । ମୁଁ କେତେ ଦିନ ହେବ ଭଲ ରେ ଖାଇନି । ଭାବୁଛିି ଟ୍ରେନ ରେ ଘରକୁ ଯିିବି । କିଛି ଟଙ୍କା ପଠାଅ ଅନି । ବିଚରା ଅନି ଭାଉଜ ନିଜ ର ସୁନା ଜିିିନିଷ ବନ୍ଧା ପକେଇ ପଇସା ପଠେଇଲେ । ଆଉ ଜଗି ବସିଲେ ରମେଶ ଭାଇଙ୍କ
ଆସିବା ବାଟକୁ ।
ସତରେ ଜୀବନ କେବେ କେମିିତିକା ମୋଡ଼ ନିିିଏ ତାହାଜାଣିବା ବହୁତ କଷ୍ଟ । ଜୀବନ ର ଲୁହ ଗଣିବା ବି ସମ୍ ଭ ବ ନୁୁହେ । ସତରେ ଜୀବନ ବହୁତ କଷ୍ଟ ଦେଉଛି । ପ୍ରତି ମୁୁୁହୂର୍ତ୍ତ ରେ ଯନ୍ତ୍ରଣା । ଅସରନ୍ତି ଦାରିଦ୍ରତା । ଶେଷ ହୀନ ଲୁହ । ଟଙ୍କା ଖିଆ କୁୁୁଜି ନେତା ମାନ ଙ୍କ ଲୋଭ , ଗରିବ
ସ୍ତର ସୃଷ୍ଟି ର କାରଣ । ଲୋକ ମାନଙ୍କ ହତାଶ ର କାରଣ ।